EOW - The Sakala

୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର ଗିରଫ
ଭୁବନେଶ୍ୱର : ୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର ଗିରଫ। ଦୀପକ କୁମାର ଛୋଟରାୟଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। EOW କେସ ନମ୍ବର ୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ରେ ଗିରଫ କରିଛି । ଅଭିଯୋଗକାରୀ ଅନୀଲ ପଣ୍ଡା ଓ ଅନ୍ୟ ୩୪ ଜଣ ଠକେଇ ନେଇ ଦେଇଥିଲେ ଏତଲା। GLF ଇନଫ୍ରାଟେକ୍ ଲିମିଟେଡ ପକ୍ଷରୁ ପାତ୍ରପଡ଼ା ଠାରେ ପ୍ରେଜେକ୍ଟ ହେବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଗାଡ଼କଣ ମୌଜାରେ ଫ୍ଲାଟ ଦେବାକୁ କୁହାଯାଇଥିଲା। ୨୦୧୬ ମସିହାରେ ୩୫ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରିଥିଲେ ବିଲ୍ଡର। ପରେ କିନ୍ତୁ ଜମି ଓ ଘର ଦେବାରେ ବିଫଳ ହୋଇଥିଲା ସଂସ୍ଥା। ଶେଷରେ ଠକେଇ ନେଇ EOW ରେ ଦ୍ୱାରସ୍ଥ ହୋଇଥିଲେ କ୍ଷତିଗସ୍ତ। ଅଭିଯୋଗ ଆଧାରରେ ଠକ ବିଲ୍ଡରଙ୍କୁ ଗିରଫ କରାଯାଇଛି EOW ।

୬୮ଏକର ସରକାରୀ ଜମି ବିକିଦେଲେ ଦଲାଲ, ଇଓଡବ୍ଲ୍ୟୁରେ ଏତଲା ଦେଲା ବିଡିଏ
ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ ପୁରା ୬୮ ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ। ଏପରିକି ୧୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ବା ଦେଖାଇ ବିକ୍ରି କରିଦେଇଛନ୍ତି। ଏମିତି ଘଟଣା ଘଟିଛି ସାମପୁର ମୌଜାରେ॥ଏନେଇ ମାନସ ନାୟକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଏତଲା ଦେଇଛି ବିଡିଏ।

ସାଧାରଣ ପ୍ରଶାସନ (ଜିଏ) ତରଫରୁ ସାମପୁର ମୌଜାରେ ୬୪.୭୫ଡିସିମିିଲି ଜମି ବିଡିଏକୁ ମିଳିଥିଲା । ଏହି ଜମିରେ ଆଫୋଡେବୁଲ୍ ହାଉସିଂ ପ୍ରୋଜେକ୍ଟ ଲାଗି ଅନୁମତି ମିଳିଛି। ତେବେ ଆଫୋଡେବୁଲ ପ୍ରୋଜେକ୍ଟ ହେବା ପୂର୍ବରୁ କେତେକ ଦଲାଲ ସେହି ଜମିକୁ ମାଡି ବସିଛନ୍ତି। ଏପରିକି ଜାଲ ଦସ୍ତାବିଜ୍ ପ୍ରସ୍ତୁତ କରି ମାଲିକାନା ସତ୍ତ୍ବ ବଳରେ ୧୦ଜଣଙ୍କୁ ଏହି ସରକାରୀ ଜମିର କିଛି ଅଂଶ ବିକି ଦେଇଥିବା ବିଡିଏ ତଦନ୍ତରୁ ଜଣାପଡିଛି। ଆଉ ବାକି ଜମିକୁ ବିକ୍ରି କରିବା ପାଇଁ ଦଲାଲ ମାନେ ମସୁଧା ଚଳାଇଛନ୍ତି ।ଏହି ଘଟଣା ବିଡିଏ ଜାଣିବା ପରେ ମାନସ ନାୟକ ଏବଂ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ଏତଲା ଦାୟର କରିଛି।

ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଇଓଡବ୍ଲ୍ୟୁ ଟିମ୍‌‌, ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା
ଭୁବନେଶ୍ୱର: ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଇଓଡବ୍ଲ୍ୟୁ ଟିମ୍‌‌ ପହଞ୍ଚିଛି। ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଲମ୍ବା ଲାଇନ୍‌‌ କରି ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ଏହି ପଚରାଉଚରା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦ ହଜାର ଟଙ୍କା ଧରିଥିବା ଓ ଟଙ୍କା କାହାର ନେଇ ପଚରାଉଚରା କରୁଛି। ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ, ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ଜଣାପଡିଥିଲା। ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ଅସଲି ମାଲିକଙ୍କଠାରୁ ୩୦୦ ଟଙ୍କା ମିଳୁଥିବା ଖବର ଅସିଥିଲା । ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ନେଇ ସୂଚନା ଦେଇଥିଲେ ଲାଇନରେ ଛିଡା ହୋଇଥିବା କିଛି ବ୍ୟକ୍ତି । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଥିଲା ।

