Banki - The Sakala

ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ
ବାଙ୍କୀ: ବାଙ୍କୀ ବିଧାୟକଙ୍କୁ ପ୍ରବଳ ବିରୋଧ । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଭଗିପୁର ଠାରେ ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟନ କରିବାକୁ ଯାଇଥିବା ସମୟରେ ବିରୋଧ କରିଥିଲେ ଲୋକେ। ବିରୋଧ ସମୟରେ ପୋଲିସ ବିଜେପି କର୍ମୀ ମୁଁହାମୁହିଁ ହେବା ପରେ ଘଟଣାସ୍ଥଳରେ ଚାପା ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା, ବାଲଟି ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ବାଙ୍କୀ : ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ବାଙ୍କୀ, ଆଠଗଡ଼, କଟକ ଯାତାୟତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ଶହ ଶହ ଗାଡ଼ି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ପାଟପୁର ଗ୍ରାମରୁ ଆସିଛି ଏଭଳି ଖବର ।

ସୂଚନା ଅନୁଯାୟୀ, ପାଟପୁର ଗ୍ରାମରେ ଦିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଏନେଇ ସ୍ତାନୀୟ ପ୍ରଶାସନକୁ ଗୁହାରୀ କରିଥିଲେ ଗ୍ରାମବାସୀ । ବର୍ତ୍ତମାନ ଖରା ବଢ଼ିଥିବାରୁ ପାଣି ଅଭାବ ହୋଇଛି । ହେଲେ ଏନେଇ ପ୍ରଶାସନିକ ଅଧିକାରୀ କୌଣସି କର୍ଣ୍ଣପାତ ନକରିବାରୁ ଆଜି ପାଟପୁର ଗ୍ରାମର ଶତାଧିକ ଗ୍ରାମବାସୀ ରାସ୍ତାରେ ଗରା, ବାଲଟି ରଖି ବାଙ୍କୀ କଟକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିବାରୁ ଅଟକି ରହିଛି ଶହ ଶହ ଯାନବାହନ ।ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼
ବାଙ୍କୀ: ଦାଦାବଟିକୁ ନେଇ ବୋମାମାଡ଼ । ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼ । କଇମୁଣ୍ଡି ଛକରେ ୨ଟି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସେତୁ କାମରେ ନିୟୋଜିତ ଥିବା ମେସିନ୍ ନଷ୍ଟ ହୋଇଯାଇଛି । କଟକ-ବାଙ୍କୀ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଗାଆଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ମେସିନ୍ ଉପରେ ବୋମାମାଡ଼ ହୋଇଛି । ଠିକା ସଂସ୍ଥାକୁ ଭୟଭିତ କରିବାକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି ।

ଦୁଇ କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର
ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ମୁହାଁମୁହିଁ ଧକ୍କା । ଏହି ଧକ୍କାରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଆଠଗଡ଼ ଅଞ୍ଚଳର ସୁଜିତ ଦାସ ତାଙ୍କ କାରରେ ପରିବାର ସହିତ ପୁଅକୁ ନେଇ କଟକରୁ ଆଠଗଡ଼ ଫେରୁଥିବା ବେଳେ ବାଙ୍କୀରୁ ଯାଉଥିବା ନରିଆ ସାହୁଙ୍କ କାର ମଧ୍ୟରେ କୁସପଙ୍ଗି ଛକ ନିକଟରେ ଧକ୍କା ହେଇଥିଲା । ଖବରପାଇ ସ୍ଥାନୀୟଲୋକେ ଦୁଇ ଯୁବକ ଓ ଜଣେ ବାଳକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ନରିଆ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆଠଗଡ଼ ଅଞ୍ଚଳର ସୁଜିତ ଦାସ ଓ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ଦୁଇ କାରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଙ୍କୀରେ ବୋମାମାଡ଼, ୬ରୁ ଉର୍ଦ୍ଧ୍ବ ଗୁରୁତର
ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼। ବୋମାମାଡ଼ରେ ୬ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଜି ସଂଧ୍ୟା ସମୟରେ ବୋମା ମାଡ଼ ହୋଇଥିବାବେଳେ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି  ତଦନ୍ତ  ଆରମ୍ଭ କରିଛି ।

ସୂଚନା ଅନୁସାରେ, ଦୁଇ ସାହି ମଧ୍ୟରେ ଅନେକ ଦିନ ଧରି ଗୋଷ୍ଠୀ ସଂଘର୍ଷ ଲାଗି ରହିଥିଲା। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ମାନେ ବୋମାଡ଼ କରି ଘଟଣା ସ୍ଥଳରୁ ଫେରାର ଅଛନ୍ତି।

