Koraput Paddy - The Sakala

ବର୍ଷା,ମରୁଡ଼ିକୁ ହରାଇବ କୋରାପୁଟର ପାରମ୍ପରିକ ଧାନ
ଭୁବନେଶ୍ୱର: ଆଗାମୀ ଦିନରେ ଜଳବାୟୂ ପରିବର୍ତ୍ତନକୁ ମାତ୍‍ ଦେବ କୋରାପୁଟର ୬ ପ୍ରକାର ପାରମ୍ପରିକ ଧାନ। ଏଥିପାଇଁ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗବେଷଣା ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ପ୍ରକାରର ମରୁଡ଼ିପ୍ରବଣ ଓ ୩ ପ୍ରକାର ବନ୍ୟାପ୍ରବଣ ଧାନ ଚିହ୍ନଟ କରାଯାଇଛି। ଯାହାର ଜେନେଟିକ୍‍କୁ ଆଧାର କରି ନୂତନ ଧାନ ଉଦ୍ଭାବନ ପାଇଁ ଗବେଷକମାନେ ଗବେଷଣା ଆରମ୍ଭ କରିଛନ୍ତି। ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ଏହା ରାଜ୍ୟର ବିକଳ୍ପ ଖାଦ୍ୟ ତାଲିକାରେ ସ୍ଥାନ ପାଇବାର ସମ୍ଭାବନା ରହିଛି।

ବର୍ତ୍ତମାନ ସମୟରେ କୋରାପୁଟର ଆଦିମ ଜନଜାତିମାନେ ଚାଷ କରୁଥିବା ୩ ପ୍ରକାର ପାରମ୍ପରିକ ଧାନ କିସମ ଯଥା କଳାଜିରା, ମାଛକଣ୍ଟା ଓ ହଦଳିଚୁଡ଼ିରେ ମରୁଡ଼ି ପରିସ୍ଥିତି ସହନ କ୍ଷମତା ରହିଛି। ଏହା ନାଗିନା – ୨୨ (ଏନ୍‍- ୨୨) କିସମଠାରୁ ଅଧିକ ଫଳପ୍ରଦ। ବନ୍ୟା ନିରୋଧୀ ଅତ୍ୟାଧୁନିକ ବିହନ ‘ଫ୍ଲଡ୍ ରେଜିଷ୍ଟାନ୍ସ-୧୩ଏ’ଠାରୁ ଆଦିବାସୀଙ୍କ ପାରମ୍ପରିକ ଧାନ ସମୁଦ୍ରବାଲି, ବାସ୍ନାମୁଣ୍ଡି ଓ ଗଦବାର ଅଧିକ ସହନ କ୍ଷମତା ରହିଛି। ବାଉଁଶଗଣ୍ଠି, ପାଟଧାନ ଓ ବାସନ୍ତିଚୁଡ଼ି ଆଦି ପାରମ୍ପରିକ କିସମର ଧାନ ପାଣିରେ ବି ଭଲ ଗଜା ହେବାର କ୍ଷମତା ରଖିଛି।

ଖାଲି ଉତ୍ପାଦନ ନୁହେଁ ପୋଷକତତ୍ତ୍ବ ଦୃଷ୍ଟିରୁ ଏ କିସମର ଧାନ ବେଶ ଉନ୍ନତମାନର। ଭାତମଲ୍ଲୀ, କାନ୍ଦୁଲକାଥି, ହଳଦୀଗଣ୍ଠି, କଳାଚୁଡ଼ି, ମାଲ୍ଲିମକଡ଼ା, ବାଲିଗୋଇଣ୍ଡି, ବେଡ଼ାଗୁରୁମୁଖି ଆଦି କିସମରେ ଔଷଧୀୟ ଗୁଣ ରହିଥିବା ବେଳେ ଏହା ପିଗ୍‍ମେଣ୍ଟେଡ ରାଇସ୍‍ ତାଲିକାରେ ଅଛି। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ଖଣିଜ ଲବଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ପାଇଁ ଏହି ପ୍ରକାର କିସମର ଚାଉଳ ଅଧିକ ଲାଭଦାୟୀ। ମାଛକଣ୍ଟା, ହଦଳିଚୁଡ଼ି, ପାରାଧାନ ମୁକ୍ତାବାଲି, ସପୁରୀ, ଉମରିଆଚୁଡ଼ି ଆଦିରେ ସାଧାରଣ କିସମ ଚାଉଳ ଠାରୁ ଅଧିକ ପୋଷକତତ୍ତ୍ୱ ରହିଛି। କେରାପୁଟର ଆଦିବାସୀଙ୍କ ଉତ୍ପାଦିତ ପାରମ୍ପରିକ ଧାନ କିସମ ଯଥା କିଳାଜିରା, ଗଙ୍ଗାବାଲି, କୁଏରକୁଲିଙ୍ଗ, ଦେଉଳଭୋଗ, ଲାକଟିମାଛି, ସପୁରୀ, ଧୁଧାମାଣି, ମୁକ୍ତାବାଲି, ନଡ଼ିଆରସ ଆଦି ପାରମ୍ପରିକ କିସମ ବାସୁମତି ଚାଉଳର ବିକଳ୍ପ ଭାବେ ବ୍ୟବହାର କରାଯାଇ ପାରିବ।

ପ୍ରାୟ ୯ ବର୍ଷ ହେଲା ଆଦିବାସୀଙ୍କ ପାରମ୍ପାରିକ ଧାନ ଉପରେ ଗବେଷଣା କରୁଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଜୈବବିବିଧତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡା କହିଛନ୍ତି, ୧୯୫୦ ମସିହା ବେଳକୁ କୋରାପୁଟରେ ପାଖାପାଖି ୧୭୪୦ ପ୍ରକାର ପାରମ୍ପରିକ କିସମର ଧାନ ଚାଷ କରାଯାଉଥିବା ବେଳେ ୧୯୯୫ ମସିହା ବେଳକୁ ଏହା ୩୫୦ କିସମକୁ ଖସି ଆସିଥିଲା। ଆଉ ଏବେର ସମୟରେ ମାତ୍ର ୧୩୦ ପ୍ରକାର ସ୍ୱଦେଶୀ ଧାନ ଚାଷ କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ପରଜା, ଭୂମିଆ, ଗଡ଼ବା, ଭତ୍ରା, ଦୁରୁଆ, କନ୍ଧ ଜନଜାତିର ଲୋକମାନେ ସାଧାରଣତଃ ଏହି ପ୍ରକାର କିସମର ଧାନକୁ ନିଜର ଖାଦ୍ୟ ପାଇଁ ଚାଷ କରୁଛନ୍ତି। ଆଧୁନିକୀକରଣ ଓ ସବୁଜ ବିପ୍ଳବ ଓ ଅତ୍ୟାଧୁନିକ କୃଷି ଖାଦ୍ୟଶସ୍ୟର ଉତ୍ପାଦନ ଯୋଗୁଁ ଏହି ପ୍ରକାର ପାରମ୍ପରିକ ଶସ୍ୟ ଦିନକୁ ଦିନ ଲୋପ ପାଉଥିବା ବେଳେ ଏବେ ଏସବୁର ବ୍ୟାବସାୟୀକରଣ ଓ ଲୋକପ୍ରିୟତା କରାଇବାର ସମୟ ଅସିଛି।