elephant attck - The Sakala
ନାକଟିଦେଉଳ/ଭୁବନେଶ୍ୱର: ପୁଣି ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି ୩ ହାତୀ। ମୃତ ହାତୀଙ୍କ ମଧ୍ୟରେ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଅନ୍ତର୍ଭୁକ୍ତ। ଏକସଙ୍ଗରେ ୩ଟି ହାତୀଙ୍କ ମୃତ୍ୟୁ ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ୍‌ର ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲରେ ଏହି ଘଟଣା ଘଟିଛି। ଏହି ୩ଟି ହାତୀକୁ ମିଶାଇ ଚଳିତ ବର୍ଷ ବିଦ୍ୟୁତ୍‌ ଆଘାତରେ ୯ଟି ହାତୀ ପ୍ରାଣ ହରାଇଛନ୍ତି। ଫଳରେ ହାତୀ ସୁରକ୍ଷା ସମ୍ପର୍କରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତି ସପ୍ତାହରେ ଓଡ଼ିଶାରେ ମରୁଛନ୍ତି ଏକାଧିକ ହାତୀ। ବୟସାଧିକ୍ୟ, ରୋଗ ବା ନିଜ ନିଜ ମଧ୍ୟରେ ସଂଘର୍ଷ ଯୋଗୁଁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍‌ ଥିବାବେଳେ ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା ଓ ଶିକାରୀ ଗୁଳିରେ ଅଧିକ ସଂଖ୍ୟକ ହାତୀ ମୃତ୍ୟୁବରଣ କରୁଛନ୍ତି। ମାତ୍ର ଏ କ୍ଷେତ୍ରରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିବା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ହାତୀ ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ସରକାର ହାତୀ ହତ୍ୟାକୁ ପ୍ରେତ୍ସାହିତ କରୁଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଯାଇଥିବା ବେଳେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଗୁଡ଼ିକ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇଟି ମାଈ ହାତୀଙ୍କ ଆନୁମାନିକ ୨୫ରୁ ୩୦ବର୍ଷ ଏବଂ ଛୋଟ ହାତୀର ବୟସ ଆନୁମାନିକ ୪ବର୍ଷ ହେବ। ୨ମାସ ପୂର୍ବରୁ ନାକଟିଦେଉଳ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଏକ ହାତୀ ମୃତ୍ୟୁ ବରଣ କରିଥିଲା। ଏହି ଘଟଣାକୁ ଉପଯୁକ୍ତ ଗୁରୁତ୍ୱ ଦିଆ ନ ଯିବା କାରଣରୁ ପୁଣି ୩ଟି ହାତୀଙ୍କ ଜୀବନ ଯାଇଛି ବୋଲି କୁହାଯାଉଛି। ଜଙ୍ଗଲ ମଧ୍ୟରେ ଥିବା ହାତୀ ଚଲାପଥ ଏବଂ ଗତିବିଧି ଅଞ୍ଚଳରେ ନଜର ରଖି ହାତୀ ଗଣନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବନ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଘଟଣାରେ ବନ ବିଭାଗ ମଧ୍ୟ ତତ୍‌ପର ହେବା ସହ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପିସିସିଏଫ କହିଛନ୍ତି ଯେ ଏଥିରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଛି। ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ପିସିସିଏଫ କହିଛନ୍ତି। ଅନୁରୂପ ଭାବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏହି ଘଟଣାରେ ଯେଉଁମାନେ ଦାୟୀ ହୋଇଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖବର ପାଇ ବନ୍ୟପ୍ରାଣୀ ବିଭାଗ ସିସିଏଫ ଗଜାନନ ଲାଡେ, ଜେଟିଏଫ୍‌ ଅରବିନ୍ଦ ମିଶ୍ର, ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା, ଟିପିଡବ୍ଲ୍ୟୁର ଡିଭିଜନାଲ ମୁଖ୍ୟ ରାଜୀବ ରଞ୍ଜନ ଓ ଭୁବନେଶ୍ୱରର ଓୟୁଏଟିି ଟିିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷେର ଏହି ଘଟଣାର ତଦନ୍ତ ପରେ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗର ତ୍ରୁଟି ଥିବା ସମ୍ୱଲପୁର ଆର୍‌ସିସିଏଫ୍‌ ଟି. ଅଶୋକ କୁମାର କହିଛନ୍ତି। ବିଦ୍ୟୁତ୍‌ ଚୋରିକୁ ଅନୁଧ୍ୟାନ କରିବା ଶକ୍ତି ବିଭାଗର କାମ ହୋଇଥିଲେ ସୁଦ୍ଧା ସେମାନେ ସଠିକ୍‌ ଭାେବ କାର୍ଯ୍ୟ କରୁ ନାହାନ୍ତି। ତେଣୁ ବିଦ୍ୟୁତ୍‌ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
କିଛିଦିନ ତଳେ ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ବିଭାଗୀୟ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉଦ୍‌ବେଗ ପ୍ରକାଶ କରିବା ସହ ଚଳିତ ବର୍ଷ ପ୍ରାଣ ହରାଇଥିବା ୫୦ ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତେ୍ୱ ବିଭାଗୀୟ ଅବହେଳା ଯୋଗୁଁ ନିୟମିତ ବ୍ୟବଧାନରେ ହାତୀଙ୍କ ମୃତ୍ୟୁ ଜାରି ରହିଛି। ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍‌ ଆହତ ଜନିତ ସମସ୍ୟା ଯୋଗୁଁ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି।୨୦୨୪-୨୫ରେ ଅଦ୍ୟାବଧି ୯ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍‌ ଆହତ ଜନିତ କାରଣରୁ ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍‌ ଆବଣ୍ଟନ କମ୍ପାନୀଙ୍କ ସହ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରିବା ସହ ଏସ୍‌ଓପି ମଧ୍ୟ ପ୍ରସ୍ତୁତ କରିଛନ୍ତି। କମ୍ପାନୀ ମାନଙ୍କୁ ହାତୀ କରିଡର ସ୍ଥାନମାନଙ୍କରେ ବିଦ୍ୟୁତ ସରବରାହ ଉପରେ ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ହେଲେ ଏସବୁ କେବଳ କାଗଜ କଲମରେ ସୀମିତ ଥିବା ପରିଲକ୍ଷିତ ହୋଇଛି।
୩ କ୍ଷେତ୍ର କର୍ମଚାରୀ ନିଲମ୍ବିତ
ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ପୁଲିସ ସହାୟତାରେ ଖୋଜା ଚାଲିଥିବା ବନ ବିଭାଗ କହିଛି।
ମୟୂରଭଞ୍ଜ ଜିଲ୍ଲାରେ ଦନ୍ତାହାତୀ ଆତଙ୍କ; ଆକ୍ରମଣରେ ୨ମୃତ, ୩ଗୁରୁତର
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା ଝାଡଖଣ୍ଡୀ ହାତୀପଲ ସମସ୍ତଙ୍କ ନିଦ ହଜାଇଥିବା ବେଳେ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପଟୁ ଏକ ଦନ୍ତାହାତୀ ହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଉପଦ୍ରବ ରଚିଛି । ଘଟଣାରେ ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ବନବିଭାଗ ଦ୍ବାରା ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣଙ୍କ ହେଲେ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ । ଆହତ ଦ୍ବୟ ହେଲେ ପୋଖରିଆ ଗ୍ରାମର ଲୁସକି ସୋରେନ ଓ ତାଡକି ଗ୍ରାମର ସର୍ବେଶ୍ବର ସିଂ ।
ସେହିପରି ଆଜି ସକାଳ ୬ଟା ସମୟରେ ଏହି ଦନ୍ତା ହାତୀ ଆକ୍ରମଣରେ ମୋରଡା ଥାନା ଅଧୀନ ଘୋଳମୁହାଁ ପଞ୍ଚାୟତ ଉଲିଡ଼ିହି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ତୁରାମ ହେମ୍ବ୍ରମଙ୍କ ସ୍ତ୍ରୀ ସାକ୍ରା । ଏହା ପରେ ହାତୀଟି ବେତନଟୀ ରେଞ୍ଜରେ ପ୍ରବେଶ କରି ଆଣୁଆ ଗ୍ରାମର ସୁଗା ମହାନ୍ତଙ୍କୁ ଗୁରୁତର ଆହାତ କରିଛି । ଆହତଙ୍କୁ ବନବିଭାଗ ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ହାତୀ ଘଉଡ଼ାଇବା ହେଲା କାଳ, ଦଳିଦେଲା ଦନ୍ତା
