Milk Farmer - The Sakala

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦେଶରେ ୫୦ କୋଟି ଲିଟର କ୍ଷୀର ଅପମିଶ୍ରିତ, ପ୍ରକୃତ ଦୁଗ୍ଧ ଚାଷୀଙ୍କୁ ମିଳୁନି କ୍ଷୀରର ଉଚିତ୍‌ ମୂଲ୍ୟ..
ନୂଆଦିଲ୍ଲୀ: ଭାରତରେ ନକଲି ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟ ଖୁବ୍‌ ଜୋର ସୋରରେ ଚାଲିଛି। ଦେଶରେ ବ୍ରିକି ହେଉଥ଄ବା ପାଖାପାଖÒ ୮୦% କ୍ଷୀର ଅପମିଶ୍ରିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପବୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ଭାରତରେ ଦୈନିକ ୬୪ କୋଟି ଲିଟର ଦୁଗ୍ଧ ବିକ୍ରି ହେଉଛି। ତେବେ ଏଥିରୁ ୫୦ କୋଟି ଲିଟର କ୍ଷୀର ଅପମିଶ୍ରିତ ଓ ନକଲି ବୋଲି ରିପୋର୍ଟରେ କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓର ଏହି ରିପୋର୍ଟ ଏକ ବଡ଼ ସତର୍କବାଣୀ।

ନକଲି ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟୀ ଭାରତରେ ମାନବ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ରିପୋର୍ଟ ଭାରତରେ ନକଲୀ ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟ ଉପରୁ ପର୍ଦ୍ଦା ହଟାଇଛି। ଏପରି ଦୁଗ୍ଧ ସେବନ ମାନବ ସ୍ୱାସ୍ଥ୍ୟ ଲୋଗି କ୍ଷତି କାରକ ଓ ଏହାର ଉପଯୋଗ କ୍ୟାନସର ଭଳି ରୋଗର କାରଣ ହୋଇପାରେ ବୋଲି ସଙ୍ଗଠନ ସତର୍କ କରାଇଛି। ସୂଚନା ଅନୁସାରେ ପଞ୍ଜାବରେ ୨୫ଲକ୍ଷ ଗାଈ ଓ ୪୦ ଲକ୍ଷ ମଇଁଷି ଅଛନ୍ତି। ହେଲେ ଦୁଗ୍ଧ ଦେଉଥିବା ପଶୁଙ୍କ ସଂଖ୍ୟା ରାଜ୍ୟରେ ବହୁତ କମ୍। ପଞ୍ଜାବରେ ଦୈନିକ ୧୬ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି। ରାଜ୍ୟରେ ଉତ୍ପାଦିତ ଦୁଗ୍ଧର ୬୦% ଲୋକେ ନିଜ ଘରୋଇ ଉପଯୋଗ କରୁଛନ୍ତି। ବଳକା ୪୦% ଦୁଗ୍ଧକୁ ଦହୀ, ଲହୁଣୀ, ପନିର, ପ୍ୟାକେଜଡ୍ ଦୁଗ୍ଦ ଓ ଗୁଣ୍ଡ ଦୁଗ୍ଧ ପାଇଁ ଉପଯୋଗ କରାଯାଉଛି।

ଭାରତୀୟ ଖାଦ୍ୟ ସୁରକ୍ଷା ଓ କ୍ୱାଲିଟି ଯାଞ୍ଚ ପ୍ରାଧିକରଣ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରେ ରାଜ୍ୟର ୩୭% ଦୁଗ୍ଧ ନମୁନା ଶୁଦ୍ଧତା ଯାଞ୍ଚରେ ଫେଲ ହୋଇଛି। ଅଧିକ ଲାଭ ଆଶାରେ ଦେଶର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁଗ୍ଧ ବିକ୍ରେତା ଆରାରୁଟ, ରଙ୍ଗ, ୱାସିଂପାଉଡର ଓ ଗ୍ଲୁକୋଜ ତଥା ମିଲ୍କ ପାଉଡରରୁ ଦୁଗ୍ଧ ପ୍ରସ୍ତୁତ କରି ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛନ୍ତି। ଦେଶରେ ନକଲି ଦୁଗ୍ଧ ବିକ୍ରି ଯୋଗୁ ଅସଲି ଦୁଗ୍ଧ ଚାଷୀଙ୍କୁ ସେମାନଙ୍କ କ୍ଷୀରର ଉଚିତ୍‌ ମୂଲ୍ୟ ମିଳୁନାହିଁ। ଏଣୁ ଗ୍ରାମାଞ୍ଚଳରେ ଲୋକେ ଏବେ ଲାଭ ହେଉ ନ ଥିବାରୁ ଗାଈଗୋରୁ ବିକ୍ରି କରିଦେଉଛନ୍ତି।

