Mahanadi - The Sakala

ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା, କାରଣ ଅସ୍ପଷ୍ଟ
ସମ୍ବଲପୁର: ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା । ବୁର୍ଲା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ମହିଳା । ମୃତ ମହିଳା ଜଣକ ବୁର୍ଲା ସ୍ଥିତ ମହତାବ ନଗର ଅଞ୍ଚଳର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରୁ ମହାନଦୀକୁ ଡେଇଁବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକେ ଯେତେ ବୁଝାଇଲେ ବି ମହିଳା ଜଣଙ୍କ କାହା କଥା ଶୁଣି ନଥିଲେ । ହଠାତ୍ ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ବ୍ରିଜ୍ ତଳୁ ସଂପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପାରିବାରିକ କଳହ ଯୋଗୁଁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏ ନେଇ ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ମହିଳା ଜଣକ କ'ଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବି ଅସ୍ପଷ୍ଟ ରହିଛି ।

ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ଭୁବନେଶ୍ବର: ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ହୋଇଛି। ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି। କମିଟିରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ସମ୍ପଦ ସ୍ବାଇଁ , ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦୋସ ସଦସ୍ୟ ରହିଛନ୍ତି।

ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ
ପାରାଦ୍ଵୀପ: ମହାନଦୀକୁ ଡେଇଁ ଯୁବକ ନିଖୋଜ। ପାରାଦ୍ଵୀପର ଭୂତୁମୁଣ୍ଡାଇ ମହାନଦୀ ପୋଲରୁ ଡେଇଁ ଯୁବକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଚାଲିଛି । ସକାଳ ୯ଟା ପାଖାପାଖି ଜଣେ ବ୍ୟକ୍ତି ହଠାତ ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ତେବେ ଯୁବକଙ୍କ ଘର କୁଜଙ୍ଗ ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ମିଳିଛି । ତାଙ୍କର ବୟସ ୨୪ ବର୍ଷ ବୋଲି ଜଣାଯାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ସେ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି ।

ଫୁଲୁଛି ମହାନଦୀ, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସଆରସି
ଭୁବନେଶ୍ବର: ଫୁଲୁଛି ମହାନଦୀ। ଲଗାଣ ବର୍ଷା ହେବା ଫଳରେ ଧୀରେଧୀରେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ବଢିବା ଯୋଗୁଁ ତିଗିରିଆ ସୋମପଡାରୁ ଖଣ୍ଡହତା ଗାଁକୁ ଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବାଙ୍କିର ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି।

ଆଜି ସକାଳ ୮ଟା ସୁଦ୍ଧା ମହାନଦୀ ନଦୀରେ ୫.୭୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସମ୍ବଲପୁର, ସୋନେପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ବିଶେଷ ଧ୍ୟାନ ଦିଆଯିବ। କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ସମ୍ଭାବନା ରହିଛି। ଯେକୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ପଶିଥିବା ରାସ୍ତା ଓ ପୋଲ ଉପରୋ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।

ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ପଡ଼ିଲେ ମହିଳା
କଟକ: ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ପଡିଲେ ମହିଳା । ବ୍ରିଜ ଉପରେ ବ୍ୟାଗ୍‌ ସହ ମୋବାଇଲ ରଖି ମହାନଦୀକୁ ଡେଇଁ ପଡ଼ିଲେ ମହିଳା । ସେହି ସମୟରେ ନଦୀ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ମହିଳା ଜଣଙ୍କ ନାମ କାମିନୀ ସ୍ୱାଇଁ। ତାଙ୍କ ଘର ଅରିଲୋ ବୋଲି ସୂଚନା ମିଳିଛି। କାମିନୀ ନଦୀକୁ ଡେ଼ଇଁବା ପୂର୍ବରୁ ବ୍ରିଜ ଉପରେ ନିଜର ଆଧାର କାର୍ଡ ଏବଂ ଭ୍ୟାନିଟ ଥୋଇ ଥିଲେ।

ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ମହାନଦୀକୁ ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। କଟକ କମିଶନରେଟ ପୁଲିସ୍‌ ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ ଜବତ କରି ଛାନ୍‌ଭିନ୍‌ ଚଳାଇଥିବା ଜଣାପଡ଼ିଛି।

