Indian Olympians - The Sakala

ଟୋକିଓ ଅଲିମ୍ପିକ୍ସ: ହକିରେ ପଦକ ପରେ ଛୁଟୁଛି ଶୁଭେଚ୍ଛାର ଶୁଅ, ବ୍ରିଲିଆଣ୍ଟ- ଇନ୍-ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଭାରତର ଏହି ଐତିହାସିକ ଦମଦାର ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଭାରତ ପାଇଁ ଆଜି ଐତିହାସିକ ଦିନ। ଭାରତୀୟ ପୁରୁଷ ହକି ଟିମ ପାଇଁ ଭାରତ ଆଜି ଗର୍ବିତ । ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ହକି ଟିମ୍  ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜଣାଇଛନ୍ତି।

प्रफुल्लित भारत! प्रेरित भारत! गर्वित भारत!

टोक्यो में हॉकी टीम की शानदार जीत पूरे देश के लिए गर्व का क्षण है।

ये नया भारत है, आत्मविश्वास से भरा भारत है।

हॉकी टीम को फिर से ढेरों बधाई और शुभकामनाएं। 🏑 #Tokyo2020

— Narendra Modi (@narendramodi) August 5, 2021

ଅଲିମ୍ପିକ୍ସରେ ଚମତ୍କାର ବିଜୟ ପାଇଁ ମଧ୍ଯ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।  ଭାରତୀୟ ପୁରୁଷ ହକି ଟିମ୍‌ର ଆଜିର ବିଜୟ ଭବିଷ୍ୟତ ପିଢ଼ିର ଖେଳାଳିଙ୍କୁ ଉତ୍ସାହିତ କରିବ ବଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ମଧ୍ଯ ବ୍ରଲିଆଣ୍ଟ -ଇନ -ବ୍ଲୁ ଲେଖି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Brilliant in Blue 👏

Congratulations Indian Men’s #Hockey Team on the spectacular victory to give us an Olympic medal after 41 long years. This historic win at #Tokyo2020 will inspire generation of sportspersons. All the very best for future. #Cheer4India @thehockeyindia

— Naveen Patnaik (@Naveen_Odisha) August 5, 2021

ସେହିପରି ଭାରତୀୟ ପୁରୁଷ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜିର ଐତିହାସକ ବିଜୟ ଭାରତୀୟ ହକି ପାଇଁ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ରାଷ୍ଟ୍ରପତି ଟ୍ବିଟକରି କହିଛନ୍ତି।

Congratulations to our men’s hockey team for winning an Olympic Medal in hockey after 41 years. The team showed exceptional skills, resilience & determination to win. This historic victory will start a new era in hockey and will inspire the youth to take up and excel in the sport

— President of India (@rashtrapatibhvn) August 5, 2021

ଟୋକିଓ ଅଲିମ୍ପିକ୍ସ: ସେମିଫାଇନାଲରେ ବେଲଜିୟମ ଠାରୁ ହାରିଲା ଭାରତ, ଖେଳାଳୀଙ୍କ ମନୋବଳ ବଢାଇଲେ ମୁଖ୍ଯମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିଲା ଭାରତୀୟ ପୁରୁଷ ହକି ଦଳ। ହାରିବା ପରେ ଭାରତୀୟ ହକି ଟିମର ମନୋବଳ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମିରେ ବେଲଜିଅମ ସହ ଟକ୍କରରେ ଖୁବ ସାହସିକତାର ସହ ପ୍ରଦର୍ଶନ କରିଛି ଇଣ୍ଡିଆନ ଟିମ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଖୁବ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ। ସେଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ।

Well played 👏

Congratulate Indian Men's Hockey Team for putting up a brave fight in the #Hockey Semi Finals of #Tokyo2020 against World Champion Belgium. What they have achieved so far will inspire a generation of sportspersons. Wish them all the best for future. #Cheer4India

— Naveen Patnaik (@Naveen_Odisha) August 3, 2021

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମି ଫାଇନାଲ ମ୍ୟାଚ୍ ଦେଖୁଥିବା ଟ୍ୱିଟ୍ କରିଥିଲେ। ମ୍ୟାଚ୍ ସରିବା ପରେ ଭାରତୀୟ ହକି ଟିମ୍‌ର ଭଲ ଡିଫେଣ୍ଡକୁ ପ୍ରଶଂସା କରିଛନ୍ତି। ଆଗାମୀ ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ଭାରତୀୟ ହକି ଟିମ୍‌ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Wins and losses are a part of life. Our Men’s Hockey Team at #Tokyo2020 gave their best and that is what counts. Wishing the Team the very best for the next match and their future endeavours. India is proud of our players.

