Super Cyclone - The Sakala

ମହାବାତ୍ୟାକୁ ୨୬ ବର୍ଷ; ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ
୧୯୯୯ ମସିହା ଅକ୍ଟୋବର ୨୯ ।  ଓଡ଼ିଶାବାସୀ କେବେବି ଭୁଲି ପାରିବେନି ଏହି ଦିନଟିକୁ।  ପୂରା ଓଡ଼ିଶାକୁ ଗ୍ରାସ କରିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ୧୯୯୯ ମହାବାତ୍ୟା ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ବିଶେଷକରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ରଚିଥିଲା ତାଣ୍ଡବଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୩୫୦ କିମି ବେଗର ପବନ, ସମୁଦ୍ର ଜୁଆର ଓ ବର୍ଷାର ଏକ ମିଳିତ ସଂହାରଲୀଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ।  ଘୁ ଘୁ ଗର୍ଜନ କରି ମାଡ଼ି ଆସୁଥିଲା ପବନ ଓ ଜୁଆର। ମୂଷଳଧାରାରେ ବର୍ଷୁଥିଲା ବର୍ଷା । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସବୁଆଡ଼େ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର।  ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ ।

ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା । ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ । ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳି ନ ଥିଲା ।  ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ, ଛାରଖାର ହୋଇ ଯାଇଥିଲା ଉପକୂଳ । ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଦିନଗୁଡ଼ିକୁ ଭୁଲିପାରି ନାହାନ୍ତି । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡ଼ିଯାଏ ୧୯୯୯ ମହାବାତ୍ୟା କଥା ।  ୧୯୯୯ ଅକ୍ଟୋବର ୨୫ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ଏହା ଅତ୍ୟନ୍ତ ଉଗ୍ରରୂପ ଧାରଣ କରି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସିଥିଲା। ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନେମୋମିଟର ବି ଫେଲ୍ ମାରିଥିଲା । ମାପି ପାରିନଥିଲା ମହାବାତ୍ୟାରେ ବୋହୁଥିବା ପବନର ବେଗକୁ । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା। ଜଗତସିଂହପୁର ସମେତ ଅଧା ଓଡ଼ିଶା ଛାରଖାର ହୋଇଯାଇଥିଲା ମହାବାତ୍ୟାରେ। ଓଡ଼ିଶା ପ୍ରତିବର୍ଷ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସବୁଠୁ ପ୍ରଳୟଙ୍କରୀ । ମହାବାତ୍ୟାକୁ ଏହାରି ଭିତରେ ୨୬ ବର୍ଷ ବିତିଯାଇଛି । କିନ୍ତୁ ଏମିତି କେଉଁ ବର୍ଷର ଅକ୍ଟୋବର ମାସ ନାହିଁ, ଲୋକେ ବାତ୍ୟାକୁ ନେଇ ଆତଙ୍କିତ ନ ଥିବେ।  ୨୬ ବର୍ଷ ପରେ ବି ମହାବାତ୍ୟା ଛାଡ଼ିଯାଇଥିବା ପଦଚିହ୍ନକୁ ଲୋକେ ଭୁଲି ପାରୁନାହାନ୍ତି।

ମନରୁ ଲିଭିନି ପ୍ରଳୟଙ୍କାରୀ ୧୯୯୯ ମହାବାତ୍ୟାର ସେହି କରାଳ ରୂପ, ମାତ୍ର କେଇ ଘଣ୍ଟାରେ ଦୋହଲି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ
ଓଡ଼ିଶା ଇତିହାସର ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ଼ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ମହାବାତ୍ୟା’। ଇତିମଧ୍ୟରେ ସେହି ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୨ ବର୍ଷ।  ଅକ୍ଟୋବର ମାସ ଆସିଲେ ସେହି କାଳରାତ୍ରୀର କରାଳ ରୂପକୁ ଦେଖିଥିବା ଲୋକଙ୍କ ଦେହ ଶିହରି ଉଠେ। ସେ ଦିନ କେଇ ଘଣ୍ଟାର  ତାଣ୍ଡବ ଓଡ଼ିଶାର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଅକ୍ଟୋବର ୨୫ରେ ଅଣ୍ଡାମାନ ଦ୍ବୀପରେ ପୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାହା ମାହାବାତ୍ୟାର ରୂପନେଇ ସଂହାର ଲୀଳା ରଚିଥିଲା।

ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ଓ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା । ପ୍ରକୃତିର ଏହି ସଂହାର ଲୀଳାରେ ପ୍ରଭାବିତ ହୋଇଥିଲା ଅର୍ଦ୍ଧାଧିକ ଓଡ଼ିଶା। ମୋଟାମୋଟି କହିବାକୁ ଗଲେ ଓଡ଼ିଶାର ମେରୁଦଣ୍ଡ ଦୋହଲି ଯାଇଥିଲା। ବିଶେଷକରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ବରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା।  ମୁଖ୍ୟତଃ ଜଗତସିଂହପୁର ଜିଲ୍ଲାର ଏରସମା ଓ ପୁରୀର ଅସ୍ତରଙ୍ଗକୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ବହୁସଂଖ୍ୟାରେ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। ବଡ଼ ବଡ଼ ଗଛ, କଚ୍ଚା ଘର,ବିଦ୍ୟୁତ୍ ଖୁଣ୍ଟ, ଟାୱାର ଧରାଶୟୀ ହୋଇଥିଲା। ମହାବାତ୍ୟା ଯେମିତି ଶ୍ରୀହୀନ କରିଦେଇଥିଲା ଅନେକ ଜିଲ୍ଲାକୁ । ପ୍ରଭାବିତ ହୋଇଥିଲା ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲା ।

ସେତେବେଳେ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୦ହଜାର ଥିଲା ଯାହା ବେସରକାରୀ ହିସାବରେ ଢେର ଅଧିକ କୁହାଯାଇଥିଲା। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟର ଦୃଶ୍ୟ ବି କିଛି କମ୍ ନ ଥିଲା। ଲୋକମାନେ ବାସହୀନ ହେବା ସହ ଖାଦ୍ୟ ପାଇଁ ସେମାନଙ୍କ ବିକଟାଳ ଆତୁରତା ଥିଲା ବେଶ୍ ଦୟନୀୟ ଓ ଯନ୍ତ୍ରଣାଦାୟକ। ଅବଶ୍ୟ ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଏଯାବତ୍ ଅନେକ ବାତ୍ୟାକୁ ସାମ୍ନା କରିଛି। ୨୦୨୦ରେ ଅମ୍ପାନ ୨୦୧୯ରେ ‘ଫନି’, ୨୦୧୮ରେ ‘ତିତ୍‌ଲି, ୨୦୧୪ରେ ‘ହୁଡ଼ହୁଡ ୨୦୧୩ରେ ‘ଫାଇଲିନ୍’ ଭଳି ବାତ୍ୟା ଦେଖିଛି ଓଡ଼ିଶା। ତେବେ ମହାବାତ୍ୟା ଲୋକଙ୍କୁ ଏକ ପ୍ରକାର ସତର୍କ ତଥା ସଂଘର୍ଷର ଶିକ୍ଷା ପ୍ରଦାନ ପ୍ରାକୃତିକ ବିପର୍ଯ୍ୟୟ ଦିଗରେ ଆଗୁଆ ପଦକ୍ଷେପ ନେବା ଶିଖାଇଛି। ମହାବାତ୍ୟାର ଶିକ୍ଷାକୁ ଗ୍ରହଣ କରି ରାଜ୍ୟ ସରକାର ଶୂନ୍ୟ ମୃତାହତ ମିଶନ ହାତକୁ ନେଇ ସଫଳ ହୋଇଛନ୍ତି। ଯେଉଁଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ମଡ଼େଲ ସାଜିଛି। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି । ପ୍ରକୃତିର ସେହି କରାଳ ରୂପକୁ ମନେ ପକାଇ ପୁଣି ବଡ ଧରଣର କିଛି ନ ଘଟୁ ବୋଲି ଇଶ୍ବରଙ୍କଠାରେ ପ୍ରାର୍ଥନା କରିଥାନ୍ତି।

ବିଦେଶୀ ସଂସ୍ଥାଙ୍କ ପୂର୍ବାନୁମାନ: ଚଳିତବର୍ଷ ରାଜ୍ୟକୁ ବଡ଼ ବାତ୍ୟା ଆଶଙ୍କା
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟକୁ ବାତ୍ୟା ଆଶଙ୍କା ବୃଦ୍ଧି ପାଇଛି। ସେପ୍ଟେମ୍ୱର ମାସରୁ ଲା-ନିନାର ପ୍ରଭାବ ଦେଖାଯିବ। ଏହା ଯୋଗୁଁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପରିବେଶ ଅନୁକୂଳ ରହିବାର ଆଶଙ୍କା ଦୃଢ଼ୀଭୂତ ହୋଇଛି। ପୂର୍ବରୁ ଲା-ନିନା ସକ୍ରିୟ ଥିବା ବର୍ଷଗୁଡ଼ିକରେ ଓଡ଼ିଶାକୁ ବାରମ୍ବାର ବାତ୍ୟା ମାଡ଼ ହୋଇଥିବାରୁ ଏବେଠାରୁ ବାତ୍ୟା ଡର ଆରମ୍ଭ ହୋଇଯାଇଛି। ଲା-ନିନା ପ୍ରଭାବ ସାଙ୍ଗକୁ ଇଣ୍ଡିଆନ୍‍ ଓସେନ ଡାଇପୋଲ୍‍ ନେଗେଟିଭ୍‍ ରହିବାର ସମ୍ଭାବନା ଥିବାରୁ ବାତ୍ୟା ସୃଷ୍ଟି ପାଇଁ ପରିସ୍ଥିତି ସୁହାଇଥାଏ ବୋଲି ପୂର୍ବରୁ ନଜିର ରହିଛି।

