Hit and Run - The Sakala

ମୁମ୍ବାଇ ‘ହିଟ୍-ଆଣ୍ଡ-ରନ୍’ ମାମଲା, ୭୨ଘଣ୍ଟା ପରେ ଗିରଫ ହେଲା ଅଭିଯୁକ୍ତ ମିହିର ଶାହା
ମୁମ୍ବାଇ: ମୁମ୍ବାଇ ହିଟ୍ -ଆଣ୍ଡ- ରନ୍ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ଗିରଫ କଲା ପୁଲିସ। ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହେଲେ ମିହି। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ। ୨୪ବର୍ଷିୟ ମିହିର ଶାହା ରବିବାରଠାରୁ ଫେରାର ଥିଲେ। ମିହିର ଚଳାଉଥିବା ବିଏମଡବ୍ଲୁ ୪୫ବର୍ଷ ବୟସ୍କା ମହିଳା କାବେରୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପରେ ଅଭିଯୁକ୍ତ ମିହିର ଫେରାର ହୋଇଯାଇଥିବା ବେଳେ ସେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହୋଇଥିବାରୁ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନେଇ କାବେରୀଙ୍କ ସ୍ବାମୀ କହିଥିଲେ ଯେ, ରବିବାର ସକାଳ ୫.୩୦ ସମୟରେ ଆମେ ମାଛ କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ ମିହିରଙ୍କ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ।

ଏହି ମାମଲାରେ ପୁଲିସ ଗତକାଲି ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ମିହିର ଫେରାର୍ ଥିବାବେଳେ ପୁଲିସ ୬ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରଥିଲେ। ଆଜି ମିହିର ଶାହାଙ୍କୁ ଗିରଫ କରିଛ ପୁଲିସ।

ଅଜଣା ଗାଡି ଦୁର୍ଘଟଣାରେ ମୃତକ ଓ ଆହତଙ୍କ ପାଇଁ ରହିଛି ‘ସୋଲାସିୟମ୍‌‌ ଫଣ୍ଡ୍‌’, ସଚେତନତା ନଥିବାରୁ ଆବେଦନ ନଗଣ୍ୟ
ଭୁବନେଶ୍ୱର: ପ୍ରତିବର୍ଷ ଅଜଣା ଗାଡ଼ି ଧକ୍କାରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି। ତା’ଠାରୁ ଦୁଇଗୁଣା ଅଧିକ ଗୁରୁତର ଆହତ ହେଉଛନ୍ତି। ମୃତ ଓ ଆହତ ବ୍ୟକ୍ତିଙ୍କ ସହାୟତା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସଚେତନତା ଅଭବାରୁ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, ଅଜଣା ଗାଡ଼ି ଧକ୍କା ଅବା ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ମୃତ ଓ ଆହତଙ୍କୁ କ୍ଷତିପୂରଣ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୮ମସିହାରେ ପରିବହନ ବିଭାଗ ଅଧୀନରେ ସୋଲାସିୟମ୍‌‌ ଫଣ୍ଡ୍‌ ଗଠନ କରିଥିଲେ। ୨୦୨୨ରେ କେନ୍ଦ୍ର ସରକାର ଅନୁରୂପ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହେଲେ ୨ଲକ୍ଷ ଏବଂ ଗୁରୁତର ଆହତ ହେଲେ ୫୦ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। ଅଧିକରୁ ଅଧିକ ହିତାଧିକାରୀ ଯେପରି ଏହି ଯୋଜନାରେ ସୁଫଳ ପାଇବେ, ସେଥିଲାଗି ସରକାର ନିୟମ କୋହଳ ମଧ୍ୟ କରିଛନ୍ତି। କ୍ଷତିପୂରଣ ପାଇବା ଲାଗି ପୂର୍ବରୁ ଆବେଦନ ସମୟ ସୀମା ୬ମାସ ଥିବା ବେଳେ ଏବେ ତାହା ୧ ବର୍ଷକୁ ବୃଦ୍ଧି କରାଯାଇଛି। ରାଶି ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏସବୁ ସତ୍ତ୍ବେ ମୃତାହତଙ୍କୁ କ୍ଷତିପୂରଣ ରାଶି ମିଳିପାରୁନାହିଁ। ଏଥିରେ ସବୁଠାରୁ ବଡ଼ ବାଧକ ସାଜିଛି ସଚେତନତାର ଅଭାବ। ଲୋକେ ଏ ସଂପର୍କରେ ଅବଗତ ନାହାନ୍ତି କିମ୍ବା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ସେମାନଙ୍କୁ ଜଣାଇବା ଲାଗି ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି।