ସମ୍ବାଦ ଲୋନ ସ୍କାମର ଖୋଲୁଛି ସାଂଘାତିକ ଗୁମର, EOW ହାତରେ ଲାଗିଲା ଧମକ ଓ ଜାଲିଆତିର ବଡ଼ ପ୍ରମାଣ
ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । ଲୋନ ପାଇଁ ଏକାଧିକ ସାଲାରୀ ସ୍ଲିପ ବ୍ୟବହାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ତେବେ ତଦନ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବାଦ ଲୋନ ଠକେଇ ମାମଲାରେ ଫିଟୁଛି ଗୁମର । ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ, ସୁଦାମ ପ୍ରଧାନ ନାମକ ଆଉ ଜଣେ ପୂର୍ବତନ କର୍ମଚାରୀ ଆଣିଛନ୍ତି ସଙ୍ଗୀନ ଆରୋପ । ଏହି କର୍ମଚାରୀ ଜଣକ ବରଗଡ଼, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ପେପର ସର୍କୁଲେସନ ଦାୟିତ୍ୱରେ ଥିଲେ । ସେ କହିଛନ୍ତି କି, ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ କାମ କରୁଥିଲି। ୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭୟ ଦେଖାଇ ସମ୍ବାଦ ମୁଖ୍ୟ HR ଲୋନ ନେଇଥିଲେ। ପରବର୍ତ୍ତୀ ସମୟରେ ESI ଓ EPF ଲାଗି କାହିଁକି ଟଙ୍କା କଟୁନି, କାହିଁକି ଡିପୋଜିଟ କରାଯାଉନି ବୋଲି କହିବାରୁ ମୋତେ ବଦଳି କରିବାକୁ ଚାପ ଦେବା ସହିତ ଚାକିରୀ ଛାଡିବାକୁ କହିଥିଲେ । ଶେଷରେ ମୁଁ ୨୦୧୨ ମସିହାରେ ଚାକିରି ଛାଡିଥିଲି ବୋଲି ସେ କହିଛନ୍ତି ।

‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌: କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW, ଚାଲିଛି ଛାନଭିନ୍
ଭୁବନେଶ୍ୱର: ‘ସମ୍ୱାଦ ଋଣ ସ୍କାମ’ ମାମଲାରେ ତଦନ୍ତକୁ ଅଧିକ ତୀବ୍ର କରିଛି ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW ପହଞ୍ଚିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ଛାନ ବିନ ଆରମ୍ଭ କରିଛି।  ଅଭିଯୋଗକାରୀଙ୍କ ପୂର୍ବତନ କର୍ମଚାରୀଙ୍କ ESI କୁ ନେଇ ଛନଭିନ କରିଛି EOW। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟକୁ ଯାଇ ତଥ୍ୟ ସଂଗ୍ରହ କରୁଛି EOW ।

ସୂଚନା ଅନୁଯାୟୀ, ଗୁରୁବାର ଇଓଡବ୍ଲ୍ୟୁର ଅତିରିକ୍ତ ଏସ୍‌‌ପି ସୀମାଞ୍ଚଳ ଗନ୍ତାୟତଙ୍କ ନେତୃତ୍ୱରେ ‘ସମ୍ବାଦ’ କାର୍ଯ୍ୟାଳୟରେ ପ୍ରାୟ ୧୧ ଘଣ୍ଟା ଯାଞ୍ଚ କରାଯାଇଥିଲା। ଦୀର୍ଘ ସମୟ ଯାଞ୍ଚ ପରେ ଗତକାଲି ବିଳମ୍ବିତ ରାତିରେ ଅଧିକାରୀମାନେ ଫେରିଥିଲେ। ଯାଞ୍ଚ ସମୟରେ ‘ସମ୍ବାଦ’ ଅଫିସରୁ କଂପ୍ୟୁଟର ହାର୍ଡଡିସ୍କ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌‌କୁ ଇଓଡବ୍ଲ୍ୟୁ ଜବତ କରିଛି। ଋଣ ଜାଲିଆତିର ସବୁ କଳାଚିଠା ଏହି ହାର୍ଡଡିସ୍କରେ ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ନାମରେ ‘ସମ୍ବାଦ’ କର୍ତ୍ତୃପକ୍ଷ ବିପୁଳ ଋଣ ଉଠାଇଥିବା ଜୟଦେବ ବିହାରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଆଜି ଜେରା କରିଥିଲା ଇଓଡବ୍ଲ୍ୟୁ। ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜରଙ୍କ ସମେତ ତିନି କର୍ମଚାରୀ ଇଓଡବ୍ଲ୍ୟୁରେ ହାଜର ହେବା ପରେ ସେମାନଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରାଯାଇଥିଲା। ଏହି ବ୍ୟାଙ୍କରୁ ପ୍ରାୟ ୩୫୦ ଜଣ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କ ନାମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଋଣ ଉଠାଇଥିବା ଅଭିଯୋଗ ହୋଇଛି। ତେଣୁ ଋଣ ପ୍ରଦାନ ସମୟରେ ‘ସମ୍ବାଦ’ କର୍ତ୍ତୃପକ୍ଷ ଦାଖଲ କରିଥିବା ତଥ୍ୟ ଦାଖଲ କରିବାକୁ ଇଓଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଛି। ସେହିପରି ଜେରା ପାଇ ପୁଣି ୭ଜଣଙ୍କୁ ନୋଟିସ ପଠାଇଛି ଅର୍ଥନୈତିକ ଅପରାଧ ଶାଖା।

ଏପଟେ ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ‘ସମ୍ୱାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସୌମ୍ୟଙ୍କ ସମେତ ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ୱଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ ହୋଇଛି। ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ତଥା ‘ପ୍ରମେୟ’ର ଡିଜିଏମ୍‌‌ ପୂର୍ଣ୍ଣଚନ୍ଦ୍ର ଦେଓ, ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ଭୈରବ ବ୍ରହ୍ମା, ପୂର୍ବତନ ସହ ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ, ଏଜେଣ୍ଟ ମିତ୍ରଭାନୁ ମହାପାତ୍ର ପ୍ରମୁଖ ଇଓଡ଼ବ୍ଲ୍ୟୁର ଦ୍ୱାରସ୍ଥ ହୋଇଛନ୍ତି। ଇଓଡବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀ କହିଛନ୍ତି ଯେ ଅଭିଯୋଗର ସଂଖ୍ୟା ଦିନକୁ ଦିନ ବଢ଼଼ିବାରେ ଲାଗିଛି। ତେଣୁ ଆଇନ ପରିସରରେ ରହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼଼ାଯାଉଛି। ‘ସମ୍ବାଦ’ ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ ହୋଇଛି। ଏହାର ସିଜର ଲିଷ୍ଟ ସେମାନଙ୍କୁ ପ୍ରଦାନ କରାଯାଇଛି। ଆସନ୍ତାକାଲି ହାଜର ହେବାକୁ ବହୁ ଲୋକଙ୍କୁ ସମନ ଜାରି ହୋଇଛି। ତଦନ୍ତ ଜାରି ରହିଛି, ଖୁବ୍‌‌ ଶୀଘ୍ର ବହୁ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର ‘ସମ୍ବାଦ’ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କେବଳ କର୍ମଚାରୀ ନୁହନ୍ତି; ସାଧାରଣ ଏଜେଣ୍ଟମାନଙ୍କ ପ୍ରତି କିପରି ‘ସମ୍ବାଦ’ କର୍ତ୍ତୃପକ୍ଷ ବିଶ୍ୱାସଘାତକତା କରିଛନ୍ତି, ତାହାର ଉଦାହରଣ ସେ ରଖିଛନ୍ତି। ସେ କହିଛନ୍ତି ଯେ ୫ ବର୍ଷ କାର୍ଯ୍ୟ କରିବା ପରେ ଅକସ୍ମାତ ତାଙ୍କ ଏଜେନ୍ସି କାଟି ଦିଆଗଲା। ଏ ସମ୍ପର୍କରେ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏଜେନ୍ସି ବାବଦ ଅର୍ଥ ସେ ଫେରି ପାଇ ନାହାନ୍ତି। ଅନୁରୂପ ଭାବରେ ‘ସମ୍ୱାଦ’ର ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ ସୌମ୍ୟଙ୍କ ଲୋନ୍‌‌ ସ୍କାମର ଶିକାର ହୋଇଥିବା ଇଓଡ଼ବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୧୯୯୯ ମସିହାରେ ସମ୍ୱାଦରେ ବରିଷ୍ଠ ପ୍ରସାର ନିର୍ବାହୀ ଭାବେ ଅନୁଗୁଳରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ଦରମା ଥିଲା ୩ ହଜାର ଟଙ୍କା। ୨୦୦୨ରେ ସମ୍ୱାଦର ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କର ତାଙ୍କୁ ଫୋନ କରି କଟକ ଅରୁଣୋଦୟ ମାର୍କେଟର ଷ୍ଟେଟବ୍ୟାଙ୍କ ଶାଖାରେ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କମଳାକାନ୍ତ ମହାପାତ୍ର (ଏବର ସମ୍ୱାଦ ସିଓଓ) ତାଙ୍କୁ ଚାକିରି ଯିବାର ଭୟ ଦେଖାଇ ଋଣ ନେବାକୁ ଚାପ ପକାଇଥିଲେ। ପରେ ବ୍ଲାଙ୍କ ଲୋନ୍‌‌ ଆକାଉଣ୍ଟ ଓପନିଂ ଫର୍ମରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ଲୋନ ସମ୍ପର୍କରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିବାକୁ ତାଙ୍କୁ ସୁଯୋଗ ଦେଇ ନ ଥିଲେ ଏଚଆର୍‌‌ ବୈଜୟନ୍ତୀ କର ଏବଂ ଜୟପୁର ଏଡିସନର ତତ୍‌‌କାଳୀନ ଏଜିଏମ ବିନୋଦ ପଣ୍ଡା। ଆକାଉଣ୍ଟକୁ ଲୋନ୍‌‌ ଟଙ୍କା ଆସିବା ପରେ ସମ୍ୱାଦ କର୍ତ୍ତୃପକ୍ଷ ବ୍ଲାଙ୍କ୍‌‌ ୱିଇଡ୍ରାଲ ଫର୍ମରେ ଦସ୍ତଖତ ନେଇ ପାଖାପାଖି ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ। ପ୍ରଥମ ଋଣ ସୁଝାସରିନଥିବା ବେଳେ ପୁଣି ୨୦୦୩ ମସିହାରେ ଦ୍ୱିତୀୟ ଲୋନ୍‌‌ କରିବାକୁ ଗୌରାଙ୍ଗଙ୍କୁ ବାଧ୍ୟ କରାଯାଇଥିଲା। ପୁଣିଥରେ ଗୌରାଙ୍ଗଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ଟଙ୍କା ଲୋନ୍‌‌ କରାଯାଇଥିଲା ଏବଂ ଏଥିରୁ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଅର୍ଥ ସେମାନେ ନେଇ ଯାଇଥିଲେ। ଏହାର ଠିକ୍‌‌ ୬ମାସ ପରେ କଟକ ମଙ୍ଗଳାବାଗ ଏସବିଆଇରୁ ପୁଣି ଗୌରାଙ୍ଗଙ୍କ ନାଁରେ ପୁଣି ୫ ଲକ୍ଷ ଟଙ୍କାର ଋଣ କରାଯାଇଥିଲା ଏବଂ ଏଥିରେ ତାଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଅଧିକ ପରିମାଣ କରାଯାଇଥିବା ସେ ଜାଣି ପାରିଥିଲେ। ଚାକିରି ଯିବା ଭୟରେ ସେ ଚାପର ବଶୀଭୂତ ହୋଇ ଋଣ ଫର୍ମରେ କେବଳ ସ୍ୱାକ୍ଷର କରିଥିଲେ ଏବଂ ସମସ୍ତ ଟଙ୍କା ‘ସମ୍ବାଦ’ କର୍ତ୍ତୃପକ୍ଷ ନେଇ ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବାଦର ଲୋନ ସ୍କାମ: ପୁଣି ଥରେ ସମ୍ବାଦ ଅଫିସରେ EOWର ଚଢ଼ାଉ, ସାମିଲ ଅଛନ୍ତି ସାଇବର ଏକ୍ସପର୍ଟ
ଭୁବନେଶ୍ବର: ଖୋଲିବାରେ ଲାଗିଛି ‘ସମ୍ବାଦ ବ୍ୟାଙ୍କ୍‌‌ ସ୍କାମ’ର  ଗୁମର । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ତଦନ୍ତ ପରେ ଗୋଟିକ ପରେ ଗୋଟିଏ ନୂଆ ତଥ୍ୟ ମିଳିବାରେ ଲାଗିଛି। ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡିଆର କର୍ମଚାରୀଙ୍କୁ ଚାକିରି ହରାଇବା ଭୟ ଦେଖାଇ କିପରି ଯୋଜନାବଦ୍ଧ ଭାବରେ ସେମାନଙ୍କ ନାମରେ ଋଣ ନିଆଯାଉଥିଲା ଏ ନେଇ ଆଜି ଦ୍ୱିତୀୟ ଥର ପାଇଁ ସମ୍ବାଦ ଅଫିସରେ EOW ଚଢ଼ାଉ କରିଛି। ଚଢ଼ାଉ ବେଳେ ହାର୍ଡ ଡିସ୍କ ଜବତ କରିଛି EOW ।  ଚଢ଼ାଉରେ ସାମିଲ ଅଛନ୍ତି EOWର ବରିଷ୍ଠ ଅଧିକାରୀ । ଚଢ଼ାଉ ଟିମ୍‌ରେ ସାମିଲ ଅଛନ୍ତି ସାଇବର ଏକ୍ସପର୍ଟ । ଚଢାଉ ବେଳେ ବହୁ ସନ୍ଦେହ ଜନକ ଦସ୍ତାବିଜ ମିଳିଥିବା ଜଣାପଡ଼ିଛି।

ସେହିପରି, ପୁଣି ଥରେ  EOWରେ ହାଜର ହୋଇଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ । କେମିତି ହୋଇଥିଲା ବ୍ୟାଙ୍କ ଫ୍ରଡ୍ ଗୁଡାଇ ତୁଡାଇ ପଚାରୁଛି EOW । ଜୟେଦବ ବିହାର ଓଡ଼ିଶା ଗ୍ୟାମ ବ୍ୟାଙ୍କ (OGB) ମ୍ୟାନେଜର ଓ ଅଧିକାରୀଙ୍କୁ ପଚରା ଉଚରା କରାଯଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଅଧିକାଂଶ ସମ୍ବାଦ କର୍ମଚାରୀଙ୍କ ନାଁରେ ଲୋନ ଉଠାଯାଇଥିଲା।

ଏହି ବ୍ୟାଙ୍କ ସ୍କାମରେ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଥିବା ବେଳେ କାର୍ପଟଦାର ମାନବସମ୍ବଳ ମୁଖ୍ୟ ବୈଜୟନ୍ତୀ କର ଥିଲେ ବୋଲି ଅଭିଯୋଗ ହୋଇଛି। ଋଣ ନେବାକୁ କର୍ମଚାରୀ ମନା କଲେ ମାନସିକ ନିର୍ଯାତନା, ଚାକିରି ହରାଇବାର ଭୟ, ବଦଳି ବା ଚାକିରିରୁ ବିଦା କରାଯାଉଥିବା ନେଇ ଏହି କର୍ମଚାରୀମାନେ ବଖାଣିଛନ୍ତି। କର୍ମଚାରୀଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଏକାଧିକ ବ୍ୟାଙ୍କରୁ ଋଣ ନିଆଯାଇଥିବା ପ୍ରସଙ୍ଗରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଏହି ସାଂଘାତିକ ‘ସଙ୍ଗଠିତ ବ୍ୟାଙ୍କ ଠକେଇ’ର ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କ ପରିଚାଳିତ ଦୁଇ ଗଣମାଧ୍ୟମ ‘ସମ୍ବାଦ’ ଓ ‘କନକ ଟିଭି’ ପକ୍ଷରୁ ରୀତିମତ ଉଦ୍ୟମ ଆରମ୍ଭ ହୋଇଛି। ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଉଲ୍ଲେଖ କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଦେଖାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରାୟୋଜିତ ପ୍ରତିବାଦ କରାଯାଉଥିବା ମଧ୍ୟ ଦେଖାଯାଉଛି। ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ଲାଗି ସମ୍ୱାଦ ଓ କନକ ନ୍ୟୁଜ୍‌‌ ଦିନ ରାତି ଲାଗି ପଡ଼ିଛନ୍ତି। ସମ୍ୱାଦ ସପକ୍ଷରେ କହିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ପାଖରେ ନେହୁରା ହେଉଛନ୍ତି। ସମ୍ୱାଦର ଏହି ବ୍ୟାଙ୍କ ସ୍କାମ୍‌‌ ଲୋକଲୋଚନକୁ ଆଣିବାରୁ ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ବିରୋଧରେ ସମ୍ୱାଦ ଓ କନକ ନ୍ୟୁଜ୍‌‌ ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି।

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା
ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗତକାଲି ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଥିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW ।

ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW । ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୨୦ ଜଣ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି ।

ଅଭିଯୋଗରେ ପଞ୍ଜୀକୃତ ହୋଇଛି ଯେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଧମକ ଦେଇ ବ୍ୟକ୍ତିଗତ ଲୋନ୍‌ ନେବାକୁ ବାଧ୍ୟ କରାଯାଉଥିଲା। କୋଟି କୋଟି ଟଙ୍କା ଋଣ ନିଆଯାଉଥିବା ବେଳେ ଟଙ୍କା ସଂପୃକ୍ତ କର୍ମଚାରୀଙ୍କୁ ଦିଆଯାଉନଥିଲା ବରଂ ସେହି ଟଙ୍କା ନିଯୁକ୍ତିଦାତା କମ୍ପାନୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ । ସେହିପରି ଯାଞ୍ଚ ନେଇ କନକ ନ୍ୟୁଜ ମିଛ ଖବର ପ୍ରସାରଣ କରୁଛି ବୋଲି କହିଛି EOW । ତଦନ୍ତକାରୀ ଅଧିକାରୀ କୌଣସି ଚାପର ବଶବର୍ତ୍ତୀ ନାହାନ୍ତି । ଋଣ ଜାଲିଆତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି EOW ।