ଏସିଆ ପେସିଫିକ୍‍ କ୍ଲାଇମେଟ ସେଣ୍ଟର ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ସେପ୍ଟେମ୍ବରରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଥିବା ବେଳେ ଅକ୍ଟୋବର ମାସରେ ସ୍ୱାଭାବିକଠାରୁ ୫୦-୬୦ ପ୍ରତିଶତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ମାସଟି ବାତ୍ୟା ସୃଷ୍ଟି ପାଇଁ ପ୍ରକୃଷ୍ଟ ସମୟ ହୋଇଥିବାରୁ ଚିନ୍ତା ବଢ଼ିଛି। ଆମେରିକାର ଏନ୍‍ଓଏଏ ପକ୍ଷରୁ ଜିଏଫ୍‍ଏସ ମଡେଲରୁ ଜଣାପଡ଼ୁଛି ଯେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏହି ଦୁଇ ବିଶ୍ୱସ୍ତ ପାଣିପାଗ ସଂସ୍ଥାର ଆକଳନରୁ ବାତ୍ୟା ଆଭାସ ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି।

ଇଣ୍ଡିଆନ୍‍ ନ୍ୟାସନାଲ୍‍ ସେଣ୍ଟର ଫର ଓସିନ୍‍ ଇନଫର୍ମେସନ ସର୍ଭିସ (ଆଇଏନସିଓଆଇଏସ୍‍)ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଲା-ନିନା ବର୍ଷରେ ମୋଟ୍‍ ୨୦ ଟି ବାତ୍ୟା ହୋଇଥିବା ବେଳେ ଏଲ୍‍-ନିନୋ ବର୍ଷରେ ମାତ୍ର ୯ଟିି ବାତ୍ୟା ସୃଷ୍ଟି ହୋଇଛି। ଏହାସହିତ ଲା-ନିନା ବର୍ଷରେ ଟ୍ରପିକାଲ୍‍ ସାଇକ୍ଲୋନ୍‍ର ସର୍ବାଧିକ ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ମଧ୍ୟ ସମାନ ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଆଇଏମ୍‍ଡିର ଅଧ୍ୟୟନରୁ ଜଣାପଡ଼ିଛି ଯେ ମୌସୁମୀ ପରବର୍ତ୍ତୀ ସମୟରେ ଲା-ନିନା ସ୍ଥିତି ଦେଖାଦେଲେ ବର୍ଷାର ପରିମାଣ କମିଥାଏ। ମାତ୍ର ବାତ୍ୟା ସୃଷ୍ଟି ହେଲେ ଏହା ଅଧିକ ଶକ୍ତିଶାଳୀ ହୋଇଥାଏ। ପୂର୍ବରୁ ଲା-ନିନା ବର୍ଷଗୁଡ଼ିକରେ ରାଜ୍ୟ ଅନେକ ବାତ୍ୟାର ସମ୍ମୁଖୀନ ହୋଇଥିବା ବେଳେ ୧୯୯୯ ମସିହା ମହାବାତ୍ୟା ସହିତ ୨୦୧୩ରେ ଫାଇଲିନ୍‍ ହିଟ୍‍ କରିଥିଲା। ଉଭୟ ବାତ୍ୟା ଲା-ନିନା ବର୍ଷରେ ହିଁ ସୃଷ୍ଟି ହୋଇଥିଲେ। ଅଧ୍ୟୟନରୁ ଜଣାଯାଏ ଯେ ଲା-ନିନା ସମୟରେ ପ୍ରଶାନ୍ତ ମହାସାଗରରେ ପବନର ଦିଗ ପରିବର୍ତ୍ତନ ହୋଇ ଆଫ୍ରିକାଠାରୁ ଇଣ୍ଡୋନେସିଆକୁ ପବନର ବେଗ ବୃଦ୍ଧି ପାଇଥାଏ। ଏହି ବର୍ଦ୍ଧିତ ପବନର ଗତିର ପରିଣାମ ସ୍ୱରୂପ, ଇଣ୍ଡୋନେସିଆରେ ଗଚ୍ଛିତ ଉଷ୍ମ ଜଳ ପରେ ବଙ୍ଗୋପସାଗରକୁ ଉଷ୍ମ କରିଥାଏ। ସମୁଦ୍ରରେ ତାପମାତ୍ରା ବୃଦ୍ଧି ହେବା କାରଣରୁ ହିଁ ବାତ୍ୟା ସୃଷ୍ଟି ହୋଇଥାଏ।