ନିୟମ ଅନୁସାରେ ଦୁର୍ଘଟଣାସ୍ଥଳରେ ପହଞ୍ଚୁଥିବା ପୁଲିସ କିମ୍ବା ପରିବହନ ଅଧିକାରୀ ମୃତାହତଙ୍କ ସମ୍ପର୍କୀୟଙ୍କୁ ସୋଲାସିୟମ୍‌‌ ଫଣ୍ଡ ସମ୍ପର୍କରେ ସୂଚନା ଦେଉ ନାହାନ୍ତି। ସେହିପରି ଡାକ୍ତରଖାନାରେ ମଧ୍ୟ ମାଗଣା ଚିକିତ୍ସା କିମ୍ବା ସୋଲାସିୟମ୍‌‌ ଫଣ୍ଡ ସମ୍ପର୍କରେ ସୂଚନା ଫଳକ ଲଗାଯାଉନାହିଁ। ଫଳରେ ଲୋକଙ୍କ ମଙ୍ଗଳ ପାଇଁ ସରକାର ଆରମ୍ଭ କରିଥିବା ଏହି ଯୋଜନା ବିଫଳ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ପରିବହନ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ତାହା ଠିକ୍‌‌ ଭାବେ କାର୍ଯ୍ୟକାରୀ ହେଲା ନାହିଁ। ଫଳରେ ପୁନର୍ବାର ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦାୟିତ୍ୱ ମନେ ପକାଇଦେଇଛି।

ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୫୫୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଏହାର ଦୁଇଗୁଣା ଆହତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ସଂଖ୍ୟା କିଛି କମ୍‌ ନାହିଁ। ୨୦୧୯ରୁ ୨୦୨୧ ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ୩୧୩୬ଜଣ ପ୍ରାଣ ହରାଇଥିବା ବେଳେ ୪୦୫୬ଜଣ ଗୁରୁତର ଆହତ ହୋଇଥିଲେ। ସେଥିରୁ ମାତ୍ର ୫୮୦ଜଣ ମୃତକଙ୍କ ପରିବାର ଏବଂ ୮୯ଜଣ ଆହତଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପାଇବା ଲାଗି ଆବେଦନ ଆସିଥିଲା। ୨୦୨୨ରେ ୩୦୭ଜଣ ମୃତକ ଏବଂ ୨୦୨୧ରେ ୧୬୧ଜଣ ମୃତଙ୍କ ଆତ୍ମୀୟସ୍ୱଜନ୍‌‌ କ୍ଷତିପୂରଣ ପାଇବା ଲାଗି ଆବେଦନ କରିଥିଲେ। ଅଧିକାଂଶ ଲୋକ ଓକିଲଙ୍କଠାରୁ ଏହି ଯୋଜନା ସମ୍ପର୍କରେ ଜାଣିବା ପରେ ଆବେଦନ କରିଥାନ୍ତି।

