Bhadrak MP Manjulata Mandal - The Sakala

ସଂସଦରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦାବି, ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଖୋଲାଯାଉ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା
ନୂଆଦିଲ୍ଲୀ : ସଂସଦ ଅଧିବେଶନରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ପ୍ରଶ୍ନ ଉପସ୍ଥାପନ କରି ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ଵତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ସଦର ମହକୁମାରୁ ୮୫ କିମି ଦୂରରେ ଧାମରା ଅବସ୍ଥିତ, ଯେଉଁଠାରେ ଏପିଜେ ଅବଦୁଲ କଲାମ ହ୍ୱିଲର ଦ୍ୱୀପରୁ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ପ୍ରତିରକ୍ଷା ବିଭାଗ ତରଫରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥାଏ ।

ଧାମରାରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଙ୍ଗଠନ (ଡି ଆର୍ ଡି ଓ) ପ୍ରତିଷ୍ଠା ଓ ଆଦାନୀ କମ୍ପାନୀର ଧାମରା ବନ୍ଦର ପ୍ରତିଷ୍ଠା, ସହିତ ମତ୍ସ୍ୟଜୀବୀମାନଙ୍କ ଜେଠି ନିର୍ମାଣ ହୋଇ ଥିବାରୁ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ପ୍ରତିରକ୍ଷା ବିଭାଗ ସହିତ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ନିଜର ପରିବାର ସହ ଧାମରାରେ ବସବାସ କରୁଛନ୍ତି । କିନ୍ତୁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉ ନ ଥିବାରୁ ନିଜର ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଧାମରାରୁ ୫୦ କିମି ଦୂର ବାସୁଦେବପୁର ଓ ୮୫ କିମି ଦୂର ଭଦ୍ରକ ସଦର ହସପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ିଥାଏ ।

ଏହି କାରଣରୁ ଅନେକ ସମୟରେ ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇ ଯଇଥାଏ। ଏହି ସବୁ ଅସୁବିଧା ଗୁଡ଼ିକ ହୃଦୟଙ୍ଗମ କରି  ସାଂସଦ ଶ୍ରୀମତୀ ମଣ୍ଡଳ ଧାମରାରେ ଶହେ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଓ ସ୍ଵତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । ଏହାଦ୍ବାରା ସ୍ଥାନୀୟ ଜନସାଧରଣଙ୍କ ସହ ବସବାସ କରୁଥିବା ପ୍ରତିରକ୍ଷା ବିଭାଗ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ଉପକୃତ ହୋଇ ପାରିବେ ବୋଲି ସାଂସଦ ଶ୍ରୀମତି ମଣ୍ଡଳ ତାଙ୍କର ପ୍ରଶ୍ନ ସଂସଦରେ ଉପସ୍ଥାପନ କରିଛନ୍ତି ।

ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ
ଭଦ୍ରକ: ଆଜି ସଂସଦ ଭବନଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସାକ୍ଷାତ କରି ଭଦ୍ରକ ସଂସଦୀୟ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ହସ୍ପିଟାଲଠାରୁ ଆରମ୍ଭ କରି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପକେନ୍ଦ୍ର ମାନଙ୍କରେ ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଆଦର୍ଶ ଭିତ୍ତିକ ରୋଗୀ ମାନଙ୍କ ସୁବିଧା ପାଇଁ ଯଥା, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମ ଆର ଆଇ ପ୍ରତିଷ୍ଠା, ସଂଖ୍ୟା ଲଘୁ ସମ୍ପ୍ରଦାୟ ଜନସଂଖ୍ୟା ଦୃଷ୍ଟିରୁ ପୁରୁଣାବଜାରଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା, ବାହାନାଗା, ଗୋପାଳପୁର, ଖଇରା ଓ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ଓ ଏକ୍ସ-ରେ ମେସିନ ପ୍ରତିଷ୍ଠା, ଧାମରା ବନ୍ଦର ନଗରୀ ଏବଂ ଅବଦୁଲ କାଲାମ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦୃଷ୍ଟିରୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତି କରଣ, ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ , ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାତୃ ଶିଶୁ ଡାକ୍ତରଖାନା ଏବଂ ବିଭିନ୍ନ ଡାକ୍ତରଖାନାରେ ଭିତ୍ତିଭୂମି କ୍ଷେତ୍ରରେ ପ୍ରଶାସନିକ କୋଠା ବାଡ଼ି ସହ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ, ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଯନ୍ତ୍ରପାତି ପ୍ରତିଷ୍ଠା ସହ ଜାତୀୟ ସ୍ୱାସ୍ଥ୍ୟ ମିଶନରୁ ଅଧିକ ଅର୍ଥ ଅନୁଦାନ ଯୋଗାଇ ଦେବା ପାଇଁ ଆଲୋଚନା କରିଥିଲେ । ସାଂସଦଙ୍କ ସହ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