ଗାଁରେ ପଶି ଜଣକୁ ଦଳିଦେଲା ହାତୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ବାଙ୍କୀ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ । ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ସହ ବନ ବିଭାଗକୁ ଅଟକ ରଖିଥିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ ଘରେ ଖାଇସାରି ବାରିପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ମନୋରଞ୍ଜନ ମୃତ୍ୟୁ ହୋଇଥିଲା । ଗାଁରେ ହାତୀ ଆତଙ୍କ କରିବା ସହ ଘର ପାଖରେ ଆକ୍ରମଣ କରିଥିବାରୁ ଗାଁ ଉତ୍ତେଜନା ଦେଖାଦେଇଥିଲା ଏବଂ କ୍ଷତିପୂରଣ ଦାବିରେ ହାତୀ ଘଉଡ଼େଇବାକୁ ଆସିଥିବା ବନ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ ଗୟଳବାଙ୍କ ଗ୍ରାମବାସୀ ।

ସେପଟେ ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କର ଯାହା ଅନୁଦାନ ରହିଛି ତାହା ଖୁବଶୀଘ୍ର ଯୋଗାଇ ଦିଆଯିବ ଏବଂ ମୃତ୍ୟୁବରଣ କରିଥିବା ମନୋରଞ୍ଜନ ସାହୁଙ୍କ ପତ୍ନୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ ଗ୍ରାମବାସୀ ।

ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ୧୭ ଟିକିଆ ହାତୀପଲ, ଯାତାୟାତ ବାଧାପ୍ରାପ୍ତ
ବାଙ୍କୀ: ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ହାତୀ ପଲ୍ଲ। ସନ୍ଧ୍ୟା ୭ଟାରୁ ବାଙ୍କୀ ଭଗିପୁର ନିକଟସ୍ଥ କଟକ ବାଙ୍କୀ ରାସ୍ତାରେ ଆତଙ୍କ ଖେଳାଉଛନ୍ତି ୧୭ ଟିକିଆ ହାତୀ ପଲ୍ଲ । ହାତୀଙ୍କୁ ଦେଖି ଲୋକେ ଭୟବିତ ଅବସ୍ଥାେରେ ରହିଛନ୍ତି । ରାସ୍ତାରେ ଉଭୟ ପଟରେ ଯାନବାହନ ଅଟକିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ଘଉଡୋଇବା ପାଇଁ ଚେଷ୍ଟା ଜାରି ରଖିଛି।

ଟିଉସନରୁ ଫେରୁଥିବାବେଳେ ବାଇକକୁ ଧକ୍କା ଦେଲା ପିକ୍‌ ଅପ୍‌ ଭ୍ୟାନ୍, ଚାଲିଗଲା ୨ ଛାତ୍ରଙ୍କ ଜୀବନ
ବାଙ୍କୀ : ବାଙ୍କୀ କଟକ ରାସ୍ତାର ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଓ ପିକଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତେଜନା । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏକ ପିକ୍‌ ଅପ୍‌ ଭ୍ୟାନ ଧକ୍କା ଦେଇଥିଲା ।

ସୂଚନା ଅନୁସାରେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।

ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ, ଖଣ୍ଡା ଓ ମାର୍ତୁଲ ଧରି ବିଚ୍ ରାସ୍ତାରେ ଖେଳାଇଲେ ଆତଙ୍କ
ବାଙ୍କୀ: ବାଙ୍କୀ ବଜାରରେ ବୁଲିଲା ଖଣ୍ଡା । ବାଙ୍କୀ ବଜାର ଉପରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ମରଣାସ୍ତ୍ର ଧରି ଲୋକମାନଙ୍କୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହାତରେ ଖଣ୍ଡା ଏବଂ ହାତୁଡି ଧରି ଲୋକଙ୍କୁ ଭୟଭୀତ କରୁଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଉକ୍ତ ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ପୁଲିସ ଉପରକୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେପଟେ ପୁଲିସ ଓ ସମ୍ପୃକ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ତେବେ ଉକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ନାମ ସରୋଜ ଦାସ ହୋଇଥିବା ବେଳେ ତାଙ୍କ ଘର ବାଙ୍କୀ ହରିରାଜପୁର ଗ୍ରାମର ବୋଲି ଜାଣିବାକୁ ମିଳିଛି। ଏଭଳି କାଣ୍ଡ ଭିଆଇବାରେ କଣ ତାଙ୍କର ଉଦେଶ୍ୟ ଜଣା ପଡ଼ିନାହିଁ। ସେପଟେ ଏପର୍ଯ୍ୟନ୍ତ ପୁଲିସ ଉକ୍ତ ସେନା କର୍ମଚାରୀଙ୍କୁ କାବୁ କରିପାରି ନାହିଁ।

ଅଙ୍ଗନୱାଡି ଦିଦିଙ୍କୁ ଏକତରଫା ପ୍ରେମ ନିବେଦନ କରି ନିର୍ଦ୍ଧୁମ ଛେଚା ଖାଇଲେ ବିବାହିତ ଯୁବକ
ବାଙ୍କୀ: ଏକତରଫା ପ୍ରେମ ନିବେଦନ କରିବା ବିବାହିତ ଯୁବକଙ୍କୁ ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେବା ସହ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ଖାଇଲେ ଜଣେ ବିବାହିତ ଯୁବକ । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ।

ସୂଚନା ଅନୁସାରେ, ଘୋଳପୁର ଗାଁର ଅଙ୍ଗନବାଡି କର୍ମୀଙ୍କୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର କଲରୁ ଦୀର୍ଘଦିନ ଧରି ପ୍ରେମ ନିବେଦନ କରି ଆସୁଥିଲେ । କିନ୍ତୁ ଅଙ୍ଗନବାଡି ଦିଦି ବାରମ୍ବାର ତାଗିଦ କରିବା ସତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କ ପାଖକୁ ଅଶ୍ଳିଳ ମେସେଜ ପଠାଇବା ସହ ତାଙ୍କୁ ବିବାହ କରିବା ପାଇଁ ଧମକ ଦେଇଆସୁଥିଲେ। ମାତ୍ର ଶିକ୍ଷୟତ୍ରୀ ଜଣକ ତାଙ୍କ କଥା ନଶୁଣିବାରୁ ଗତ ୧୩ ତାରିଖ ଦିନ ହଠାତ ଏହି ଯୁବକ ଘୋଳପୁର ଅଙ୍ଗନୱାଡି କେନ୍ଦ୍ରରେ ପଂହଁଚି ଯାଇଥିଲେ ।

ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ମାନେ ଜାଣିବା ପରେ ସମ୍ପୃକ୍ତ ଯୁବକକୁ ଅଟକ ରଖିବା ସହିତ ନିର୍ଦ୍ଧୁମ ଛେଚିଥିଲେ । ଆଉ ଏଭଳି ଭୁଲ କେବେ ନ କରିବା ପାଇଁ ଯୁବକ ଜଣଙ୍କୁ ଆଣ୍ଠୁଆ ମାଡି ବସାଇବା ସହ କାନ ଧରି ଭୁଲ ମଗାଇଥିଲେ । ଏହାପରେ ଗ୍ରାମବାସୀ ମାନେ ଉକ୍ତ ଯୁବକ ଜଣଙ୍କୁ ଶେଷରେ ପୋଲିସର ଜିମା ଦେଇଥିଲେ । ସେପଟେ ଶିକ୍ଷୟତ୍ରୀଙ୍କ ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ।

ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ; ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ
ବାଙ୍କୀ: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସକୁ ବଡ଼ ସଫଳତା । ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ ଟିମ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗର କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ଅନୁଗୁଳ ଛେଣ୍ଡିପଦାର ଜୁମେଶ କୁମାର ସାହୁ ଓ ଆଠଗଡ ର ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା । ସେମାନଙ୍କ ନିକଟରୁ ଏକ ସାନଟରୋ କାର ମଧ୍ୟ ଜବତ କରାଯାଇଛି। ଏସଟିଏଫ କେସ ନମ୍ବର ୨୯ ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ ୨୦୨୦ ରୁ ଆଜି ମଧ୍ୟରେ ୬୫ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଓ ହେରୋଇନ, ୨୦୨ ଗ୍ରାମ କୋକେନ ଏବଂ ୧୧୧ କୁଇଣ୍ଟାଲ ରୁ ଅଧିକ ଗଂଜେଇ ଓ ଭାଙ୍ଗ ଜବତ କରିଛି । ନିଶା କାରବାରରେ ସମ୍ପୃକ୍ତ ଥିବା ୧୬୫ ନିଶାମାଫିଆଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କଫୋର୍ସ ।

ବାଣ ଦୋକାନରୁ ଦାଦାବଟି ଆଦାୟକୁ କେନ୍ଦ୍ରକରି ଗୁଳିକାଣ୍ଡ; ୨ ଆହତ
ବାଙ୍କୀ: ଆଲୋକର ପର୍ବ ଦୀପାବଳିରେ ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ଼ । ଗୁଳିମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଘଟିଛି ଏହି ଗୁଳିକାଣ୍ଡ। ଗୁଳିକାଣ୍ଡ ପରେ ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର ହୋଇଯାଇଛି ।

ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ହାତରେ ଗୁଳି ବାଜିଛି । ଆହତ ହୋଇଥିବା ଦୁଇ ଜଣ ହେଲେ ରୋଜ ସାହୁ ଅନ୍ୟ ଜଣଙ୍କ ନାମ ଗଣେଶ୍ୱର ରାଉତ । ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମାମଲାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଦୁର୍ବୃତ୍ତ ବଣ୍ଟି ପାତ୍ର । ଘଟଣାରେ ବଣ୍ଟି ପାତ୍ରର ବାପା ଓ ଭାଇ ଦୁଇଜଣଙ୍କୁ ବାଙ୍କୀ ଥାନା ପୋଲିସ ଅଟକ ରଖି ଚଳାଇଛି ତଦନ୍ତ ।