ଗତ ଜୁଲାଇରେ ପରିବହନ ବିଭାଗ ପକ୍ଷରୁ ଜାରୀ ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ଆବେଦନପତ୍ର ପାଇବାର ଏକ ମାସ ମଧ୍ୟରେ ଦାବି ସମାଧାନ ଅଧିକାରୀ ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବା ଜରୁରୀ ହେବ। ଦାବି ତଦନ୍ତକାରୀ ଅଧିକାରୀଙ୍କଠାରୁ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଯଥାସମ୍ଭବ ୧୫ ଦିନ ମଧ୍ୟରେ ଦାବିଦାରଙ୍କ ଦାବି ମଞ୍ଜୁର କରିବା ଜରୁରୀ। ଏ ସଂପର୍କରେ ଜିଲ୍ଲାପାଳ ପରିବହନ କମିଶନରଙ୍କୁ ସମେତ ସମ୍ପୃକ୍ତ ଆରଟିଓ, ଦାବିଦାର ତଥା ଦାବି ତଦନ୍ତକାରୀ ଅଧିକାରୀଙ୍କୁ ଏ ସମ୍ପର୍କରେ ମଧ୍ୟ ଅବଗତ କରିବେ।

ଜିଲ୍ଲାପାଳଙ୍କଠାରୁ ସବୁଜ ସଙ୍କେତ ପାଇବାର ୫ଦିନ ମଧ୍ୟରେ ପରିବହନ କମିଶନର ଆରଟିଜିଏସ୍‌‌ ବ୍ୟବସ୍ଥା ମାଧ୍ୟମରେ ଦାବିଦାରଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ଷତିପୂରଣ ରାଶି ପୈଠ କରିବେ। ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲେ ଅଧିକାରୀ ନିଷ୍ପତ୍ତି ନେଇଥିବା ମୃତକଙ୍କ ନିକଟ ସମ୍ପର୍କୀୟ ଅବା ଆଇନଗତ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତ କ୍ଷେତ୍ରରେ ଆହତଙ୍କୁ ହିଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ। ଯଦି କ୍ଷତିପୂରଣ ରାଶି ପାଇବା ପରେ ଧକ୍କା ଦେଇଥିବା ଗାଡ଼ି ଚିହ୍ନଟ ହୁଏ, ତାହେଲେ ହିତାଧିକାରୀ ବୀମା କମ୍ପାନୀ ଅବା କ୍ଲେମ୍‌‌ ଟ୍ରିବୁନାଲରୁ ପାଇଥିବା କ୍ଷତିପୂରଣ ରାଶି ପରିବହନ କମିଶନରଙ୍କୁ ଫେରସ୍ତ ଦେବେ। ଅନ୍‌ଲାଇନ୍‌ରେ ଆବେଦନପତ୍ର ଦାଖଲ ପାଇଁ ସଫ୍ଟୱେୟାର୍‌ ପ୍ରସ୍ତୁତ କରିବା ଲାଗି ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ଯ ଅଭିଯୁକ୍ତ ଚିତ୍ତ ମହାନ୍ତି ଗିରଫ
ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା କରାଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ଦୁର୍ଘଟଣାସ୍ଥଳ ନିକଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଦେଖିଲେ ବାଇକ୍‍ ଆରୋହୀଙ୍କୁ ହତ୍ୟା କରିବା ପାଇଁ ମିନିଟ୍ରକ୍‍ ପଛପଟୁ ମାଡିଆସିଥିବା ଦେଖିବାକୁ ମିଳିଥିଲା। ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଚିତ୍ତ ଏହି ମର୍ଡର ପ୍ଲାନ ତିଆରି କରିଥିଲା। ଆଉ କିଛି ସମୟ ମଧ୍ୟରେ ଚିତ୍ତକୁ କୋର୍ଟରେ ହାଜର କରିବ ବଲାଙ୍ଗୀର ପୁଲିସ । ଏନେଇ ସୂଚନା ବଲାଙ୍ଗୀର ଏସପି ନୀତିନ୍ କୁଶଳକର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,  ଶନିବାର ପ୍ରାୟ ୧୧ଟାରେ ଆରଟିଓ ଅଫିସ ଛକ ନିକଟରେ ଏକ ମିନି ଟ୍ରକ୍‍ ପଛପଟୁ ଏକ ବାଇକ୍‍କୁ ଧକ୍କା ଦେଇଥିଲା। ବାଇକ୍‍ରେ ଥିବା ଶ୍ରୀକାନ୍ତ ବାଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ବାଇକ୍‍ରେ ଥିବା ସାନୁ ନାୟକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣାରେ ଚିତ୍ତ ମହାନ୍ତି ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବାଇକ୍‍କୁ ଧକ୍କା ଦେବା ପରେ ଟ୍ରକ୍‍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିନିଟ୍ରକରେ ହିଁ ଚିତ୍ତ ମହାନ୍ତି ରହିଥିବା ଆହତ ସାନୁ ନାୟକ ଓ ପରିବାର ଲୋକ ଅଭିଯୋଗ ଆଣିଥିଲେ। ଉଭୟ ସାନୁଙ୍କ ପରିବାର ଓ ଚିତ୍ତ ମହାନ୍ତିଙ୍କ ମଧ୍ୟରେ ରହିଥିବା ପୁରୁଣା ଶତ୍ରୁତା ଯୋଗୁଁ ଏହି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହେଇଥିଲା।  ସାନୁଙ୍କୁ ହତ୍ୟା କରିବା ପାଇଁ ଚିତ୍ତ ମହାନ୍ତି ଏହି ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରମାଣ ପାଇବା ପରେ ପୁଲିସ ମାମଲା ରୁଜୁ କରି ଚିତ୍ତ ମହାନ୍ତିଙ୍କୁ ଅଟକ ରଖିଥିଲା।

