Indian Hockey Team - The Sakala

ହକି ଖେଳର ଉନ୍ନତି ଓ ଭାରତୀୟ ହକି ଦଳକୁ ଓଡ଼ିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର
ଭୁବନେଶ୍ବର: ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ଉଚ୍ଚପ୍ରଶଂସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ ଏଓ(Barry O’Farrel AO)। ଏହାସହିତ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛନ୍ତି ବ୍ୟାରୀ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି।

ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏତଦ୍‌ବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ ହକି ବିଶ୍ୱକପ ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏତଦ୍‌ବ୍ୟତୀତ ଖଣି ଅନୁସଂଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଭୁବନେଶ୍ବରରେ ପହଞ୍ଚିଲେ ପୁରୁଷ ଓ ମହିଳା ହକି ଟିମ୍‌, ସନ୍ଧ୍ୟାରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ହକି ହିରୋ ବ୍ରିଲିଆଣ୍ଟ ବ୍ଲୁ। ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍। ବ୍ରିଲିଆଣ୍ଟ ଇନ ବ୍ଳୁ ପହଞ୍ଚିବା ପରେ ଦିଆଯାଉଛି ଭବ୍ୟ ସମ୍ବର୍ଦ୍ଧନା। ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରାରେ ହୋଟେଲକୁ ନିଆଯାଉଛି। ମାଦଳ ଠାରୁ ଆରମ୍ଭ କରି ଘୋଡ଼ା ବାଘ ଭାଲୁ ନାଚରେ ତାଙ୍କୁ ସ୍ୱାଗତ କରାଯାଇଛି। ମାଦଳ ଏବଂ ଶଂଙ୍ଖ ଶବ୍ଦରେ ଉଛୁଳି ପଡ଼ିଛି ବିମାନବନ୍ଦର ପାଖ। ଉଭୟ ପୁରୁଷ ଏବଂ ମହିଳା ହକି ଦଳକୁ ଏବେ ହୋଟେଲକୁ ନିଆଯାଉଛି।

ସନ୍ଧ୍ୟାରେ ପୁରୁଷ ଓ ମହିଳା ହକି ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲେ ପହଞ୍ଚିଲା ପରେ ସେଠାରେ ମଧ୍ୟ ମହିଳା ଏବଂ ପୁରୁଷ ହକି ଦଳକୁ ଭବ୍ୟ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି। ଖେଳାଳିଙ୍କ ପାଇଁ ହୋଟେଲ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ପ୍ରଥମେ କେକ୍ କାଟିବେ।

କେକ୍‌ କାଟିବା ପରେ ହୋଟେଲରେ ବିଶ୍ରାମ ପାଇଁ ଯିବେ। ତେବେ ଉଭୟ ଟିମ୍ ପାଇଁ ହୋଟେଲରେ ୩୫ରୁ ୪୦ଟି ରୁମ୍ ବୁକିଂ କରାଯାଇଛି। ଖେଳାଳିଙ୍କ ମନପସନ୍ଦର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ହକି ଟିମର ମନପସନ୍ଦର ଖାଦ୍ୟ ମଟନ ଦମ ବିରିଆନି ଓ ଗାର୍ଲିକ ନାନ୍ ହୋଇଥିବା ବେଳେ ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ ଆଦି ରହିଛି।

ଆଜି ଓଡିଶା ଆସୁଛନ୍ତି ଅଲିମ୍ପିକ୍ସ ବୀର, ଉଭୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‍। ଆଜି ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଉଭୟ ଟିମ୍‍କୁ କଡ଼ା ସୁରକ୍ଷା ବଳୟ ଭିତରେ ହୋଟେଲକୁ ନିଆଯିବ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବନ୍ଧୁକଧାରୀ ପୁଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି। ସେହିପରି କଳିଙ୍ଗ ଷ୍ଟାଡିୟମ, ସଚିବାଳୟ ଓ ଖେଳାଳି ରହୁଥିବା ହୋଟେଲରେ ପୁଲିସ ଛାଉଣୀ କରାଯାଇଛି। ଏଥିସହ ବିମାନବନ୍ଦର ଠାରୁ ହୋଟେଲ ଓ ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ସହରକୁ ହାଇ ଆଲର୍ଟ କରାଯାଇଛି ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସେହିପରି ଉଭୟ ପୁରୁଷ ଓ ମହିଳା ଦଳ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସମ୍ବର୍ଦ୍ଧିତ କରାଯିବ। ସେଠାରୁ ହୋଟେଲକୁ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯିବ। ଏହାପରେ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବ ରହିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ। ଏହାପରେ ସଚିବାଳୟରେ ଏକ କାର୍ଯ୍ୟକ୍ରମ ରହିଛି। ଏହାପରେ ଖେଳାଳିମାନେ ରାତିରେ ହୋଟେଲରେ ରାତ୍ରିଯାପନ କରିବେ। ବୁଧବାର ସକାଳୁ ପୁଣି ଖେଳାଳିମାନେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‍ କାଂସ୍ୟ ପଦକ ଜିତିଥିବା ବେଳେ ମହିଳା ଟିମ୍‍ କୌଣସି ପଦକ ନ ଆଣିଥିଲେ ମଧ୍ୟ ଲଢ଼ୁୁଆ ପ୍ରଦର୍ଶନ କରି ମନ ଜିଣି ଚତୁର୍ଥ ସ୍ଥାନରେ ରହିଥିଲା। ଉଭୟ ଟିମ୍‍ କୁ ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକଲି ଅପରାହ୍ଣରେ ଉଭୟ ଟିମକୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ। କୋଭିଡ କଟକଣା ଅନୁସାରେ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଅଳ୍ପ କିଛି ଅତିଥି ଯୋଗଦେବେ। ଭାରତୀୟ ହକି ଟିମର ଏବେ ସ୍ପୋନସର ଦାୟିତ୍ୱରେ ଅଛନ୍ତି ଓଡ଼ିଶା ସରକାର।