ସମ୍ବାଦ ଅଫିସରେ EOW ଚଢାଉ, ମୋବାଇଲ୍‌‌ ସ୍ୱିଚ୍‌‌ ଅଫ୍‌‌ କରି ଅଜ୍ଞାତବାସରେ ଏଚ୍‌‌ଆର୍‌‌ ମୁଖ୍ୟ ବୈଜୟନ୍ତୀ
ଭୁବନେଶ୍ବର: ସମ୍ବାଦ ଅଫିସରେ ଅର୍ଥନୈତିକ ଅପରାଧ ଶାଖା ( EOW) ଚଢାଉ କରିଛି । HR (ମାନବସମ୍ବଳ)  ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ ହୋଇଥିଲା। ନୋଟି ସତ୍ତ୍ବେ EOWରେ ହାଜର ହେଉନାହାନ୍ତି ବୈଜୟନ୍ତୀ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବରେ ମୁଖ୍ୟ କାର୍ପଟଦାର ଥିଲେ ବୈଜୟନ୍ତୀ । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ପରି ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇ ଯାଇଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କୁ ସହଯୋଗ କରିଥିବା ତାଙ୍କ ସଂସ୍ଥାର ମାନବସମ୍ବଳ ବିଭାଗର ଅଧିକାରୀ ମୁଖ୍ୟ ବୈଜୟନ୍ତୀ । ଏହି ଚଢ଼ାଉରେ ୪ ଡ଼ିଏସପି ଓ ୬ ଇନିସିପେକ୍ଟରଙ୍କ ସହ ସହିଦନଗର ଥାନା ପୁଲିସ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ବୈଜୟନ୍ତୀ କରଙ୍କ ବିରୋଧରେ ଦଫା ‘୪୨୦’ ଲଗାଇଛି ଅର୍ଥନୈତିକ ଅପରାଧ ଶାଖା। ଏହା ସହିତ ଉଭୟଙ୍କ ବିରୋଧରେ ଧମକଚମକ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜାଲିଆତି କରି ଜାଲ ଦସ୍ତାବିଜ ପ୍ରସ୍ତୁତ କରିବା, କାର୍ଯ୍ୟ ହାସଲ ପାଇଁ ଜାଲ ଦସ୍ତାବିଜ ବ୍ୟବହାର କରିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ୫୦୬, ୪୬୭, ୪୬୮, ୪୭୧, ୧୨୦ (ଖ) ଓ ୪୨୦ ଧାରାରେ ମାମଲା ରୁଜୁ ହୋଇଛି। କର୍ମଚାରୀଙ୍କ ନାମରେ ଜାଲ ଦସ୍ତାବିଜ୍‌‌ ଓ ଜାଲ ବେତନ ପ୍ରମାଣପତ୍ର ପ୍ରସ୍ତୁତ କରି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ଓ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କର ବିଭିନ୍ନ ବ୍ୟାଙ୍କରୁ ୫୦ କୋଟିରୁ ଊର୍ଦ୍ଧ୍ବ ଋଣ ଉଠାଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ସୌମ୍ୟଙ୍କ ଦ୍ୱାରା ପରିଚାଳିତ ‘ସମ୍ବାଦ’ ଓ ‘ଇଷ୍ଟର୍ଣ୍ଣ ମିଡ଼ିଆ ପ୍ରା. ଲିଃ’ର ବହୁ ପୂର୍ବତନ କର୍ମଚାରୀ ଇଓଡ଼ବ୍ଲ୍ୟୁରେ ଅଭିଯୋଗ କରିବାକୁ ଧାଡ଼ି ଲଗାଇଛନ୍ତି। ଜଣେ ଜଣେ କର୍ମଚାରୀଙ୍କ ନାମରେ ଏକ ସମୟରେ ବିଭିନ୍ନ ବ୍ୟାଙ୍କରୁ ୪ରୁ ୫ଟି ପର୍ଯ୍ୟନ୍ତ ଋଣ ନିଆଯାଇଛି। ଏହି ଋଣ କିପରି ମଞ୍ଜୁର ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି ଏବଂ ଏହିସବୁ ଅଭିଯୋଗ ପଞ୍ଜୀକୃତ ହେଲେ ଋଣ ଠକେଇ ପରିମାଣ ୧୦୦ କୋଟି ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି।

ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ଗତକାଲିଠାରୁ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କରଙ୍କୁ ଖୋଜୁଥିଲେ ହେଁ ତାଙ୍କର ପତ୍ତା ମିଳୁନାହିଁ। ତାଙ୍କ ମୋବାଇଲ ବନ୍ଦ ରହିଛି। ତାଙ୍କ ଘରେ ଇଓଡ଼ବ୍ଲ୍ୟୁ ଅଧିକାରୀମାନେ ପହଞ୍ଚିଥିଲେ ହେଁ ତାଙ୍କୁ ଠାବ ନକରି ପାରି କେବଳ ନୋଟିସ ଦେଇ ଫେରିଛି।

