HPCL - The Sakala

ପ୍ରିମିୟମ୍ ପେଟ୍ରୋଲ୍ ଲିଟର ପିଛା ୨.୩୦ ଟଙ୍କା ମହଙ୍ଗା: ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ବଢ଼ିଲା ତୈଳ ଦର
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଆମେରିକା-ଇରାନ ଯୁଦ୍ଧ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି। ତେଲ କମ୍ପାନୀଗୁଡ଼ିକ ଭାରତରେ ପ୍ରିମିୟମ୍ ପେଟ୍ରୋଲ୍ ଦର ଲିଟର ପିଛା ୨ ରୁ ୨.୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଆଶ୍ୱସ୍ତିର ବିଷୟ ହେଉଛି, ସାଧାରଣ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ପ୍ରିମିୟମ୍ ପେଟ୍ରୋଲ୍ ବ୍ରାଣ୍ଡ୍ ଉପରେ ପ୍ରଭାବ

ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ଦର ମାର୍ଚ୍ଚ ୨୦, ୨୦୨୬ ରୁ ଲାଗୁ ହୋଇଛି। ବିଶେଷ କରି ଉଚ୍ଚ-ଅକ୍ଟେନ୍ ଯୁକ୍ତ ଇନ୍ଧନ ଯେପରିକି ଇଣ୍ଡିଆନ୍ ଅଏଲ୍ (IOCL) ର XP95 ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ର Power ପେଟ୍ରୋଲ୍ ର ଦାମ୍ ବୃଦ୍ଧି ପାଇଛି। ଉନ୍ନତ ଇଞ୍ଜିନ୍ ପରଫର୍ମାନ୍ସ ଏବଂ ଅଧିକ ମାଇଲେଜ୍ ପାଇଁ ସାଧାରଣତଃ ଏହି ପ୍ରିମିୟମ୍ ତେଲ ବ୍ୟବହାର କରାଯାଏ। ତେଣୁ ଏହି ବୃଦ୍ଧିର ପ୍ରଭାବ କେବଳ ସୀମିତ ଗ୍ରାହକଙ୍କ ଉପରେ ପଡ଼ିବ।

ଆମେରିକା-ଇରାନ ଯୁଦ୍ଧ ଏବଂ ଅଶୋଧିତ ତୈଳ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରେ ହୋର୍ମୁଜ୍ ପ୍ରଣାଳୀ (Strait of Hormuz) ଦେଇ ତେଲ ପରିବହନ ପ୍ରଭାବିତ ହୋଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏହି ରାସ୍ତା ଦେଇ ପରିବହନ ହୋଇଥାଏ। ଫଳସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ବା ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୮୦ ଡଲାର୍ ପାର୍ କରିଯାଇଛି। ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଏହି ବିଶ୍ୱସ୍ତରୀୟ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଦେଶ ଉପରେ ପଡ଼ିଛି।

ସ୍ଥିର ରହିଛି ସାଧାରଣ ପେଟ୍ରୋଲ୍-ଡିଜେଲ୍ ଦର

କେବଳ ପ୍ରିମିୟମ୍ ପେଟ୍ରୋଲ୍ ମହଙ୍ଗା ହୋଇଥିବା ବେଳେ ସାଧାରଣ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆଦିଲ୍ଲୀରେ ଲିଟର ପିଛା ସାଧାରଣ ପେଟ୍ରୋଲ୍ ଦର ୯୪.୭୭ ଟଙ୍କା ଏବଂ ଡିଜେଲ୍ ଦର ୮୭.୬୭ ଟଙ୍କା ରହିଛି। ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ନକରିବା ପାଇଁ ତୈଳ କମ୍ପାନୀଗୁଡ଼ିକ କେବଳ ପ୍ରିମିୟମ୍ ତେଲର ଦାମ୍ ବଢ଼ାଇ ସେମାନଙ୍କ ଖର୍ଚ୍ଚ ଭରଣା କରିବାକୁ ପ୍ରୟାସ କରିଛନ୍ତି।

୨୦୮୩ କୋଟି ଟଙ୍କାର ୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ସୃଷ୍ଟିହେବ ୨୧୪୪ ନିଯୁକ୍ତି ସୁଯୋଗ
ଭୁବନେଶ୍ବର : ୨୦୮୩ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଆଇଓସିଏଲ୍ ଓ ଏଚପିସିଏଲର ଇଥାନଲ ପ୍ଲାଣ୍ଟ ସ୍ଥାପନ ପ୍ରକଳ୍ପ ସମେତ ମୋଟ ୨୦୮୩ କୋଟି ୮୮ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ । ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୨୧୪୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି ପାଇବା ସହ ବହୁ ପରିମାଣର ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିବା ସହ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରି ସେମାନଙ୍କୁ ଯୋଗାଇ ଦେବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ଓ ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପଗୁଡ଼ିକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଯେଉଁସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍‌ଜୁରୀ ମିଳିଛି ସେଥିରେ ଇଣ୍ଡିଆନ ଅଏଲ କର୍ପୋରେସନ୍ ଦ୍ବାରା ୮୭୦କୋଟି ଟଙ୍କା ବ୍ୟୟରେ ବାଲେଶ୍ବରର ବାଳଗୋପାଳପୁର ଶିଳ୍ପାଞ୍ଚଳରେ ଇଥାନଲ ପ୍ଲାଣ୍ଟ ଓ ୮ ମେଗାୱାଟର ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା କାର୍ଯ୍ୟକ୍ଷମ ହେଲେ ୧୯୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ୫୦୦କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁରର ଉମରକୋଟରେ ଇଥାନଲ ପ୍ଲାଣ୍ଟ ନିର୍ମାଣ କରିବ । ଏହି ପ୍ଲାଣ୍ଟରେ ୨୪୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ନ୍ୟୂଲଟ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୨୫ କୋଟି ଟଙ୍କା ବ୍ୟୟରେ ଅନୁଗୁଳର ବନ୍ତଳାରେ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହି ବାୟୋ ଗ୍ୟାସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୬୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ୧୫୦ କୋଟି ଟଙ୍କା ବ୍ୟୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ଏକ ମଲଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ଆଣ୍ଡ ଇନଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ । ଏଥିରେ ୧୦୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।

ସେହିପରି ବଲାଙ୍ଗୀରର ସଇଁତଳାଠାରେ ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍ ଲିମିଟେଡ ୮୯ କାଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ୧୮.୭୫ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ହେବ । ଏହା କାର୍ଯ୍ୟକ୍ଷମ ହେଲେ ୨୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅନ୍ୟପଟେ ଆଟମୋସ୍ପିୟର କୋର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ୧୮୪ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ଏହି ହୋଟେଲରେ ୪୬୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହାସହ ଭୁବନେଶ୍ବରର ଚନ୍ଦକା ନିକଟରେ ୧୬୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରିବ ଡିଏନ୍ ହୋମସ ପ୍ରାଇଭେଟ ଲିମିଟେଡ । ଏହି ହୋଟେଲ କାର୍ଯ୍ରକାରୀ ହେଲେ ୪୬୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।