ଉପରମୁଣ୍ଡରେ ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର, ମରଣମୁହାଁ ମହାନଦୀ
ସମ୍ୱଲପୁର: ଓଡ଼ିଶାକୁ ଛତିଶଗଡ଼ର ଡ଼ବଲ୍‌ ଝଟ୍‌କା। ଏକ ପକ୍ଷରେ ମହାନଦୀ ଜଳ ବିବାଦର ସମାଧାନ ଗଡ଼ିଗଡ଼ି ଚାଲିଥିବାବେଳେ କଲମାରୁ ଛତିଶଗଡ଼ ପାଣି ଛାଡ଼ୁନାହିଁ; ଅନ୍ୟପକ୍ଷରେ କଲମାପ୍ରକଳ୍ପ ନିକଟରେ ଛତିଶଗଡ଼ ଆହୁରି ୨୦ଟି ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ କରିଛି। ଓଡ଼ିଶାରେ ବିଜେଡି ସରକାର ଛତିଶଗଡ଼ର ମନମାନି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା, ମାତ୍ର ଏବେ ଟ୍ରିପଲ ଇଞ୍ଜିନ୍‌ର ଅଂଶୀଦାର ଓଡ଼ିଶା ସରକାର ପୁରା ନିରବ। ଛତିଶଗଡ଼ ପାଇଁ ଏହା ଏବେ ସୁବର୍ଣ୍ଣ ସୁଯୋଗ ପାଲଟିଛି ଏବଂ ବେଧଡ଼କ ଭାବରେ ନିୟମ ପରେ ନିୟମ ଭାଙ୍ଗି ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ କରୁଛି। ବେଆଇନ ନିର୍ମିତ ପୁରୁଣା ପ୍ରକଳ୍ପ ତ ପଛ କଥା, ନୂଆ କରି ନିର୍ମାଣ ଚାଲିଥିବା ୨୦ଟି ବେଆଇନ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଓଡ଼ିଶାରେ ସରକାର ଆସିଲେ ଓଡ଼ିଶାର ହକ ମାରିବାକୁ ଦିଆଯିବ ନାହିଁ ବୋଲି ନିର୍ବାଚନ ସମୟରେ କହୁଥିବା ବିଜେପି ନେତାଙ୍କ ମୁହଁରେ ଏବେ ତୁଣ୍ଡି ବନ୍ଧା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

କଲମା ବ୍ୟାରେଜର ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ଭାବରେ ୨୦ଟି ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଛି। ସେଥିରୁ କିଛି ପ୍ରକଳ୍ପର କାମ ଅଧା ସରିଥିବାବେଳେ ବାକିର କାମ ଦୃତ ଗତିରେ ଆଗେଇ ଚାଲିଛି। ୭୦୨ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ଏଥିରେ ଜାଂଜଗିର- ଚାମ୍ପା ସମେତ ସାରଙ୍ଗଗଡ ଜିଲ୍ଲାର ୫୦୦ରୁ ଉଦ୍ଧ୍ୱର୍ ଗ୍ରାମକୁ ଜଳ ଯୋଗାଣ ହେବ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବଡ଼ବଡ଼ ଇନଟାକ ୱେଲନିର୍ମାଣ ଚାଲିଛି। ଯାହା ଓଡ଼ିଶାକୁ କଲମାରୁ ଆସିବାକୁ ଥିବା ପାଣିରୁ ପାଣି ଶୋଷିବ। ବର୍ତ୍ତମାନ କଲମାର ସମସ୍ତ ଗେଟ ଖୋଲାଥିବାବେଳେ ମାତ୍ର ୭ ହଜାର ଘନଫୁଟ ଜଳ ଓଡ଼ିଶାକୁ ପ୍ରବାହିତ ହେଉଛି। ସମସ୍ତ ୨୦ଟି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାକୁ ଆଉ ମୁନ୍ଦାଏ ପାଣି ବି ମିଳିବ ନାହିଁ।

ଛତିଶଗଡରେ ରମଣ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର ଥିବାବେଳେ ଅନେକ ବ୍ୟାରେଜ ନିର୍ମାଣ ହୋଇଥିଲା। ସେହି ସମୟରେ ଓଡିଶା ସରକାର ଏହାର ତୀବ୍ର ବିରୋଧ କରିବା ଫଳରେ କଥା କେନ୍ଦ୍ର ପାଖରେ ପହଞ୍ଚିଥିଲା। ମାତ୍ର ବର୍ତ୍ତମାନ ମହାନଦୀ ବିବାଦ ଟ୍ରିବ୍ୟୁନାଲ ମଧ୍ୟରେ ସୀମିତ ରହିଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡିଶାର ପାଣିକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେପି ନେତାମାନେ ଘୋଷଣା କରିଥିଲେ। ଏବେ ଓଡିଶା, ଛତିଶଗଡ଼ ସହ କେନ୍ଦ୍ରରେ ବି ବିଜେପି ସରକାର ରହିଛି। ବିଡ଼ମ୍ବନା ହେଉଛି ଓଡିଶାରେ ଡବଲ ଇଂଜିନ ସରକାର ଆସିବା ପରେ କଲମା ବ୍ୟାରେଜରୁ ଜଳ ହ୍ରାସ ଓ ୨୦ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣର ଡ଼ବଲ ଝଟ୍‌କା ଓଡ଼ିଶାକୁ ଲାଗିଛି। ଏହି ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଖାଲି ମହାନଦୀ ମୃତ ନଦୀରେ ପରିଣତ ହେବ ନାହିଁ; ଦେଶର ଅନ୍ୟତମ ବୃହତ୍ତମ ଜଳଭଣ୍ଡାର ହୀରାକୁଦ ମଧ୍ୟ ଇତିହାସ ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାପାଣି
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି |

ହୀରାକୁଦ ଜଳଭଣ୍ଡାରର ଏ ଯାଏଁ ମୋଟ ୨୨ଟି ଗେଟ୍ ଖୋଲାଯାଇଛି। ଅନ୍ୟପଟେ ଆଠଗଡ ବଡମ୍ବା ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀ ବନ୍ୟା ଜଳ । ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି । ବନ୍ୟାପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ଼ ଉପରେ ଥିବା ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ମୁଣ୍ଡଳି ବ୍ୟାରେଜ୍ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବତୀ !
ବାଙ୍କୀ : ମୁଣ୍ଡଳୀ ମହାନଦୀ ବ୍ରିଜ ଉପରୁ ଜଣେ ଯୁବତୀଙ୍କ ସ୍କୁଟି ଉଦ୍ଧାର । ଯୁବତୀ ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ଘର ସୁନ୍ଦରପଦା ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡିଛି । ଯୁବତୀ ଜଣକ ମୁଣ୍ଡଳୀ ବ୍ରିଜ ନିକଟରେ ସ୍କୁଟି ଥୋଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଁଚି ଯୁବତୀ ଜଣକ ମହାନଦୀକୁ ଡେଇଛନ୍ତି କି କୁଆଡେ ଯାଇଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ।

୪୮ ଘଣ୍ଟା ପରେ ମିଳିଲା ପାୱାର କେନାଲ୍‌ରେ ଭାସିଯାଇଥିବା ନିଖୋଜ ଛାତ୍ରୀଙ୍କ ମୃତଦେହ
ବୁର୍ଲା: ଆଜି ସନ୍ଧ୍ୟାରେ ୧୮ ହଜାର ସାଇଫନରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସନ୍ଧ୍ୟାରେ ମହାନଦୀ ସଡକ ଘାଟରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର କରିଛି ବୁର୍ଲା ଅଗ୍ନିଶମ ବାହିନୀ । ମହାନଦୀ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏନେଇ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଗତ ମଙ୍ଗଳବାର ସନ୍ଧ୍ୟାରେ ନିଶା ଝା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ୧୮ ହଜାର ସାଇଫନ ଅଂଚଳକୁ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ନିଶା ପାଣିକୁ ଦେଖି ଉତ୍ସାହିତ ହୋଇଥିଲେ । ତେବେ ପାଣିରେ ଖେଳୁଥିବା ସମୟରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ନିଶା । ତେବେ ପୁରୁଷ ବନ୍ଧୁ ଘଟଣା ଦିନ ଅଗ୍ନିଶମ ବାହିନୀକୁ ଡକାଇଥିବାବେଳେ ଖୋଜା ଖୋଜା ଆରମ୍ଭ ହୋଇଥିଲା । ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ସନ୍ଧ୍ୟାରେ ଭାସମାନ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।

ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ଥିବା ମହାନଦୀ ଶଯ୍ୟାରେ ଗଛିତ ରହିଛି ବହୁ ମୂଲ୍ୟବାନ ରତ୍ନ ପଥର !
ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ):  ଓଡ଼ିଶାର ଆଧୁନିକ ସଭ୍ୟତାକୁ ପରିପୁଷ୍ଟ କରିଛି ମହାନଦୀ। ରାଜ୍ୟର ପଶ୍ଚିମରୁ ପୂର୍ବକୁ ଚିରପ୍ରବହମାନ ଧାରା ମହାନଦୀ ପାଇଁ ପଶ୍ଚିମରୁ ଉପକୂଳ ଯାଏ ଜମିରେ ସୁନା ଫଳୁଛି। ଓଡ଼ିଶାର କୃଷିକୁ ସମୃଦ୍ଧ କରିଥିବା ମହାନଦୀର ରତ୍ନଭଣ୍ଡାରକୁ ନେଇ ଅନେକ ଲିଖିତ ଓ ଲୋକଶ୍ରୁତି ରହିଛି। ସେଥିପାଇଁ ମହାନଦୀ ଓ ତେଲ ନଦୀର ସଂଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡାଠାରୁ ମଣିଭଦ୍ରା ଯାଏ ମହାନଦୀର ଗର୍ଭରେ ହୀରା ଓ ଅନ୍ୟ ମଣି ପଥର ଖୋଜିବାରେ ଏବେ ବି ଲୋକେ ବ୍ୟସ୍ତ।

