Odisha Cricket Association - The Sakala

ଓସିଏ ର୍ନିବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର
କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନକୁ ନେଇ ଆଜି ନାମାଙ୍କନ ପତ୍ର ଦାଖଲ ହେବ। ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ଗୋଟିଏ ପ୍ୟାନେଲ ଏଥିନିମନ୍ତେ ପ୍ରସ୍ତୁତ ହୋଇ ସାରିଛି। ସଭାପତି ଭାବେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି), ସମ୍ପାଦକ ଭାବେ ସଞ୍ଜୟ ବେହେରା ଏବଂ ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ।

ଉକ୍ତ ପ୍ୟାନେଲରୁ ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଆପେକ୍ସ କାଉନସିଲ ସଦସ୍ୟ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ହେଲେ କୋଷାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିକାଶ ପ୍ରଧାନ ଏବଂ ନୃସିଂହ ଚରଣ ଚୌଧୁରୀଙ୍କ ନାମ ଚର୍ଚ୍ଚାରେ ରହିଛି। ଅପରପାର୍ଶ୍ବରେ ଓସିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା ହେବ କି ନାହିଁ ତାହା ଆଦୌ ସ୍ପଷ୍ଟ ହୋଇ ପାରୁନାହିଁ। ନବରଞ୍ଜନ ପଟ୍ଟନାୟକଙ୍କ ମତ ଏହି ପ୍ରସଙ୍ଗରେ ଆହୁରି ଦ୍ୱନ୍ଦ୍ବ ସୃଷ୍ଟି କରୁଛି। ଶୁକ୍ରବାର ନାମାଙ୍କନପତ୍ର ନିଶ୍ଚିତ ଭାବେ ଦାଖଲ କରିବି ବୋଲି କହିଛନ୍ତି ନବରଞ୍ଜନ। ହେଲେ ପ୍ରଣବ-ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କରିବି କିମ୍ବା ବିପକ୍ଷରେ ଯିବି ତାହା ଶୁକ୍ରବାର ଦିନ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ଉପସଭାପତି ପ୍ରାର୍ଥୀ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ ବୋଲି ଚର୍ଚ୍ଚା ଉଠିଥିଲା। ଏହି ଗୁଜବକୁ ପଙ୍କଜଲୋଚନ ଖଣ୍ଡନ କରିଛନ୍ତି।

