Corona 4rt Wave - The Sakala

୧୫ ଦିନ ମଧ୍ୟରେ ଆସିବ କରୋନାର ୪ର୍ଥ ଲହରୀ: ଟିକା ନେଇଥିବା ବ୍ୟକ୍ତି ମଧ୍ୟ ପୁଣି ହୋଇପାରନ୍ତି ସଂକ୍ରମିତ
ଭୁବନେଶ୍ୱର: ଆସନ୍ତା ୧୫ଦିନ ଭିତରେ ଆସିବ ଚତୁର୍ଥ ଲହର । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ସମସ୍ୟା ସୃଷ୍ଟି କରିପାରେ । ଟିକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନେ ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ତୁରନ୍ତ ନେଇଯିବା ଦରକାର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମଣ ରହିଥିଲେ ମଧ୍ୟ ମୃତ୍ୟୁହାର ବହୁତ କମ ରହିବ । ଭାରତରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓଡିଶାକୁ ଆସିବାର ସମ୍ଭବନା ଅଧିକ ରହିଛି । ଓଡ଼ିଶାରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି । ଏଣୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ନିରୋଜ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ୨ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟାରେ ଦେଶରେ ୩୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣ ୨ ହଜାରରୁ ଅଧିକ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି । ଏହି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୦୭୯ ରହିଛି । ସେହିପରି ପଜିଟିଭିଟି ହାର କଥା ଯଦି କହିବା ତାହାଲେ ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ ୦.୫୬ ରହିଛି । ତେବେ ଗତ ୨୪ ଘଣ୍ଟାରେ ୧ ହଜାର ୬୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ କିନ୍ତୁ ଆଶ୍ୱସ୍ତିକର ସ୍ଥିତି ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ରାଜ୍ୟରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରର ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ସେ କ୍ବାରେଣ୍ଟାଇନରେ ଥିଲେ । ଶୂନରୁ ୧୮ ବର୍ଷ ବୟସର କେହି ବି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଆକ୍ଟିଭ କେସ୍ ଶହେ ତଳେ ରହିଛି । ରାଜ୍ୟରେ ସକ୍ରିୟ ମାମଲା ୮୫ ଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ ଆକ୍ରାନ୍ତ ।

ଚତୁର୍ଥ ଲହର ଆଶଙ୍କା: ଆସନ୍ତା ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ମାମଲା ବଢ଼଼ୁଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି। ବର୍ତ୍ତମାନ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ତେଣୁ ବିଦେଶ ଫେରନ୍ତାଙ୍କ ସମେତ ପୂର୍ବ ଭଳି ପ୍ରବାସୀମାନେ ସଂକ୍ରମଣର ବାହକ ସାଜିବାର ଆଶଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛି। ଯାହାଦ୍ୱାରା ସ୍ଥାନୀୟ ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