ଭଦ୍ରକରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳ ଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବୀ ରଖିଲେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ
ଭଦ୍ରକ: ଦକ୍ଷିଣ ପୂର୍ବ ରେଳବାଇର ଭଦ୍ରକ ଠାରେ ନୂତନ ରେଳବାଇ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସଂସଦ ଭବନରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରେ ଲିଖିତ ପତ୍ର ମାଧ୍ୟମରେ ଦୃଢ଼ ଦାବି ରଖିଲେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ।

ଭଦ୍ରକ ରେଳ ଷ୍ଟେସନ ହେଉଛି ସ୍ୱାଧୀନତା ପୂର୍ବରୁ ୧୯୦୩ ମସିହାରୁ ପୁରାତନ ରେଳ ଷ୍ଟେସନ । ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ୨୫ ତାରିଖରେ ରେଳ ଯୋଗେ ଏହି ଷ୍ଟେସନରେ ଓହ୍ଲାଇ ଭଦ୍ରକର ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ଏବଂ ପରବର୍ତୀ ସମୟରେ ମଧ୍ୟ ଦୁଇ ଥର ରେଳ ଯୋଗେ ଭଦ୍ରକ ଆସି ରେଳ ଷ୍ଟେସନରେ ଓହ୍ଲାଇ ଥିଲେ । ଯାହାର ଗାନ୍ଧିଙ୍କ ଭଦ୍ରକ ଆଗମନର ଶତ ବାର୍ଷିକୀ ଚଳିତ ବର୍ଷ ମାର୍ଚ୍ଚ ୨୫ ରେ ଭଦ୍ରକଠାରେ ପାଳନ କରାଯାଇଥିଲା ।

