New Delhi Cabinet - The Sakala

ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କେତେ ବଢ଼ିଲା ଦରମା
ନୂଆଦିଲ୍ଲୀ: ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀର ବିଧାୟକମାନେ ମାସିକ ୩୦ ହଜାର ଟଙ୍କା ଦରମା ପାଇବେ। ଏବେ ଦିଲ୍ଲୀର ବିଧାୟକମାନେ ମାସକୁ ୧୨,୦୦୦ ଟଙ୍କା ଦରମା ପାଉଛନ୍ତି। ସେହିପରି ବେତନ ଓ ଭତ୍ତା ମିଶି ଏହା ୯୦ ହଜାର ଟଙ୍କା ହୋଇଯିବ। ଯାହାକି ପୂର୍ବରୁ ୫୪ ହଜାର ଟଙ୍କା ଥିଲା।

ଜାଣନ୍ତୁ କେତେ ହେବ ବିଧାୟକମାନଙ୍କର ନୂଆ ଦରମା –

୧-ବେସିକ୍ ବେତନ- ୩୦,୦୦୦

୨-ନିର୍ବାଚନୀ କ୍ଷେତ୍ର ଭତ୍ତା- ୨୫,୦୦୦

୩-ସଚିବାଳୟ ଭତ୍ତା-୧୫,୦୦୦

୪-ବାହନ ଭତ୍ତା-୧୦,୦୦୦

୫-ଟେଲିଫୋନ- ୧୦,୦୦୦

ମୋଟ ଦରମା- ୯୦,୦୦୦

ଏଥିସହ ମଙ୍ଗଳବାର ଦିଲ୍ଲୀ କ୍ୟାବିନେଟ ଦ୍ବାରା ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ସହ ମାସକୁ ମୋଟ ୯୦ ହଜାର ଟଙ୍କା ପାଇବେ। ବର୍ତ୍ତମାନ ସମୟରେ ଦରମା ଏବଂ ଭତ୍ତା ସହ ଦିଲ୍ଲୀର ବିଧାୟକମାନେ ମାସକୁ ୫୪,୦୦୦ ଟଙ୍କା ପାଉଛନ୍ତି। ସୂଚନାଯୋଗ୍ୟ, ୨୦୧୫ରେ ଦିଲ୍ଲୀ ସରକାର ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭାରେ ଆଇନ ଆଗତ କରି ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିଲେ । କିନ୍ତୁ କେନ୍ଦ୍ର ସରକାର ତାହା ଗ୍ରହଣ କରିନଥିଲେ।

ସୂତ୍ରରୁ ପ୍ରକାଶ ଯେ ବିଧାୟକଙ୍କ ଦରମା ଏବଂ ଭତ୍ତା ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ଦିଲ୍ଲୀ ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଦିଲ୍ଲୀ କ୍ୟାବିନେଟ୍ ନୂତନ ପ୍ରସ୍ତାବ ଉପରେ ଆଲୋଚନା କରିବା ପୂର୍ବକ ନୂଆ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୨୦୧୧ ପରେ ଅର୍ଥାତ୍ ଦଶ ବର୍ଷ ଧରି ଦିଲ୍ଲୀର ବିଧାୟକଙ୍କ ଦରମା ବୃଦ୍ଧି ହୋଇନାହିଁ। ଦିଲ୍ଲୀ କ୍ୟାବିନେଟ ଦ୍ବାରା ପାରିତ ହୋଇଥିବା ନୂତନ ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ଏବଂ କେନ୍ଦ୍ରର ଅନୁମୋଦନ ପରେ ଦିଲ୍ଲୀ ସରକାର ପୁଣିଥରେ ଦିଲ୍ଲୀ ବିଧାନସଭାରେ ଏନେଇ ପୁଣି ବିଲ୍ ଆଣିବେ।