ତେବେ ବିଭିନ୍ନ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩-୪ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଉଦ୍‍ବେଗଜନକ ସ୍ଥିତି ଉପୁଜିନାହିଁ। ହେଲେ ପୂର୍ବ ଲହର ଗୁଡ଼ିକରେ ଦିଲ୍ଲୀରେ ସଂକ୍ରମଣ ବଢ଼଼ିବାର ମାସକ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାର ନଜର ରହିଛି। ତେଣୁ ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ମହାପାତ୍ର କହିଛନ୍ତି। ବିଶେଷକରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେଇଯିବା ଆବଶ୍ୟକ। ଯଦି ସଂକ୍ରମଣ ବଢ଼଼ିବା ଆରମ୍ଭ କରେ ତାହେଲେ ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହା ସହିତ ବର୍ତ୍ତମାନ ସମୟରେ ସଂକ୍ରମଣ ବଢ଼଼ୁଥିବାରୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ସହ କୌଣସି ଜରୁରୀ କାମ ନ ଥିଲେ ଭିଡ଼ ମଧ୍ୟକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୂର୍ବ ଲହରଗୁଡ଼ିକ ଭଳି ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ଡ. ମହାପାତ୍ର କହିଛନ୍ତି। କିଛି ଦିନ ହେବ ଦିଲ୍ଲୀ, ହରିୟାଣା, ୟୁପି, କେରଳ ଓ କର୍ଣ୍ଣାଟକରେ କରୋନା ବଢ଼଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୯ ତାରିଖଠାରୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳ, ପୌର ସଂସ୍ଥା ମୁଖ୍ୟ ଏବଂ ସିଡିଏମ୍‍ଓଙ୍କୁ ପତ୍ର ଲେଖି ସତର୍କ କରାଇଛନ୍ତି। ବିଶେଷ କରି ଜିଲ୍ଲା ସ୍ତରରେ ସ୍ଥାନୀୟ ପ୍ରଶାସନ କୋଭିଡ୍‍ ସଂକ୍ରମଣ ସ୍ଥିତିକୁ ଦେଖି ଉପଯୁକ୍ତ ପଦକ୍ଷେପ ନେବା ସହ ଆବଶ୍ୟକ ପଡ଼ିଲେ କଟକଣା ଲାଗୁ କରିବାକୁ କୁହାଯାଇଛି। ସଂକ୍ରମଣ ସଂଖ୍ୟା ବଢ଼଼ିଲେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ମଧ୍ୟ ଚିଠିରେ ଦର୍ଶାଯାଇଛି। ସେହିପରି ଟେଷ୍ଟିଂ, ସର୍ଭିଲାନ୍ସ ତ୍ୱରାନ୍ୱିତ କରିବା ସହ ସମ୍ବେଦନଶୀଳ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‍ ରହିବାକୁ କୁହାଯାଇଛି। ଟିକା ନେବା ପାଇଁ ବିଶେଷକରି ପ୍ରତିଷେଧକ ଡୋଜ୍‍ ନେବା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉତ୍ସାହିତ କରିବା ସହ କୋଭିଡ୍‍ ନିୟମ ଅନୁପାଳନ କୁହାଯାଇଛି।

ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ; ମାତ୍ର ତୃତୀୟ ଲହର ଶେଷ ହେବା ପରେ ପ୍ରଥମ ଥର ପାଇଁ ସଂକ୍ରମଣ ଉପରମୁହାଁ ହୋଇ ଚାଲିଛି। ଗୁରୁବାର ଦେଶରେ ୨ ହାଜର ୩୮୦ ମାମଲା ଚିହ୍ନଟ ହୋଇଛି। ଯାହାକି ବୁଧବାର ତୁଳନାରେ ବୃଦ୍ଧି ହୋଇଥିବା ବେଳେ ୧୭ ତାରିଖକୁ ମାମଲାରେ ବୃଦ୍ଧି ଘଟି ଚାଲିଛି। ବଡ଼ କଥା ହେଉଛି ଯେ ଗତ ୫ ଦିନରେ ୩ ଥର ୨ ହଜାର ଉପରେ ନୂଆ ମାମଲା ଚିହ୍ନଟ ହୋଇଛି। ଏପ୍ରିଲ୍‍ ୧୭ ତାରିଖରେ ଦେଶରେ ୧୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଦିନ ମଧ୍ୟରେ ଦୁଇ ଗୁଣ ହୋଇଯାଇଛି।

