question paper - The Sakala

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି; B ସେଟ ଭିତରେ A ସେଟର ପ୍ରଶ୍ନପତ୍ର ରହିଥିବା ଅଭିଯୋଗ
କଟକ: ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ସ୍କୁଲ୍‌ରୁ ଆସିଛି ଏଭଳି ଅଭିଯୋଗ । ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ମଧ୍ୟ ଛାତ୍ରଛାତ୍ରୀମାନେ କହିଛନ୍ତି । ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେହିପରି ଢେଙ୍କାନାଳରେ ମଧ୍ୟ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଖବର ଆସିଛି ।

ଅନ୍ୟପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଛି ବୋର୍ଡ। ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ।

ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। B ସେଟ୍ ଭିତରେ A ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା । ଏହି ଘଟଣାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି ।

ବୋର୍ଡ ହାଇସ୍କୁଲରେ ମାଟ୍ରିକ୍‌ ପ୍ରଶ୍ନପତ୍ର ବିଭ୍ରାଟ
କଟକ,୩ା୮(ସମିସ): ମାଟ୍ରିକ୍‍ ଅଫ୍‍ଲାଇନ୍‍ ପରୀକ୍ଷା ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। କଟକ ବଜ୍ରକବାଟୀ ରୋଡ୍‍ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର ଅଦଳବଦଳ ହୋଇଛି। ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ମଙ୍ଗଳାବାଗ ପୁଲିସ ଘଟଣାସ୍ଥଳରେ ପହିଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗକୁ ସ୍ୱୀକାର କରିବା ସହ ପୁଣିଥରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପ୍ରାୟ ୧୧୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‍ ଅଫ୍‍ଲାଇନ୍‍ ପରୀକ୍ଷା ଦେଉଛନ୍ତି। ମଙ୍ଗଳବାର ସାଧାରଣ ବିଜ୍ଞାନ ବିଷୟରେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କର ପରୀକ୍ଷା ହୋଇଥିଲା। ପୂର୍ବାହ୍ଣ ୧୦ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମରୁ ରେଗୁଲାର ବର୍ଗରେ ଛାତ୍ରଛାତ୍ରୀଙ୍କୁ ଭୁଲ୍‍ ପ୍ରଶ୍ନପତ୍ର ଦିଆଯାଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ୨୦୧୪ ମସିହା ସିଲାବସ୍‍ ଅନୁଯାୟୀ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ପରୀକ୍ଷାର ପ୍ରାୟ ୧ ଘଣ୍ଟା ପରେ ଭୁଲ୍‍ ପ୍ରଶ୍ନପତ୍ର ଦିଆଯାଇଥିବା କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ନିରୀକ୍ଷକ କହିଥିଲେ। ପରେ ଛାତ୍ରଛାତ୍ରୀଙ୍କୁ ଅଧିକ ଏକ ଘଣ୍ଟା ସମୟ ଦିଆଯାଇ ପରୀକ୍ଷା କରାଯାଇଥିଲା। ହେଲେ ୨ ଘଣ୍ଟା ପରିବର୍ତ୍ତେ ପରୀକ୍ଷା ପାଇଁ ଏକ ଘଣ୍ଟା ସମୟ ଦିଆଯାଇଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ପ୍ରାୟ ୭୫ ଜଣଙ୍କ କ୍ଷେତ୍ରରେ ଏଭଳି ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କିଛି ଏକ୍ସରେଗୁଲାର ପରୀକ୍ଷାର୍ଥୀ ରେଗୁଲାର ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଆରମ୍ଭର ୧୫ ମିନିଟ୍‍ ପରେ ଭୁଲ୍‍ ପ୍ରଶ୍ନପତ୍ର ଦିଆଯାଇଥିବା ନିରୀକ୍ଷକଙ୍କୁ ପରୀକ୍ଷାର୍ଥୀ କହିଥିଲେ। ହେଲେ ସେମାନଙ୍କର ପୁନଃ ପରୀକ୍ଷା କରାଯାଇନାହିଁ। ତେବେ ଉକ୍ତ ବିଷୟରେ ସେମାନଙ୍କର ଫଳ କିଭଳି ପ୍ରକାଶ ପାଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅଭିଭାବକମାନେ ବୋର୍ଡ ସମ୍ପାଦକଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସମ୍ପାଦକ ଶ୍ରୀକାନ୍ତ ତରାଇ ବୁଧବାର ଏହି ଘଟଣା ଉପରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।