ଅନ୍ୟପକ୍ଷେ ଦେଶରେ ନକଲି ଦୁଗ୍ଧ ବ୍ୟବସାୟ ବଢିବା ଯୋଗୁ ଲୋକେ ଏପରି ଦୁଗ୍ଧ ଉପଯୋଗ କରି ନାନା ରୋଗରେ ପୀଡିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚିତ କରିଛନ୍ତି। ଏବେ ଦେଶରେ ନକଲି କ୍ଷୀରର ପ୍ରସାର ଯୋଗୁ ଲୋକେ ଯେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ସେଥିରେ କ୍ୟାନସର, ଡାଏବେଟିଜ୍, ହାଇବ୍ଲଡ ପ୍ରେସର, ଡିପ୍ରେସନ, ଥାଇରଏଡ ଓ ପେଟ ବେମାରି ହେଉଛି। ଏଣୁ ଏପରି କ୍ଷୀରର ପ୍ରସାର ରୋକିବା ଲାଗି ସଂଗଠନ ଭାରତ ସରକାରଙ୍କୁ ସତର୍କ କରାଇଛି।

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଦୁଗ୍ଧ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଓମଫେଡ୍ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକରେ ଭାରତର ସଫଳତା ପାଇଁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତୀୟ ହକି ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ ।

ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଗରିବ ଲୋକଙ୍କ ଉପରେ କୋଭିଡ୍ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମାଆ ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ସେମାନଙ୍କ ରୋଜଗାର ବଢ଼ାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ । ମାଆମାନଙ୍କ ରୋଜଗାର ବଢ଼ାଇବା ସହିତ ସାଧାରଣ ଲୋକଙ୍କ ବିଶେଷ କରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍ଧର ବହୁତ ବଡ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି । ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । 5T ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଛନ୍ତି, ଏହାର ପ୍ରୟୋଗ ଦ୍ୱାରା ରାଜ୍ୟ ପ୍ରାଣୀ ସମ୍ପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ୱିତ ହୋଇପାରିଛି ।

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ବରଗଡ଼, ନବରଙ୍ଗପୁର ଓ କଟକର ୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସ୍ୱତନ୍ତ୍ର ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ବରଗଡ଼ରୁ ସତ୍ୟବତୀ ସାହୁ, ନବରଙ୍ଗପୁରରୁ ଖୋକନ ବିଶ୍ୱାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ୱାଇଁ ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ, ରାଜ୍ୟ ସରକାର ସେମାନଙ୍କ ଦୁଗ୍ଧ ଚାଷ ପାଇଁ ଅନେକ ପ୍ରକାଶ ସହାୟତା ଦେଉଛନ୍ତି । ଗୋଖାଦ୍ୟ, ଔଷଧ, କ୍ୟାଲସିଅମ, ମିନେରେଲ ମିକ୍ସଚର ଆଦି ଅନେକ ସହାୟତା ମିଳୁଛି । ଦୁଗ୍ଧ ଚାଷ ଦ୍ୱାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହିତ ସେମାନେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ପାରିଛନ୍ତି ଏବଂ ଘର ଖଣ୍ଡେ ଖଣ୍ଡେ କରିପାରିଛନ୍ତି ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ କେ. ରଘୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।