Drink From Tap - The Sakala
ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ, ଯୋଡିହେଲା ରାଜ୍ୟର ଆଉ ୫ ସହର ସମେତ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡ
ଭୁବନେଶ୍ବର: ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ।
ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ। ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି। 5T ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି। ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ପ୍ରେରଣାଦାୟୀ ସଫଳ କାହାଣୀ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି। ଆହୁରି ମଧ୍ୟ ୱାଟକୋ ତା’ର ଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାର ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ଆମ ଦେଶ ତଥା ଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ନୂତନ ବେଞ୍ଚମାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରାବନ୍ୱିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା- ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏସବୁ ସହରଗୁଡିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ । ସେହିପରି ୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏସବୁ ୱାର୍ଡର ପ୍ରାୟ ୧୦.୫୦ ଲକ୍ଷ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ଦ୍ୱାରା ଗରିବ ଓ ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକମାନେ ବିଶେଷ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ଆଜି ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛି।
ଯୁକ୍ତରାଜ୍ୟ ଇଂଲଣ୍ଡର ଆନ୍ତର୍ଜାତିକ ଜଳସଂଘ (International Water Association)ର Executive Director Dr. Kalanithy Vairavmoorthy ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ। ତାଙ୍କ ଜୀବନକାଳ ମଧ୍ୟରେ ଭାରତରେ ଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଟେକ୍‌ନଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛି ବୋଲି ମତଦେଇ ସେ କହିଲେ ଯେ ଓଡିଶାର ସଫଳତା କାହାଣୀ ବିଷୟରେ ଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକ ଜାଣିବାର ବହୁତ ଆବଶ୍ୟକତା ରହିଛି।
ମୟୂରଭଞ୍ଜର ରାଇରଙ୍ଗପୁର ଓ ସୁନ୍ଦରଗଡର ବୀରମିତ୍ରପୁର ସହରର ଜଳସାଥୀ ଇନ୍ଦୁମତୀ ମହାନ୍ତ ଓ ରଶ୍ମୀତା ସାହୁ ପ୍ରମୁଖ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ ପୂର୍ବରୁ ଦିନକୁ ମାତ୍ର ୨ଥର ପାଣି ଆସୁଥିବା ବେଳେ ବର୍ତ୍ତମାନ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ସମସ୍ତଙ୍କ ମୁହଁରେ ହସ ଆଣି ଦେଇଛି।
କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ। ୱାଟକୋର Chief Executive Officer ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେ କାର୍ଯକ୍ରମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ
ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ପାନୀୟ ଜଳ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଓ ମେୟର
ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟ ଜଳ । କଟକର ମୁଣ୍ଡୁଳି ଠାରେ ୧୩୦ ଏମଏଲଡି ଜଳ ବିଶୋଧନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ ହେବ । ଏହି ନିର୍ମାଣ କାମ ପାଇଁ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ଦାୟିତ୍ୱ ନେଇଥିବା ବେଳେ ଗତକାଲି ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ୨୦୩୮ ପର୍ଯ୍ଯନ୍ତ ଭୁବନେଶ୍ୱରର ସମସ୍ତ ପରିବାରକୁ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ଜଳ ଯୋଗାଣରେ ସହାୟକ ହେବ ।
ଏହି ପ୍ରକଳ୍ପ କାମ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଓ ବିଏମସି ମେୟର । ଏ ନେଇ ପାନ୍ଥ ନିବାସରେ ଏକ ସାମ୍ବାଦିକ ସମିଳନୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।
‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‍’ ଯୋଜନା ପାଇଁ ଓଡ଼ିଶା ଜଳ ନିଗମକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର
ଭୁବନେଶ୍ବର : ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନା ପାଇଁ ଓ୍ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (WATCO)କୁ ମିଳିଲା ଆନ୍ତର୍ଜାତିକ ସମ୍ମାନ । WATCOକୁ ଗ୍ଲୋବାଲ ଓ୍ୱାଟର ଲିଡର ଆଓ୍ୱାର୍ଡ ୨୦୨୨ ମିଳିଛି । ସ୍ପେନର ମାଦ୍ରିଦରେ ହେଉଥିବା ଗ୍ଲୋବାଲ ଓ୍ୱାଟର ସମିଟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗ୍ଲୋବାଲ ଓ୍ୱାଟର ଇଣ୍ଟେଲିଜେନ୍ସ ପକ୍ଷରୁ WATCO ସମ୍ମାନିତ କରାଯାଇଛି । ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌ ଯୋଜନା ପାଇଁ ମିଳିଲା ସମ୍ମାନ । ପୁରସ୍କାର ଗ୍ରହଣ କରିଛନ୍ତି ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ।
@OdishaWatco has received the prestigious ‘Distinction of Global Water Leader Award, 2022’ in the Global Water Summit held on 17th May, 2022 in Madrid, Spain. 1/6 pic.twitter.com/QNg3chUvDH
— H & UD Dept (@HUDDeptOdisha) May 18, 2022
ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ପୁରୀରେ କାର୍ଯ୍ୟକାରୀ ହୋଇଥିବା ବେଳେ କଟକ ଓ ଭୁବନେଶ୍ୱରରେ ମଧ୍ୟ ଆରମ୍ଭ ହୋଇଛି । ପରେ ଏହି ଯୋଜନାକୁ ବ୍ରହ୍ମପୁରରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି । ସାରା ଦେଶରେ ପୁରୀ ସହରର ପ୍ରତ୍ୟେକ ଘରେ ୨୪ ଘଣ୍ଟିଆ ଉଚ୍ଚମାନର ଜଳ ଯୋଗାଇବାର ପ୍ରଥମ ସହର ଭାବରେ ଖ୍ୟାତି ଲାଭ କରିଛି । ପୁରୀରେ ଶତକଡା ୧୦୦ ଭାଗ ଘରେ ମିଟର ଲଗାଯାଇ ଦିନରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଲଣ୍ଡନ, ସିଙ୍ଗାପୁର ଓ ନ୍ୟୁୟର୍କ ଭଳି ବିଶ୍ୱସ୍ତରୀୟ ସହରଗୁଡିକର ସମକକ୍ଷ ହୋଇପାରିଛି । ଦିଲ୍ଲୀ ସରକାରଙ୍କର ଅଧିକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତା ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଅତ୍ୟାଧୁନିକ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରି ଏହି ପ୍ରକାର ବ୍ୟବସ୍ଥା ଏକ ସୁଚିନ୍ତିତ ଯୋଜନା ଓ କାର୍ୟ୍ୟକାରୀତାର ପ୍ରତିଫଳନ ବୋଲି ମତାମତ ଦେଇଛନ୍ତି ।
“We recognise the pioneers and innovators who have been pushing the industry to greater heights. The awardees represent outstanding quality and exceptional achievement,” said the organisers.6/6
— H & UD Dept (@HUDDeptOdisha) May 18, 2022
ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିଶନ ଦ୍ୱାରା ପୁରୀର ପ୍ରତିଟି ଘରେ ଗୁଣାତ୍ମକ ପାନୀୟ ଜଳ ପହଂଚାଇବାର ଯୁଗାନ୍ତକାରୀ ପଦକ୍ଷେପ ଏବଂ ଜଗନ୍ନାଥ ଧାମ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟପୂର୍ଣ୍ଣ ସହର ଭାବରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ । ପୁରୀବାସୀଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସହରରେ ଥିବା ଟ୍ୟାପ ଦ୍ୱାରା ପାଣି ପାଇପାରୁଛନ୍ତି । ଏହା ସହିତ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ରାଜପଥରେ ସ୍ଥାପିତ ଏବଂ ପୁରୀର ଅନ୍ୟ ସ୍ଥାନ ମାନଙ୍କରେ ଥିବା ଜଳ ଉତ୍ସଗୁଡିକରୁ ଏହି ପାଣି ପାଇପାରିବେ ଯାହାକି ବିମାନବନ୍ଦରରେ ଉପଲବ୍ଧ ଜଳ ଉତ୍ସ ସହ ସମାନ ।
ସେପଟେ ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନାକୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଆଗ୍ରହ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଗତ କିଛି ଦିନ ତଳେ କର୍ଣ୍ଣାଟକର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଏ ଯୋଜନାର ସମ୍ପର୍କରେ ତାଲିମ ନେଇଥିଲେ। ଏହାପରେ ଚଳିତ ମାସ ୧୩ ତାରିଖରେ ଆଉ ୪ ଟି ରାଜ୍ୟ ଝାଡ଼ଖଣ୍ଡ, ଆସାମ, ମିଜୋରାମ ଓ ତ୍ରିପୁରାରୁ ୧୮ ଜଣ ଅଧିକାରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନା ସମ୍ପର୍କରେ ଅବଗତ ହେଉଛନ୍ତି। ଓଡ଼ିଶାର ଜଳ ଆୟୋଗ ‘ୱାଟକୋ’ର ବରିଷ୍ଠ ଅଧିକାରୀମାନେ ଏହି ତାଲିମ ଦେଉଥିବା ବେଳେ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏବେ ସେନାପତି ସାଜିଛି।‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ କିପରି ଆରମ୍ଭ ହୋଇଥିଲା ଓ କେମିତି ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରାଯାଇପାରୁଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା।  କେମିତି ଜଳ ବିଶୋଦ୍ଧନ କରାଯାଉଛି ଓ ଲୋକମାନେ ସିଧା ସଳଖ ଟ୍ୟାପ୍‍ରୁ ପାଣି ପିଇପାରୁଛନ୍ତି ଅଧିକାରୀମାନେ ଦେଖିଥିଲେ। ଏହି ସମୟରେ ଅଧିକାରୀମାନେ ଓଡ଼ିଶା ଜଳସାଥୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ସହିତ ମିଶନ ଶକ୍ତି ମହିଳାଙ୍କୁ ଏଥିରେ ସମ୍ପୃକ୍ତ କରି ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରୁଛନ୍ତି।
ବାଟ ଦେଖାଉଛି ଓଡିଶା : ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‍’ ମଡେଲ ଅନୁଧ୍ୟାନ ପାଇଁ କର୍ଣ୍ଣାଟକ ପରେ ଆସିଲେ ଆଉ ୪ ରାଜ୍ୟର ଅଧିକାରୀ
ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନାକୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଆଗ୍ରହ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଗତ କିଛି ଦିନ ତଳେ କର୍ଣ୍ଣାଟକର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଏ ଯୋଜନାର ସମ୍ପର୍କରେ ତାଲିମ ନେଇଥିଲେ। ଏବେ ପୁଣି ୪ ଟି ରାଜ୍ୟର ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ୪ ଟି ରାଜ୍ୟ ଝାଡ଼ଖଣ୍ଡ, ଆସାମ, ମିଜୋରାମ ଓ ତ୍ରିପୁରାରୁ ୧୮ ଜଣ ଅଧିକାରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନା ସମ୍ପର୍କରେ ଅବଗତ ହେଉଛନ୍ତି। ଓଡ଼ିଶାର ଜଳ ଆୟୋଗ ‘ୱାଟକୋ’ର ବରିଷ୍ଠ ଅଧିକାରୀମାନେ ଏହି ତାଲିମ ଦେଉଥିବା ବେଳେ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏବେ ସେନାପତି ସାଜିଛି।
ଗୁରୁବାରଠାରୁ ଏହି ଅଧିକାରୀମାନେ ଓଡ଼ିଶାରେ ପହଞ୍ଚିଥିବା ବେଳେ ପ୍ରଥମ ଦିନରେ ସେମାନଙ୍କୁ ଭୁବନେଶ୍ୱର ଓଡ଼ିଶା ଜଳ ଏକାଡେମୀଠାରେ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲ। ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ କିପରି ଆରମ୍ଭ ହୋଇଥିଲା ଓ କେମିତି ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରାଯାଇପାରୁଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା। ସେହିପରି ଶୁକ୍ରବାର ଏହି ଅଧିକାରୀମାନଙ୍କୁ ପୁରୀ ଗସ୍ତ କରିଥିବା ବେଳେ ପୁରୀରେ ଚାଲୁ ହୋଇଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ ଦେଖିଥିଲେ। କେମିତି ଜଳ ବିଶୋଦ୍ଧନା କରାଯାଉଛି ଓ ଲୋକମାନେ ସିଧା ସଳଖ ଟ୍ୟାପ୍‍ରୁ ପାଣି ପିଇପାରୁଛନ୍ତି ଅଧିକାରୀମାନେ ଦେଖିଥିଲେ। ଏହି ସମୟରେ ଅଧିକାରୀମାନେ ଓଡ଼ିଶା ଜଳସାଥୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ସହିତ ମିଶନ ଶକ୍ତି ମହିଳାଙ୍କୁ ଏଥିରେ ସମ୍ପୃକ୍ତ କରି ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରୁଛନ୍ତି।
ଏହି ଯୋଜନାକୁ କେମିତି ସେମାନେ ନିଜ ନିଜ ରାଜ୍ୟରେ ଲାଗୁ କରିପାରିବେ ସେନେଇ ଓଡ଼ିଶା ଅଧିକାରୀଙ୍କଠାରୁ ଜ୍ଞାନ ନେଇଛନ୍ତି। ଏହି ସମୟରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲିବା ସହିତ, ‘କୁଇକ୍‍ ରେସପନ୍ସ ଟିମ’୍‍ ଓ ‘ଲ୍ୟାବ୍‍ ଅନ ହୁଇଲ୍‍’ ଆଦି ବୁଲି ଦେଖିଛନ୍ତି। ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ଏହି ଯୋଜନା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଇଥିବାରୁ ଗତକାଲି ଏହି ଟିମ୍‍ ସାଲିଆ ସାହି ଯାଇ ସ୍ଥିତି ଦେଖିଥିଲେ। ଶୁକ୍ରବାର ବଳିଆପଣ୍ଡା ବସ୍ତିରେ ମଧ୍ୟ କେମିତି ବସ୍ତିବାସିନ୍ଦାଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଛନ୍ତି। ଶନିବାର ଶେଷ ଦିନରେ ଏହି ଟିମ୍‍ ରାଜଧାନୀରେ ରାଜ୍ୟ ପରୀକ୍ଷାଗାରକୁ ଯାଇ ଜଳରମାନ କେମିତି ନିର୍ଦ୍ଧାରଣ କରାଯାଉଛି, ସେ ସମ୍ପର୍କରେ ତାଲିମ ନେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଏହି ଯୋଜନା ବର୍ତ୍ତମାନ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଥିବା ବେଳେ ଅନ୍ୟ ରାଜ୍ୟରୁ ଆସୁଥିବା ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ଜ୍ଞାନକୌଶଳ ବାବଦରେ ତାଲିମ ଦିଆଯାଉଥିବା ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସ୍ୱାଇଁ କହିଛନ୍ତି।
ଓଡ଼ିଶାର ବିଭିନ୍ନ ପୌରାଞ୍ଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ବିଶୁଦ୍ଧିକରଣ ପାଣି ଯୋଗାଣ ହେଉଛି। ଲୋକମାନେ ଏହାକୁ ସିଧାସଳଖ ଟ୍ୟାପ୍‍ରୁ ନେଇ ପିଇ ପାରୁଛନ୍ତି। ରାଜ୍ୟରେ ଚାଲୁ ରହିଥିବା ଏହି ଯୋଜନାକୁ ଅନ୍ୟ ରାଜ୍ୟଗୁଡ଼ିକ କେମିତି ଲାଗୁ କରିପାରିବେ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଓଡ଼ିଶା ମଡେଲକୁ ଗ୍ରହଣ କରି ନିଜ ରାଜ୍ୟବାସୀଙ୍କୁ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଇଛନ୍ତି। ନିକଟରେ କର୍ଣ୍ଣାଟକର ଏକ ୨୦ ଜଣିଆ ଉଚ୍ଚ ସ୍ତରୀୟ ପ୍ରଶାସନିକ ଦଳ ଓଡ଼ିଶା ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଏହି ଯୋଜନାର ରୂପରେଖ ଦେଖିଥିଲେ। ବର୍ତ୍ତମାନ ଓଡ଼ିଶା ଗସ୍ତରେ ଆସିଥିବା ଦଳଙ୍କ ମଧ୍ୟରେ ଆସାମର ନଗର ଉନ୍ନୟନ ବିଭାଗର ଉପ ସଚିବ ଓ ଯୁଗ୍ମ ସଚିବଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମିଶାଇ ମୋଟ୍‍ ୧୦ ଜଣ ଆସିଛନ୍ତି। ସେହିପରି ଝାରଖଣ୍ଡରୁ ୪ ଜଣ , ମିଜୋରାମରୁ ୩ ଜଣ ଓ ତ୍ରିପୁରାରୁ ଜଣଙ୍କୁ ମିଶାଇ ମୋଟ୍‍ ୧୮ ଜଣ ଅଧିକାରୀ ଆସିଛନ୍ତି। ଏହି ୧୮ ଜଣ ଅଧିକାରୀ ନିଜ ନିଜ ରାଜ୍ୟର ନଗର ଉନ୍ନୟନ ବିଭାଗରେ ପାନୀୟ ଜଳ ଯୋଗାଣ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି।
କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକ: କଟକର ପ୍ରତି ଘରେ ପହଞ୍ଚିଲା ପାଇପ୍‌ ପାଣି । ଭର୍ଚ୍ଚୁଆଲ ମାଧ୍ଯନରେ କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶହେ ପ୍ରତିଶତ ଘରକୁ ପାଇପ୍‌ ପାଣି ଯୋଗାଣ କରାଯାଇଛି । ଏପର୍ଯ୍ଯନ୍ତ ୬୦ଟି ସହରରେ ପାଇପ୍‌ ପାଣି ଯୋଗାଣ ହୋଇଛି। ଖୁବଶୀଘ୍ର ରାଜ୍ୟର ସବୁ ସହରକୁ ପାଇପ୍‌ ପାଣି ଯୋଗାଣ ହେବ । ପର୍ଯ୍ଯାୟକ୍ରମେ ସାରା ରାଜ୍ୟର ସବୁ ସହରର ଲୋକ ସୁବିଧା ପାଇବେ। କଟକ ସହରର ଦୁଇଟି ଜୋନ୍‌ରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ସୁବିଧା କରାଯାଇଛି । ସାରା ସହରର ଲୋକ ଯେପରି ଏ ସୁବିଧା ପାଇବେ ସେଥିପାଇଁ କାମ ଆରମ୍ଭ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହେବ।
ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପରେ କଟକର ୭ ଲକ୍ଷ ଉପକୃତ ହେବେ ।  ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ସୁବିଧା ପାଇବାରେ ପୁରୀ ଦେଶରେ ପ୍ରଥମ । ପୁରୀ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ ମଡେଲକୁ କେବଳ ଦେଶ ନୁହେଁ ଅନେକ ଦେଶ ମଧ୍ୟ ମଡେଲ୍‌ ଭାବେ ଗ୍ରହଣ କରିଛନ୍ତି । ବିଶୁଦ୍ଧ ପିଇବା ପାଣିରେ ନିବେଶ ସାଧାରଣ ସ୍ୱାସ୍ଥ୍ୟରେ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଜଳ ଅମୂଲ୍ୟ, ଏହାକୁ ନଷ୍ଟ ନକରିବାକୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତ।
ପୁରୀ: ଗତ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଏହାଦ୍ବାରା ସହରବାସୀଙ୍କୁ ପାଇପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ମିଳିପାରୁଛି। ଶନିବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଏହି ପ୍ରକଳ୍ପ କେମିତି କାର୍ଯ୍ୟକ୍ଷମ କରୁଛି ତାହା ଅନୁଧ୍ୟାନ କରିଛନ୍ତି। ଏଥିସହ ଜଳର ମାନ ପରଖିବା ସହ ସମୀକ୍ଷା କରିଛନ୍ତି। ନିଜେ ବଡଦାଣ୍ଡରେ ଥିବା ଏକ ଟ୍ଯାପରୁ ପାଣି ପିଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଦେଶର ପ୍ରଥମ ସହର ଭାବେ ପୁରୀରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିରେ ଅଢେଇ ଲକ୍ଷ ସହରବାସୀ ଓ ପ୍ରତିବର୍ଷ ଦୁଇକୋଟି ପର୍ଯ୍ୟଟକ ଉପକୃତ ହେବେ। ଏଥିସହିତ ପୁରୀ ସହର ବାର୍ଷିକ ୩ କୋଟି ପ୍ଲାଷ୍ଟିକ ବୋତଲ ମୁକ୍ତ ହେବ। ରାଜ୍ୟରେ ଆଉ ୧୬ଟି ୟୁଏଲବିରେ ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ଯକ୍ଷମ କରିବାକୁ ଲକ୍ଷ ରଖାଯାଇଛି। ଏହା କାର୍ଯ୍ଯକ୍ଷମ ହେଲେ ୪୦ଲକ୍ଷ ସହରବାସୀ ନିଜ ଘର ଭିତରେ ଲାଗିଥିବା ଟ୍ଯାପରୁ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ସେହିପରି ୨୦୨୪ସୁଦ୍ଧା ରାଜ୍ୟର ୧୧୪ଟି ୟୁଏଲବି ରେ ଡ୍ରିଙ୍କ ଫ୍ରମ ଟ୍ଯାପ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଥିବା ମନ୍ତ୍ରୀ କହିଛନ୍ତି।