Begunia - The Sakala

ଖୋର୍ଦ୍ଧାରେ ମାନବବାଦ ସଂଗଠନର ତାଲିବାନୀ ଶାସନ; ଭିଡ଼ିଓ ଭାଇରଲ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍ସି
ଖୋର୍ଦ୍ଧା: ଅମାନବୀୟ ତାଲିବାନୀ ଶାସନ କରୁଛି ମାନବବାଦ ସଂଗଠନ । ଚରମ ସୀମାରେ ପହଂଚିଛି ହିଂସ୍ରତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁସୀମା ଟପିଗଲେ ମାନବବାଦ ସଂଗଠନର କର୍ମକର୍ତ୍ତା । ବାପ ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଲେ ଯାହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କରଡ଼ଗାଡ଼ିଆ ଅଞ୍ଚଳରେ। ଇଏ ସେଇ ମାନବବାଦ ସଂଗଠନ ଯିଏ ଗତ ୨ ତାରିଖ ରାତିରେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ତା ପୂର୍ବରୁ କଡବ ଗ୍ରାମର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଂଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଙ୍ଗଠନ କର୍ମକର୍ତାଙ୍କ ଭୟରେ ମାଗୁଣି ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବା କହିଛନ୍ତି ।

ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରଶାଦ ଶତପଥୀ କହିଛନ୍ତି ଭାଇରଲ ଭିଡ଼ିଓ ସମ୍ପର୍କରେ କୌଣକି ରିପୋର୍ଟ ଆମପାଖକୁ ଆସିନି । ତେବେ ଆମେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟପକ୍ଷରେ ଘଟଣାର ତଦନ୍ତ ନିମନ୍ତେ ଏସ୍ସି ରାଜକିଶୋର ଦୋରା ବେଗୁନିଆ ଥାନାଧିକାରୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ।

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରି ଜାଳିଦେଲେ
ବେଗୁନିଆ : ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମିଳିମିଶି ହତ୍ୟାକରି ଗ୍ରାମ ନିକଟ ଶ୍ମଶାନରେ ପୋଡ଼ିଦେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି ବେଗୁନିଆ ଥାନାରେ। ପୁଲିସ ଏକ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଗତ ୧ ତାରିଖରେ ତାଙ୍କ ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗାଁ ବୈଠକକୁ ଡାକିଥିଲେ। ପୂର୍ବରୁ ମନୋମାଳିନ୍ୟ ଥିବା ନେଇ ତାଙ୍କୁ ତାଙ୍କ ଶଳାଙ୍କ ସହ ମିଶିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ପୁନର୍ବାର ୨ ତାରିଖ ରାତି ୮ଟା ସମୟରେ ଉକ୍ତ ଗ୍ରାମର ଦୁଇ ଯୁବକ ସମନି ନାୟକ ଏବଂ ଟୁଲୁ ବେହେରା ସତ୍ୟବ୍ରତଙ୍କୁ ବୈଠକ ଅଛି କହି ଘରୁ ଡାକି ଆଣି ହତ୍ୟା କରି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କରଡ଼ଗାଡ଼ିଆ ଗ୍ରାମର ପଟାଶ ଜଙ୍ଗଲ ଭିତରେ ଥିବା ଶ୍ମଶାନରେ ପୋଡ଼ି ଦେଇଥିବା ତାଙ୍କ ପୁତୁରା ବସନ୍ତ ନାୟକ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶବ ପୋଡ଼ା ଯାଇଥିବା ଶ୍ମଶାନ ଅଞ୍ଚଳ ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଯାଉଥିବାରୁ ଘଟଣାସ୍ଥଳରେ ଖୋର୍ଦ୍ଧା ଅତିରିକ୍ତ ଏସ୍‍ପି, ଏସ୍‍ଡିପିଓ, ସାଇଣ୍ଟିଫିକ୍‍ ଟିମ୍‍ ପହଞ୍ଚି ଶ୍ମଶାନରୁ ପାଉଁଶ, ହାଡ଼ ସଂଗ୍ରହ କରି ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯିବ ବୋଲି ତଦନ୍ତକାରୀ ଟିମ୍‍ କହିଛି। ସେପଟେ ପୁଲିସ ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।