Puri Sea Beach - The Sakala

ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ
ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ ବେଳେ ବୁଡ଼ିଯାଇ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ପୁରୀ ମେଡିକାଲରେ ଦୁଇ ପର୍ଯ୍ୟଟକଙ୍କୁ ମୃତ ଘୋଷଣା କଲେ ଡ଼ାକ୍ତର। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଘଟଣ।

ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ୍ (୨୪)। ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୧ ଜଣ ପୁରୀ ବୁଲିବାକୁ ଆସି ଚକ୍ରତୀର୍ଥ ଅଞ୍ଚଳର ଜାନାଡୁ ହୋଟେଲରେ ରହିଥିଲେ। ବୁଧବାର ଅପରାହ୍ନରେ ସମସ୍ତେ ଶଙ୍କର ଇଣ୍ଟରନାଶନାଲ ହୋଟେଲ ନିକଟ ବେଳାଭୂମିରେ ସ୍ନାନ କରୁଥିଲେ । କରେଣ୍ଟରେ ପଡି ବିଶାଲ ଭାସିଯାଇଥିଲେ । ଏ ନେଇ ୧୧୨କୁ କଲ୍ ଆସିବା ପରେ ଲାଇ୍‌ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ହେଲେ ସେତେବେଳକୁ ବିଶାଲଙ୍କ ମୃତ ଘଟିସାରିଥିଲା । ଏ ନେଇ ସମୁଦ୍ରକୁଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଚାଲିଛି।

ଉଠାଦୋକାନୀଙ୍କ କବ୍‌ଜାରେ ସମୁଦ୍ରକୂଳ; ଭଡ଼ାରେ ଲାଗିଛି ବେଳାଭୂମି, ଚୌକିରେ ବସିଲେ ଘଣ୍ଟାକୁ କୋଡ଼ିଏ ଟଙ୍କା
ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ଉଠାଦୋକାନୀଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ସମୁଦ୍ରକୂଳେ ଚା, ଜଳଖିଆ, ଫାଷ୍ଟଫୁଡ୍‍ ବ୍ୟବସାୟ କରିବା ସହ ପୁରା ବେଳାଭୂମିକୁ ନିଜ ଅକ୍ତିଆର୍‍କୁ ନେଇସାରିଲେଣି। ଜଣେ ଦୋକାନୀ ଅତିକମ୍‍ରେ ୫୦ଟି ଚୌକି ପକାଇ ବେପାର କରୁଛନ୍ତି। ଏହିସବୁ ଦୃଶ୍ୟ ଦେଖି ପ୍ରଶାସନ ଚୁପ୍‍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଚୌକି ପଡ଼ିବା ଦ୍ୱାରା ବେଳାଭୂମୀରେ ଚାଲିକି ଯିବା କଷ୍ଟକର ହୋଇପଡ଼ିଛି। ଏମିତିକି ସ୍ୱର୍ଗଦ୍ୱାର ଠାରୁ ଲାଇଟ୍‍ ହାଉସ୍‍ ମଧ୍ୟରେ ୫୦୦ମିଟର୍‍ ବେଳାଭୂମିକୁ ନିଜ ଅକ୍ତିଆରକୁ ନେଇସାରିଲେଣି ଉଠାଦୋକାନୀ। ମୋଟା ଅଙ୍କର ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି।

