PG - The Sakala
ଭୁବନେଶ୍ୱର: ପ୍ରାୟ ଦୁଇ ମାସ ହେବ ସ୍ନାତକୋତ୍ତର (ପିଜି) ପାଠପଢ଼ା ଆରମ୍ଭ ହେଲାଣି। ହେଲେ ପୂରଣ ହୋଇପାରୁନି ସିଟ୍‌‌। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବାକୁ ମାସେ ବିତିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ବାହାର କରୁନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପାଖେ ଅନୁମୋଦନ ପାଇଁ ଫାଇଲ୍‌‌ ଅଟକିଥିବାରୁ ନାମଲେଖା ପ୍ରକ୍ରିୟା ବିଳମ୍ବ ହେଉଛି ବୋଲି କୁହାଯାଉଛି। ଗୋଟିଏ ପଟେ ନାମଲେଖା ପ୍ରକ୍ରିୟା ବିଳମ୍ବ ହେଉଥିବା ବେଳେ ଅନ୍ୟପଟେ ନାମ ଲେଖାଇବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟ ନାମଲେଖା ଗତ ମାସ ୪ ତାରିଖରେ ଶେଷ ହୋଇଛି। ଏହାକୁ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ସିଟ୍‌‌ ପୂରଣ କରିବାକୁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଚଳିତ ଶିକ୍ଷାବର୍ଷ ପିଜିରେ ଆହୁରି ୬ହଜାର ୭୬୫ଟି ସିଟ୍‌‌ ଖାଲି ପଡ଼ିଛି। ଅପରପକ୍ଷେ ସେପ୍ଟେମ୍ବର ୧୮ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ପ୍ରାୟ ଦୁଇ ମାସ ହେଲା ପାଠପଢ଼ା ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏଯାଏଁ ପରିଚୟପତ୍ର ମିଳିପାରୁନି। ନାମଲେଖା ପ୍ରକ୍ରିୟା ସରି ନଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ପରିଚୟପତ୍ର ପ୍ରଦାନ କରୁନଥିବା ଜଣାପଡ଼ିଛି। କାରଣ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି କିଛି ଛାତ୍ରଛାତ୍ରୀ ଅନ୍ୟତ୍ର ନାମ ଲେଖାଇବାର ସମ୍ଭାବନା ରହିଥିବା ଦର୍ଶାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ ପରିଚୟପତ୍ର ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛାତ୍ରବୃତ୍ତି ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ହୋଇଥିବାରୁ ସେମାନେ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଇତିମଧ୍ୟରେ ‘ପିଜି ମେରିଟ୍‌‌ ସ୍କଲାର୍‌‌ସିପ୍‌‌’ ଆବେଦନ ଅବଧି ସରିଯାଇଛି। ଫଳରେ ଆବେଦନ କରିବାରୁ ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଗାଇଡ୍‌ଲାଇନ୍‌‌ ପ୍ରସ୍ତୁତି ସରିଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପାଇଁ ବହୁ ପୂର୍ବରୁ ପଠାଯାଇଛି। ହେଲେ ଅନୁମୋଦନ ମିଳି ନଥିବାରୁ ବିଜ୍ଞପ୍ତି ବାହାରି ପାରୁନାହିଁ। ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ କାହିଁକି ନାମଲେଖା ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି, ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଳମ୍ବିତ ନାମଲେଖା ନେଇ ଅଭିଭାବକମାନେ ମଧ୍ୟ ପ୍ରଶ୍ନ କରିଛନ୍ତି। ପାଠପଢ଼ା ଆରମ୍ଭ ହେଇ ପରୀକ୍ଷା ପାଖଉଥିଲେ ମଧ୍ୟ ସରକାର ନାମଲେଖା ପ୍ରକ୍ରିୟାକୁ ବିଳମ୍ବିତ କରିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର କରୁଛି। ପରେ ନାମ ଲେଖାଇଲେ ସେମାନେ ଆଉ ସମାନ ଭାବେ ପାଠପଢ଼଼ି ନପାରି ପଛରେ ପଡ଼ିବେ। ଫଳରେ ଏହା ପରୀକ୍ଷାରେ ପ୍ରତିଫଳିତ ହେବା ସହ ପିଲାମାନଙ୍କ ମାନସିକସ୍ତରରେ ପ୍ରଭାବ ପକାଇବ ବୋଲି ଅଭିଭାବକମାନେ ଯୁକ୍ତି ବାଢ଼ିଛନ୍ତି।