କରୋନାର ଚତୁର୍ଥ ଲହର କବଳରେ ମଧ୍ୟ-ଏସିଆ
ନୂଆଦିଲ୍ଲୀ: ଚୀନର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ୍(ଭୂତାଣୁ)ର ପ୍ରକୋପ କମିବାର ନା ଧରୁନି। ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଥିବା ଏହି ଭୂତାଣୁ ସଂକ୍ରମଣ କିଛି ଦିନ କମ ରହିବା ପରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ସମୟ ସହିତ କରୋନା ଭୂତାଣୁ ରୂପ ମଧ୍ୟ ବଦଳାଇ ଚାଲିଛି। ଏହା ନୂଆ ନୂଆ ରୂପରେ ଆସି ସଂକ୍ରମଣ ବୃଦ୍ଧିର କାରଣ ପାଲଟୁଛି। ଭାରତରେ ବିପଜ୍ଜନକ ଦ୍ବିତୀୟ ଲହର ପାଇଁ ଦାୟୀ ଥିବା କରୋନାର ଡେଲଟା ଭାରିଆଣ୍ଟ ଏବେ ମଧ୍ୟ ଏସିଆରେ ପ୍ରଭାବ ବିସ୍ତାର କରିଚାଲିଛି।

ଏହି କ୍ଷେତ୍ରର ଅଧିକାଂଶ ରାଷ୍ଟ୍ରରେ ଚତୁର୍ଥ ଲହର ଆରମ୍ଭ ହୋଇଗଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର କୁହାଯାଇଛି। ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ହୁ ମନ୍ଥର ଟିକାକରଣକୁ ଦାୟୀ କରିଛି। ସଂକ୍ରମିତ ଏବଂ ମୃତକଙ୍କ ତଥ୍ୟରୁ ଅଧିକାଂଶ ଲୋକ ଟିକାର ଗୋଟିଏ ଡୋଜ ନେଇ ନାହାନ୍ତି ବୋଲି ହୁ କହିଛି। ମଧ୍ୟ ଏସିଆରେ ହୁର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଅହମ୍ମଦ ଅଲ-ମନ୍ଧାରୀ କହିଛନ୍ତି ଯେ ଏହି କ୍ଷେତ୍ରର ୨୨ରୁ ୧୫ଟି ଦେଶରେ ଡେଲଟା ଭାରିଆଣ୍ଟ ମାମଲା ରିପୋର୍ଟ କରାଯାଇଛି। ଏହି ସବୁ ଦେଶରେ ଟିକାକରଣ ଗତି ମନ୍ଥର ରହିଥିବାରୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨ ମାସ ତୁଳନାରେ ମାମଲା ୫୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁହାର ୧୫ ପ୍ରତିଶତ ବଢିଛି। ଏହି କ୍ଷେତ୍ରରେ ପ୍ରତି ସପ୍ତାହରେ ୩.୧୦ ଲକ୍ଷ ମାମଲା ଏବଂ ୩୫୦୦ ମୃତ୍ୟୁ ରେକର୍ଡ କରାଯାଇଛି।

ହୁ ବିବୃତ୍ତି ଅନୁଯାୟୀ ଏବେ ଇରାକ, ଇରାନ, ଟ୍ୟୁନିସିଆ ଏବଂ ଲିବିଆରେ କରୋନା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ କିଛି ସପ୍ତାହ ହେଲା ରୋଗୀ ସଂଖ୍ୟା ବଢିବାରୁ ମେଡିକାଲରେ ବେଡ ଅଭାବ ଦେଖାଦେଇଛି। ଆଇସିୟୁ ବେଡ ମିଳୁନାହିଁ ଏବଂ ଅମ୍ଳଜାନ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଏ ପର୍ଯ୍ୟନ୍ତ ମଧ୍ୟ ଏସିଆର ମାତ୍ର ୪.୧ କୋଟି ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ ଦିଆଯାଇଛି। ଏହା ମୋଟ ଜନସଂଖ୍ୟାର ମାତ୍ର ୫.୫ ପ୍ରତିଶତ। କିନ୍ତୁ ଦିଆଯାଇଥିବା ଟିକାରୁ ୪୦ ପ୍ରତିଶତ ଅଧିକ ଆୟକାରୀ ରାଷ୍ଟ୍ରରେ ଲାଗିଛି। ଏହି କ୍ଷେତ୍ରରେ ଏଭଳି ଦେଶର ଜନସଂଖ୍ୟା ମାତ୍ର ୮ ପ୍ରତିଶତ ରହିଛି।