ଅଜଣା ଗାଡି ଦୁର୍ଘଟଣାରେ ମୃତକ ଓ ଆହତଙ୍କ ପାଇଁ ରହିଛି ‘ସୋଲାସିୟମ୍ ପାଣ୍ଠି’, ସଚେତନତା ଅଭାବରୁ ଲାଭ ଉଠାଇ ପାରୁନାହାନ୍ତି ହିତାଧିକାରୀ
ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ଘଟୁଛି ସଡକ ଦୁର୍ଘଟଣା। କେତେକ ସ୍ଥାନରେ ଦୁର୍ଘଟଣାଗ୍ରସ୍ତଙ୍କର ମୃତ୍ୟୁ ହେଉଥିବା ବେଳେ ଆଉ କେତେକ ସ୍ଥଳରେ ଗୁରୁତର ଆହତ ହୋଇଥାନ୍ତି। ରାଜ୍ୟରେ ଘଟୁଥିବା ସଡକ ଦୁର୍ଘଟଣା ମଧ୍ୟରୁ ବହୁତ ସ୍ଥାନରେ ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର୍‌ ହୋଇଯାଆନ୍ତି। ଏପରି ସ୍ଥଳେ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମୃତାହତ କିମ୍ବା ଆହତ ହେଉଥିବା ବ୍ୟକ୍ତିଙ୍କୁ ବୀମା ଅର୍ଥ ମିଳିନଥାଏ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଦେଶବ୍ୟାପୀ ସବୁ ରାଜ୍ୟରେ ଗଠନ କରାଯାଇଛି ସୋଲାସିୟମ୍‌ ପାଣ୍ଠି ।  ଦୁର୍ଘଟଣାର ୧ ବର୍ଷ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଆବେଦନର ୧୫ଦିନ ମଧ୍ୟରେ ଏହି ସହାୟତା ପ୍ରଦାନ କରିବାକୁ ନିୟମ ରହିଛି । କିନ୍ତୁ ସଚେତନତା ଅଭାବରୁ ଶତକଡା ୫ପ୍ରତିଶତରୁ କମ୍‌ ଲୋକ ଏହାର ଲାଭ ପାଇପାରୁଛନ୍ତି।  ହିଟ୍‌ ଆଣ୍ଡ ରନ୍‌ ମାମଲା ବା ଅଜଣା ଗାଡ଼ି ଧକ୍କାରେ ମୃତାହତ ଓ ଆହତ ହେଉଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏହି ଯୋଜନା ।

ସୋଲାସିୟମ୍ ପାଣ୍ଠି କଣ ?

ଦେଶରେ ଅଜଣା ଗାଡି ଦୁର୍ଘଟଣା ଗ୍ରସ୍ତଙ୍କ ସଂଖ୍ୟା ବଢିବା ଏବଂ ଏଭଳି ଦୁର୍ଘଟଣା ଅଜଣା ଗାଡ଼ିରୁ ହେଉଥିବାରୁ ମୃତ ବା ଆହତଙ୍କୁ ବୀମା ଅର୍ଥ ମିଳିନଥାଏ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଦେଶବ୍ୟାପୀ ସବୁ ରାଜ୍ୟରେ ଗଠନ କରାଯାଇଛି ସୋଲାସିୟମ୍‌ ପାଣ୍ଠି । ସମସ୍ତ ରାଜ୍ୟ ସୋଲାସିୟମ୍ ପାଣ୍ଠି ଆରମ୍ଭ କରିଥିଲେ। ଆମ ରାଜ୍ୟ ଓଡିଶାରେ ୨୦୧୮ ମସିହା ମେ’୧୪ ରେ ଏହି ସୋଲାସିୟମ୍ ପାଣ୍ଠି ଆରମ୍ଭ କରାଯାଇଥିଲା। ଏହି ପାଣ୍ଠିର ନିୟମ ଅନୁସାରେ ଅଜଣା ଗାଡି ଦୁର୍ଘଟଣାରେ ମୃତାହତ ହେଉଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ମିଳିଥାଏ। ଦୁର୍ଘଟଣା ଘଟିବାର ୧ ବର୍ଷ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡିଥାଏ। ପୂର୍ବରୁ ଆବେଦନ କରିବାର ସମୟ ସୀମା ଦୁର୍ଘଟଣାର ୬ ମାସ ରହିଥିଲା କିନ୍ତୁ ବର୍ତ୍ତମାନ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇ ଏକ ବର୍ଷ କରାଯାଇଛି।

କିପରି କରିପାରିବେ ଆବେଦନ ?

ଅଜଣା ଗାଡି ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତି କିମ୍ବା ଅଜଣା ଗାଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ବର୍ଗ ଦୁର୍ଘଟଣାର ଏକ ବର୍ଷ ମଧ୍ୟରେ ଯେଉଁ ଆରଟିଓ(RTO) ପରିସୀମା ଅଞ୍ଚଳରେ ଦୁର୍ଘଟଣା ଘଟୁଛି ସେଠାରେ ଆବେଦନ କରିପାରିବେ । ଏହାପରେ ଆରଟିଓ ପକ୍ଷରୁ ଏକ ମାସ ମଧ୍ୟରେ  ଆବେଦନର ଯାଞ୍ଚ ଏବଂ ଦୁର୍ଘଟଣା ସେହି ଆରଟିଓ ପରିସୀମାରେ ହୋଇଛି କି ନାହିଁ ତାହାର ପ୍ରମାଣ ପାଇବା ପରେ  ସହାୟତା ପାଇଁ ପରିବହନ କମିଶନରଙ୍କ ନିକଟକୁ ଉକ୍ତ ବ୍ୟକ୍ତିଙ୍କ ଆବେଦନ ପତ୍ର ପଠାଯାଏ। ପରିବହନ କମିଶନର ଉକ୍ତ ବ୍ୟକ୍ତିଙ୍କ ଆବେଦନ ପାଇବାର ୧୫ ଦିନ ମଧ୍ୟରେ ସେହି ବ୍ୟକ୍ତି ଯେତିକି ଟଙ୍କା ସହାୟତା ପାଇବାର ହକ୍‌ଦାର ତାହା ପ୍ରଦାନ କରିଥାନ୍ତି।

