Bell Bottom - The Sakala

କରୋନା ମହାମାରୀ ସମୟରେ ହଲ୍‌ଗୁଡ଼ିକରେ ‘ବେଲ୍‌ ବଟମ୍’ ରିଲିଜ୍‌ ହୋଇଥିବାରୁ ଅକ୍ଷୟଙ୍କୁ ପ୍ରଶଂସା କଲେ ଅଜୟ
ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ‘ବେଲ୍‌ ବଟମ୍’ ଆଜି ସିନେମା ହଲ୍‌ଗୁଡ଼ିକରେ ରିଲିଜ୍‌ ହୋଇଛି। ପୂରା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହା ଏକ ବଡ଼ ଦିନ। କରୋନା ଯୋଗୁଁ ବହୁ ଦିନ ପରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ‘ବେଲ୍ ବଟମ୍’ ମାଧ୍ୟମରେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଅକ୍ଷୟ ଓ ଫିଲ୍ମର ନିର୍ମାତାଙ୍କୁ ସବୁବର୍ଗର ଲୋକେ ପ୍ରଶଂସା କରିଛନ୍ତି। ଅକ୍ଷୟଙ୍କ ଏହି କାମ ପାଇଁ ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କର ପ୍ରଶଂସା କରିଛନ୍ତି। ଏସମ୍ପର୍କରେ ଅଜୟ ଟ୍ବିଟ୍ କରି ଲେଖିଥିଲେ ଯେ, ଅକ୍କି ‘ବେଲ୍‌ବଟମ୍‌’ ଫିଲ୍ମଟି ଭଲ ହୋଇଛି ବୋଲି ମୁଁ ଶୁଣୁଛି। ଏହାକୁ ସିନେମା ହଲ୍‌ରେ ରିଲିଜ୍‌ ପାଇଁ ତମେ ଯେଉଁ ସାହସ ଦେଖାଇଛ ସତରେ ତାହା ପ୍ରଶଂସାଯୋଗ୍ୟ।

Dear Akki, I’ve been hearing good reviews of Bell Bottom. Congratulations 🎉 Also, your leap of faith in making it a theatrical release is praiseworthy. With you in this👍🏼@akshaykumar#BellBottom

— Ajay Devgn (@ajaydevgn) August 19, 2021

ଏହାର ଜବାବରେ ଅକ୍ଷୟ ଲେଖିଛନ୍ତି ଯେ- ବହୁତ ବହୁତ ଧନ୍ୟବାଦ ଭାଈ। ଆଶାକରୁଛି ଜଲ୍‌ଦି ମହାରାଷ୍ଟ୍ରରେ ସିନେମା ହଲ୍‌ଗୁଡ଼ିକ ଖୋଲିଯାଉ, ଆଉ ଆପଣ ସିନେମାଟିକୁ ହଲ୍‌ରେ ଦେଖନ୍ତୁ। ଫିଲ୍ମ ବିଷୟରେ ତୁମର ରାୟ ଶୁଣିବାକୁ ଚାହୁଁଛି। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ୍‌ ମଧ୍ୟ ଏଥିପାଇଁ ଅକ୍ଷୟଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ପୂରାଟିମ୍‌କୁ କଙ୍ଗନା ପ୍ରଶଂସା କରିଛନ୍ତି।

ଫିଲ୍ମ ‘ବେଲ୍‌ବଟମ୍‌’ରେ ଚର୍ଚ୍ଚାରେ ଲାରା ଦତ୍ତଙ୍କ ଇନ୍ଦିରା ଲୁକ୍‌
ନିକଟରେ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ୍‌ବଟମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟଙ୍କ ସହିତ ଲାରା ଦତ୍ତ, ବାଣୀ କପୁର, ହ୍ୟୁମା କ୍ୟୁରେଶୀଙ୍କ ପରି ପ୍ରତିଭାବନ୍‌ କଳାକାର ନଜର ଆସିବେ। ଟ୍ରେଲର୍‌ରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ, ସଙ୍ଗୀତ ଓ ସଂଳାପ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଦର୍ଶକଙ୍କୁ ସବୁଠୁ ଚକିତ କରିଛି ଲାରାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌। ଲାରାଙ୍କ ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି। ଲାରାଙ୍କୁ ଏହି ଲୁକ୍‌ରେ ସହଜରେ ଚିହ୍ନିପାରିନାହାଁନ୍ତି ଦର୍ଶକ। ଲାରାଙ୍କୁ ପରଦା ଉପରେ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ ଦେବା ପାଇଁ ପ୍ରୋସ୍ଥେଟିକ୍ସର ବ୍ୟବହାର କରାଯାଇଛି। ଲାରାଙ୍କ ଲୁକ୍‌କୁ ନେଇ ଟ୍ବିଟର୍‌ରେ ଟ୍ରେଣ୍ଡ ହେବା ପରେ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଜାତୀୟ ପୁରସ୍କାର ଦେବା କଥା ବୋଲି ଲୋକେ ମନ୍ତବ୍ୟ ଦେଇଛନ୍ତି। ‘ବେଲ୍‌ ବଟମ୍‌’ ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ଏକ ବିମାନ ଅପହରଣ କାହାଣୀ ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ ଅଣ୍ଡରକଭର ‘ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ।

‘ବେଲ୍ ବଟମ୍’ ୧୯ ଅଗଷ୍ଟରେ ରିଲିଜ୍‌ ହେବ। ଏହା ଥ୍ରୀ-ଡି ଫର୍ମାଟ୍‌ରେ ରିଲିଜ୍‌ ହେବ। ଏହାର ପୋଷ୍ଟର ପୂର୍ବରୁ ରିଲିଜ୍‌ ହୋଇସାରିଛି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍‌କୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି।