Minister Pratap Jena - The Sakala
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ- ଆଇନ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠାପାଇଁ ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହା ମାନ୍ୟବର ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ। କମିଟିରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ୍ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି ।
ଏହି କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠାପାଇଁ ଅନୁମୋଦନ କରିଥିବାବେଳେ ଅନ୍ୟ ୭ଟି ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି । ଏଥି ମଧ୍ୟରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋରୋ ଓ ଜଳେଶ୍ୱରରେ ଗୋଟିଏ କରି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କେରାପୁଟ ଏବଂ ଗଜପତି ଜିଲ୍ଲାର ଆର.ଉଦୟଗିରି ଠାରେ ରହିଛି ।
ଅନୁରୂପ ଭାବେ ୫ଟି ସିଭିଲ ଜଜ କୋର୍ଟ(ସିନିଅର ଡିଭିଜନ)କୁ ଅନୁମୋଦନ କରାଯାଇଛି । ଏଗୁଡିକ ନୟାଗଡ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡା ଏବଂ ସୋନପୁର ଜିଲ୍ଲାର ରାମପୁର ଠାରେ ହେବ । ୧୧ ଟି ସ୍ଥାନରେ ସିଭିଲ ଜଜ କୋର୍ଟ (ଜୁନିଅର ଡିଭିଜନ) ସ୍ଥାପନ ହେବ । ଏଗୁଡିକ ବଲାଙ୍ଗିର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋରୋ, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ ଜିଲ୍ଲାର ବାରକୋଟ, ଜଗତସିଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡାରେ ପ୍ରତିଷ୍ଠା ହେବ ।
ଏଥି ସହିତ ମିଟି ମଧ୍ୟ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଗୁଡିକ ମଧ୍ୟରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗିର ସଦର, କେନ୍ଦ୍ରାପଡା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ ।
ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍କୁକ ଅନୁମୋଦନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ୪ଟି ବାଣିଜ୍ୟିକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବାବେଳେ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍ କୋର୍ଟ (ସିନିଅର ଡିଭିଜନ) କୁ ଅନୁମୋଦନ କରାଯାଇଛି । ଓଡିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରୀ ପାଇଥିବା ଏହି ଅଦାଲତ ପର୍ଯ୍ଯାୟ କ୍ରମେ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ
ଭୁବନେଶ୍ୱର: ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ। ଏହା ଦ୍ୱାରା ଯେଉଁମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦିଆଯିବ । ଯାହା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇ ପାରିବ।
ପୂର୍ବରୁ ରାଜ୍ୟ କ୍ୟାବିନେଟରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ଆଜି ଏହା ବିଧାନସଭାରେ ପାରିତ ହୋଇଛି। ଏହି ପଦକ୍ଷେପ ପରେ ବସ୍ତି ବାସିନ୍ଦା ଆଉ ଏକ ବଡ଼ ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟ ସରକାରୀ ବାସଗୃହ ଯୋଜନାରେ ସାମିଲ ହେବାର ଯୋଗ୍ୟତା ହାସଲ କରିପାରିବେ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯାହା ପାଖରେ ଅନ୍ୟୁନ ୩୦ ବର୍ଗ ମିଟର ଜମି ନାହିଁ ସେମାନେ ସରକାରୀ ବାସଗୃହ ଯୋଜନାରୁ ବଞ୍ଚିତ ହେଉଥିଲେ।
ସୂଚନା ଅନୁଯାୟୀ, ଆଜି ହଟ୍ଟଗୋଳ ଭିତରେ ବିଧାନସଭାରେ ୩ଟି ବିଲ୍‌ ପାରିତ ହୋଇଛି।
ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ- ପ୍ରତାପ ଜେନା
ଭୁବନେଶ୍ୱର: ପଂଚାୟତ ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ଠିକ୍ ସମୟରେ ପଂଚାୟତ ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି । ପଂଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ । ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଯେଉଁ ସବୁ ସମସ୍ୟା ରହିଥିଲା ସେସବୁକୁ ଦୂର କରି କିପରି ପୌର ନିର୍ବାଚନ ହୋଇ ପାରିବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି ।
ପୁରୀ: ଗତ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଏହାଦ୍ବାରା ସହରବାସୀଙ୍କୁ ପାଇପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ମିଳିପାରୁଛି। ଶନିବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଏହି ପ୍ରକଳ୍ପ କେମିତି କାର୍ଯ୍ୟକ୍ଷମ କରୁଛି ତାହା ଅନୁଧ୍ୟାନ କରିଛନ୍ତି। ଏଥିସହ ଜଳର ମାନ ପରଖିବା ସହ ସମୀକ୍ଷା କରିଛନ୍ତି। ନିଜେ ବଡଦାଣ୍ଡରେ ଥିବା ଏକ ଟ୍ଯାପରୁ ପାଣି ପିଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଦେଶର ପ୍ରଥମ ସହର ଭାବେ ପୁରୀରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିରେ ଅଢେଇ ଲକ୍ଷ ସହରବାସୀ ଓ ପ୍ରତିବର୍ଷ ଦୁଇକୋଟି ପର୍ଯ୍ୟଟକ ଉପକୃତ ହେବେ। ଏଥିସହିତ ପୁରୀ ସହର ବାର୍ଷିକ ୩ କୋଟି ପ୍ଲାଷ୍ଟିକ ବୋତଲ ମୁକ୍ତ ହେବ। ରାଜ୍ୟରେ ଆଉ ୧୬ଟି ୟୁଏଲବିରେ ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ଯକ୍ଷମ କରିବାକୁ ଲକ୍ଷ ରଖାଯାଇଛି। ଏହା କାର୍ଯ୍ଯକ୍ଷମ ହେଲେ ୪୦ଲକ୍ଷ ସହରବାସୀ ନିଜ ଘର ଭିତରେ ଲାଗିଥିବା ଟ୍ଯାପରୁ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ସେହିପରି ୨୦୨୪ସୁଦ୍ଧା ରାଜ୍ୟର ୧୧୪ଟି ୟୁଏଲବି ରେ ଡ୍ରିଙ୍କ ଫ୍ରମ ଟ୍ଯାପ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଥିବା ମନ୍ତ୍ରୀ କହିଛନ୍ତି।