Board High School - The Sakala

ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ, ମିଳିଲା କ୍ୟାବିନେଟ୍‌ ମଂଜୁରୀ
ଭୁବନେଶ୍ବର : ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ବଜ୍ରକବାଟିସ୍ଥିତ ବୋର୍ଡ ଅଫ୍‌ ସେକେଣ୍ଡାରୀ ହାଇସ୍କୁଲ। ୧୯୫୯ରେ ସ୍ଥାପିତ ସହରର ଏହି ପୁରାତନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ନିର୍ବାହ କରିଆସୁଥିଲା। ହେଲେ ଏବେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ। ଏହି ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିନେଟ୍‌ର ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ଜଣାପଡିଛି।

ଏନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, “ମାଧ୍ୟମିକ ବୋର୍ଡ ଉଚ୍ଚ ବିଦ୍ୟାଳୟ, କଟକ ରାଜ୍ୟ ସରକାରଙ୍କ ଅଧିନକୁ ଆସିବା ସହ ୨୦୨୪ ଜାନୁଆରୀରୁ ଏକାର ଭିତ୍ତିଭୂମିର ବିକାଶ କରାଯିବ। ଏଥି ସହିତ ଶିକ୍ଷକ ଅଭାବ ସମସ୍ୟା ଦୂର କରାଯାଇ ଏହି ପୁରାତନ ତଥା ପ୍ରତିଷ୍ଠିତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।

ବୋର୍ଡ ହାଇସ୍କୁଲରେ ମାଟ୍ରିକ୍‌ ପ୍ରଶ୍ନପତ୍ର ବିଭ୍ରାଟ
କଟକ,୩ା୮(ସମିସ): ମାଟ୍ରିକ୍‍ ଅଫ୍‍ଲାଇନ୍‍ ପରୀକ୍ଷା ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। କଟକ ବଜ୍ରକବାଟୀ ରୋଡ୍‍ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର ଅଦଳବଦଳ ହୋଇଛି। ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ମଙ୍ଗଳାବାଗ ପୁଲିସ ଘଟଣାସ୍ଥଳରେ ପହିଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗକୁ ସ୍ୱୀକାର କରିବା ସହ ପୁଣିଥରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପ୍ରାୟ ୧୧୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‍ ଅଫ୍‍ଲାଇନ୍‍ ପରୀକ୍ଷା ଦେଉଛନ୍ତି। ମଙ୍ଗଳବାର ସାଧାରଣ ବିଜ୍ଞାନ ବିଷୟରେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କର ପରୀକ୍ଷା ହୋଇଥିଲା। ପୂର୍ବାହ୍ଣ ୧୦ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମରୁ ରେଗୁଲାର ବର୍ଗରେ ଛାତ୍ରଛାତ୍ରୀଙ୍କୁ ଭୁଲ୍‍ ପ୍ରଶ୍ନପତ୍ର ଦିଆଯାଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ୨୦୧୪ ମସିହା ସିଲାବସ୍‍ ଅନୁଯାୟୀ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ପରୀକ୍ଷାର ପ୍ରାୟ ୧ ଘଣ୍ଟା ପରେ ଭୁଲ୍‍ ପ୍ରଶ୍ନପତ୍ର ଦିଆଯାଇଥିବା କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ନିରୀକ୍ଷକ କହିଥିଲେ। ପରେ ଛାତ୍ରଛାତ୍ରୀଙ୍କୁ ଅଧିକ ଏକ ଘଣ୍ଟା ସମୟ ଦିଆଯାଇ ପରୀକ୍ଷା କରାଯାଇଥିଲା। ହେଲେ ୨ ଘଣ୍ଟା ପରିବର୍ତ୍ତେ ପରୀକ୍ଷା ପାଇଁ ଏକ ଘଣ୍ଟା ସମୟ ଦିଆଯାଇଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ପ୍ରାୟ ୭୫ ଜଣଙ୍କ କ୍ଷେତ୍ରରେ ଏଭଳି ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କିଛି ଏକ୍ସରେଗୁଲାର ପରୀକ୍ଷାର୍ଥୀ ରେଗୁଲାର ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଆରମ୍ଭର ୧୫ ମିନିଟ୍‍ ପରେ ଭୁଲ୍‍ ପ୍ରଶ୍ନପତ୍ର ଦିଆଯାଇଥିବା ନିରୀକ୍ଷକଙ୍କୁ ପରୀକ୍ଷାର୍ଥୀ କହିଥିଲେ। ହେଲେ ସେମାନଙ୍କର ପୁନଃ ପରୀକ୍ଷା କରାଯାଇନାହିଁ। ତେବେ ଉକ୍ତ ବିଷୟରେ ସେମାନଙ୍କର ଫଳ କିଭଳି ପ୍ରକାଶ ପାଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅଭିଭାବକମାନେ ବୋର୍ଡ ସମ୍ପାଦକଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସମ୍ପାଦକ ଶ୍ରୀକାନ୍ତ ତରାଇ ବୁଧବାର ଏହି ଘଟଣା ଉପରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।