Arakhuda - The Sakala

ମନ୍‌ କି ବାତ୍‌ରେ ଓଡ଼ିଶାର ନାୟକ ସାର୍‌ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା। ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ରେ ବିଭିନ୍ନ ପ୍ରସଙ୍ଗରେ କହିବା ବେଳେ ଦେଶସେବା ଲାଗି ପ୍ରେରଣା ଦେଉଥିବା ଓଡ଼ିଶାର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘ଓଡ଼ିଶାର ଅରାଖୁଡ଼ାରେ ଜଣେ ଭଦ୍ରବ୍ୟକ୍ତି ରହୁଛନ୍ତି – ନାଏକ ସାର୍ । ଅବଶ୍ୟ ତାଙ୍କ ପୁରା ନାଁ ସିଲୁ ନାଏକ, କିନ୍ତୁ ସମସ୍ତେ ତାଙ୍କୁ ନାଏକ ସାର୍ ନାଁରେ ହିଁ ଡାକନ୍ତି । ବାସ୍ତବରେ ସେ ଜଣେ ମ୍ୟାନ ଅନ୍ ଏ ମିଶନ୍ । ସେ ସେହି ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ଯେଉଁମାନେ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଆଗ୍ରହୀ । ନାଏକ ସାର୍‌ଙ୍କ ଅନୁଷ୍ଠାନର ନାମ ହେଉଛି ମହାଗୁରୁ ବାଟାଲିଅନ୍ । ଏଥିରେ ଫିଜିକାଲ୍ ଫିଟ୍‌ନେସ୍‌ଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ଏବଂ ଲେଖାଲେଖିଠାରୁ ଆରମ୍ଭ କରି ତାଲିମ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଶିକ୍ଷା ଦିଆଯାଉଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ଯେଉଁମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ସେମାନେ ସ୍ଥଳସେନା, ନୌସେନା, ବାୟୁସେନା, ସିଆର୍‌ପିଏଫ୍‌, ବିଏସ୍‌ଏଫ୍ ଭଳି ସୁରକ୍ଷା ବାହିନୀରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆହୁରି ମଧ୍ୟ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସିଲୁ ନାଏକ ନିଜେ ଓଡ଼ିଶା ପୋଲିସ ଚାକିରିରେ ଯୋଗ ଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନ ଥିଲା । ଏହା ସତ୍ୱେ, ସେ ନିଜ ପ୍ରଶିକ୍ଷଣ ଦ୍ୱାରା ଅନେକ ଯୁବକଙ୍କୁ ଦେଶସେବା ପାଇଁ ଯୋଗ୍ୟ କରିପାରିଛନ୍ତି । ଆସନ୍ତୁ, ଆମେ ସମସ୍ତେ ମିଶି ନାଏକ ସାରଙ୍କୁ ଶୁଭେଚ୍ଛା ଜଣାଇବା ଯାହାଫଳରେ ସେ ଆମ ଦେଶ ପାଇଁ ଆହୁରି ଅନେକ ନାୟକ ଗଢ଼ିପାରିବେ। ‘

Tune in. #MannKiBaat https://t.co/qQAT95UhTk

— Narendra Modi (@narendramodi) February 28, 2021

ସୂଚନାଯୋଗ୍ୟ ଜଗତସିଂପୁର ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ସେନାବାହିନୀରେ ଯୋଗଦେବାପାଇଁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ୨୦୧୬ ମସିହାରେ ଓଆଇଏସଏଫରେ ଚାକିରୀ ପାଇଥିବା ସିଲୁ ନାୟକ ଯୁବକମାନଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ରାଉରକେଲା ଠାରେ ଟ୍ରେନଂ ଚାଲିଥିବା ବେଳେ ଅଧାରୁ ଚାଲିଆସି ଏହି ବାଟାଲିଅନ ପ୍ରତିଷ୍ଠା କରିଥିଲେ।

ମାତ୍ର ୨୩ ବର୍ଷ ବୟସରଙ୍କ ସେ ଓଆଇଏସଏଫରେ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ। ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାର୍ଶ୍ୱରେ ପ୍ରତିଷ୍ଠା କଲେ ‘ମହାଗୁରୁ ବାଟାଲିଅନ’। ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ୱା ଦୌଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ।

କେବଳ ଏତିକି ନୁହେଁ, ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାରେ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି ସିଲୁ। ସାଧାରଣ ଜ୍ଞାନ, ଏରିଥମେଟିକ୍ ‍ପ୍ରଭୃତି ଶିକ୍ଷା ଦିଆଯାଉଛି ଏହି ବାଟାଲିଅନ ଗୃହରେ। ଏହିଠାରେ ପ୍ରଶିକ୍ଷଣ ନେଇଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଏବେ ‘ବିଏସ୍‌ଏଫ୍‌’, ‘ସିଆର୍‌ପିଏଫ୍‌’, ଭାରତୀୟ ନୌସେନା ଓ ଭାରତୀୟ ବାୟୁସେନା, ଓଡିଶା ପୁଲିସ ଏବଂ ଅନ୍ୟ ସିକୁରିଟି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏବେ ପ୍ରାୟ ୬୦ ଜଣ ପିଲା ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ଦେଶର ସୁରକ୍ଷା ନିମନ୍ତେ ନିରାପତ୍ତା ବଳରେ ଯୋଗ ଦେବାକୁ ଆଗ୍ରହୀ ଯୁବକମାନଙ୍କୁ ସେ ସବୁ ଦିଗରେ ମାଗଣା ତାଲିମ ଦେଉଛନ୍ତି।