Khel Ratna Award - The Sakala

ରାଷ୍ଟ୍ରୀୟ କ୍ରୀଡା ପୁରସ୍କାର ୨୦୨୨: ଓଡ଼ିଆ ‌‌ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର, ଶରତ କମଲଙ୍କୁ ଖେଳରତ୍ନ
ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡା ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କାର ପାଇବାକୁ ଥିବା ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ଅର୍ଜୁନ ପୁରସ୍କାର ସହ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଖେଳାଳିଙ୍କ ନାଁ ଘୋଷଣା ହୋଇଛି । ଏହା ସହିତ କ୍ରୀଡ଼ାବିତ୍‌କୁ ମାର୍ଗଦର୍ଶନ ଦେଉଥିବା ୪ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଓ ଲାଇଫ ଟାଇମ କ୍ୟାଟାଗୋରୀ ସମ୍ମାନରେ ୩ ଜଣଙ୍କୁ ସମ୍ମାନୀତ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ । ଦେଶର ଷ୍ଟାର ତଥା ଭେଟରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସେହିପରି ଓଡ଼ିଶା ଝିଅ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଏନେଇ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ୩୦ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡା ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯିବ।

ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦୀପଗ୍ରେସ ଏକ୍କା ୨୦୧୧ ମସିହାରୁ ହକି ଖେଳି ଆସୁଛନ୍ତି । ଭାରତର ଜୁନିଅର ଟିମରେ ସେ ପ୍ରଥମେ ସ୍ଥାନ ପାଇଥିଲେ । ଏ ଯାଏଁ ଦୀପଗ୍ରେସ ୨୪୦ଟି ହକି ମ୍ୟାଚ ଖେଳିଛନ୍ତି। ଏ ବର୍ଷ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ା ହକିରେ ପଦକ ଜିତିଥିବା ଭାରତୀୟ ଦଳରେ ବି ସେ ପ୍ରତିନିଧିତ୍ଵ କରିଥିଲେ । ୨୦୧୬ରେ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ଓ ୨୦୧୭ରେ ଏସିଆ କପ୍ ହକିରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ଜାତୀୟ ସ୍ତରରେ ବର୍ତ୍ତମାନ ସେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।

ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇଲେ ପ୍ରମୋଦ ଭଗତ, ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଏହି ପୁରସ୍କାର ପାଇଛନ୍ତି। ଏହା ପୂର୍ବରୁ ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା।

President Ram Nath Kovind confers Major Dhyan Chand Khel Ratna Award 2021 on Pramod Bhagat (para-badminton), Mithali Raj (cricket), Sunil Chhetri (football), and Manpreet Singh (hockey) in New Delhi pic.twitter.com/VvabvEtep9

— ANI (@ANI) November 13, 2021

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏକାସଙ୍ଗେ ୧୨ ଜଣଙ୍କୁ ମିଳିଛି ଖେଳରତ୍ନ ପୁରସ୍କାର ।ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏକାସଙ୍ଗେ ୧୨ ଜଣଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର ।ଖେଳରତ୍ନ ପାଇଥିବା ଥିବା ଅନ୍ୟ ଖେଳାଳିମାନେ ହେଲେ ଅଲିମ୍ପିକ୍ସ କୁସ୍ତି ରୋପ୍ୟ ପଦକ ବିଜେତା ରବି ଦାହିୟା, ହକି ଖେଳାଳି ପିଆର ଶ୍ରୀଜେସ୍, ବକ୍ସର ଲଭଲିନା ବର୍ଗୋଇଁ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ମହିଳା କ୍ରିକେଟ ଖେଳାଳି ମିତାଲି ରାଜ, ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ, ସୁଟର ଅବନ୍ତି ଲଖେରା, ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର, ସୁଟର ଏମ.ନରଓ୍ବାଲ ଓ ହକି ଖେଳାଳି ମନପ୍ରୀତ ସିଂ ।

Olympian Neeraj Chopra receives Major Dhyan Chand Khel Ratna Award from President Ram Nath Kovind at Rashtrapati Bhavan in New Delhi pic.twitter.com/eacGZNOB34

