Medicine - The Sakala
ସାବଧାନ! ବଜାରରେ ମିଳୁଛି ପୁଳା ପୁଳା ନକଲି ମେଡ଼ିସିନ...
ଭୁବନେଶ୍ବର: ସାବଧାନ! ବଜାରରେ ମିଳୁଛି ପୁଳା ପୁଳା ନକଲି ମେଡ଼ିସିନ। ପାନ ୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ଟି ନକଲି ଔଷଧ ବଜାରରେ ବୁଲୁଛି। ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡ଼ିସିନ। ଆଉ ୩୮୮ ଟି ନିମ୍ନ ମାନର ମେଡ଼ିସିନ ଚିହ୍ନଟ ହୋଇଛି। ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରାକର। ଏ ନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।
୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି। ସେହିଭଳି ୩୮୮ ଟି ନିମ୍ନ ମାନର ମେଡ଼ିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ୨୦୨୧ ରେ ୭୯ ଟି, ୨୦୨୨ରେ ୬୪ଟି, ୨୦୨୩ରେ ୧୪ ଟି ଏବଂ୨୦୨୪ ରେ ୧୧ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି।
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଉପରକୁ ଆଉ ଏକ ଶୁଳ୍କ ବୋମା ଛାଡିଛନ୍ତି। ଏଥର ‌ ଔଷଧ, ଫର୍ଣ୍ଣିଚର ଏବଂ ରୋଷେଇ କ୍ୟାବିନେଟ୍ ଉତ୍ପାଦ ଉପରେ ଭାରୀ ଟାରିଫ୍ ଘୋଷଣା କରିଛନ୍ତି। ଫର୍ଣ୍ଣିଚର, ଔଷଧ ସାମଗ୍ରୀ, ରୋଷେଇ କ୍ୟାବିନେଟ୍ ଏବଂ ବିଦେଶରୁ ଆମଦାନି ହେଉଥିବା ଭାରୀ ଟ୍ରକ୍ ଉପରେ ସେ ଏହି ଶୁଳ୍କ ଳଗାଇଛନ୍ତି। ଭାରତରୁ ଆସୁଥିବା ବ୍ରାଣ୍ଡେଡ୍‌ ଔଷଧ ସାମଗ୍ରୀ ଉପରେ ଶତ ପ୍ରତିଶତ ଟାରିଫ୍‌ ଲଗାଇଥିବା ବେଳେ କିଚେନ୍‌ କ୍ୟାବିନେଟ୍‌ରେ ୫୦%, ଫର୍ଣ୍ଣିଚରରେ ୩୦% ଏବଂ ଭାରୀ ଟ୍ରକ୍ ଉପରେ ୩୦% ଶୁଳ୍କ ଲଗାଇଛନ୍ତି। ଏହି ନୂଆ ଟାରିଫ୍‌ ଅକ୍ଟୋବର ପହିଲାରୁ ଲାଗୁ ହେବ।
ଟ୍ରମ୍ପ୍‌ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅକ୍ଟୋବର ପହିଲାରୁ ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ହୋଇଥିବା ଔଷଧ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ହେବ। ତାଙ୍କ ନିଷ୍ପତ୍ତି କେବଳ ଆମେରିକାରେ ନିଯୁକ୍ତି ବୃଦ୍ଧି କରିବ ନାହିଁ ବରଂ ବିଦେଶୀ କମ୍ପାନୀଗୁଡ଼ିକୁ ମଧ୍ୟ ଆକର୍ଷିତ କରିବ। ଏହା ଆମେରିକୀୟ କାରଖାନାଗୁଡ଼ିକୁ ଆହୁରି ମଜବୁତ କରିବ। ଏବେ ଟ୍ରମ୍ପ୍‌ ଔଷଧ ଉପରେ ଟାରିଫ୍ ବୃଦ୍ଧି କରିଛନ୍ତି, ଯାହା ଔଷଧ ଏବଂ ରୋଷେଇ କ୍ୟାବିନେଟ୍ ଉଭୟର ମୂଲ୍ୟ ବୃଦ୍ଧି