Hiroshima Day - The Sakala
ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ହିରୋସୀମା ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ୧୯୪୫ ମସିହାର ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମାର ଭୟାବହ ରୂପକୁ ମନେ ପକାଇଦିଏ। ଶାନ୍ତିର ରାଜନୀତିକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ବ ଆଜିର ଦିନରେ ହିରୋସୀମା ଦିବସ ପାଳନ କରେ। ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଶକ୍ତିଶାଳୀ ଆମେରିକା ବିପକ୍ଷରେ ଥିଲା। ଏହି ସମୟରେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଫୋର୍ସ ହଠାତ୍‌ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଆମେରିକା ପର୍ଲ ହାର୍ବର୍‌ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ପଣ କରିଥିଲା। ଏଥିପାଇଁ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସୀମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ୍‌ ବୟ’ ପକାଇଥିଲା। ଏହାସତ୍ତ୍ବେ ଜାପାନ ମିତ୍ରଶକ୍ତି ପାଖରେ ଆତ୍ମସମର୍ପଣ ନ କରିବାରୁ ୩ ଦିନ ପରେ ଜାପାନର ଅଗ୍ରଣୀ ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ୱିତୀୟ ପରମାଣୁ ବୋମା ‘ଫ୍ୟାଟ୍‌ ମ୍ୟାନ୍‌’ ପକାଇଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଲକ୍ଷ ଲକ୍ଷ ଲୋକ ଦିବ୍ୟାଙ୍ଗ ହୋଇଯାଇଥିଲେ। ମୃତ୍ୟୁର ଉପତ୍ୟକାରେ ପରିଣତ ହୋଇଥିଲା ଜାପାନର ଏହି ଦୁଇ ସହର। ମୃତକଙ୍କ ମଧ୍ୟରେ ଥିଲେ ଅଧିକାଂଶ ସାଧାରଣ ନାଗରିକ। ସେହି ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ଜାପାନ ଉପରେ କରିଥିବା ଏହି ବିସ୍ଫୋରଣ ପାଇଁ ଆମେରିକା ଅନେକଥର ପଶ୍ଚାତାପ କରିଛି ଏବଂ ସାରା ବିଶ୍ୱର ସମାଲୋଚନାର ପାତ୍ର ମଧ୍ୟ ହୋଇଛି। ଏହି ବୋମା ପରେ ହିଁ ଏସିଆରେ ଦ୍ୱିତୀୟ ଯୁଦ୍ଧର ସମାପ୍ତି ଔପଚାରିକତା ହୋଇ ରହିଯାଇଥିଲା । ଜାପାନ୍ ସେନା ପଛଘୁଞ୍ଚା ଦେଇଥିଲେ । ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଦିନ ସକାଳ ୮ଟା ୧୫ ମିନିଟ୍‌ରେ ଆମେରିକା ସେନା ଲିଟିଲ୍ ବୟ ନାମକ ଏକ ପରମାଣୁ ବୋମା ପକାଇଥିଲା । ଏହି ସମୟରେ ଅନେକ ଲୋକ ନିଜ ନିଜ କର୍ମସ୍ଥଳକୁ ଯାଉଥିଲେ। କୁନି କୁନି ପିଲାମାନେ ସ୍କୁଲ ଯାଉଥିଲେ ।
ଏକ ରିପୋର୍ଟ ଅନୁଯାୟୀ, ଏହି ପରମାଣୁ ବମ୍ ସହରର ମଝି ସ୍ଥାନରେ ପଡ଼ିଥିଲା । ଏହା ଏତେ ଭୟଙ୍କର ଥିଲା ଯିଏ ମାତ୍ର କିଛି ସେକେଣ୍ଡ ଭିତରେ ପ୍ରାୟ ୮୦ ହଜାର ଲୋକ ପ୍ରାଣ ହରାଥିଲେ। ସେହିପରି ଲକ୍ଷାଧିକ ଲୋକ ଆହତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଆହତଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଥିଲା। ଏହା ତ କେବଳ ଜୀବନ କଥା, କେତେ ଯେ ସମ୍ପତ୍ତ ନଷ୍ଟ ହୋଇଛି, ତା’ର କଳ୍ପନା କରାଯାଇ ନ ପାରେ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପରମାଣୁ ଆକ୍ରମଣରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରାଇବା ପାଇଁ ସହରରେ ଡାକ୍ତର ମଧ୍ୟ ନ ଥିଲେ । କାରଣ ପରମାଣୁ ଆକ୍ରମଣରେ ସେଠାରେ ୯୦ ପ୍ରତିଶତ ଡାକ୍ତର ପ୍ରାଣ ତ୍ୟାଗ କରିଥିଲେ । ତେବେ ଏହି ଆକ୍ରମଣକୁ ସେତେବେଳେ ଭାରତ ସମେତ ଅନେକ ଦେଶ ନିନ୍ଦା କରିବା ସହ ଜାପାନକୁ ସହାୟତାର ହାତ ବଢାଇଥିଲେ ।  ‘ହିରୋସୀମା ଦିବସ’ ପରମାଣୁ ଯୁଦ୍ଧର ବିନାଶକାରୀ ପ୍ରଭାବକୁ ସ୍ମରଣ କରାଇବା ସହ ବିଶ୍ୱ ଶାନ୍ତି ଏବଂ ନିରସ୍ତ୍ରୀକରଣ ପାଇଁ ବିଶ୍ବର ସବୁ ରାଷ୍ଟ୍ରକୁ ଚେତାବନୀ ଦିଏ।