ନୂତନ ଜିଲ୍ଲା ସୃଷ୍ଟି ହେବା ପରେ ଭଦ୍ରକ ହେଉଛି ଭାରତୀୟ ରେଳବାଇର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରକୃଷ୍ଟ ସ୍ଥାନ । ଆଜି ଦିନରେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରେଲ ଡିଭିଜନର ଅଧୀନରେ ଭଦ୍ରକ ରେଳ ଷ୍ଟେସନ ପରିଚାଳିତ, ଯାହା ବହୁ ସମୟରେ ପ୍ରଶାସନିକ ଏବଂ ଆର୍ଥିକ କ୍ଷେତ୍ରରେ ରେଳବାଇର ଅନେକ କ୍ଷତି ଘଟୁଛି । ଅତୀତରେ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ସମୟରେ ଭଦ୍ରକ ରେଳ ଷ୍ଟେସନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା , ଯାହା ଏକ ଜଂକ୍ସନ ଭାବରେ ପରିଗଣିତ ହୋଇ ରେଲ କୋଇଲା ଇଂଜିନର ଏକ ଲୋକୋମୋଟିଭ କାରଖାନା ମଧ୍ୟ ଥିଲା । ପ୍ରାୟ ୨୦୦ ଏକର ପରିମିତ ଜମି ମଧ୍ୟରେ ଭଦ୍ରକ ରେଳ ଷ୍ଟେସନ ଅବସ୍ଥିତ । ବର୍ତ୍ତମାନ ଭଦ୍ରକ ରେଳ ଷ୍ଟେସନ ୪ଟି ଜିଲ୍ଲା ଯଥା ଯାଜପୁର, କେନ୍ଦ୍ରାପଡା, କେଉଁଝର ଓ ବାଲେଶ୍ବରର ପେଣ୍ଠସ୍ଥଳି । ଆଦାନୀ ବନ୍ଦର ଧାମରା, କଳିଙ୍ଗ ନଗର ଶିଳ୍ପାଞ୍ଚଳ, ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସ ଟାଇଲ ପାର୍କ, ଏବଂ ଧାମରା ଠାରେ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ପୂର୍ବ ଭାରତର ଏଲ ଏଏନ ଜି ଟର୍ମିନାଲ ଯାହା ଭଦ୍ରକ ରେଳ ଷ୍ଟେସନକୁ ରେଳବାଇ କ୍ଷେତ୍ରରେ ସଂଯୋଗୀକରଣ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଛି । ରେଳବାଇର ରାଜସ୍ବ ଆୟ କ୍ଷେତ୍ରରେ ଖୋର୍ଦ୍ଧା ଡିଭିଜନ ଅଧୀନରେ ଦ୍ୱିତୀୟ ସ୍ଥାନରେ ଅଛି । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ଓକିଲ ସଂଘ, ବ୍ୟବସାୟୀ ସଙ୍ଘ ଓ ଜନସାଧାରଣ ଦୃଢ଼ ଭାବରେ ଭଦ୍ରକ ଠାରେ ନୂତନ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବୀ ରଖି ଆସୁଛନ୍ତି ।

ଏଣୁ ଭଦ୍ରକ ହେଉଛି ପୂର୍ବତଟ ରେଳବାଇ ଜୋନର ଦ୍ୱିତୀୟ ରେଳବାଇ ଡିଭିଜନର କାର୍ଯ୍ୟାଳୟ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ମାନନୀୟା ସାଂସଦ ମନ୍ତ୍ରୀ ମହୋଦୟଙ୍କୁ ବୁଝାଇଥିଲେ । ଏଥି ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନରେ ଉନ୍ନତି ଯଥା- ସବିରା, ବାହାନାଗା, ସୋର, ମାର୍କୋଣା, ରାଣୀତାଲ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼ ଓ ଭଦ୍ରକ ରେଳ ଷ୍ଟେସନର ରେଲ ଓଭର ବ୍ରିଜ ନିର୍ମାଣ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଧାମରାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଆଲୋଚନା କରିଥିଲେ ଏବଂ ଓଡ଼ିଶାରୁ ପୁରୀ- ସିରିଡି- ସାଇନଗର ସପ୍ତାହିକ ଯାତ୍ରୀବାହୀ ରେଳକୁ ସପ୍ତାହକୁ ତିନିଦିନ ଚାଲିବା ପାଇଁ ଲିଖିତ ଭାବେ ପ୍ରସ୍ତାବ ଦେଇ ଆଲୋଚନା କରିଥିଲେ ଏବଂ ତଦ୍ସହିତ ବାଉଦପୁର ରେଳ ଷ୍ଟେସନ ରାନ୍ଦୀଆରେ ଅବସ୍ଥିତ ଥିବାରୁ ତାହାକୁ ରାନ୍ଦୀଆ-ବାଉଦପୁର ରେଳ ଷ୍ଟେସନ ନାମକରଣ ପାଇଁ ଜିଲ୍ଲା ପ୍ରଶାସନ ସୁପାରିଶ ଅନୁସାରେ କେନ୍ଦ୍ରମନ୍ତ୍ରୀ ମହୋଦୟଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ।

ଉକ୍ତ ପ୍ରସ୍ତାବ ଗୁଡିକରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାଂସଦ ଙ୍କ ସାକ୍ଷାତ ଆଲୋଚନା ବେଳେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।