ରହିବେ କେଉଁଠି, ଖାଇବେ କ’ଣ

ସେପଟେ ଉଭୟ ହକି ଟିମ୍‍ ରହିବା ଲାଗି ଜୟଦେବବିହାର ନିକଟରେ ଥିବା ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ହୋଟେଲରେ ଖେଳାଳି ପହଞ୍ଚିବା ପରେ କେକ୍‍ କାଟି ସ୍ୱାଗତ କରାଯିବ। ହୋଟଲର ଚତୁର୍ଥ ମହଲାରେ ମହିଳା ଟିମ୍‍ ରହିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ପୁରୁଷ ଟିମ୍‍ ପାଇଁ ପ୍ରସ୍ତୁତି କରାଯାଇଛି। ସେମାନଙ୍କ ୩୫ରୁ ୪୦ଟି କୋଠରୀ ବ୍ୟବସ୍ଥା କରାଯାଇଛି। ସେହିପରି ହକି ହିରୋଙ୍କ ପାଇଁ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରାଯାଇଛି। ଜଳଖିଆରେ ଫ୍ରୁଟ୍‍ ବାସ୍କେଟ, ଫ୍ରେସ ଫ୍ରୁଟ୍‍ ଜୁସ, ମିଲ୍କ ସେକ୍‍, କର୍ଣ୍ଣଫ୍ଲେକ୍ସ, ଚକୋଫ୍ଲେକ୍ସ, ମୁସଲି, ହ୍ୱାଇଟ ଆଣ୍ଡ ବ୍ରାଉନ ବ୍ରେଡ, କ୍ରୋସେଣ୍ଟ, ମଫିନ୍ସ ଭଳି ବିଭିନ୍ନ ଖାଦ୍ୟ ରହିଛି। ଏଥିସହ ମଧ୍ୟାହ୍ନ ଭୋଜନରେ ସାଦାରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍‍ ଓ ଆମିଷରେ ଲସୁନୀ କବାବ୍‍, ତନ୍ଦୁରୀ ଚିକେନ, ସେଜଓ୍‍ୱାନ ପ୍ରନ୍‍, ଫିସ୍‍ ଫିଙ୍ଗର ଆଦି ରହିଛି। ଏହାସହ ଭେଜ୍‍ ବର୍ଣ୍ଣଟ୍‍ ବଣ୍ଡ ଗାର୍ଲିକ ସୁପ୍‍, ସାଲାଡ, ଫଳ, ପାମ୍ପଡ଼, ଆଚାର, ଚଟନି ରହିଛି। ଏହାସହ ମଟନ ଦମ୍‍ ବିରିୟାନି, ବଟର ଚିକେନ, ପେପର ଗାର୍ଲିକ ଫିସ୍‍, ପ୍ରନ ମନପସନ୍ଦ, ମଟନ କୁର୍ମା ଭଳି ସୁସ୍ୱାଦୁ ଖାଦ୍ୟ ଆମିଷ ମେନ୍ୟୁରେ ରହିଛି। ସାଦାରେ ମେଥି କର୍ଣ୍ଣ ପନିର ପାଲକ, ଦେଓ୍‍ୱାନୀ ହାଣ୍ଡି, ଭେଣ୍ଡି ଓନିଅନ ଟମାଟୋ ଫ୍ରାଏ, ଡାଲ୍‍ ଫ୍ରାଏ, ଚିଲ୍ଲି ମସରୁମ, ବେବିକର୍ଣ୍ଣ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ମିଠାରେ ଛେନାପୋଡ଼, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ ରହିଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

ଭାରତୀୟ ହକି ଦଳରେ ଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍‌ର ଦମଦାର ବିଜୟ । ବ୍ରୋଞ୍ଜ ପଦକ ହାତେଇଛି ଭାରତୀୟ ହକି ଦଳ । ଟିମରେ ଥିବା ଓଡିଆ ଖେଳାଳିଙ୍କ ପାଇଁ ରାଜ୍ୟ ଗର୍ବିତ । ଭାରତର ଐତିହାସିକ ବିଜୟ ପରେ ଦୁଇ ପରିବାର ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଜରିଆରେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ପୁଅ ପାଇଁ ଓଡ଼ିଶା ସହ ସାରା ଦେଶ ଗର୍ବିତ । ଅମିତ ରୋହିଦାସଙ୍କ ପରିବାର ସହ କଥା ହେଲେ ନବୀନ । ଅମିତଙ୍କ ଭାଇ ଓ ମା’ଙ୍କ ସହ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ପରିବାର ସହ କଥା ହୋଇ ବଧେଇ ଜଣାଇଲେ ନବୀନ ।

ଅମିତଙ୍କ ପରିବାର ଖୁବ୍ ଖୁସି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ବେଳେ ଅମିତ ଖୁବ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବୀରେନ୍ଦ୍ର ଲାକ୍ରାଙ୍କ ପରିବାର ସହ ମଧ୍ୟ ଖୁସି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଲାଠିକଟା ବ୍ଲକ କାର୍ଯ୍ୟାଳୟରୁ ବିରେନ୍ଦ୍ର ଲାକ୍ରା ଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କଥାବାର୍ତ୍ତା ହୋଇଥିଲେ।