ବେଳାଭୂମିର ସ୍ୱର୍ଗଦ୍ୱାର ଠାରୁ ଲାଇଟ୍‍ ହାଉସ୍‍ ଛକ ପର୍ଯ୍ୟନ୍ତ ଅନେକ ଉଠାଦୋକାନୀମାନେ ଚା, ଜଳଖିଆ, ଫାଷ୍ଟଫୁଡ୍‍ ଆଦି ବ୍ୟବସାୟ କରିଛନ୍ତି। ନିଜ ଦୋକାନ ଆଗରେ ଅଳ୍ପସଂଖ୍ୟକ ଚେୟାର ପକାଇବା ପରିବର୍ତ୍ତେ ସେମାନେ ଦୋକାନ ସମ୍ମୁଖ ବେଳାଭୂମି ବାଲିରେ ୫୦ରୁ ଅଧିକ ଚେୟାର ପକାଉଛନ୍ତି। ଅଧିକାଂଶ ବଙ୍ଗୀୟ ପର୍ଯ୍ୟଟକମାନେ ଉକ୍ତ ଚେୟାର୍‍ରେ ବସି ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ଯାହା ପାଖେ ଟଙ୍କା ନାହିଁ ସେ ଚେୟାରରେ ଟିକେ ବସିପଡ଼ିଲେ ନାନା ଗାଳିମନ୍ଦ ଶୁଣିବାକୁ ପଡୁଛି। ସର୍ବସାଧାରଣସ୍ଥାନରେ ଉଠାଦୋକାନୀଙ୍କ ଏଭଳି କାର୍ଯ୍ୟ ଉଭୟ ପର୍ଯ୍ୟଟକ ଓ ପୁରୀବାସୀଙ୍କୁ କଷ୍ଟ ଦେଉଛି। ଏମିତିକି ସେହି ଅଞ୍ଚଳ ଦେଇ ଚାଲିକି ବୁଲିବା ମଧ୍ୟ କାଠିକର ପାଠ ହୋଇପଡ଼ିଛି।

ଶନିବାର ‘ସକାଳ’ ପକ୍ଷରୁ ଏ ନେଇ ଏକ ଅନୁସନ୍ଧାନ କରାଯାଇଥିଲା। ‘ସକାଳ’ର ରିପୋର୍ଟର ପର୍ଯ୍ୟଟକ ସାଜି ସାତଲହଡ଼ି ମଠ ସମ୍ମୁଖ ବେଳାଭୂମିକୁ ଯାଇଥିଲେ। ସେଠାରେ ଚୌକିରେ ବସିବା ପରେ ଜଣେ ଚା’ ଦୋକାନୀ ଆସି ଟଙ୍କା ମାଗିଥିଲେ। ଘଣ୍ଟାଏ ବସିଲେ ୨୦ଟଙ୍କା ଦେବାକୁ ପଡ଼ିବ। ନଚେତ୍‍ ଉଠିଯାନ୍ତୁ ବୋଲି କହି ଦୋକାନୀ କହିଥିଲେ। ଏମିତିକି ଚା, ଜଳଖିଆ ଖାଆନ୍ତୁ, ମାଗଣାରେ ବସିବେ। ନଚେତ୍‍ ଛିଡ଼ା ହେବାକୁ ବାଧ୍ୟ କରିଥିଲେ। ସର୍ବସାଧାରଣସ୍ଥାନରେ ଏଭଳି ଚୌକି ପକାଇବାକୁ କିଏ ଅନୁମତି ଦେଲା ପ୍ରଶ୍ନ କରିବାରୁ ସେମାନେ ଏଡ଼ାଇ ଯାଇଥିଲେ। ଏମିତିକି ଆମ ଅଞ୍ଚଳ ଆମେ ଯାହା କରିବୁ କହି ଧମକାଇଥିଲେ।

ଏସମ୍ପର୍କରେ ପୁରୀ ମ୍ୟୁନିସିପାଲ୍‍ଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ କହିଛନ୍ତି, କେତେକ ସ୍ଥାନରେ ଲାଇଫ୍‍ ଗାର୍ଡ଼ମାନେ ଏଭଳି ଚୌକି ପକାଉଥିବା ସମ୍ପର୍କରେ ଅବଗତ ଅଛି। ହେଲେ ଉଠାଦୋକାନୀମାନେ ଏଭଳି କରୁଥିବା କଥା ଜାଣିନାହିଁ। ଏନେଇ ମ୍ୟୁନିସିପାଲିଟି ପକ୍ଷରୁ ଯାଞ୍ଚ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେହିପରି ପୁରୀ ବାସିନ୍ଦା ରାଜୀବ ଲୋଚନ ସାହୁ କହିଛନ୍ତି, ବେଳାଭୂମୀକୁ ଉଠାଦୋକାନୀମାନେ ପୁରା ଜବରଦଖଲ କରିନେଇଛନ୍ତି। ଚଲାପଥରେ ଚେୟାର ପକାଇ ବେପାର କରୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଶ୍ରୀ ସାହୁ ମତ ରଖିଛନ୍ତି।