ଝାରସୁଗୁଡ଼ା: ହାତୀ ଘଉଡ଼ାଇବା ହେଲା କାଳ। ଦଳିଦେଲା ଦନ୍ତା। ଆଜି କିର୍ମିରା ବ୍ଲକ ଅନ୍ତର୍ଗତ ଭାଳୁପତ୍ରା ଗ୍ରାମରେ ସକାଳୁ ସକାଳୁ ଏକ ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ହଠାତ୍ ହାତୀ ପଛକୁ ଫେରି ଆସି ଆକ୍ରମଣ କରିଥିଲା। ସେହି ସମୟରେ ଭାଲୁପତ୍ରା ଗାଁର ଫକୀର କିସାନ(୩୦) ନାମକ ଜଣେ ଯୁବକ ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ। ଫକୀର ଉଠିବା ପୂର୍ବରୁ ହାତୀ ପହଞ୍ଚି ଫକୀରଙ୍କୁ ଦଳି ଦେଇଥିଲା। ପରେ ସେହି ଫକୀରଙ୍କୁ କିର୍ମିରା ହସ୍ପିଟାଲ୍ ନେଇଥିଲେ। ହେଲେ ସେଠାରେ ଡାକ୍ତର ଫକୀରଙ୍କୁ ମୃତ ଘୋଷଣା କରିଥିଲେ।
ଗାଁରେ ପଶି ଜଣକୁ ଦଳିଦେଲା ହାତୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ବାଙ୍କୀ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ । ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ସହ ବନ ବିଭାଗକୁ ଅଟକ ରଖିଥିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ ଘରେ ଖାଇସାରି ବାରିପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ମନୋରଞ୍ଜନ ମୃତ୍ୟୁ ହୋଇଥିଲା । ଗାଁରେ ହାତୀ ଆତଙ୍କ କରିବା ସହ ଘର ପାଖରେ ଆକ୍ରମଣ କରିଥିବାରୁ ଗାଁ ଉତ୍ତେଜନା ଦେଖାଦେଇଥିଲା ଏବଂ କ୍ଷତିପୂରଣ ଦାବିରେ ହାତୀ ଘଉଡ଼େଇବାକୁ ଆସିଥିବା ବନ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ ଗୟଳବାଙ୍କ ଗ୍ରାମବାସୀ ।
ସେପଟେ ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କର ଯାହା ଅନୁଦାନ ରହିଛି ତାହା ଖୁବଶୀଘ୍ର ଯୋଗାଇ ଦିଆଯିବ ଏବଂ ମୃତ୍ୟୁବରଣ କରିଥିବା ମନୋରଞ୍ଜନ ସାହୁଙ୍କ ପତ୍ନୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ ଗ୍ରାମବାସୀ ।
ଘର କାନ୍ଥ ଭାଙ୍ଗି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ
ଦେବଗଡ଼: ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ। ଟିପିରିସିଙ୍ଗା ଗ୍ରାମରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ। ଘଟଣା ସ୍ଥଳରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁରୁବାଲି କିସାନ ଓ ଖଇରି କିସାନ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତି କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ। ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ହାତୀ ଆକ୍ରମଣରେ ଦୁଇ ଚାଷୀ ମୃତ
ଖୋର୍ଦ୍ଧା/କାଳୁପଡାଘାଟ: ହାତୀ ଆକ୍ରମଣରେ ଗଲା ଦୁଇ ଚାଷୀଙ୍କ ଜୀବନ। ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ ଦୁଇ ଚାଷୀ ଯାଇଥିଲେ ଜମିକୁ । ଦୁଇ ମୃତ ଚାଷୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦ ବର୍ଷ)ଓ ଅନ୍ୟ ଜଣେ ହେଲେ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ(୬୫ ବର୍ଷ) ।
