Mobile Phone - The Sakala
ପୁଣି ଶ୍ରୀମନ୍ଦିର ଭିତରକୁ ଗଲା ମୋବାଇଲ, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ
ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍। ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ତେବେ ଶ୍ରୀମନ୍ଦିର ଭିତରକୁ କିଭଳି ଗଲା ମୋବାଇଲ ଫୋନ୍ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି । ଏସବୁ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣିଥରେ ଉଠିଛି ପ୍ରଶ୍ନବାଚୀ ।
ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଞ୍ଚାର ସାଥୀ ଆପ୍, ବିରୋଧୀ କହିଲେ ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛି କେନ୍ଦ୍ର....
ନୂଆଦିଲ୍ଲୀ: ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଞ୍ଚାର ସାଥୀ ଆପ୍। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ନୂଆ ମୋବାଇଲରେ ଇନ୍ ବିଲଡ୍ ଆସିବ ସଂଚାର ସାଥୀ ଆପ୍। ପୁରୁଣା ମୋବାଇଲରେ ସଫଟୱେର ଅପଡେଟ୍ କରି ଏହି ଆପ୍ ଇନଷ୍ଟଲ୍ କରାଯିବ। ଏହି ଆପ୍ କୁ କେହି ଡିଲିଟ୍ କରିପାରିବେ ନାହିଁ କି ନିଷ୍କ୍ରିୟ ବି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସାଇବର୍ ଫ୍ରଡ୍ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ସରକାର। ୯୦ ଦିନ ଭିତରେ ଏହା ସଂପୂର୍ଣ୍ଣ କରିବାକୁ ଓ ୧୨୦ ଦିନ ଭିତରେ କଂପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ।
ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି କେନ୍ଦ୍ର ସରକାର। କାହିଁକି ଲୋକଙ୍କ ଉପରେ ଗୁଇନ୍ଦା ଗିରି କରିବାକୁ ନଜର ରଖିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଲୋକଙ୍କର ପ୍ରାଇଭେସିର ଏହା ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଏହାକୁ ଗୁଇନ୍ଦାଗିରିର ଆପ୍ ବୋଲି କହିଛନ୍ତି। ଦେଶରେ ଏକଛତ୍ରବାଦ ଶାସନ ଲାଗୁ କରିବାକୁ ଯୋଜନା କରାଯାଉଛି।