ଆସନ୍ତା ବର୍ଷରୁ ବର୍ଷିକିଆ ପିଜି ପାଠ୍ୟକ୍ରମ, ଅନଲାଇନ୍‌‌ରେ ପଢ଼ିବାକୁ ବିକଳ୍ପ ପାଇବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ନୂତନ ଶିକ୍ଷାନୀତି ଅନୁଯାୟୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏଥିପାଇଁ ନୂତନ ଡ୍ରାଫ୍ଟ ଓ କ୍ରେଡିଟ୍‌‌ ଫ୍ରେମ୍‌‌ୱାର୍କ ଜାରୀ କରାଯାଇଛି। ସୂଚନା ଅନୁଯାୟୀ, ପ୍ରଥମଥର ପାଇଁ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍‌‌ ୨୦୨୪ରୁ ଲାଗୁ ହେବ। ଚାରିବର୍ଷ ସ୍ନାତକ ପାଠ୍ୟକ୍ରମ ପଢ଼ିଥିବା ଛାତ୍ରଛାତ୍ରୀ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ପଢ଼ିପାରିବେ। ହେଲେ ୩ବର୍ଷ ସ୍ନାତକ ପାଠ୍ୟକ୍ରମ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ୨ ବର୍ଷିଆ ସ୍ନାତୋକୋତ୍ତର ପାଠ୍ୟକ୍ରମ ପଢ଼ିବାକୁ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ୨ଟି ବିକଳ୍ପ ଉପଲବ୍ଧ କରାଯାଇଥିବା ୟୁଜିସି ଅଧ୍ୟକ୍ଷ ଏମ୍‌‌ ଜଗଦୀଶ କୁମାର କହିଛନ୍ତି। ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏକ ବର୍ଷ ପରେ ଛାଡ଼ିବାକୁ ଚାହିଁଲେ, ସେମାନଙ୍କୁ ପିଜି ଡିପ୍ଲୋମା ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ଦର୍ଶାଯାଇଛି।
ନୂତନ ଡ୍ରାଫ୍ଟ ଓ କ୍ରେଡିଟ୍‌‌ ଫ୍ରେମ୍‌‌ୱାର୍କ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବିଷୟରେ ନାମ ଲେଖାଇବା କଟକଣା ସ୍ନାତକୋତ୍ତରରୁ ଏବେ ଉଠାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ ସ୍ନାତକରେ ପଢ଼ିଥିବା କୌଣସି ବିଷୟରେ ମଧ୍ୟ ସ୍ନାତକୋତ୍ତର ପଢ଼ିପାରିବେ। ଯେଉଁ ବିଷୟ ସ୍ନାତକରେ ପଢ଼ି ନଥିବେ, ସେହି ବିଷୟରେ ମଧ୍ୟ ନାମ ଲେଖାଇପାରିବେ। ସ୍ନାତକରେ ପଢ଼ିଥିବା ବିଷୟରେ ସ୍ନାତକତ୍ତୋର ପଢ଼ିବା ଏବେ ବାଧ୍ୟତାମୂଳକ ହେବ ନାହିଁ। ସ୍ନାତକୋତ୍ତରରେ ନାମଲେଖା ପାଇଁ ସିୟୁଇଟି ୨୦୨୪ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଏହାସହ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ, ଗଣିତ ବିଷୟରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ (ସ୍ନାତକ ଓ ସ୍ନାତକୋତ୍ତର) କୋର୍ସ ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଆରମ୍ଭ କରିପାରିବେ। ନୂତନ ଡ୍ରାଫ୍ଟ ଓ ଫ୍ରେମ୍‌ୱାର୍କରେ ଏହାକୁ ମଞ୍ଜୁରୀ ମିଳିଛି। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌‌, ଅଫଲାଇନ୍‌‌ ବା ହାଇବ୍ରିଡ୍‌ ପଦ୍ଧତିରେ ପଢ଼ିବା ପାଇଁ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଦର୍ଶାଯାଇଛି।
ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ
ଭୁବନେଶ୍ବର: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ (ଦ୍ୱିତୀୟ ପର୍ଯ୍ୟାୟ ଚୟନ) ଏବଂ ପି.ଜି. (ପ୍ରଥମ ପର୍ଯ୍ୟାୟ ଚୟନ)କୁ ଆଗାମୀ ତା.୫.୮.୨୦୨୩ରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ, ପି.ଟି.ସି. ଜଣାଇଛନ୍ତି ।
ଆଜି ପ୍ରକାଶ ପାଇବ ପିଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର,: ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ଦିନ ୨ଟା ସମୟରେ ପ୍ରକାଶ ପାଇବ। ଆସନ୍ତା ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାର ନାମଲେଖା ଡାଟା ଅପଡେଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍‍ ବଳକା ରହିଲା ତେବେ ୨୯ ତାରିଖ ଦିନ ସାମ୍ସ ୱେବସାଇଟରେ ଏହାର ତଥ୍ୟ ପ୍ରକାଶ ପାଇବ। ଅକ୍ଟୋବର ୧୦ ତାରିଖରେ ସ୍ପଟ୍‍ ମେଧା ତାଲିକା ପ୍ରକାଶ କରାଯିବ। ତେବେ ଏହି ପର୍ଯ୍ୟାୟରେ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧୧ ଓ ୧୨ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ୧୪ ତାରିଖ ଦିନ ଚୁଡ଼ାନ୍ତ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ସେମାନଙ୍କ ନାମଲେଖା ୧୫ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବର୍ଷ ୟୁଜି ଓ ପିଜି ନାମଲେଖାରେ ହେବ ବ୍ୟାପକ ସଂସ୍କାର, ନାମଲେଖା ସମୟରେ ଆବଶ୍ୟକ ପଡ଼ିବନି ଫି’
ଭୁବନେଶ୍ୱର : ଚଳିତ ବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରଣାଳୀରେ ବ୍ୟାପକ ସଂସ୍କାର ଅଣାଯିବ। ଏ ବର୍ଷ ଛାତ୍ରଛାତ୍ରୀ ବିନା ନାମ ଲେଖା ଫି’ ରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ପୂର୍ବ ବର୍ଷ ଭଳି ଆଉ ନାମଲେଖା ସମୟରେ ଫି’ ଦାଖଲ କରିବାକୁ ପଡ଼ିବନି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ପୈଠ କରାଯିବ ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇଥିବା ଶିକ୍ଷାନୁଷ୍ଠାନରେ ହିଁ ସମସ୍ତ ପର୍ଯ୍ୟାୟର ନାମଲେଖା ସରିବା ପରେ ନାମଲେଖା ଫି ଦାଖଲ କରିବେ। ଫଳରେ ନାମଲେଖା ଫି’ ସ୍ଥାନାନ୍ତର ପାଇଁ ଆଉ ଅଯଥା ସମୟ ଅପଚୟ ହେବ ନାହିଁ, କି ଏଥି ପାଇଁ ଆଉ ସମସ୍ୟା ମଧ୍ୟ ହେବ ନାହିଁ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଉଚ୍ଚଶିକ୍ଷା ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ନାମଲେଖା ସମୟରେ ହିଁ ଛାତ୍ରଛାତ୍ରୀ ଫି ଦାଖଲ କରୁଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଫି’ ଫେରସ୍ତ କିମ୍ବା ପରବର୍ତ୍ତୀ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରିବାକୁ ପଡ଼ୁଥିଲା। ଏହି ପ୍ରକ୍ରିୟା ପାଇଁ ଅନେକ ସମୟ ଅପଚୟ ହେବା ସହିତ ସମସ୍ୟା ମଧ୍ୟ ହେଉଥିଲା। ତେଣୁ ଚଳିତ ବର୍ଷରୁ ନାମଲେଖା ସମୟରେ ପିଲାଙ୍କୁ ଫି ପୈଠ କରିବାକୁୁ ପଡ଼ିବନି। ସମସ୍ତ ପର୍ଯ୍ୟାୟର ୟୁଜି ତଥା ପିଜି ନାମଲେଖା ଶେଷ ହେବା ପରେ ଛାତ୍ରଛାତ୍ରୀ ଯେଉଁ ଶିକ୍ଷାନୁଷ୍ଠାନରେ ରହିଲେ, ସେମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ହିଁ ଫି ଦାଖଲ କରିବେ। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରିବ। ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି।
କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ଯରେ ଦୋଷ ଲଦାଲଦି: ଅନିଶ୍ଚିତତାରେ ଚିତ୍ତାଳୋ କଲେଜର ୬୦ ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଚିତ୍ତାଳୋ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଘେରାଉ କରିଛନ୍ତି। ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରିବା, ପରୀକ୍ଷା ପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଅନୁମତି ନ ଦେବା ଆଦି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ମଙ୍ଗଳବାର ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ୨୦୨୧-୨୧ ବର୍ଷ ଲାଗି ପିଜି ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ଚଳିତ ବର୍ଷ ସେମାନେ ଦ୍ୱିତୀୟ ବର୍ଷରେ ପହଞ୍ଚିଥିଲେ ବି ସେମାନଙ୍କର ପ୍ରଥମ ବର୍ଷ ପରୀକ୍ଷା ହୋଇନାହିଁ। କଲେଜ କର୍ତ୍ତୃପକ୍ଷ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେବେ ସମ୍ପର୍କରେ ଶ୍ରୀ ମାଝୀଙ୍କୁ ପଚାରିବାରୁ କହିଛନ୍ତି ଯେ, ତିନି ବର୍ଷ ହେବ କଲେଜର ଅନୁବନ୍ଧନ(ଆଫିଲେସନ୍‍) ସମୟସୀମା ସରିଥିଲେ ବି ସେମାନେ ପୁନଃ ଅନୁବନ୍ଧନ ପାଇଁ ଆବେଦନ କରି ନାହାନ୍ତି। ଅପରପକ୍ଷେ ଚିତ୍ତାଳୋ କଲେଜର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ବହୁବାର ଅନୁବନ୍ଧନ ପାଇଁ କାଗଜପତ୍ର ଦାଖଲ କରାଯାଇଥିଲେ ବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେଇନାହାନ୍ତି।
ଅଗଷ୍ଟ ୧୬ରୁ କ୍ଲାସରୁମ୍‌ରେ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା
ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି ଓ ପିଜି ପାଠପଢ଼ା। ପ୍ରଥମ ବର୍ଷର ପିଜି ଏବଂ ୟୁଜିର ପ୍ରି-ଫାଇନାଲ ବର୍ଷର ପାଠପଢ଼ା କ୍ଲାସ୍ ରୁମ୍‌ରେ ଚାଲିବ। ତେବେ ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ରେ ପରୀକ୍ଷା ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ।
Universities and Colleges (under Higher Education Dept) will open for physical classroom teaching (and for hostel accommodation) from 16.08.21 for PG First Year and UG Pre-Final Year students. Exams for PG/UG Final Year students will be held in online mode as planned earlier.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) August 6, 2021
ସୂଚନା ଅନୁସାରେ ଅଗଷ୍ଟ ୧୬ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।