— ANI (@ANI) November 13, 2021

ସେହିପରି ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି । ପ୍ରମୋଦଙ୍କ ବ୍ୟତୀତ ଚଳିତ ବର୍ଷ ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଅର୍ଜୁନ ପୁରସ୍କାର ପାଇଥିବା ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟ ଖେଳାଳି ଶିଖର ଧଓ୍ବନ, ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଓ ହାଇଜମ୍ପର ନିଷାଦ କୁମାର । ଏହାଛଡ଼ା ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।

LIVE: President Kovind presents National Sports Awards 2021 at Rashtrapati Bhavan https://t.co/Tseh3ckW11

— President of India (@rashtrapatibhvn) November 13, 2021

ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିଶ କଲା ଭାରତୀୟ ପାରା ଅଲିମ୍ପିକ୍ସ ସମିତି
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ଯ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର ମନୀଷ ନରୱାଲ, ହାଇଜମ୍ପର ଶରଦ କୁମାର, ଜାଭେଲିନ ଥ୍ରୋଅର ସୁନ୍ଦର ସିଂହ ଗୁର୍ଜରଙ୍କ ନାମ ସୁପାରିସ କରିଛି । ପିସିଆଇ ମଧ୍ୟ ଜାଭେଲିନ ଥ୍ରୋୟର ସୁମିତ ଆନ୍ତଲ ଓ ସୁଟର ଅଭନି ଲେଖାରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି ।

ପିସିଆଇ ସଭାପତି ଦୀପା ମଲିକ କହିଛନ୍ତି, ପ୍ରମୋଦ, ମନୀଷ, ଶରଦ ଓ ସୁନ୍ଦର ଏହି ପୁରସ୍କାର ଜିତିଲେ ସେମାନଙ୍କୁ ୨୦୨୪ ପ୍ୟାରିସ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ। ଆମ ଖେଳାଳି ଟୋକିଓ ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଛନ୍ତି ଓ ଆମେ ସେମାନଙ୍କ ପାଇଁ ଗର୍ବିତ | ସେମାନଙ୍କୁ ପୁରସ୍କୃତ କରାଗଲେ, ଆଗାମୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ।

ଉଲ୍ଲେଖଯୋଗ୍ୟ, ଗତ ମାସରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଟୋକିଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ପୁରସ୍କୃତ କରାଯିବ। ଏବେ ପିସିଆଇ ଜାତୀୟ କ୍ରୀଡ଼ା ପାଇଁ ଉପରୋକ୍ତ ଖେଳାଳିଙ୍କ ନାମ ଘୋଷଣା କରିଛି ।

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାଁ, ରାଜୀବ ଗାନ୍ଧୀଙ୍କ ନାଁ ହଟି ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେଲା ଖେଳରତ୍ନ ପୁରସ୍କାର
ନୂଆଦିଲ୍ଲୀ: ବଦଳିଲା ‘ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାଁ । ରାଜୀବ ଗାନ୍ଧୀଙ୍କ ନାଁ ହଟାଯାଇ ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେଲା ଖେଳରତ୍ନ ପୁରସ୍କାର । ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳରତ୍ନ’କୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି । ଖେଳରତ୍ନ ପୁରସ୍କାରକୁ ହକି ଯାଦୁକର ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରାଯାଇଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । ପୂର୍ବରୁ ଖେଳରତ୍ନ ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦେଶବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ’ ପୁରସ୍କାର ରଖାଯାଇଛି । ଖେଳରତ୍ନ ପୁରସ୍କାରକୁ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରିବା ପାଇଁ ଦେଶର ବହୁ ନାଗରିକ ମୋତେ ଅନୁରୋଧ କରିଥିଲେ । ମତାମତ ପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳରତ୍ନ ପୁରସ୍କାର ଏବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ଜଣାଯିବ । ଜୟ ହିନ୍ଦ୍ ।

ମୋଦି କହିଛନ୍ତି ଯେ, ମେଜର ଧ୍ୟାନ ଚାନ୍ଦ ଭାରତର ସର୍ବପ୍ରଥମ କ୍ରୀଡ଼ାବିତଙ୍କ ମଧ୍ୟରୁ ଅନ୍ୟତମ ଯିଏ ଦେଶ ପାଇଁ ଗୌରବ ଆଣିଥିଲେ । ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରିବା ଯଥାର୍ଥ ହେବ ।