ଖବର ଅନୁଯାୟୀ, ଗତ କାଲି ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ ଟି ଜଙ୍ଗଲୀ ହାତୀ ଆତଙ୍କ ଭିଆଇ ଥିଲେ । ସ୍ଥାନୀୟ ଚାଷୀଙ୍କ ମନରେ ଖେଳି ଯାଇଥିଲା ଆତଙ୍କ। ଲୋକେ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବା ବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ ସାଙ୍ଗ ହୋଇ ଯାଇଥିଲେ ଚାଷ ଜମିକୁ ସୁରକ୍ଷା ଦେବାପାଇଁ ।
ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ। ଫଳରେ ଚାଷ ଜମିରେ ଦୁହିଁ ଙ୍କର ମୃତୁ ହୋଇଥିଲା। କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ଆଜି ସକାଳୁ ସେମାନଙ୍କ ମୃତ ଦେହ ଚାଷ ଜମିରେ ଲୋକେ ଠାବ କରିଛନ୍ତି। ଚାଷ ଜମିରେଏବେ ବି ପଡି ରହିଛି ଚାଷୀର ମୃତଦେହ। ଲୋକେ ବନ ବିଭାଗର ଅବହେଳାକୁ ଦାୟୀ କରି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି। ପୁଲିସ ସହ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି।
ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ
ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ସୋମବାର ସକାଳେ ପୁଣି ଥରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ସୋମବାର ଭୋର ସମୟରେ ପୁଞ୍ଜିଆମା ଗ୍ରାମର ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ ଘର ପଛ ପାର୍ଶ୍ବ ଜମିକୁ ଶୌଚ ହେବା ପାଇଁ ଯାଇ ଥିବା ବେଳେ ହଠାତ୍ ଏକ ଦାନ୍ତ ହାତୀ ସେଠାକୁ ଆସି ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା। ଫଳରେ ରଞ୍ଜନା ଗୁରୁତର ଆହତ ହୋଇ ପଡି ଥିଲେ। ଗ୍ରାମବାସୀ ବହୁ ଚେଷ୍ଟା କରି ହାତୀକୁ ସେଠାରୁ ଘଉଡାଇ ବାଲୁଗାଁ ରେଞ୍ଜ ଅଧିନ ଧୂଆଁନଲି ସେକ୍ସନ ଫରେଷ୍ଟ ବିଭାଗକୁ ଖବର ଦେଇ ଥିଲେ। ଖବର ପାଇ ସଙ୍ଗେସଙ୍ଗେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିଳାଦ୍ରୀ ପ୍ରାସାଦ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରାଇ ଥିଲେ। ହେଲେ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରି ପୋଲିସକୁ ଏସମ୍ପର୍କରେ ସୂଚନା ଦେଇ ଥିଲେ। ବାଣପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି।
ଅନ୍ୟ ପକ୍ଷରେ ଏହି ଭଳି ଘଟଣା ମାନ ବାରମ୍ବାର ଘଟୁ ଥିବାରୁ ଏହି ଘଟଣାକୁ ନେଇ ଗ୍ରାମରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ଗ୍ରାମବାସୀ ମାନେ ଫରେଷ୍ଟ ବିଟ୍ ହାଉସ୍ ନିକଟରେ ରାସ୍ତା ଅବରୋଧ କରି ବସି ଥିଲେ। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ବାଣପୁର ବ୍ଲକ ଅଧ୍ୟକ୍ଷ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁ ଥିବାର ଦେଖିବାକୁ ମିଳିଛି।
ହାତୀ ଆକ୍ରମଣରେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଦେଶୀ ପେଣ୍ଠେଇ ଙ୍କ ଝିଅ ଶଶୀକା ପେଣ୍ଠେଇ (୩୦) । ଶଶୀକା ଆଜି ଭୋରୁ ନିକଟସ୍ଥ ସମରସିଂହା ଜଙ୍ଗଲକୁ ଛତୁ ଓ ଟୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ମୁଣ୍ଡିଆ ପୂଜା ଜମି ଅଞ୍ଚଳରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଖବର ପାଇ ତେଲକୋଇ ବନ କର୍ମଚାରୀ ଓ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣା ପଡ଼ିଛି ।
ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।
ଖବର ଅନୁଯାୟୀ ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ଉଭୟ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି।  ଖବର ପାଇବା ପରେ ବନ୍ତଳା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତ ମହିଳା ଦ୍ୱୟଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବଣକାଟି ପଞ୍ଚାୟତର ଜାମଦାପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗ୍ରାମର ରାମ ବେହେରାଙ୍କ ପୁଅ ରଥ ହେରା (୩୦)।
ସୂଚନାନୁଯାୟୀ, ଶୁକ୍ରବାର ସକାଳ ସମୟରେ ଜାମଦାପାଳ ଗ୍ରାମ ନିକଟରେ ଥିବା ବୁଢାବଳଙ୍ଗ ନଦୀକୁ ରଥ ବେହେରା ଶୌଚ ହେବାପାଇଁ ଯିବା ସମୟରେ ଦନ୍ତାହାତୀ ଆକ୍ରମଣ କରିଥିଲା  ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ହାତୀକୁ ଘଉଡାଇବା ସହ ରଥଙ୍କୁଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ରଥ ବେହେରାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ମଦଭାଟିରେ ହାତୀପଲ ଆକ୍ରମଣ: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ
ବାରିପଦା: ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା। ସେଠାରେ ଥିବା ଏକ ଦେଶୀ ମଦଭାଟିର ମହୁଲି ବାସ୍ନା ପାଇ ହାତୀପଲ ପହଞ୍ଚିଥିଲେ। ଭାଟିରେ ଯୁବକ ଜଣଙ୍କ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି। ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଏହାସହ ଗତକାଲି ରାତିରେ ହାତିପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି । ଏବେ ହାତୀ ପଲ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।
ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ, ଅଳ୍ପକେ ବର୍ତ୍ତିଲେ ବାପା- ମାଆ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁରେ ବିଳମ୍ବିତ ରାତିରେ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ।  ଅଳ୍ପକେ ବର୍ତ୍ତିଲେ ବାପା- ମାଅ। ମୃତ ଶିଶୁ ଜଣଙ୍କ ହେଇଛନ୍ତି ରସାନନଦ ଯେରେଇଙ୍କ ପୁଅ ରିଷି ଜେରେଇ।
ସୂଚନା ଅନୁଯାୟୀ, ରସାନନଦ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇ ଥିବା ବେଳେ, ଦନ୍ତା ହାତୀଟି ଘର ଭିତରକୁ ପଶି ଆସିଥିଲା । ଫଳରେ ରସାନଦ ଓ ତାଙ୍କ ସ୍ତ୍ରୀ ଖସି ପଳାଇ ଥିବା ବେଳେ, ୫ ବର୍ଷ ଶିଶୁକୁ କଚାଡ଼ି ମାରିଥିଲା ଦନ୍ତା। ତେବେ ରସାନଦ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକ ମିଳିତ ଭାବେ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ତେବେ ହାତୀଟି ଗ୍ରାମର ଆଉ ଚାରି ଜଣଙ୍କ ଘର ଭାଙ୍ଗିବା ପରେ ବନ ବିଭାଗ ପହଞ୍ଚି ହାତୀଟିକୁ ଘଉଡାଇବା ସହ ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସେପଟେ ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ହାତୀ ଉପଦ୍ରବ ବୃଦ୍ଧିକୁ ନେଇ ବନବିଭାଗ ଉପରେ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।