ବୌଦ୍ଧ ଜିଲ୍ଲାରେ ପ୍ରାୟ ଏକ ଶହ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ମହାନଦୀ ଶଯ୍ୟାରେ ଏହି ମୂଲ୍ୟବାନ ବସ୍ତୁ ଗଛିତ ଥିବା କୁହାଯାଏ। ମହାନଦୀ ଶଯ୍ୟାରେ ରତ୍ନ ପଥର ମହଜୁଦ ଥିବା ସମ୍ପର୍କରେ କେତେକ ଐତିହାସିକ ତଥ୍ୟ ବିଶେଷ ଗୁରୁତ୍ୱ ବହନ କରେ। ଚାଣକ୍ୟ ଶାସ୍ତ୍ରରୁ ଉଦ୍ଧୃତ ବିଶିଷ୍ଟ ଭୂ ତତ୍ତ୍ୱବିତ୍‌‌ ତଥା ସ୍ତମ୍ଭକାର ସାହିଦ ଉମରଙ୍କ ଦ୍ୱାରା ପ୍ରକାଶିତ ଲେଖା ଅନୁସାରେ ମହାନଦୀ ଏବଂ ତେଲନଦୀର ସଙ୍ଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ମହାନଦୀ ଶଯ୍ୟାରେ ମୂଲ୍ୟବାନ ରତ୍ନ ପଥର ଗଛିତ ରହିଛି।

ସେହିପରି ମଗଧ ସାମ୍ରାଜ୍ୟର ରାଜକୋଷ ଶୂନ୍ୟ ହୋଇଗଲେ ମଣିମୁଣ୍ଡ ଠାରୁ ମହାନଦୀ ଶଯ୍ୟା ଖନନ କଲେ ଧନ ରତ୍ନ ପ୍ରାପ୍ତି ହେବ ବୋଲି ଆଚାର୍ଯ୍ୟ ଚାଣକ୍ୟ ବର୍ଣ୍ଣନା କରିଛନ୍ତି। ମଣିମୁଣ୍ଡ ଠାରୁ ବୌଦ୍ଧର ସମଦୂରତ୍ୱରେ ମହାନଦୀର ତଳମୁଣ୍ଡରେ ମଣିଭଦ୍ରା ଅବସ୍ଥିତ। ବୌଦ୍ଧ ନିକଟରେ ମହାନଦୀ ଶଯ୍ୟା ଅତ୍ୟନ୍ତ ପ୍ରସାରିତ ଏବଂ ଅଗଭୀର ହୋଇଥିବା ସ୍ଥଳେ ମଣିଭଦ୍ରା ନିକଟରେ ଏହା ଅତିଶୟ ସଙ୍କୁଚିତ ଏବଂ ସୁଗଭୀର ହୋଇଛି। ଲୋକେ ବିଶ୍ୱାସ କରନ୍ତି, ମଣିଭଦ୍ରା ହିଁ ସେତେବେଳର ଗୁପ୍ତ ହୀରାଖଣି ସ୍ଥଳ।

ସମ୍ରାଟ ଅଶୋକ ସମ୍ଭବତଃ ଆଚାର୍ଯ୍ୟଙ୍କ ବର୍ଣ୍ଣନାରେ ପ୍ରଭାବିତ ହୋଇ କଳିଙ୍ଗ ଯୁଦ୍ଧ ପରେ ଏହି ଗୁପ୍ତ ହୀରା ଖଣିରୁ ହୀରା ସନ୍ଧାନ କରିଥିବା କୁହାଯାଏ। ନବେ ଦଶକରେ ମହାନଦୀ କୂଳରେ ବସବାସ କରୁଥିବା ଝରା ସମ୍ପ୍ରଦାୟର ଲୋକ ମହାନଦୀ ବାଲିରୁ ପାରମ୍ପରିକ ପଦ୍ଧତିରେ ସୁନା ଉତ୍ତୋଳନ କରୁଥିବା ସମୟରେ ପୁଣି ମହାନଦୀ ଶଯ୍ୟାରେ ରତ୍ନ ପଥର ମିଳୁଥିବା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ କିଛି ବ୍ୟବସାୟୀଙ୍କ ପ୍ରୋତ୍ସାହନ ଯୋଗୁଁ ରତ୍ନ ପଥର ପାଇବା ଆଶାରେ ନଦୀ ଶଯ୍ୟା ଖନନ ଚାଲିଥିଲା। ହୀରା ସମେତ ନିଲମ, ସଫାୟାର, କ୍ୟାଟ୍ସ ଆଇ, ମୁନ ଷ୍ଟୋନ, ରୁବି, ଆକ୍ୱାମାରିନ, ଆଲେକଜାଣ୍ଡରାଇଟ, ଏମେରାଲଡ଼, ଟୋପାଜ, ଟୁର୍ମାଲାଇନ, କ୍ରାଇସୋପ୍ରେଜ ଭଳି ଅନେକ ପ୍ରକାରର ରତ୍ନ ପଥର ନଦୀ ଗର୍ଭରୁ ସଂଗୃହୀତ ହୋଇଥିଲା। ନବେ ଦଶକର ଶେଷ ଭାଗରେ ଏଠାରୁ ଏକ ବୃହତ ନୀଳ ହୀରା ମିଳିଥିବା ସେ ସମୟରେ ଚର୍ଚ୍ଚା ହୋଇଥିଲା।

