Rajiv Gandhi Khel Ratna Award - The Sakala

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାଁ, ରାଜୀବ ଗାନ୍ଧୀଙ୍କ ନାଁ ହଟି ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେଲା ଖେଳରତ୍ନ ପୁରସ୍କାର
ନୂଆଦିଲ୍ଲୀ: ବଦଳିଲା ‘ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାଁ । ରାଜୀବ ଗାନ୍ଧୀଙ୍କ ନାଁ ହଟାଯାଇ ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେଲା ଖେଳରତ୍ନ ପୁରସ୍କାର । ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳରତ୍ନ’କୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି । ଖେଳରତ୍ନ ପୁରସ୍କାରକୁ ହକି ଯାଦୁକର ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରାଯାଇଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । ପୂର୍ବରୁ ଖେଳରତ୍ନ ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦେଶବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ’ ପୁରସ୍କାର ରଖାଯାଇଛି । ଖେଳରତ୍ନ ପୁରସ୍କାରକୁ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରିବା ପାଇଁ ଦେଶର ବହୁ ନାଗରିକ ମୋତେ ଅନୁରୋଧ କରିଥିଲେ । ମତାମତ ପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳରତ୍ନ ପୁରସ୍କାର ଏବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ଜଣାଯିବ । ଜୟ ହିନ୍ଦ୍ ।

ମୋଦି କହିଛନ୍ତି ଯେ, ମେଜର ଧ୍ୟାନ ଚାନ୍ଦ ଭାରତର ସର୍ବପ୍ରଥମ କ୍ରୀଡ଼ାବିତଙ୍କ ମଧ୍ୟରୁ ଅନ୍ୟତମ ଯିଏ ଦେଶ ପାଇଁ ଗୌରବ ଆଣିଥିଲେ । ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରିବା ଯଥାର୍ଥ ହେବ ।