ତେବେ ଲୋକଙ୍କ ମଧ୍ୟରେ ଏନେଇ ସଚେତନତାର ଅଭାବ ରହିଥିବା କାରଣୁ ଏହାର ଲାଭ ହିତାଧୀକାରୀ ଉଠାଇ ପାରୁନାହାନ୍ତି। ସୂଚନାଅନୁସାରେ ରାଜ୍ୟରେ ୨୦୧୯ ଓ ୨୦୨୦ରେ ଅଜଣା ଗାଡି ଦୁର୍ଘଟଣାରେ ଯଥାକ୍ରମେ  ୧୧୦୮, ୯୦୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୨୫୦,୯୦୨ ଜଣ ଗୁରୁତର ଆହତ ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧୪୦ ଜଣ ମୃତାହତଙ୍କ ପରିବାର ବର୍ଗ ଏବଂ ୯୨ ଜଣ ଆହତ ଏହି ସୋଲାସିୟମ୍ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ମଧ୍ୟ  ସ୍ୱୀକାର କରିଛନ୍ତି ଯେ ଲୋକଙ୍କ ମଧ୍ୟରେ ଏହି ସୋଲାସିୟମ୍ ପାଣ୍ଠି ନେଇ ସଚେତନତାର ଅଭାବ ରହିଛି। ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏନେଇ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ତେବେ ବର୍ତ୍ତମାନ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ସବୁ ଏସ୍‌ପିଙ୍କୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦେଶନାମା ଜାରି କରାଯାଇଛି।

ହିଟ୍ ଆଣ୍ଡ୍ ରନ୍ ମାମଲାରେ ୨ ଲକ୍ଷ ଟଙ୍କାକୁ ବଢ଼ିପାରେ କ୍ଷତିପୂରଣ ରାଶି
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାର କ୍ଷତିପୂରଣ ରାଶି ବୃଦ୍ଧି କରିବେ। ଯେଉଁ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସମ୍ପୃକ୍ତ ଗାଡି ଚିହ୍ନଟ ହୋଇପାରୁ ନାହିଁ, ସେଭଳି ମାମଲାରେ କ୍ଷତିପୂରଣ ରାଶି ଆଠ ଗୁଣ ବୃଦ୍ଧି ହୋଇପାରେ । ଏ ସମ୍ପର୍କିତ ନିୟମକୁ ସଡ଼କ ପରିବହନ ମନ୍ତ୍ରାଳୟ ଚୂଡାନ୍ତ ରୂପ ଦେଇଥିବା ଜଣାପଡିଛି । ସେହିଭଳି ବୀମାଭୁକ୍ତ ଯାନ ସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଏବଂ ଗୁରୁତର ଆହତ ହେଲେ, ‘ନୋ ଫଲ୍ଟ ଲାଏବିଲିଟି’ ନିୟମ ଅନୁସାରେ କ୍ଷତିପୂରଣ ୧୦ ଗୁଣ ବୃଦ୍ଧି ପାଇବ ।

କ୍ଷତିପୂରଣ ରାଶି ବୃଦ୍ଧି କରିବାର ଉଦ୍ଦେଶ୍ୟ ହେଉଛି ପୀଡିତ ଏବଂ ସେମାନଙ୍କ ପରିବାରକୁ ଶୀଘ୍ର ରିଲିଫ ଯୋଗାଇବା । ସୂଚନା ଅନୁଯାୟୀ, ଯେକୌଣସି ହିଟ୍ ଏବଂ ରନ୍ ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଏଣିକି ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏବେ ଏଭଳି ଘଟଣାର ଶିକାର ଲୋକଙ୍କୁ ୨୫,୦୦୦ ଟଙ୍କା କ୍ଷତିପୂରଣ ମିଳୁଛି। ଏଥିସହ ଗୁରୁତର ଆହତ ହେଲେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ଗୁରୁତର ଆହତମାନଙ୍କୁ ବର୍ତ୍ତମାନ ୧୨,୫୦୦ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।

୨୦୧୯ର ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ୨୯,୩୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୮,୭୫୧ ଜଣ ଲୋକ ଆହତ ହୋଇଛନ୍ତି। ଯେହେତୁ ଏପରି ଘଟଣାରେ ଦୋଷୀ ଧରାପଡ଼ି ନଥାଏ, ତେଣୁ ସରକାର ଏକ ମୋଟର ଯାନ ଦୁର୍ଘଟଣା ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରୁ କ୍ଷତିପୂରଣ ପ୍ରଦାନ କରାଯିବ।