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ମହାନଦୀ ଶଯ୍ୟାରୁ ରତ୍ନ ପଥର ଉତ୍ତୋଳନ ଏବଂ ବ୍ୟବସାୟ ଅନେକ ଧିମେଇ ଯାଇଥିଲେ ହେଁ ଏବେ ମଧ୍ୟ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଖନନ କାର୍ଯ୍ୟ ଲୁଚାଛପାରେ ଚାଲିଥିବା ଅଭିଯୋଗ ହେଉଛି।

ପ୍ରାଚୀନ ପରିତ୍ୟକ୍ତ ହୀରା ଖଣି ହିଁ ବିଶାଳ ସାତକୋଶିଆ ଗଣ୍ଡ। ମହାନଦୀର ପ୍ରବଳ ସ୍ରୋତରେ ଭାସି ଆସୁଥିବା ସମସ୍ତ ହୀରା ଏବଂ ରତ୍ନ ଏହି ଗଣ୍ଡ ମଧ୍ୟରେ ଗଛିତ ହୋଇ ରହିବା ନିମିତ୍ତ ପ୍ରକୃଷ୍ଟ ସ୍ଥାନ ହୋଇଥାଇପାରେ ବୋଲି ଲୋକେ କହନ୍ତି।

ମହାନଦୀକୁ ମାରିବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର; ଶୁଖାପଡୁଛି ବଡ଼ନଦୀ, ଆଗକୁ ସ୍ଥିତି ଭୟଙ୍କର
ଭୁବନେଶ୍ୱର: ‘ନିତି’ ଆୟୋଗ ରିପୋର୍ଟ ଅନୁସାରେ ଭାରତର ୬୦ କୋଟି ଲୋକ ଜଳସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ପରି ୨୧ଟି ସହରର ଭୂତଳ ଜଳସ୍ତର ଶୂନ୍ୟ ହେବା ଅବସ୍ଥାରେ ପହଞ୍ଚିଛି। ୨୦୦୧ ମସିହାରେ ଦେଶର ଲୋକଙ୍କ ପାଇଁ ହାରାହାରି ୧୮୧୬ ଘନମିଟର ପାଣି ଉପଲବ୍ଧ ହେଉଥିବାବେଳେ ୨୦୧୧ରେ ଏହା ୧୫୪୬ ଘନମିଟର ଓ ୨୦୨୧ବେଳକୁ ଏହା ୧୩୬୭ ଘନମିଟରକୁ ହ୍ରାସ ପାଇଛି। ଆଗାମୀ ଦିନରେ ଏହି ପରିମାଣ ଆହୁରି ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଦେଶର ଗ୍ରାମାଞ୍ଚଳରେ ବ୍ୟବହାର ହେଉଥିବା ପାନୀୟ ଜଳର ୯୦ % ଭୂତଳସ୍ତରରୁ ସଂଗୃହୀତ ହେଉଥିବାବେଳେ ସହରାଞ୍ଚଳରେ ଏହାର ପରିମାଣ ୬୦%। ଏକପକ୍ଷରେ ଲୋକସଂଖ୍ୟା ବୃଦ୍ଧି, କ୍ଷେତକୁ ଜଳସେଚନ ଓ ଶିଳ୍ପ ନିମନ୍ତେ ଜଳ ବ୍ୟବହାର ବଢ଼଼ୁଥିବାବେଳେ ଅନ୍ୟପକ୍ଷରେ ଭୂତଳଜଳସ୍ତର ହ୍ରାସ ଭବିଷ୍ୟତ ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ସୃଷ୍ଟି କରିଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପାଣିର ଆବଶ୍ୟକତା ଓ ଭବିଷ୍ୟତ ଯୋଜନାକୁ ନେଇ ରାଜ୍ୟ ସରକାର ଚିନ୍ତିତ। ଓଡ଼ିଶାର ଲୋକସଂଖ୍ୟା ଏବେ ସାଢ଼େ ୪ କୋଟି ଛୁଇଁଲାଣି। ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ସହ ଚାଷକାର୍ଯ୍ୟ, ଶିଳ୍ପାୟନ ଆଦି ନିମନ୍ତେ ପ୍ରଚୁର ଜଳ ଲୋଡ଼ା ପଡ଼ୁଛି। ଜଳବାୟୁ ପରିବର୍ତ୍ତନ ଜନିତ ଅନିୟମିତତ ବର୍ଷା ଏ କ୍ଷେତ୍ରରେ ଭବିଷ୍ୟତରେ ସବୁଠୁ ବଡ଼ ସମସ୍ୟା ଭାବରେ ଉଭା ହେବା ଆଶଙ୍କା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରିବାରକୁ ପାଇପ୍‍ ଯୋଗେ ପାନୀୟ ଜଳ ଓ କ୍ଷେତକୁ ଜଳସେଚନ ନିମନ୍ତେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରିଛନ୍ତି; ମାତ୍ର ଜଳର ଅମିତବ୍ୟୟିତାକୁ ରୋକିବା ଓ ନୂତନ ଜଳ ଉତ୍ସର ସନ୍ଧାନ କରା ନ ଗଲେ ଭବିଷ୍ୟତରେ ଭୟଙ୍କର ସମସ୍ୟା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି।

ମହାନଦୀ ଉପମୁଣ୍ଡରେ ଛତିଶଗଡ଼ ଗୋଟାକ ପରେ ଗୋଟାଏ ବନ୍ଧ ବାନ୍ଧି ଚାଲିଛି। ରାଜ୍ୟର ଅନୁରୋଧ, ଦାବିକୁ ଗ୍ରହଣ କରିନାହିଁ। ପରିଣତିସ୍ୱରୂପ ମହାନଦୀରେ ଜଳ ପ୍ରବାହ ବର୍ଷକୁ ବର୍ଷ ହ୍ରାସ ପାଉଛି। ୨୦୦୫-୦୬ ବର୍ଷ ବେଳକୁ ମହାନଦୀରେ ନଭେମ୍ବର ମାସ ବେଳକୁ ୦.୬୭୮ ନିୟୁତ ଏକରଫୁଟ୍‍ ଜଳ ପ୍ରବାହିତ ହେଉଥିବାବେଳେ ୨୦୨୧ରେ ଏହା ପାଖାପାଖି ଦୁଇ ତୃତୀୟାଂଶ ହ୍ରାସ ପାଇଛି। ସେମିତି ଅଣ ମୌସୁମୀ କାଳରେ ଜଳପ୍ରବାହ ମଧ୍ୟ କମିଛି। ଟ୍ରିବ୍ୟୁନାଲ ଗଠନ ହେବା ପରେ ଗୋଟାକ ପରେ ଗୋଟାଏ ବୈଠକ ବସିଥିଲେ ମଧ୍ୟ ରାଜ୍ୟ ସ୍ୱାର୍ଥକୁ କେନ୍ଦ୍ର ସରକାର, ଜାତୀୟ ଜଳ ଆୟୋଗ, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ କେହି ଦୃଷ୍ଟି ଦେଉ ନାହାନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ବ୍ରାହ୍ମଣୀ ନଦୀ ଉପତ୍ୟକାରେ ସିମ୍‍ଡ଼େଗା, ଗୁମଲା, ରାଞ୍ଚି, ଲୋହରଡ଼େଗା,ପଶ୍ଚିମ ସିଂହଭୂମ ଜିଲାଗୁଡ଼ିକରେ ପାଖାପାଖି ଦେଢ଼ ଡ଼ଜନ ପ୍ରକଳ୍ପଗୁଡ଼ିକ ନିର୍ମାଣ କରିଛନ୍ତି। ସ୍ଥଳବିଶେଷରେ ପ୍ରକଳ୍ପଗୁଡ଼ିକର ଉଚ୍ଚତା ୧୭ ମିଟରରୁ ୩୯ ମିଟର ପର୍ଯ୍ୟନ୍ତ କରାଯାଇଛି। ଏହାବ୍ୟତୀତ ଲରୁଆ, ତପ୍‍କରା, ଗୁଚ୍ଚାଓପା, ଧନଶିଙ୍ଗ୍‍ଟୋଲି, ଜୟପୁର, ଲାଟ୍ରାଟୁ, ମଶାରିଆ, ନନ୍ଦିନୀ ଓ ପରାସ ଡ୍ୟାମ୍‍ ନିର୍ମାଣ କରାଯାଇଛି। ଏହାଛଡ଼ା ପଶ୍ଚିମ ସିଂହଭୂମି ଜିଲାରେ ସତ୍‍ପୋଟ୍‍କା, ଗୁମ୍‍ଲା ଜିଲାରେ କାନ୍ସ ଓ ରାଞ୍ଚି ଜିଲାରେ ବାସୁକୀ ଡ଼୍ୟାମ ନିର୍ମାଣାଧୀନ ରହିଛି। ପରିଣତି ସ୍ୱରୂପ ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ କମିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ୨୦୫୦ ବେଳକୁ ରାଜ୍ୟର ଆବଶ୍ୟକତା ଅନୁସାରେ ୮୫ ବିଲିଅନ କ୍ୟୁବିକ୍‍ ମିଟର (ବିସିଏମ୍‍) ଜଳ ଆକଳନ ଚିନ୍ତାର ବିଷୟ ହୋଇଛି।

ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ୨୦୫୦ ବେଳକୁ ପାନୀୟ ଜଳ ପାଇଁ ୩.୦୦୬ ବିଲିଅନ କ୍ୟୁବିକ୍‍ ମିଟର ଜଳ ଆବଶ୍ୟକ ପଡ଼ିପାରେ। ଚାଷ ପାଇଁ ୪୯.୪୦୮ ବିସିଏମ୍‍, ଶିଳ୍ପ ପାଇଁ ୧.୯୫ ବିସିଏମ୍‍, ପରିବେଶ ସନ୍ତୁଳନ ପାଇଁ୨୯.୪୦ ବିସିଏମ୍‍ ଓ ଅନ୍ୟ ଉଦ୍ଦେଶ୍ୟରେ ୦.୪୦ ବିସିଏମ୍‍ ଜଳର ଆବଶ୍ୟକତା ରହିଛି। ବର୍ତ୍ତମାନ ଉପଲବ୍ଧ ଜଳର ଉଚିତ୍‍ ବିନିଯୋଗ ହେଲେ ଏହି ଆବଶ୍ୟକତା ପୂରଣ ଅସମ୍ଭବ ହେବ ନାହିଁ ବୋଲି ମନେ କରାଯାଉଛି, କିନ୍ତୁ ଏଥିଲାଗି ଉପଯୁକ୍ତ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି ହେବା ଆବଶ୍ୟକ ଜଳ ଆବଶ୍ୟକତା ଭରଣା ନିମନ୍ତେ ଭୂପୃଷ୍ଠ (ସର୍‍ଫେସ) ଜଳ ଅର୍ଥାତ୍‍ ନଦୀ, ପୋଖରୀ, ହ୍ରଦ, ଝରଣା ଆଦିରୁ ୬୪.୧୫୨ ବିସିଏମ୍‍ ଜଳ ଆହରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦.୦୧ ବିସିଏମ୍‍ ଭୂତଳ ଜଳ ଆହରଣ କରାଯିବ।

ଜଳସମ୍ପଦ ବିଭାଗର ପରିସଂଖ୍ୟାନ ଅନୁସାରେ ସମ୍ପ୍ରତି ରାଜ୍ୟକୁ ବାର୍ଷିକ ମୋଟ ୧୦୮.୧୧ ବିଲିଅନ କ୍ୟୁବିକ୍‍ ମିଟର ଜଳ ବିଭିନ୍ନ ନଦୀରୁ ମିଳୁଛି। ମହାନଦୀରୁ ସର୍ବାଧିକ ୫୦.୯୩୯ ବିସିଏମ୍‍ ଜଳ ମିଳୁଥିବା ଆକଳନ ହେଉଛି। ସେହିପରି ବ୍ରାହ୍ମଣୀରୁ ୧୩.୩୦, ବୈତରଣୀରୁ ୭.୫୬, ଋଷିକୂଲ୍ୟାରୁ ୩.୯୪, ବୁଢ଼ାବଳଙ୍ଗରୁ ୩.୧୧, ବଂଶଧାରାରୁ ୫.୦୮, କୋଲାବରୁ ୧୧.୦୮, ଇନ୍ଦ୍ରାବତୀରୁ ୬.୨୬, ବାହୁଡ଼ାରୁ ୦.୪୩, ନାଗାବଳୀରୁ ୨.୮୫ ଓ ସୁବର୍ଣ୍ଣରେଖାରୁ ୨.୩୮ ବିସିଏମ୍‍ ଜଳ ମିଳୁଛି। ତେବେ ଏଥିରୁ ରାଜ୍ୟରୁ ୮୨.୮୪ ବିସିଏମ୍‍ ଆସୁଥିବାବେଳେ ଅନ୍ୟ ରାଜ୍ୟରୁ ପ୍ରବାହିତ ଜଳର ପରିମାଣ ୨୫.୨୭୨ ବିସିଏମ୍‍। ମାତ୍ର ରାଜ୍ୟ ସବୁଠାରୁ ଅଧିକ ନିର୍ଭର କରୁଥିବା ମହାନଦୀରେ ଜଳ ପ୍ରବାହ ଯେପରି ହ୍ରାସ ପାଇ ଚାଲିଛି ତାହା ଓଡ଼ିଶା ପାଇଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଓଡ଼ିଶାର ଜୀବନରେଖା ପ୍ରତି କେନ୍ଦ୍ର ସରକାରଙ୍କ ବେପରୁଆ ମନୋଭାବ : ତାରିଖ ପରେ ତାରିଖ ଗଡୁଛି, ସମାଧାନ ହୋଇପାରୁନି
ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼, ସିଡବ୍ଲ୍ୟୁସି ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି। ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ କେବଳ ତାରିଖ ଗଡ଼ାଇବାରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ଜୀବନରେଖା ପ୍ରତି ଏକରକମ ଆଖିବୁଜି ଦେଇଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଉଦ୍ୟମରେ ମହାନଦୀର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର ମହାନଦୀ ସମତେ ଅନ୍ୟ ନଦୀମାନଙ୍କର ଜଳ ସଂରକ୍ଷଣ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟବରାଦ କରିବା ନିମନ୍ତେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନା ମୁଖ୍ୟତଃ ସବୁ ନଦୀଗର୍ଭରେ ଜଳାଶୟ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ଗତ ଏପ୍ରିଲ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାନଦୀ ଜଳବିବାଦର ଶୁଣାଣି ବନ୍ଦ ରହିଲା। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ଟ୍ରିବ୍ୟୁନାଲରେ ଜଳବିବାଦକୁ ନେଇ ୨୬ଟି ଶୁଣାଣି ସରିଲାଣି। ଓଡ଼ିଶାର ୬୦ ପ୍ରତିଶତ ଜୀବନ, ଜୀବିକାକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ କରୁଥିବା ମହାନଦୀର ଜଳଧାରାକୁ ନେଇ ଟ୍ରିବ୍ୟୁନାଲ ଏବଂ କେନ୍ଦ୍ର ସରକାର ଯେପରି ବେପରୁଆ ମନୋଭାବ ପୋଷଣ କରୁଛନ୍ତି, ତାହା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଗୋଟିଏ ପଟେ ଛତିଶଗଡ଼ ଉପରମୁଣ୍ଡରେ ମନଇଚ୍ଛା ନିର୍ମାଣ କରିଚାଲିଥିବା ବେଳେ ତଳମୁଣ୍ଡରେ ଓଡ଼ିଶାକୁ ଅଣମୌସୁମୀ ସମୟରେ ଜଳପ୍ରବାହ କମୁଛି। ଫଳସ୍ୱରୂପ ମହାନଦୀ ଅବବାହିକାରେ କୃଷିକାର୍ଯ୍ୟ ସହ ଜଳ ସେଚନ, ବିଦ୍ୟୁତ୍‍ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣ ଓ ପାନୀୟ ଜଳ ଯୋଗାଣରେ ଏବେଠାରୁ ଅସୁବିଧା ଦେଖାଯିବା ସହ ଜୈବବିବିଧତା ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି।

ଏନେଇ ବାରମ୍ବାର ଓଡ଼ିଶା ଜାତୀୟ ସ୍ତରରେ ବିଭିନ୍ନ ଫୋରମରେ ନିଜ ଉଦ୍‍ବେଗ ପ୍ରକାଶ କରି ଆସିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ଓଡ଼ିଶାର ନଦୀ କୂଳବର୍ତ୍ତୀ ଶତାଧିକ ଗ୍ରାମରେ ପାନୀୟଜଳ ସମସ୍ୟା ଏବେ ବି ଦେଖା ଦେଉଛି। ବିଶେଷ କରି ଗ୍ରୀଷ୍ମ ଦିନରେ ଏହା ଅସହ୍ୟ ହେଉଛି। ତେଣୁ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ନଦୀରେ ବ୍ୟାରେଜ ନିର୍ମାଣ କରାଯିବାର ଯୋଜନା ରହିଛି। ସରକାରୀ ଭାବେ ପ୍ରସ୍ତୁତି ହୋଇଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ପ୍ରସ୍ତାବିତ ବ୍ୟାରେଜ ଗୁଡିକ ଦ୍ୱାରା ଅଣମୌସୁମୀ ଋତୁରେ ପାଣିକୁ ସଂରକ୍ଷଣ କରିବା ନିମନ୍ତେ ନଦୀ ଶଯ୍ୟାରେ କୃତିମ ଜଳାଶୟ ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ଏପରିକି ନଦୀକୂଳିଆ ଲୋକମାନେ ଯେପରି ଜଣେ କେହି ଯେପରି ଜଳକ୍ଲିଷ୍ଟ ନ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାରେଜର ତଳ ମୁଣ୍ଡର ପାଣିକୁ ବ୍ୟବହାର କରି ଉପର ମୁଣ୍ଡରେ ୫ରୁ ୧୫ କିଲୋମିଟର ପର୍ଯ୍ୟନ୍ତ ବର୍ଷ ସାରା ଯେପରି ପାଣି ଉପଲବ୍ଧ ହେବ ତାହ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ବିଗତ ବର୍ଷରେ ଏହି ଯୋଜନାରେ ୩୦ଟି ବ୍ୟାରେଜ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇ ବର୍ତ୍ତମାନ ୮ଟି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ବ୍ୟାରେଜ ଗୁଡିକର ଟେଣ୍ଡର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୬ଟି ବନ୍ଧ ନିର୍ମାଣକୁ ଅନୁମୋଦନ ମିଳିସାରିଛି। ଯଦି କନ୍ଧମାଳ ଜିଲ୍ଲାରେ ଖଡାଗୋ ବ୍ୟାରେଜ, ନବରଙ୍ଗପୁର ଜିଲ୍ଲାରେ ତେଲ୍‍ ସମନ୍ୱିତ ବହୁମୁଖୀ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ଲୋୟର ଉଦନ୍ତୀ ବ୍ୟାରେଜ ପ୍ରକଳ୍ପ, ଲାଙ୍ଗୀରରେ ପ୍ରସ୍ତାବିତ କଟାଙ୍ଗୀ ଜଳସେଚନ ପ୍ରକକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତେ ତେବେ ଏହା ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ବୃହତ୍‍ ଯୋଗଦାନ ରଖିପାରନ୍ତା ବୋଲି ମତପ୍ରକାଶ ପାଇଛି।