ହିରୋସିମା ଦିବସ: ମନରୁ ଲିଭିନି ମହାବିନାଶର ସେହି ଭୟଙ୍କର ଚିତ୍ର
ଆଜି ହିରୋସିମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଏକ କଳଙ୍କିତ ଅଧ୍ୟାୟ। ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ଅନେକ ଲୋକ ପଙ୍ଗୁ ହୋଇଗଲେ। ସେହି ଦୁଃଖଦ ମୁହୂର୍ଭକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହିରୋସିମା ଦିବସ ପାଳିତ କରାଯାଏ । ପୁଣିଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା । ଫଳରେ ଦ୍ୱିତୀୟ ବିଶ୍ବ ଯୁଦ୍ଧର ଅନ୍ତ ଘଟିଥିଲା । ଏହି ଦିବସ ଅବସରରେ ହିରୋସିମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ମହମବତି ଜଳାଇ ସାମୂହିକ ପ୍ରାର୍ଥନାସଭା କରିଥାନ୍ତି ଜାପାନବାସୀ। ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖୁବା ପାଇଁ ଏଥିରେ ଆହ୍ବାନ ଦିଆଯାଇଥାଏ ।
ଇତିହାସର ସେହି କଳଙ୍କିତ ଅଧ୍ୟାୟ
୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫ ମିନିଟ୍ । ସବୁଦିନ ପରି ଜାପାନବାସୀ ସେମାନଙ୍କ କାମରେ ବ୍ୟସ୍ତ ଥିଲେ। ହଠାତ୍ ହିରୋସିମା ସହର ଉପରେ ଏକ ପରମାଣୁ ବୋମା ପଡିଲା । ତାହାର ନାମ ଥିଲା ଲିଟିଲ ବମ । ସହର ଉପରେ ନିଆଁର ଝଡ଼ ମାଡି ଆସିଲା । ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ଜାପାନ। ହିରୋସିମା ସହରର ୧୩ ବର୍ଗ କିଲୋମିଟର ଅଞ୍ଚଳ ଥରି ଉଠିବା ସହିତ ଆଖି ପିଛୁଳାକେ ଘରଦ୍ବାର ମାଟିରେ ମିଶିଯାଇଥିଲା। କେବଳ ସେତିକି ନୁହେଁ, ହଜାର ହଜାର ଲୋକ ନିମିଷକ ମଧ୍ୟରେ ହୋଇ ଯାଇଥିଲେ ପାଉଁଶ । ଏହା ଥିଲା ଆମେରିକାର ପରମାଣୁ ବୋମା ନିକ୍ଷେପର ଫଳ। ତାହା ଥିଲା ଜାପାନ ପାଇଁ କଳା ଦିବସ ।
ସେତିକିରେ ପରମାଣୁ ବୋମାର ଧ୍ବଂସଲୀଳା ଶେଷ ହେଲା ନାହିଁ । ସତେଯେମିତି ଆମେରିକା ରକ୍ତ ପିପାସୁ ହୋଇପଡିଥିଲା। ଅଗଷ୍ଟ ୯ ତାରିଖ ଦିନ ଜାପାନର ନାଗାସାକି ସହର ଉପରେ ଦ୍ଵିତୀୟ ପରମାଣୁ ବୋମା ପଡିଲା, ଯାହାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ଏଥିରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହ ଅନେକ ପଙ୍ଗୁ ହୋଇଗଲେ। ପରମାଣୁ ଶକ୍ତିର ଭୟଙ୍କର ରୂପ ପୃଥୀବାସୀଙ୍କୁ ହତଚକିତ କରିଥିଲା । ଆମେରିକାର ଏଭଳି ଆକ୍ରମଣ ସଭ୍ୟ ସମାଜର ବର୍ବରତାର ସବୁ ସୀମା ଡେଇଁ ଯାଇଥିଲା। କୁନି କୁନି ପିଲା ଓ ମହିଳାମାନଙ୍କର ଖଣ୍ଡ ବିଖଣ୍ଡିତ ଶରୀର ସମଗ୍ର ମନବଜାତିକୁ କଳଙ୍କିତ କରିଥିଲା। ଏହି ପରମାଣୁର ପ୍ରଭାବ ଆଜି ଯାଏ ଏହି ସହର ଉପରେ ଦେଖିବାକୁ ମିଳେ । ଏଠାରେ ଏବେ ବି ଘାସ କଅଁଳୁ ନାହିଁ । ଏଠାରେ ଜନ୍ମ ନେଉଥିବା ଶିଶୁଙ୍କ ଠାରେ ପରମାଣୁର ପ୍ରଭାବ ଦେଖିବାକୁ ମିଳେ l ଦିବ୍ୟାଙ୍ଗ ହୋଇ ଅନେକ ଜନ୍ମ ନେଇଥାନ୍ତି।
ଆଜି ପରମାଣୁ ଶକ୍ତିର ଅପପ୍ରୟୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ୬ ତାରିଖକୁ ‘ହିରୋସିମା ଦିବସ’ ଓ ଅଗଷ୍ଟ ୯ ତାରିଖକୁ ‘ନାଗାସାକି ଦିବସ’ ଭାବରେ ପାଳନ କରାଯାଉଛି । ପରମାଣୁ ବୋମାର ଭୟାବହତାକୁ ଅତିପାଖରୁ ଦେଖିଥିବା ଜାପାନବାସୀ କିନ୍ତୁ ଏଥିରେ ଭାଙ୍ଗି ପଡିନଥିଲେ। ମହାବିନାଶର ଅଳ୍ପ କେହି ବର୍ଷ ମଧ୍ୟରେ ଜାପାନ ବିଶ୍ବର ଏକ ସମର୍ଶ ତଥା ଶକ୍ତିଶାଳୀ ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରିଛି ।