Fertilizer Minister Mansukh L. Mandaviya - The Sakala

ଓଡିଶାକୁ ଅଧିକ ସାର ଯୋଗାଣ ପାଇଁ କେନ୍ଦ୍ର ସାରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ନବୀନ । ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ, ଜୁନ୍‌, ଜୁଲାଇ ମାସରେ ରାଜ୍ୟକୁ କମ୍ ସାର ଯୋଗାଣ ହୋଇଛି । ତୁୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୩୧ହଜାର ୫୩୦ ମେଟ୍ରିକ ଟନ୍ ୟୁରିଆ ସାର ପାଇବା କଥା ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ୍ । ସେହିପରି ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି । ମୋଟ୍ ୟୁରିଆ ଯୋଗାଣ ୬୨ପ୍ରତିଶତ ମିଳିଛି । ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି ୬୦ରୁ ୭୪ ପ୍ରତିଶତ । ସାଇକ୍ଲୋନ୍ ୟାସ୍‌ରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସାର ଯୋଗାଇଦେବାକୁ ଚିଠିରେ ଦାବି କରିଛନ୍ତି । ଜୁଲାଇରୁ ସେପ୍ଟେମ୍ବର ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ । ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଧିକା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।