ଅନ୍ୟପକ୍ଷରେ ‘ସମ୍ବାଦ’ର ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର ରବିବାର ଇଓଡ଼ବ୍ଲ୍ୟୁ ଜେରାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୩ ଘଣ୍ଟା କାଳ ଶ୍ରୀ ମହାପାତ୍ରଙ୍କୁ ଇଓଡ଼ବ୍ଲ୍ୟୁ ଅଧିକାରୀମାନେ ଜେରା କରିଥିଲେ। ସେହିପରି ‘ସମ୍ବାଦ’ର ଅନ୍ୟ ଜଣେ ମହିଳା କର୍ମଚାରୀ ମଧ୍ୟ ଇଓଡ଼ବ୍ଲ୍ୟୁରେ ହାଜର ହୋଇଥିବା ସୂଚନା ମିଳିଛି। ତାଙ୍କଠାରୁ ଇଓଡ଼ବ୍ଲ୍ୟୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ହାସଲ କରିଛି।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ ଇଷ୍ଟର୍ଣ୍ଣ ମିଡ଼ିଆ ପ୍ରା. ଲିଃର ‘ସମ୍ବାଦ’ର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧିଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲୁ) ଏକ ମାମଲା ପଞ୍ଜିକୃତ କରିଛି। ଏଥିରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି। ସୌମ୍ୟଙ୍କ ବିରୋଧରେ ଶୋଷଣ, ନିର୍ଯାତନା ଓ ବ୍ୟାଙ୍କ ଠକେଇ ଏବଂ ବୈଜୟନ୍ତୀ କରଙ୍କ ବିରୋଧରେ ଚାକିରିରୁ ବହିଷ୍କାର କରିବା ଧମକ ଭଳି ବିଭିନ୍ନ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ସମ୍ପୃକ୍ତ ପୂର୍ବତନ କର୍ମଚାରୀ ୨୦୧୫ ମସିହାରେ ‘ସମ୍ୱାଦ’ରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ତାଙ୍କୁ ମାତ୍ର ୧୨୬୦୦ ଟଙ୍କା ବେତନ ମିଳୁଥିବାବେଳେ ତାହାକୁ ଜାଲିଆତି କରାଯାଇ ତାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠା ଯାଇଥିଲା। ଏପରିକି ତାଙ୍କ ନାମରେ ଋଣ ନେବାକୁ ସେ ଅସମ୍ମତ ହେବାରୁ ତାଙ୍କୁ ଚାକିରିରୁ ବହିଷ୍କାର ଲାଗି ଧମକ ଦିଆଯାଇଥିଲା। ‘ସମ୍ବାଦ’ରେ କାର୍ଯ୍ୟ କରୁଥିବା ଯେଉଁମାନେ ଋଣ ନ କରିବେ ସଂସ୍ଥାରେ ସେମାନଙ୍କର ସ୍ଥାନ ନାହିଁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ବୈଜୟନ୍ତୀ ତାଙ୍କୁ କହିଥିଲେ। ଚାକିରି ଯିବା ଭୟରେ ସେ ଋଣ ନେବାକୁ ସ୍ୱୀକୃତି ଦେଇଥିଲେ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଶାଖାରୁ ତାଙ୍କ ନାମରେ ଋଣ ନିଆଯାଇଥିଲା। ସେହିପରି ‘ସମ୍ବାଦ’ରେ କାର୍ଯ୍ୟ କରୁଥିବା ପ୍ରାୟ ଅଧିକାଂଶ କର୍ମଚାରୀଙ୍କ ନାମରେ ଋଣ ଉଠା ଯାଇଥିବା ସେ ଅଭିଯୋଗ କରିଛନ୍ତି। ୨୦୦୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମ୍ବାଦର ବିଭିନ୍ନ ଶାଖାରେ କାମ କରୁଥିବା କର୍ମଚାରୀଙ୍କ ନାମରେ ଋଣ ଉଠାଣ ହୋଇଛି। ଯେଉଁମାନେ ଋଣ ନେବାକୁ ଅସମ୍ମତ ହୋଇଛନ୍ତି ତାଙ୍କୁ ବିଭିନ୍ନ କାରଣ ଦେଖାଇ ବାହାର କରାଯାଇଛି ବା ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଇଛି। ବୈଜୟନ୍ତୀଙ୍କ ସହ ‘ସମ୍ବାଦ’ର ବିତ୍ତ ବିଭାଗର କିଛି ଅଧିକାରୀ ଓ ବିଭିନ୍ନ ଶାଖାରେ କାର୍ଯ୍ୟ କରୁଥିବା ମୁଖ୍ୟମାନଙ୍କର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସହିତ ଷ୍ଟେଟବ୍ୟାଙ୍କର କଟକ ମଙ୍ଗଳାବାଗ, ଅରୁଣୋଦୟ ନଗର, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ଜୟପୁର ଇଭିନିଂ ଶାଖା, ଅନୁଗୋଳ ଓ ରାଉରକେଲା ଶିଳ୍ପାଞ୍ଚଳ ଶାଖାରେ ହୋଇଥିବା ଋଣ ଦୁର୍ନୀତି ଓ ଠକେଇରେ ସମ୍ପୃକ୍ତ ବ୍ୟାଙ୍କ ଶାଖାର ତତ୍‌‌କାଳୀନ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ
ଭୁବନେଶ୍ବର : ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଛି। ନୟାଗଡ଼ ଓଡ଼ଗାଁ ରୁ ତାଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ଗିରଫ କରିଥିବା ସୂଚନା ଦେଇଛି। ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ଅର୍ଦ୍ଧେନ୍ଦୁଙ୍କୁ ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ।

ଏହାପରେ ମଙ୍ଗଳବାର ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଛି। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା। ବଡ଼ ଖବର ଅଫିସରେ ଗତକାଲି 6 ଘଣ୍ଟା ଧରି ଯାଞ୍ଚ କରିଥଲା ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)।

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପଟେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେଦୁ ଦାଶଙ୍କ ନାମରେ ଆଜି ଆଉ ଏକ ଠକେଇ ଅଭିଯୋଗ ହୋଇଛି। ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୋଲିସ ।

ଦେଇଥିବା ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ । ପୂର୍ବରୁ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି ।

ପ୍ରଥମଥର ପାଇଁ ଇଓଡବ୍ଲ୍ୟୁରେ ବିଲ୍ଡର ନାଁରେ ମାମଲା ; ୬କୋଟିର ଠକେଇ
ଭୁବନେଶ୍ୱର : ହାଇକୋର୍ଟ ରାୟ ପରେ ଏବେ ଓଡ଼ିଶାରେ ପ୍ରଥମ କରି ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ବିଲ୍ଡର ସଂସ୍ଥା ବିରୋଧରେ ୬ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି କ୍ରାଇମ୍‍ବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିିକ ଅପରାଧ ଶାଖା)। ବିଲ୍ଡର ଘର ଦେବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କୌଣସି କାମ କରିନଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନି୍ସ େଓ୍‍ଲ୍‍ଫେୟାର ଆସୋସିଏସନ୍‍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ପରେ ଇଓଡବ୍ଲ୍ୟୁ ହାଇକୋର୍ଟଙ୍କ ରାୟ ଆଧାରରେ ବିଲ୍ଡର ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଓଡ଼ିଶାରେ ଏଭଳି ଠକେଇ ମାମଲା ପ୍ରଥମ କରି ହୋଇଥିବାରୁ ଅନେକ ବିଲ୍ଡରଙ୍କ ମନରେ ଛନକା ପଶିଲାଣି। ସେମାନେ ଘର କିଣିବା ସମୟରେ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ନିହାତି ଫସିବେ।

ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ନାମକ ବିଲ୍ଡର ସଂସ୍ଥାର ଅଫିସ୍‍ ସେଫୋନି ମଲ୍‍ ତୃତୀୟ ମହଲାରେ ରହିଛି। ୨୦୧୧ ମସିହାରେ ଚନ୍ଦକା ପାଇକରାପୁରରେ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନ୍ସି ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହି ପ୍ରୋଜେକ୍ଟରେ ସେ ଏକାଧିକ ସୁବିଧା ଯୋଗାଇ ଦେବାକୁ ସର୍ବସାଧାରଣରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଅନେକ ଲୋକେ କିଣିବା ପାଇଁ ରାଜି ହୋଇଥିଲେ। ଏଥିଲାଗି ମଧ୍ୟ ଗ୍ରାହକ ଏବଂ ବିଲ୍ଡରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତ ଅନୁସାରେ ବିଲ୍ଡର ଦେବାକୁ ଥିବା ଫ୍ଲାଟ୍‍ରେ କି ସୁବିଧାରେ ଯୋଗାଇ ଦେବେ ସବୁ ଲିଖିତ ଆକାରରେ ରହିଥିଲା। ବିଲ୍ଡର ୨୦୧୪ ସୁଦ୍ଧା ଘର କାମ କରି ଗ୍ରାହକଙ୍କ ହସ୍ତାନ୍ତର କରିବେ ବୋଲି ଚୁକ୍ତି କରିଥିଲେ। ବିଡିଏର ଅକ୍ୟୁପାନ୍ସି ସାର୍ଟିଫିକେଟ୍‍ ଦେବାକୁ ମଧ୍ୟ କହିଥିଲା। ଏହାସହ ଫାୟାର ସାର୍ଟିଫିକେଟ୍‍ ଦେବାକୁ ମଧ୍ୟ କହିଥିଲା।

ଚୁକ୍ତି ଅନୁସାରେ ପ୍ରୋଜେକ୍ଟ-୨ର ଘର କାମ ୨୦୧୫ ମାର୍ଚ୍ଚ ସୁଦ୍ଧା ଶେଷ କରିଥାନ୍ତେ। କିନ୍ତୁ ବିଲ୍ଡର ୨୦୧୭ରେ ଘର କାମ ଶେଷ କରି ଗ୍ରାହକଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଉକ୍ତ ବିଲ୍ଡିଂର ଏନ୍‍ଓସି ସାର୍ଟିଫିକେଟ୍‍ ନଥିଲା। ଏପରିକି ୨୦୧୮ ମାର୍ଚ୍ଚ ୧୪ରେ ବିଡିଏର ଅଧିକାରୀମାନେ ଉକ୍ତ ବିଲ୍ଡିଂକୁ ଯାଇ ଯାଞ୍ଚ କରିବା ପରେ ଉକ୍ତ ବିଲ୍ଡିଂରେ ଅନେକ ସମସ୍ୟା ରହିଥିଲା। ତେଣୁ ତାହାକୁ ସୁଧାରିବା ପାଇଁ ମଧ୍ୟ ବିଡିଏ ଉକ୍ତ ବିଲ୍ଡରକୁ କହିଥିଲେ। କିନ୍ତୁ ଏତେ ସବୁ ପରେ ମଧ୍ୟ ବିଲ୍ଡର କିଛିବି କାର୍ଯ୍ୟ କରିନଥିଲା। ଘର କିଣିବା ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିନଥିଲା। ଯାହାଫଳରେ ସେ ଘର କିଣିଥିବା ଗ୍ରାହକମାନଙ୍କୁ ଏକ ପ୍ରକାର ଠକେଇ କରିଥିଲା। ତେଣୁ ଠକେଇର ଶିକାର ହୋଇଥିବା ଏକାଧିକ ଫ୍ଲାଟ୍‍ ମାଲିକ ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।