ଦିନକୁ ଦିନ ସ୍ମାର୍ଟଫୋନ୍‌ର ଫିଚର୍‌ଗୁଡ଼ିକରେ ଅନେକ ପରିବର୍ତ୍ତନ ଆସିବାରେ ଲାଗିଛି। ଫାଷ୍ଟ୍‌ ପ୍ରୋସେସର୍‌ରୁ ଆରମ୍ଭ କରି ହାଇ-ରିଜୋଲ୍ୟୁସନ୍‌ ଫଟୋ କ୍ବାଲିଟି, ସବୁଥିରେ ସ୍ମାର୍ଟଫୋନ୍‌ର ଅପ୍‌ଡେଟ୍‌ ଦେଖିବାକୁ ମିଳୁଛି। କିନ୍ତୁ ବ୍ୟାଟେରି ଲାଇଫ୍‌ରେ ସେଭଳି କିଛି ଆଖିଦୃଶୀୟା ପରିବର୍ତ୍ତନ ଆସିନାହିଁ। ଫାଷ୍ଟ୍‌ ଚାର୍ଜିଙ୍ଗ୍‌ ସୁବିଧା ଥିଲେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାଟେରି ଚାର୍ଜ ରହିପାରୁନାହିଁ। ତେବେ ଏମିତି କିଛି ଟିପ୍ସ ଅଛି, ଯାହାଦ୍ବାରା ଫୋନ୍‌ ବ୍ୟାଟେରିର ବ୍ରେକ୍‌ଅପ୍‌ ସମୟରେ ବୃଦ୍ଧି ହୋଇପାରିବ। ଆସନ୍ତୁ ଜାଣିବା ଏ ସମ୍ପର୍କରେ।
-ବ୍ୟାଟେରି ଲାଇଫ୍ ବଢ଼ାଇବା ପାଇଁ ଫୋନ୍‌ରେ ଥିବା ଅନାବଶ୍ୟକ ଆପ୍‌ଗୁଡ଼ିକୁ ଅନ୍‌ଇନଷ୍ଟାଲ୍‌ କରିଦିଅନ୍ତୁ। ଏହା ସହିତ ଅଧିକ ଗ୍ରାଫିକ୍ସଯୁକ୍ତ ବ୍ୟାକ୍‌ଗ୍ରାଉଣ୍ଡ୍‌ ରଖନ୍ତୁ ନାହିଁ।
-ଦରକାର ନଥିଲେ, ସବୁବେଳେ ୱାଇଫାଇ ଓ ବ୍ଲୁଟୁଥ୍‌ ଅନ୍‌ କରି ରଖନ୍ତୁ ନାହିଁ।
-ସାଧାରଣତଃ ସ୍ମାର୍ଟଫୋନ୍‌ ୟୁଜର୍ସମାନେ ସ୍କ୍ରିନ୍‌ ଟାଇମ୍‌ ଆଉଟ୍‌କୁ ୨ରୁ ୩ ମିନିଟ୍‌ ସେଟ୍‌ କରି ରଖିଥାନ୍ତି। ଏଭଳି କରିବା ଦ୍ବାରା ବ୍ୟାଟେରିର ଲାଇଫ୍‌ ବଢ଼ି ନଥାଏ। ଏଥିରେ ପରିବର୍ତ୍ତନ ଆଣି ୩୦ ସେକେଣ୍ଡ୍‌ ରଖନ୍ତୁ।
-ପ୍ରତ୍ୟେକ ଆପ୍‌ର ନୋଟିଫିକେସନ୍‌ ବଦଳରେ କେବଳ ଅଧିକ ଜରୁରି ଆପ୍‌ର ନୋଟିଫିକେସନ୍‌କୁ ଚାଲୁ ରଖନ୍ତୁ। ଏହାଦ୍ବାରା ବ୍ୟାଟେରି ସଞ୍ଚୟ ହୋଇଥାଏ।
ଯୁବପିଢ଼ିଙ୍କ ପାଇଁ ମୋବାଇଲ୍‍ ନିଶା ହେଉଛି କାଳ: ୬ ମାସରେ ଗଲାଣି ୭୦ ଜୀବନ
ଭୁବନେଶ୍ୱର: ମୋବାଇଲ୍‍ ଫୋନ୍‍ ଆଜିର ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କଲାଣି। ଏହାର ଉଦାହରଣ ହେଉଛି ଗତ ୬ ମାସର ପୁଲିସ ରେକର୍ଡ। କମିସନରେଟ୍‍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୬ ମାସ ମଧ୍ୟରେ ମୋବାଇଲ ପାଇଁ କେବଳ ୭୦ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା କେବଳ ପିଲାଙ୍କ ଅଭିଭାବକ କି ପୁଲିସ ନୁହେଁ, ମନସ୍ତତ୍ତ୍ୱବିତ୍‍ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଦୁଇ ଦିନ ତଳେ ନୂଆପଲ୍ଲୀ ଥାନା ନେହୁର ବସ୍ତିରେ ମୋବାଇଲ ବ୍ୟବହାରକୁ କେନ୍ଦ୍ରକରି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ସେହିଭଳି ୩ମାସ ତଳେ ସହିଦନଗର ଥାନା ଅଞ୍ଚଳରେ ଜଣେ ଛାତ୍ର ମୋବାଇଲ୍‍ରେ ଗେମ୍‍ ଖେଳୁଥିଲେ। ସେ ଏହି ଗେମ୍‍ ମାଧ୍ୟମରେ ଏକାଧିକ ଟଙ୍କା ଲଗାଇଥିଲେ। କିନ୍ତୁ ଗେମ୍‍ ହାରିଯିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। କେବଳ ସେତିକି ନୁହେଁ ନୂଆପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପୁଅ ମଧ୍ୟ ଏହି ମୋବାଇଲ୍‍ ପାଇଁ ଜୀବନ ହାରିଥିଲେ। ପରିବାର ଲୋକେ ମୋବାଇଲ୍‍ ଦେଲେନି ବୋଲି ସେ ରାଗରେ ଆତ୍ମହତ୍ୟା କରି ଦେଇଥିଲେ। ତେଣୁ ଗତ କିଛିମାସ ହେବ ରାଜଧାନୀରେ ମୋବାଇଲ୍‍ ପାଇଁ ଆତ୍ମହତ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ମିଳିଥିବା ତଥ୍ୟ ଅନୁସାରେ ଗତ ୬ମାସରେ ରାଜଧାନୀରେ ୧୫୧ ଜଣ ଆତ୍ମହତ୍ୟା କରିଛନ୍ତିି। ଏଥିରେ ରଶି ଲଗାଇ ଅଧିକ ଜଣ ଆତ୍ମହତ୍ୟା କରିଛନ୍ତି। ରଶି ଗଲାଇ ୫୮ଜଣ ଆତ୍ମହତ୍ୟା କରିଥିବା ବେଳେ ବିଷ ପିଇ ୫୪ ଏବଂ ନିଆଁରେ ପୋଡ଼ି ହୋଇ ୩୯ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସହରରେ ଯେତିକି ଏବେ ଆତ୍ମହତ୍ୟା ଘଟଣା ସାମ୍‍ନାକୁ ଆସୁଛି ୭୦ପ୍ରତିଶତ ଯୁବାଗୋଷ୍ଠୀ। ୧୮ରୁ ୧୫ ବର୍ଷର ଯୁବବର୍ଗଙ୍କ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ପ୍ରେମ, ପାଠପଢ଼଼ାରେ ଚାପ, ପରିବାରଲୋକେ ଗାଳିଗୁଲଜ କରିବାରୁ ଅଧିକ ଯୁବଗୋଷ୍ଠୀ ଆତ୍ମହତ୍ୟା କରିଛନ୍ତି। ଆଉ ଏକ ବର୍ଗ ହେଲେ ୨୫ରୁ ୩୮ ବୟସର। ପାରିବାରିକ କହଳ, କର୍ମକ୍ଷେତ୍ରରେ ଚାପ ଆଦିକୁ ନେଇ ମାନସିକ ଚାପରେ ଗତି କରନ୍ତି। ପରବର୍ତ୍ତୀ ସମୟରେ ସେମାନେ ଆତ୍ମହତ୍ୟା ଭଳି ବାଟ ବାଛିଛନ୍ତି। ଗତ ୬ ମାସରେ ୭୦ ଜଣ ମୋବାଇଲ୍‍ ପାଇଁ ଆତ୍ମହତ୍ୟା କରିଛନ୍ତି।
ସେପଟେ ଗତବର୍ଷ ରାଜଧାନୀରେ ମୋଟ ୩୧୦ଜଣ ଆତ୍ମହତ୍ୟା କରିଥିବା ବେଳେ ସେଥିମଧ୍ୟରୁ ଯୁବପିଢ଼ି ଅଧିକ ଜୀବନ ହାରିଛନ୍ତି। ସେଥିରୁ ୯୦ ଜଣ ମୋବାଇଲ୍‍ ପାଇଁ ଜୀବନ ହାରିଥିଲେ। ତେବେ ପ୍ରଥମ ୬ମାସରେ ରାଜଧାନୀରେ ୧୪୨ଜଣ ଆତ୍ମହତ୍ୟା କରିଥିଲେ। କିନ୍ତୁ ଚଳିତବର୍ଷ ପ୍ରଥମ ୬ମାସରେ ଏହା ୧୫୧କୁ ପହଞ୍ଚିଯାଇଛି। ପରିସଂଖାନ ଦେଖିଲେ ଏଥିର ଆତ୍ମହତ୍ୟା ଟ୍ରେଣ୍ଡ୍‍ ବୃଦ୍ଧି ହୋଇଛି। ୨୦୨୦ରେ ପ୍ରଥମ ୬ମାସରେ ନିଆଁରେ ପୋଡ଼ି ହୋଇ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଷ ପିଇ ୫୪ଜଣ ଆତ୍ମହତ୍ୟା କରିଥିଲେ। ସେଭଳି ରଶିଲଗାଇ ୬୫ଜଣ ଆତ୍ମହତ୍ୟା କରିଥିଲେ। ତେଣୁ ଦେଖିବାକୁ ଗଲେ ମୋବାଇଲ୍‍ ପାଇଁ ଏବେ ଯୁବପିଢ଼ିଙ୍କ ଜୀବନ ଯାଉଛି।
ସେପଟେ ମନସ୍ତତ୍ତ୍ୱବିତ୍‍ଙ୍କ କହିବା କଥା ଯୁବପିଢ଼ିମାନେ ମୋବାଇଲରେ ଅଧିକ ସମୟ ବିତାଇବା ଦ୍ୱାରା ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡୁଛି। ସେମାନେ ସାଙ୍ଗ ସାଥିଙ୍କ ସହ କଥା ନ ହେବା ଦ୍ୱାରା ନିଜର ମନର କଥା କହି ପାରୁନାହାନ୍ତି। ପରବର୍ତ୍ତୀ ସମୟରେ ମାନସିକ ଭାରସାମ୍ୟ ହରାଇ ବସି ଆତ୍ମହତ୍ୟା କରୁଛି।