କରିବ। ଟ୍ରମ୍ପ୍‌ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ଲେଖିଛନ୍ତି ଯେ ସମସ୍ତ ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟ ଔଷଧ ଉତ୍ପାଦଗୁଡ଼ିକ ଅକ୍ଟୋବର ପହିଲାରୁ ୧୦୦% ଶୁଳ୍କ ଲାଗୁ ହେବ। ଏହାଦ୍ବାରା ଆମେରିକାରେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଔଷଧ କମ୍ପାନୀଗୁଡ଼ିକ ଶୁଳ୍କ ରିଆତି ପାଇବେ। ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏହି ଶୁଳ୍କ ଭାରତୀୟ ଔଷଧ ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। କାରଣ ଆମେରିକା ପ୍ରତିବର୍ଷ ବିଦେଶରୁ ବହୁ ସଂଖ୍ୟକ ଔଷଧ ଆମଦାନୀ କରିଥାଏ। ଔଷଧ ଉପରେ ଶୁଳ୍କ ବୃଦ୍ଧି କେବଳ କମ୍ପାନୀଗୁଡ଼ିକୁ ନୁହେଁ ବରଂ ଆମେରିକୀୟ ଜନସାଧାରଣଙ୍କୁ ମଧ୍ୟ ପ୍ରଭାବିତ କରିବ। କାରଣ କେବଳ ଗତ ବର୍ଷ ଆମେରିକା ଭାରତରୁ ୨୩୩ ବିଲିୟନ ଡଲାର ମୂଲ୍ୟର ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ କିଣିଥିଲା। ଏପରି ପରିସ୍ଥିତିରେ ଆମେରିକୀୟ ଜନସାଧାରଣଙ୍କୁ ମଧ୍ୟ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ଔଷଧ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡିବ।
ପୂର୍ବରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଟ୍ରମ୍ପ ଭିସା ଝଟକା ବି ଦେଇଛନ୍ତି। ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗି ଭାରତକୁ ଆଉ ଏକ ଝଟକା ଦେଇଛନ୍ତି।
ମହଙ୍ଗା ହେବ ଜରୁରୀ ଔଷଧ, କ୍ୟାନ୍‌ସର ଓ ମଧୁମେହ ରୋଗୀଙ୍କୁ ଲାଗିବ ଝଟ୍‌କା!
ନୂଆଦିଲ୍ଲୀ: ଅନ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହେବାକୁ ଯାଉଛି ମହଙ୍ଗା ମାଡ଼। ବଢ଼ିବ ବିଭିନ୍ନ ଜରୁରୀ ଔଷଧ ସାମଗ୍ରୀର ମୂଲ୍ୟ। କାରଣ କ୍ୟାନ୍‌ସର, ମଧୁମେହ, ହୃଦ୍‌ରୋଗ ଆଦିର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସୂଚନାନୁଯାୟୀ, ଏଥର ଔଷଧ ସାମଗ୍ରୀ ମୂଲ୍ୟ ୧.୭ ପ୍ରତିଶତ ବଢ଼ିପାରେ।
ମୂଲ୍ୟ ବୃଦ୍ଧି ପରେ କ୍ୟାନ୍‌ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧ ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ। କାରଣ ବର୍ତ୍ତମାନ କମ୍ପାନୀଙ୍କ ପାଖରେ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି। ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧଗୁଡ଼ିକର ମୂଲ୍ୟ ବଢ଼ିଲେ ଫାର୍ମା କମ୍ପାନୀଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ। ଫାର୍ମା ଶିଳ୍ପରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କଞ୍ଚା ମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଫାର୍ମା କମ୍ପାନୀଗୁଡିକ ବିରୁଦ୍ଧରେ ବାରମ୍ବାର ନିୟମ ଉଲ୍ଲଙ୍ଘନର ଅଭିଯୋଗ ରହିଛି। ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ଅନୁଯାୟୀ, ଫାର୍ମା କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ସୀମାକୁ ଉଲ୍ଲଙ୍ଘନ କରୁଛନ୍ତି।
ବଜାରରେ ଅନେକ ଥର ନକଲି ଔଷଧ ବିକ୍ରି ହୋଇଥାଏ, ଯାହାଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଏହି ନକଲି ଔଷଧ ଦ୍ବାରା ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଅସଲି ଓ ନକଲି ଔଷଧ ଭିତରେ ଥିବା ପ୍ରଭେଦ ଜାଣି ରଖିବା ଉଚିତ। ମାତ୍ର ୨ଟି ସହଜ ଉପାୟରେ ନକଲି ଔଷଧ ସମ୍ପର୍କରେ ଜାଣିହେବ।
କ୍ୟୁଆର୍‌ କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅସଲି ଔଷଧଗୁଡ଼ିକ ଉପରେ ବିଶେଷ କୋଡ୍‌ ପ୍ରିଣ୍ଟ୍‌ ହୋଇଥାଏ। ଏହି କୋଡ୍‌ରେ ଔଷଧର ପ୍ରସ୍ତୁତି ତାରିଖ, ସ୍ଥାନ, ମେନ୍ୟୁଫେକ୍ଚରିଂ ଡେଟ୍‌, ଲୋେକସନ୍‌, ସପ୍ଲାଇ ଚେନ୍‌ ପର୍ଯ୍ୟନ୍ତ ତଥ୍ୟ ଥାଏ। ଆଣ୍ଟି ବାୟୋଟିକ୍‌, ପେନ୍‌ ରିଲିଫ୍ ଓ ଆଣ୍ଟି ଆଲର୍ଜିକ୍‌ ଔଷଧଗୁଡ଼ିକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି। ଔଷଧ କିଣିବା ପୂର୍ବରୁ ତା’ ଉପରେ ଛପାଯାଇଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରନ୍ତୁ। ସ୍କାନ୍‌ କରିବା ଦ୍ବାରା ଉକ୍ତ ଔଷଧର ସମସ୍ତ ତଥ୍ୟ ମିଳିଯାଏ। କିନ୍ତୁ ନକଲି ଔଷଧରେ କ୍ୟୁଆର୍‌ କୋଡ୍‌ ନଥାଏ।
ବାର୍‌କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା କିଛିନକଲି ଔଷଧରେ ମଧ୍ୟ କ୍ୟୁଆର୍‌ କୋଡ୍‌କୁ ନକଲ କରି ପିଣ୍ଟ୍‌ ହୋଇପାରୁଛି। ତେଣୁ ଅସଲି ଓ ନକଲି ଔଷଧ ଜାଣିପାରୁ ନଥିବା ଲୋକଙ୍କ ପାଇଁ ଆଉ ଏକ ସହଜ ଉପାୟ ହେଉଛି ବାର୍‌କୋଡ୍‌ ଉପରେ ଦୃଷ୍ଟି ଦେବା। ବାର୍‌କୋଡ୍‌ ହେଉଛି ସିଙ୍ଗଲ୍‌ ୟୁଜର୍‌। ଏହାକୁ କପି କରାଯାଇପାରିବ ନାହିଁ। ଏହି ବାର୍‌କୋଡ୍‌କୁ ସ୍କାନ୍‌ କରି ଅସଲି ଓ ନକଲି ଔଷଧ ସମ୍ପର୍କରେ ଜାଣିପାରିବେ। ବିଶେଷ ଭାବେ ୧୦୦ ଟଙ୍କାରୁ ଊର୍ଦ୍ଧ୍ବ ଔଷଧ ଉପରେ ବାର୍‌କୋଡ୍‌ ପ୍ରିଣ୍ଟ୍‌ କରିବାର ନିୟମ ରହିଛି। ତେଣୁ ଏଭଳି ସ୍ଥିତିରେ କୌଣସି ଔଷଧ ଉପରେ ବାର୍‌କୋଡ୍‌ ନଥିଲେ, ତାହା ନକଲି ବୋଲି ଜଣାପଡ଼େ।
UCDA : ଏଣିକି ରାଜ୍ୟ ବାହାରୁ ଔଷଧ ଆଣି ପାରିବେନି ଦୋକାନୀ
ଭୁବନେଶ୍ବର: ଏଣିକି ରାଜ୍ୟ ବାହାରୁ ନିଜ ଆଡୁ କୌଣସି ଔଷଧ ଦୋକାନୀ ଔଷଧ ଆଣିପାରିବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର । ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-40 ଓ ଟେଲମା-H ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା ।
ସଂଘର ନିଷ୍ପତ୍ତି କ୍ରମେ ବିଭିନ୍ନ ଔଷଧ କମ୍ପାନୀର ସି ଆଣ୍ଡ ଏଫ୍ ଏଜେଣ୍ଟ ଅଛନ୍ତି । ଦୋକାନୀ କେବଳ ଏଜେଣ୍ଟଙ୍କ ଠାରୁ ଔଷଧ କିଣିପାରିବେ ତେବେ ଅଧିକ କମିଶନ ଲୋଭରେ ନିଜ ଆଡୁ ରାଜ୍ୟ ବାହାରୁ କୌଣସି ଔଷଧ ଆଣିପାରିବେ ନାହିଁ । ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟରେ ଗୋଟିଏ ହେଲେ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ନଥିଲେ ହେଁ ନକଲି କାରବାରକୁ ରୋକିବାକୁ ସଂଘର ଏଭଳି ପଦକ୍ଷେପ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି  ।
କଟକରୁ ପୁଣି ଜବତ ହେଲା ନକଲି ଔଷଧ
କଟକ: ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ। ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୁଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
ତେବେ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଏବଂ କଟକରୁ ନକଲି ଔଷଧ ଜବତ ହୋଇଛି। ଟେଲମା-୪୦ ଓ ଟାଲମା ଏମର ଅସଲି ଖୋଳରେ ନକଲି ଔଷଧ ବିକ୍ରି ରାକେଟର ପର୍ଦ୍ଦାଫାସ କରିଥିଲା ପୁଲିସ । କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି। ତେବେ ଏହାର ଚେର ଆହୁରି ଲମ୍ବିଥିବ ବୋଲି ପୋଲିସ ସନ୍ଦେହ କରୁଛି ।
ବଢୁଛି ନିମ୍ନମାନର ଔଷଧ କାରବାର: ୧୭ ନମୁନାରୁ ୫ ବ୍ୟବହାର ଅନୁପଯୋଗୀ; ଶୀର୍ଷରେ ପଶ୍ଚିମବଙ୍ଗ, ଦ୍ୱିତୀୟ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର: ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ହେଉଛି ଔଷଧ। ଏହି ଔଷଧ କିଣିବା ପାଇଁ ସାଧାରଣ ଲୋକ ନିଜ ଜୀବନ ତମାମ୍‍ ସଞ୍ଚିତ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପଛାଏ ନାହିଁ; କିନ୍ତୁ ବଜାରରେ ମିଳୁଥିବା ଅଧିକାଂଶ ଔଷଧ ବ୍ୟବହାର ଉପଯୋଗୀ ନୁହେଁ। ବିଭିନ୍ନ କାରଣ ପାଇଁ ସମ୍ପୃକ୍ତ ଔଷଧର ଗୁଣବତ୍ତା ବହୁତ ହ୍ରାସ ପାଉଛି ଏବଂ ଏହାକୁ ସେବନ କଲେ ଶରୀରର ଉପକାର ହେବା ବଦଳରେ ଅପକାର ହେବାର ସମ୍ଭାବନା ଢ଼େର ଅଧିକ। ବିଡ଼ମ୍ବନା ହେଉଛି ଓଡ଼ିଶାରେ ବ୍ୟବହାର ଅନୁପଯୋଗୀ ଔଷଧ ସଂଖ୍ୟା ସର୍ବ ଭାରତୀୟସ୍ତରରେ ଅନ୍ୟ ରାଜ୍ୟଠାରୁ ତୁଳନାତ୍ମକ ଭାବରେ ଅଧିକ। ପଶ୍ଚିମବଙ୍ଗ ପରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‍ (ସିଡିଏସ୍‍ସିଓ) ପକ୍ଷରୁ ଜାରି ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ରିପୋର୍ଟରେ କୁହାଯାଇଛି ଯେ ସିଡିଏସ୍‍ସିଓ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଜୁଲାଇ ୨୫ ତାରିଖ ମଧ୍ୟରେ ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟରୁ ୧୪୦୦ରୁ ଅଧିକ ପ୍ରକାରର ଔଷଧ ନମୁନା ସଂଗ୍ରହ କରାଯାଇ ଥିଲା। ଓଡ଼ିଶାରୁ ୨୭ଟି ଔଷଧ ନମୁନା ସଂଗ୍ରହ ହୋଇଥିବା ବେଳେ ୧୪ଟି ପରୀକ୍ଷା କରାଯାଇ ଥିଲା ଏବଂ ସେଥିରୁ ୫ଟି ନମୁନା ବ୍ୟବହାର ଅନୁପଯୋଗୀ ବୋଲି ଜଣାପଡ଼ିଥିଲା। ଏହା ହେଉଛି ଦ୍ୱିତୀୟ ସର୍ବାଧିକ ବ୍ୟବହାର ଅନୁପଯୋଗୀ ନମୁନା। ଓଡ଼ିଶା ଉପରକୁ ପଶ୍ଚିମବଙ୍ଗ ରହିଛି। ପଶ୍ଚି ବଙ୍ଗରୁ ସଂଗୃହିତ ୨୩୦ ନମୁନାରୁ ୧୩୧ଟି ପରୀକ୍ଷା କରାଯାଇ ଥିଲା ଏବଂ ସେଥିରୁ ୬ଟି ବ୍ୟବହାର ଅନୁପଯୋଗୀ ଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶରୁ ସଂଗୃହୀତ ନମୁନାରୁ ୪୦ଟି ପରୀକ୍ଷା ହୋଇଥିବା ଏବଂ ୩ଟି ବ୍ୟବହାର ଅନୁଯୋଗୀ ଥିଲା। ଗୁଜରାଟ ଏବଂ ତାମିଲନାଡ଼ୁରୁ ନିଆଯାଇ ପରୀକ୍ଷା ହୋଇଥିବା ଯଥାକ୍ରମେ ୪୫ ଓ ୧୦୧ ନମୁନାରୁ ୩ଟି ଓ ୨ଟି ଔଷଧ ବ୍ୟବହାର ଅନୁପଯୋଗୀ ରହିଛି।
ଚିକିତ୍ସା ସେବା କ୍ଷେତ୍ରରେ ନିୟୋଜିତ କିଛି ସ୍ୱାର୍ଥନ୍ୱେଷୀ ଡାକ୍ତର ବିଭିନ୍ନ ସମୟରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ନିମ୍ନମାନର ଔଷଧ ଲେଖୁଥିବା ଅଭିଯୋଗ ହୋଇଥାଏ। ଔଷଧ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ରୋଗୀମାନଙ୍କୁ ଶୋଷଣ କରାଯାଇଥାଏ ଓ ଅନାବଶ୍ୟକ ଭାବରେ ଔଷଧ ଲେଖି ଏହି ନିର୍ଦ୍ଦିଷ୍ଟ ଲୋଭୀ ଡାକ୍ତରମାନେ ଔଷଧ କମ୍ପାନୀଠାରୁ ବିପୁଳ ସୁବିଧାସୁଯୋଗ ହାସଲ କରିଥାଆନ୍ତି। ପ୍ରାୟ ଏକ ବର୍ଷ ତଳେ କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ନିମ୍ନମାନର ଔଷଧ ଧରା ଯାଇଥିଲା। ମାତ୍ର ଏହି ଔଷଧ ବ୍ୟବହାର ନିମନ୍ତେ ପରାମର୍ଶ ଦେଉଥିବା ଡାକ୍ତରମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଏଯାଏ ଗ୍ରହଣ କରାଯାଇ ନାହିଁ।
ଏ ସମ୍ପର୍କରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‍ର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ବିଭିନ୍ନ କାରଣ ପାଇଁ ଔଷଧର ଗୁଣବତ୍ତା ହ୍ରାସ ପାଇଥାଏ। କମ୍ପାନୀ ଦ୍ୱାରା ପ୍ରସ୍ତୁତିରେ ତ୍ରୁଟି, ଦୋକାନରେ ଅଧିକ ତାପମାତ୍ରାରେ ଔଷଧ ରଖିବା, ଅଧିକ ଦିନ ଷ୍ଟକ୍‍ ରହିବା ଭଳି କାରଣ ପାଇଁ ଏପରି ସମସ୍ୟା ହୋଇଥାଏ। ବ୍ୟବହାର ଅନୁପଯୋଗୀ ଔଷଧ ସମ୍ପର୍କରେ ଡ୍ରଗ୍‍ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଆମେ ଔଷଧ ଦୋକାନ ଏବଂ ଗ୍ରାହକଙ୍କ ଠାରୁ ସେହି ବ୍ୟଚ୍‍ ନମ୍ବରର ଔଷଧ ଫେରାଇ ଆଣି କମ୍ପାନୀକୁ ପଠାଇ ଦେଇଥାଉ। ତେବେ ଏହାକୁ ସେବନ କଲେ ବିଶେଷ କ୍ଷତି ହେବା କିମ୍ବା ପ୍ରାଣ ଯିବା ସମ୍ଭାବନା ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସହଜରେ ଚିହ୍ନଟ ହେବ ନକଲି ଔଷଧ, ସମସ୍ତ ଔଷଧରେ ରହିବ କ୍ଯୁଆର୍ କୋଡ୍
ନୂଆଦିଲ୍ଲୀ: ଯେତେବେଳେ ବି ଆମେ କୌଣସି ରୋଗର ଶିକାର ହୋଇଥାଉ, ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ଅନେକ ପ୍ରକାରର ଔଷଧ ଖାଇବାକୁ ପଡେ। ଯାହା ଦ୍ବାରା ଆମେ ଯଥାଶୀଘ୍ର ଆରୋଗ୍ୟ ହୋଇପାରିବା। ଜଣେ ବ୍ୟକ୍ତିଙ୍କୁ ଆରୋଗ୍ୟ କରିବାରେ ଔଷଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।  ଏଥି ସହିତ କରୋନା ମହାମାରୀ ପରେ ଔଷଧର ଚାହିଦା ବୃଦ୍ଧି ଘଟିଛି। ଲୋକମାନେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ତରଙ୍ଗରେ ସର୍ବାଧିକ ଔଷଧ କିଣିଥିବା ଜଣାପଡ଼ିଛି। ଏସବୁ ମଧ୍ୟରେ ବଜାରରେ ନକଲି ଔଷଧ ବ୍ୟବସାୟ କାରାବାର ବୃଦ୍ଧି ଘଟିଛି। ବହୁ ଅସାଧୁ ବ୍ଯବସୟୀ ଲାଭବାନ ହୋଇଛନ୍ତି।  ଏମିତି ଅନେକ ଔଷଧ ଅଛି ଯାହା ବଜାରରେ ନକଲି ଆସୁଛି। ବାସ୍ତବରେ ସାଧାରଣ ଲୋକେ ଅସଲି ଏବଂ ନକଲି ଔଷଧକୁ ସହଜରେ ଚିହ୍ନଟ କରିବାରେ ସକ୍ଷମ ନୁହଁନ୍ତି । ଏହାର ଫାଇଦା ଉଠାଇ ଅନେକ ଲୋକ ନକଲି  ଔଷଧର ବ୍ୟବସାୟକୁ ସହଜରେ ଚଳାଉଛନ୍ତି। ଏହି ନକଲି ଔଷଧ ଖାଇବା ଦ୍ୱାରା ଅନେକ ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପରିବର୍ତ୍ତେ ସେମାନଙ୍କର ଅବସ୍ଥା ଖରାପ ହେବାକୁ ଲାଗେ। ତେଣୁ ଅନେକ ଲୋକ ମଧ୍ୟ ମୃତ୍ୟୁ ବରଣ କରନ୍ତି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଅସଲି ଏବଂ ନକଲି ଔଷଧ ମଧ୍ୟରେ ପାର୍ଥକ୍ୟ କରିବାର ସହଜ ଉପାୟ କହିବାକୁ ଯାଉଛୁ। ଯାହାଫଳରେ ଆପଣ ନକଲି ଔ ଷଧକୁ ଅତି ସହଜରେ ଚିହ୍ନଟ କରିବାରେ ସକ୍ଷମ ହେବେ ।
ଆପଣ କ୍ଯୁଆର୍ (QR) କୋଡ୍ ଦ୍ୱାରା ଜାଣିପାରିବେ: –
ନକଲି ଔଷଧ ବ୍ୟବସାୟୀଙ୍କୁ ଦମନ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  ଯାହା ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖ ୨୦୨୩ରୁ କାର୍ଯ୍ୟକାରୀ ହେବ। ଏହି ନିୟମ ଅନୁଯାୟୀ, ଫାର୍ମା କମ୍ପାନୀଗୁଡିକ ଔଷଧ ଉପରେ ଏକ QR କୋଡ୍ ରଖିବେ । ଏହାକୁ  ସ୍କାନ୍ କରିବା ପରେ ଆପଣ ସେହି ଔଷଧର ମୂଲ୍ୟ ସହିତ ମିଶ୍ରଣ ବିଷୟରେ ଜାଣିପାରିବେ। କ୍ଯୁଆର୍ (QR) କୋଡ୍ ସ୍କାନ୍ କରିବା ପରେ ଆପଣ ‘ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଉପାଦାନ’ ବିଷୟରେ ଜାଣିପାରିବେ। ଯେଉଁଥିରେ ଔଷଧ କିପରି ଏବଂ କେଉଁ ପ୍ରକାରର କଞ୍ଚାମାଲ ତିଆରି ହୋଇଛି।
ଆଜିକାଲି ଅନିୟମିତ ଜୀବନଚର୍ଯ୍ୟା,ନିମ୍ନମାନର ଖାଦ୍ୟପେୟ ଗ୍ରହଣ ଯୋଗୁଁ ମଣିଷ ବହୁତ କମ୍‌ ବୟସରେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛି। ଆମେ ରୋଗାକ୍ରାନ୍ତ ହେବା ପରେ ସୁସ୍ଥ ହେବା ପାଇଁ ଔଷଧ ସେବନ କରିଥାଉ। ସବୁ ଔଷଧ ଏକାପରି ହୋଇନଥାଏ। ରଙ୍ଗ ଓ ଆକାର ଦୃଷ୍ଟିରୁ ଏହା ଭିନ୍ନ ଭିନ୍ନ । ଆମେ ଔଷଧ ଖାଇବାବେଳେ ଅନେକ ସମୟରେ ବଟିକାରେ ଏକ ସିଧା ଲାଇନ୍‌ ପଡ଼ିଥିବାର ଦେଖିଥାଉ। ଏହି ବଟିକାଗୁଡ଼ିକରେ କାହିଁକି ଏପରି ଲାଇନ୍‌ ଥାଏ ଓ ଏହାର ଗୁରୁତ୍ବ କ’ଣ ରହିଛି ତାହା ସମସ୍ତେ ଜାଣି ରଖିବା ଉଚିତ୍। ଔଷଧ ଉପରେ ଥିବା ଏହି ଲାଇନ୍‌କୁ Debossed Line କୁହାଯାଏ। ଏହି ଲାଇନ୍‌ ସାଧାରଣତଃ ହାଇପାୱାରର ଔଷଧରେ ହୋଇଥାଏ। ଏହାକୁ ଆପଣ ଅଧା ଖାଇଲେ ଚଳିବ। ଉଦାହରଣ ସ୍ବରୂପ ଯଦି ଆପଣଙ୍କ ପାଖରେ ୫୦୦ ଗ୍ରାମ୍‌ର ଏକ ଔଷଧ ରହିଛି ତେବେ ଆପଣ ଲାଇନ୍‌ ଟଣାଯାଇଥିବା ଅଂଶକୁ ଭାଙ୍ଗି ୨୫୦ ଗ୍ରାମ୍‌ ଔଷଧ ସେବନ କରିପାରିବେ। ସବୁ ଔଷଧକୁ ଏପରି ଭାବେ ଖାଇହେବ ନାହିଁ। Debossed Line ଥିବା ଔଷଧଗୁଡ଼ିକରେ ଏପରି ସେବନ କରିହେବ।