— Narendra Modi (@narendramodi) August 3, 2021

I’m watching the India vs Belgium Hockey Men’s Semi Final at #Tokyo2020. Proud of our team and their skills. Wishing them the very best!

— Narendra Modi (@narendramodi) August 3, 2021

ହକିର ପ୍ରାୟୋଜକ ଓଡ଼ିଶା ହୋଇଥିବାରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ପ୍ରଂଶସାର ସୁଅ, ବରିଷ୍ଠ ସାମ୍ବାଦିକଙ୍କଠୁ ଆରମ୍ଭ କରି ରାଜନେତାମାନେ ଭୂରିଭୂରି କରୁଛନ୍ତି ପ୍ରଂଶସା
ଭୁବନେଶ୍ୱର: ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ମହିଳା ହକି ଟିମ୍‌। ଏହା ପୂର୍ବରୁ ଭାରତୀୟ ପୁରୁଷ ହକି ଟିମ୍‌ ମଧ୍ୟ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍‌ରେ ସେମି ଫାଇନାଲକୁ ପ୍ରବେଶ କରିଛି। ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିଛି ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ। ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନୂଆ ଦିଗ ଦେଇଛନ୍ତି। କଳିଙ୍ଗ ଷ୍ଟାଡିଅମକୁ ନବୀନ ନୂଆରୂପ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତ ରାୟ। ସେ ଆହୁରି ମଧ୍ୟ କହିଛନ୍ତି କି ବଜେଟକୁ ୮ କୋଟିରୁ ୩୦ କୋଟି କରାଯାଇଛି। ଓଡ଼ିଶାରେ ନବୀନ ନିଜେ ହକି ମ୍ୟାଚର ଆୟୋଜନ କରିଥିବା ବେଳେ ପୁରା ବିଶ୍ୱ ଆଗରେ କଳିଙ୍ଗ ଷ୍ଟାଡିଅମକୁ ପରିଚିତ କରାଇଛନ୍ତି। ଯେଉଁଥିପାଇଁ ହକି ଟିମ୍‌କୁ ସାରା ବିଶ୍ୱ ପ୍ରଶଂସା କରିଥିଲା। ସେପଟେ ହକି ଟିମର ପ୍ରାୟୋଜକ ବ୍ୟବସ୍ଥା ଏବଂ ସୁନ୍ଦରଗଡରେ ନୂଆ ହକି ଷ୍ଟାଡିଅମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରେଶ ରାଉତରାୟ।

ସେପଟେ ଅଲମ୍ପିକ୍ସରେ ପୁରୁଷ ଓ ମହିଳା ହକିର ବିକାଶ ପାଇଁ ରହିଛି ଓଡ଼ିଶା ସରକାରଙ୍କ ହାତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ବିଭାଗ, ବିଶାଲ ଦେବ, ଭିନିଲ କ୍ରାଷ୍ଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ। ମୁଖ୍ୟମନ୍ତ୍ରୀ ହକିକୁ ଅନ୍ୟ ଖେଳ ପରି ପ୍ରାଥମିକତା ଦେଇ ଏହାର ବିକାଶ କରୁଛନ୍ତି। ଦୁଇ ବର୍ଷ ହେବ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ପ୍ରାୟୋଜକ ପାଇଁ କେହି ରାଜି ହେଉନଥିବା ବେଳେ, ଓଡ଼ିଶା ପ୍ରାୟୋଜକ ହୋଇଥିଲା ବୋଳି ଦିଲ୍ଲୀପ ତିର୍କୀ କହିଛନ୍ତି। ହକିର ପ୍ରସାର ପାଇଁ ବିଶ୍ୱକପ ହେଲା ଯାହା ବଡ଼ ସଫଳତା। ହକି କ୍ୟାମ୍ପ, ଚାମ୍ପିଅନସ ଟ୍ରଫି ମଧ୍ୟ ଆୟୋଜନ କରାଗଲା। ଆଗାମୀ ବିଶ୍ୱକପ ବି ରାଉରକେଲା ଓ ଭୁବନେଶ୍ୱରରେ ହେବ।

ବିଜୟ ପରେ ଓଡ଼ିଆ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ କ୍ରୀଡ଼ାମନ୍ତ୍ରୀ। ବିଶ୍ୱରେ ଓଡ଼ିଶାର ଟେକ ରଖିଲେ ଆମ ଖେଳାଳି ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ପ୍ରତିବଦ୍ଧତାରୁ ଅନେକ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ପାଇଁ ତୃଣମୂଳସ୍ତରରୁ ଖେଳାଳିଙ୍କ ପ୍ରତିଭାର ବିକଶିତ କରାଯାଉଛି। ତେବେ ଉଭୟ ଦଳ ପଦକ ନେଇ ଫେରନ୍ତୁ ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ।

The one neta who deserves a big salaam today is @Naveen_Odisha . At a time when most netas want to be BCCI members,corporates want IPL glamour, Odisha govt has invested in hockey, sponsored both women and men’s team, built world class infra. Take a bow Odisha!👍👍🙏#hockeyindia

— Rajdeep Sardesai (@sardesairajdeep) August 2, 2021

ସେହିପରି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ କହିଛନ୍ତି।  ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ପ୍ରଶଂସା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ମହିଳା ହକି ଦଳର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି କହିଛନ୍ତି ରାଜଦୀପ ସରଦେଶାଇ। ଅଧିକାଂଶ ରାଜନେତା ଓ କର୍ପୋରେଟ୍‌ କ୍ରିକେଟ ସହିତ ସଂଶ୍ଳିଷ୍ଟ। କାରଣ କ୍ରିକେଟରେ ରହିଛି ହକିଠାରୁ ଅଧିକ ରୋମାଞ୍ଚ। ସେଥିପାଇଁ ଯେହେତୁ କ୍ରିକେଟରେ ଅଧିକ ରୋମାଞ୍ଚ ରହିଛି ସେଥିପାଇଁ ସମସ୍ତେ ସେଥିରେ ଯୋଡ଼ି ହୋଇଛନ୍ତି। କିନ୍ତୁ ଓଡ଼ିଶା ଏମିତି ଏକ ରାଜ୍ୟ ଯିଏ ହକି ସହିତ ଯୋଡ଼ି ହୋଇ ଏବେ ବିଶାଳ ଉଦାହରଣ ସୃଷ୍ଟି କରିଛି। ଭାରତୀୟ ମହିଳା ହକି ଟିମ୍‌ର ବିଜୟ ପରେ ଟ୍ୱିଟ୍‌ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ।

ହକି ଇଣ୍ଡିଆର ବିଜୟରେ ଖୁସି ମନାଇବାସହ ଶୁଭେଚ୍ଛା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ହକି ଇଣ୍ଡିଆର ବିଜୟରେ ଖୁସି ମନାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି । ଭାରତୀୟ ହକି ଟିମର ଏହି ଐତିହାସିକ ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବସି ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ସହ ଟ୍ୱିଟ କରି ଭାରତୀୟ ହକି ଟିମକୁ ଶୁଭେଛା ଜଣାଇଛନ୍ତି ।

ଭାରତୀୟ ହକି ଟିମ ଇତିହାସର ପୁନରାବୃତ୍ତି କରିବା ନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ଆଗାମୀ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ବେଲଜିୟମକୁ ଭେଟିବାକୁ ଯାଉଥିବାବେଳେ ନିଶ୍ଚୟ ବିଜୟ ହାସଲ କରିବ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଟୋକିଓ ଅଲିମ୍ପିକ୍ସରେ ଟିମ ବିଜୟ ହାସଲ କରିବା ନେଇ ଶୁଭେଛା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Well played!

Congratulate Indian Men’s #Hockey Team on registering a stunning victory in the quarter-final against Great Britain at #Tokyo2020. May the team continue its momentum & bring much awaited medal for the country. Wish the team all the best.#Cheer4India @thehockeyindia pic.twitter.com/9eBkrlyxY1

— Naveen Patnaik (@Naveen_Odisha) August 1, 2021

ଅନ୍ୟପଟେ ଯେତେବେଳେ ଭାରତ ସହ ବ୍ରିଟେନର ମ୍ୟାଚ ଜାରି ରହିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ । ଯେଉଁ ସମୟରେ ଭାରତୀୟ ପୁରୁଷ ହକି ଟିମ ବ୍ରିଟେନକୁ ପରାଜୟ କରିବା ସହ ବିଜୟ ହୋଇଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଠିଆ ହୋଇପଡିଥିଲେ ଏବଂ ଭାରତୀୟ ଟିମକୁ ଉତ୍ସାହିତ କରିବା ସହ ତାଳି ମଧ୍ୟ ମାରିଥିଲେ ।

ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ହକି ଟିମ୍
ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟ । ଗ୍ରେଟ ବ୍ରିଟେନକୁ ହାରଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଆଜିର  କ୍ୱାର୍ଟରରେ ବ୍ରିଟେନ୍‌କୁ ୧-୩ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଏଥିସହ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ଭାରତ ପ୍ରବେଶ କରିଛି। ଆଜି କ୍ବାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ, ଗୁରଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ।

ସେମିଫାଇନାଲରେ ଭାରତ ଓ ବେଲଜିୟମ୍ ମଧ୍ୟରେ ମୁକାବିଲା ହେବ।