Chitfund Scam - The Sakala

ଚିଟ୍‌ଫଣ୍ଡ ଲିଙ୍କ୍‌: ବନ୍ଧା ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ
ବିଶାଖାପାଟଣା: ଓଡ଼ିଶାରୁ ଆନ୍ଧ୍ର ଯାଏ ଲମ୍ବିଛି ଚିଟଫଣ୍ଡ ଠକେଇର ଚେର। ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ବନ୍ଧା ହେଲେ ଆନ୍ଧ୍ରପ୍ରଦେଶର ଜଣେ ପୂର୍ବତନ ବିଧାୟକ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ। ୨୦୧୯ ଚିଟ୍‌ଫଣ୍ଡ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଛି। ଶ୍ରୀ ପ୍ରସାଦଙ୍କ ୱେଲଫେର ଗ୍ରୁଫ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ରାଜ୍ୟର ଶତାଧିକ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ଏହି କମ୍ପାନି ୨୦୦୧ରେ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ହୋଇଛି। ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍‌ଭି ପ୍ରସାଦଙ୍କ ନାଁରେ ଏକାଧିକ ମାମଲା ଥିବା ଜଣାପଡିଛି। ଗତକାଲି ଓଡ଼ିଶା ସିଆଇଡିର ଏକ ସ୍ବତନ୍ତ୍ର ଟିମ୍ ଶ୍ରୀ ପ୍ରସାଦଙ୍କ ବିଶାଖାପାଟଣା ଘରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଥିଲା।  ଚଢ଼ାଉ ସମୟରେ ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପଚରାଉଚରା ପାଇଁ ଏମ୍‌ଭି ପ୍ରସାଦଙ୍କୁ ଓଡ଼ିଶା ଅଣାଯିବ ବୋଲି ସୂଚନା ରହିଛି।

ଚିଟଫଣ୍ଡ ସ୍କାମ: ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ୍ ଭୌମିକ ଗିରଫ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ କୋଲକାତାରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ। ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧିକ ଶାଖା। ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲ୍ୟୁ। ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ୬ କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା। ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗର ମଇନାରୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଏହି ମାମଲାରେ ୨୦୧୯ ନଭେମ୍ବର ୨୯ରେ ଶୁଭ୍ରାଙ୍କୁ ଇଡି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଏହା ପରେ ୨୦୨୧ରେ ଜାନୁଆରି ୧୫ରେ ରୋଜଭ୍ୟାଲିର ମୁଖ୍ୟ ଗୌତମକୁଣ୍ଡୁଙ୍କ ସ୍ତ୍ରୀକୁ ଗିରଫ କରାଯାଇଥିଲା। ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା। ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି। ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟମରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା। ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା।