Naveen_Odisha - The Sakala
ତୃତୀୟ ଲହରରେ ଶିଶୁଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ପଦକ୍ଷେପ: ଶିଶୁଙ୍କ ଚିକିତ୍ସା ପାଇଁ ତାଲିମ୍ ନେବେ ୧୧୧୪ ଜଣ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ କରିଥିଲେ ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଥିଲେ । ତଥାପି କେତେକ ଜିଲ୍ଲାରେ ପଜିଟିଭିଟ୍‌ ରେଟ୍‌ ଅଧିକ ଥିବାରୁ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ବର୍ତ୍ତମାନ ଚାଲିଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ସଚେନତା ସହିତ ତାର ଉପଯୁକ୍ତ ତଦାରଖ ଏବଂ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ବିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ । ତାସହିତ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ କୋଭିଡ ନିୟମାବଳୀକୁ ଆହୁରି କଡାକଡି ଭାବରେ ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତୃତୀୟ ଲହର ପାଇଁ ଗଠିତ Technical Task force committeeର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେହିପରି ବ୍ଲାକ ଫଙ୍ଗସ  ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ସେଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅକ୍‌ସିଜେନ ଯୋଗାଣ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ସିଲିଣ୍ଡର ଉପଲବ୍‌ଧତାରେ ଉନ୍ନତି ଘଟିଛି ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌-ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ ସଂକ୍ରମଣରେ କୌଣସି ବୃଦ୍ଧି ଘଟି ନ ଥିବା ଆଶ୍ବସ୍ତିର ବିଷୟ । ରାଜ୍ୟରେ ପିଜିଟିଭିଟି ହାର କମି ଥିବାରୁ ଆଇସିୟୁ ଓ ଅକ୍‌ସିଜେନ ସଂଯୁକ୍ତ ବେଡ୍‌ ଉପରେ ଚାପ ହ୍ରାସ ପାଇଛି । ଖୁବଶୀଘ୍ର ସଂକ୍ରମଣ ୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ ।
କୋଭିଡର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଶ୍ରୀ ପି.କେ ମହାପାତ୍ର କହିଥିଲେ ରାଜ୍ୟରେ ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ ଖାଲି ରହିଛି । ରାଜ୍ୟରେ ଅକ୍‌ସିଜେନ ଯୋଗାଣ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ। ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ Isolation Bed, ୬୧୦ ICU Bed ପ୍ରସ୍ତୁତ ରଖାଯାଇଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହାସହିତ ଜୁନ୍‌ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଚତୁର୍ଥ sero survey ଆରମ୍ଭ କରାଯିବ ଏବଂ ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ବର ଓ କଟକ ମୁନିସ୍‌ପାଲ କମିଶନର ମାନଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍‌ ଟିକା ଦିଆଯାଇଛି ଏବଂ ଟିକାକରଣ କ୍ଷେତ୍ରରେ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି ବୋଲି ଜଣାଯାଇଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସଂପୂର୍ଣ୍ଣ ହୋଇଯିବ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉନ୍ନୟନ କମିଶନର, ପୁଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି ମାନେ ଯୋଗ ଦେଇଥିଲେ ।
ଭୁବନେଶ୍ବର: ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି। ଏହି ରକ୍ତଦାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା– ମୋ ପରିବାରକୁ ବଡ଼ ସଫଳତା ମିଳିଛି। କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି @MoParivarOdisha ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ୟକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି। #OdishaCares pic.twitter.com/UuoPt47wfb
— Naveen Patnaik (@Naveen_Odisha) June 6, 2021
‘କୋଭିଡ୍‌ ସତ୍ତ୍ବେ ଓଡ଼ିଶା ଶ୍ରେଷ୍ଠ ନିବେଶ ସ୍ଥଳ’
ଭୁବନେଶ୍ୱର: ଗତ କିଛି ବର୍ଷ ମଧ୍ୟରେ ଓଡିଶା ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏକ ସଶକ୍ତ ଶିଳ୍ପ ନୀତି ରାଜ୍ୟର ପରିବେଶକୁ ଶିଳ୍ପ ଓ ଉଦ୍ୟୋଗୀଙ୍କ ନିମନ୍ତେ ଅନୁକୁଳ କରିପାରିଛି। କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶା ଦେଶରେ ଏକ ପ୍ରମୁଖ ପୁଞ୍ଜିନିବେଶ କ୍ଷେତ୍ରର ମାନ୍ୟତା ବଜାୟ ରଖିଛି ଓ ଏ କ୍ଷେତ୍ରରେ ରାଜ୍ୟର ରେକର୍ଡ ବେଶ ଉତ୍ସାହଜନକ ରହିଛି। ବିଭିନ୍ନ ବ୍ୟବସାୟିକ ମାନଦଣ୍ଡରୁ ହସ୍ତଗତ ରିପୋର୍ଟ ଅନୁସରେ ସମ୍ପ୍ରତି ଅର୍ଥନୀତିରେ ପୁନଃରୁଦ୍ଧାର ଘଟୁଛି। ବର୍ଷ ୨୦୨୦ ଆମ ଜୀବନରେ ବହୁତ ପରିବର୍ତ୍ତନ ଆଣିଛି। ବିଭିନ୍ନ ଜିନିଷ ଉପରେ ଆମର ଦୃଷ୍ଟିକୋଣ କିଭଳି ରହିଛି ତାହା ଉପରେ ଏହା ଏକ ବଡ ପ୍ରଭାବ ପକାଇଛି । କରୋନା ମହାମାରୀକୁ ରୋକିବା ପାଇଁ ବାରମ୍ବାର ଲକ୍‌ଡାଉନ୍ ଏବଂ କୋଭିଡ୍ ସମ୍ବନ୍ଧୀୟ ମାର୍ଗଦର୍ଶିକାଗୁଡିକୁ ପ୍ରାଥମିକତା ଦିଆଯିବା ସତ୍ତ୍ବେ ଏଥିରେ ଆର୍ଥିକ ପ୍ରଭାବକୁ ଉପେକ୍ଷା କରାଯାଇନାହିଁ। ଏଭଳି ଏକ ଅପ୍ରତ୍ୟାଶିତ ଏବଂ କଠିନ ସମୟ ମଧ୍ୟରେ ରାଜ୍ୟ ସରକାର ଉଦ୍ୟୋଗଗୁଡିକୁ ଉତ୍ସାହିତ କରିବା ପାଇଁ ବହୁମୁଖୀ ଉପାୟ ଅବଲମ୍ବନ କରିଛନ୍ତି । ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଣରେ ସହାୟତା ସହ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶନିବାର ଏକ ସ୍ଥାନୀୟ ହୋଟେରେ ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜ୍‌ନେସ୍ ଏମିନେନ୍ସ ଆୱାର୍ଡକୁ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ପରେ ଏମଏସଏମଇ ହେଉଛି ବୃହତ୍‌ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର। ସେଥିପାଇଁ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ୪୬୫ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି, ଯାହା ଗତବର୍ଷ ତୁଳନାରେ ଦୁଇଗୁଣ ଅଧିକ। ଏହାଛଡା ଏମ୍ଏସ୍ଏମ୍ଇଗୁଡିକ ପାଇଁ ସରକାର ୨୮୯ କୋଟି ଟଙ୍କାର ଏକ ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ୍ ଘୋଷଣା କରିଥିଲେ ଏବଂ ସେମାନଙ୍କ ପାଇଁ ଉତ୍ତମ କ୍ରେଡିଟ୍ ଲିଙ୍କେଜ୍ ଉପରେ ଧ୍ୟାନ ଦେଇଥିଲେ। ଗତ ଦୁଇ ବର୍ଷ ହେବ ପର୍ଯ୍ୟଟନ କ୍ଷେତ୍ର ପାଇଁ ବଜେଟ୍ ଦ୍ୱିଗୁଣିତ ହୋଇଛି । ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆମେ ବିଶ୍ୱ ସ୍ତରୀୟ ସୁବିଧା ସୃଷ୍ଟି କରିବା ପ୍ରକ୍ରିୟାରେ ରହିଛୁ । ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ‘ବିଜ୍‌ନେସ୍ ଏମିେନନ୍ସ ଆୱାର୍ଡ ’ମାଧ୍ୟମରେ ଓଡିଶାର ବିଶିଷ୍ଟ ଉଦ୍ୟୋଗୀ ତଥା ବ୍ୟବସାୟିକ ବ୍ୟକ୍ତିତ୍ବମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ପଦକ୍ଷେପ ନେଇଛନ୍ତି। ଏହି ବ୍ୟକ୍ତିତ୍ବମାନେ କେବଳ ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହୋଇ ନ ଥିଲେ ବରଂ ଏକ ଭୟଙ୍କର ପରିସ୍ଥିତିରେ ଏକ ସକରାତ୍ମକ ଦୃଷ୍ଟିକୋଣ ରଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମ୍ପ୍ରତି ବିଶ୍ଵ ବଜାର ଛୋଟ ହୋଇଯାଇଛି। ଓଡ଼ିଶାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଭାରତରେ ରୋରିଂ ଟ୍ରେଣ୍ଡିଜର ସମୟ ଆସୁଛି। ଆଗାମୀ ଦୁଇ ଦଶନ୍ଧିରେ ଓଡ଼ିଶା ପାଇଁ ସାମାଜିକ ଖସଡ଼ା ପ୍ରସ୍ତୁତ କରିବାକୁ ହେବ। କାରଣ ତାହା ଓଡ଼ିଶାର ସମୟ ହେବ ବୋଲି ସେ କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ କହିଲେ, ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳଗୁଡିକରେ ସରକାର ଭିତ୍ତିଭୂମିର ବିକାଶ କରାଇଛନ୍ତି। ସେଠାରେ ହୋଟେଲ, ରିସର୍ଟ, ଜଳ କ୍ରୀଡା ଏବଂ ଆଡଭେଞ୍ଚର କ୍ରୀଡା ପାଇଁ ସୁବିଧା ଉପଲବ୍‌ଧ କରାଯାଇଛି। ରାଜ୍ୟର ପର୍ଯ୍ୟଟନ ପ୍ରକଳ୍ପର ଅନୁମୋଦନ ସମ୍ପ୍ରତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ନିକଟରେ ପଡିରହିଛି ତାହାକୁ ତ୍ବରାନ୍ବିତ କରିବାକୁ ଏହି ଅବସରରେ ଶ୍ରୀ ଦେବ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ କରିଥିଲେ। ପ୍ରାରମ୍ଭରୁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦ୍ୟାଶା ଶତପଥୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ସଫଳ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏମଏସଏମଇ ବାଣିଜ୍ୟ ମେଳାକୁ ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର: ଶୁକ୍ରବାର ଉଦଘାଟିତ ହୋଇଛି ଏମଏସଏମଇ ବାଣିଜ୍ୟ ମେଳା-୨୦୨୧।  ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଏମଏସଏମଇ ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏଁ ଚାଲିବ ।
ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତିବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ସାମିଲ୍ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନଜରରେ ରଖି ବାହାର ରାଜ୍ୟର ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇ ନାହିଁ । ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପ ଉଦ୍ୟୋଗୀ ମାନେ ସାମିଲ ହୋଇଛନ୍ତି ।  ଚଳିତ ବର୍ଷ ଗଢିବା, ବଢ଼ିବା ଓ ସମୃଦ୍ଧ ହେବା ଥିମରେ ଏହି ମେଳାର ଆୟୋଜନ କରାଯାଇଛି ।