ଆଇନଜୀବୀ ସତ୍ୟରଞ୍ଜନ ସ୍ୱାଇଁ କହିଛନ୍ତି, ପୁରୀ ସମୁଦ୍ରକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ଉଠାଦୋକାନୀମାନେ ଏହି ଚେୟାର ପକାଇ ଅର୍ଥ ଉପାର୍ଜନ କରୁଛନ୍ତି। ଫଳରେ ଦିନକୁ ଦିନ ସେମାନଙ୍କ ପତିଆରା ବଢ଼଼ିବାରେ ଲାଗିଛି। ଏମିତିକି ପ୍ରଶାସନ ଚାହିଁଲେ ବେଳାଭୂମିରେ ଚେୟାର ପକାଇ ରାଜସ୍ୱ ମଧ୍ୟ କମାଇ ପାରିବ ବୋଲି ସେ କହିଛନ୍ତି।

ପୁରୀ ସମୁଦ୍ରରେ ଅଘଟଣ: ପୁଅ ଆଗରେ ଭାସିଗଲେ ବାପା
ପୁରୀ:  ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଭାସିଗଲେ ପର୍ଯ୍ଯଟକ। ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା।  ପରିବାର ସହ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଆଜି ଏହି ଅଭାବନୀୟ ଘଟଣା ଘଟିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଭାସିଯାଇଥିବା ପର୍ଯ୍ଯଟକ ଜଣଙ୍କ ହେଉଛନ୍ତି ବାଲେଶ୍ବର ସାଚିନାର ବଂଶୀଧର ବେହେରା ।

ସମୁଦ୍ରରେ ଗାଧୋଇବା ସମୟରେ ଲହଡି ମାଡରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ : ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗର ହୋଇଥିବା ବେଳେ ତାଙ୍କର ନାଁ ମିନତୀ ରାୟ ବୋଲି ଜଣାପଡିଛି। ତାଙ୍କର ବୟସ ୫୪ ବର୍ଷ। ଲହଡି ମାଡ଼ରେ ମହିଳା ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ସୂଚନାଅନୁସାରେ ପରିବାର ସହ ପୁରୀ ଆସିଥିବା ପଶ୍ଚିମବଙ୍ଗର ମିନତୀ ରାୟ  ସୋନାଲି ହୋଟେଲ ସମ୍ମୁଖ ବେଳାଭୂମିରେ ସାନ୍ନ କରୁଥିଲେ। ସେହି ସମୟରେ ହଠାତ ସମୁଦ୍ରରେ ଏକ ବଡ ଲହଡି ମାଡି ଆସିଥିଲା। ସେହି ବଡ ଲହଡି ମାଡ଼ରେ ସାନ୍ନ କରୁଥିବା ମିନତୀ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ମିନତୀ ରାୟଙ୍କୁ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁରୀ ସମୁଦ୍ରରେ ଭାସିଗଲେ ୨ ପର୍ଯ୍ୟଟକ : ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟଜଣେ ନିଖୋଜ
ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ। ଅସାବଧାନତା ବଶତଃ ସମୁଦ୍ରରେ ଭାସି ଯାଉଥିବା ଦୁଇ ପର୍ଯ୍ୟଟକ ନିଖୋଜ ହେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି କରାଯାଇଥିଲା। ତେବେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ  ଏକ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମୃତ ଦେହ ଟି ର ପରିଚୟ ମିଳିନାହିଁ।

ସୂଚନାଯୋଗ୍ୟ ଚକ୍ରତୀର୍ଥ ରୋଡ୍ ହୋଟେଲ ପିଙ୍କ୍ ହାଉସ୍ ପଛପଟ ଓ  ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇ ଜଣ ପର୍ୟ୍ୟଟକ। ଅସାବଧାନତା ବଶତଃ ଉଭୟ ସମୁଦ୍ରରେ ଭାସିଯାଇଥିଲେ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଦ୍ଧାର କରାଯାଇଥିବା ମୃତଦେହ କାହାର ପରିଚୟ ମିଳିନଥିବା ବେଳେ ସେ ଲାଇଟ ହାଉସ ନିକଟରେ ଗାଧୋଇବା ସମୟରେ ବୁଡ଼ିଥିଲେ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ରହିଛନ୍ତି।

ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ସରକାର
ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବ ନାହିଁ ମଦ କୁଡ଼ିଆ । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହି ତାଲିକାରେ ରହିଥିଲା ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି । ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।