ଚମକିବ ବାରବାଟୀ: ବର୍ଷା ହେଲେ ବି ଚାଲିବ ମ୍ୟାଚ୍‌, ବିଶ୍ୱସ୍ତରୀୟ ଗ୍ରାଉଣ୍ଡ ତିଆରି ଲାଗି ଚାଲିଛି ପ୍ରସ୍ତୁତି
କଟକ: ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‍ ହେଉଛି କଟକର ବାରବାଟୀ ଷ୍ଟାଡିୟମ। ଭାରତରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ଏଠାରେ ଅନୁଷ୍ଠିତ ହୋଇଛି। ଦିନିକିଆ କ୍ରିକେଟରୁ ଆରମ୍ଭ କରି ଟେଷ୍ଟ କିମ୍ବା ଟି-୨୦ କ୍ରିକେଟରେ ଏଠାରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏଥିଲାଗି ଷ୍ଟାଡିୟମ୍‍କୁ ପ୍ରଶଂସା ମିଳିଥିଲେ ମଧ୍ୟ ବର୍ଷା ହେଲେ ଏଠାରେ ମ୍ୟାଚ୍‍ ଆୟୋଜନ କଷ୍ଟକର ହୋଇପଡ଼ିଛି। ଏପରିକି ବର୍ଷା ଯୋଗୁଁ ୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ବାତିଲ ହୋଇଥିଲାବେଳେ ପଡ଼ିଆକୁ ନେଇ ଅନେକ ନିନ୍ଦା ମୁଣ୍ଡାଇବାକୁ ପଡ଼ିଛି। ଏଥିରୁ ମୁକ୍ତିମିଳିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଏଠାରେ ପ୍ରସ୍ତୁତ କରାଯାଉଛି ବିଶ୍ୱସ୍ତରୀୟ ଭିତ୍ତିଭୂମି। ଗତ ମାର୍ଚ୍ଚ ମାସରୁ ୫୦ଜଣ କର୍ମଚାରୀ ନିୟମିତ ଗ୍ରାଉଣ୍ଡର ବିକାଶ କାର୍ଯ୍ୟରେ ଲାଗିଛନ୍ତି। ପଡ଼ିଆରେ ଚିକିଟା ମାଟି ଥିବାରୁ ଯେଉଁ ସବୁ ସମସ୍ୟା ଥିଲା ତାହା ଦୂର କରାଯିବ। ସାମାନ୍ୟ ବର୍ଷା ଯୋଗୁଁ ଆଉ କାଦୁଅରେ ଭର୍ତ୍ତି ହେବନି ଏହି ପଡ଼ିଆ। ପଡ଼ିଆକୁ ୨ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ଏହି ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ବାଲିଆ କରାଯାଉଛି। ଯାହା ଫଳରେ ବର୍ଷା ହେଲେ ଏହା ଖୁବ୍‍ ଶୀଘ୍ର ଶୁଖିଯିବ ଓ ପଡ଼ିଆ ଖେଳ ଲାଗି ପ୍ରସ୍ତୁତ ହୋଇପାରି। ସେହିପରି ରାଜ୍ୟ ବାହାରୁ ଅଣାଯାଇଛି ଅତ୍ୟାଧୁନିକ ସ୍ୱତନ୍ତ୍ର କିସମର ହାଇବ୍ରିଡ ଘାସ। ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାରବାଟୀ ପଡ଼ିଆର ଆଧୁନିକୀକରଣ ହେବା ସହ ବିଶ୍ୱସ୍ତରୀୟ ହୋଇପାରିବ। ସେପ୍ଟେମ୍ବର ମାସ ସୁଦ୍ଧା ବାରବାଟୀ ନୂତନ ରୂପ ନେଇ ସାରିଥିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ ଗ୍ରାଉଣ୍ଡ ତୁଳନାରେ ବିଦେଶର କ୍ରିକେଟ ଗ୍ରାଉଣ୍ଡ ଗୁଡ଼ିକ ଭିନ୍ନ। ଅଳ୍ପ ବର୍ଷାରେ ପ୍ରାୟତଃ ଭାରତୀୟ କ୍ରିକେଟ ଗ୍ରାଉଣ୍ଡ ଗୁଡ଼ିକ କାଦୁଅରେ ଭର୍ତ୍ତି ହୋଇଯାଏ। ଆଉଟ୍‍ଫିଲ୍ଡରେ ପାଣି ଜମା ରହିବା ଯୋଗୁଁ ଖେଳ ବାଧାପ୍ରାପ୍ତ ହୁଏ। ହେଲେ ବିଦେଶୀ କ୍ରିକେଟ ଗ୍ରାଉଣ୍ଡ ଗୁଡ଼ିକ ବାଲିଆ ଥିବାରୁ ମ୍ୟାଚ୍‍ ଉପରେ ବର୍ଷାର ପ୍ରଭାବ ଖୁବ କମ୍‍ ପଡ଼ିଥାଏ। ଗତ କିଛି ବର୍ଷ ହେବ ଭାରତର ଅନେକ କ୍ରିକେଟ ଷ୍ଟାଡିୟମ ବିଦେଶୀ ଫର୍ମାଟକୁ ଆପଣାଇ ବାଲି ମିଶ୍ରିତ ପଡ଼ିଆ ନିର୍ମାଣକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସରୁ ବାରବାଟୀରେ ବାଲିମିଶ୍ରିତ ପଡ଼ିଆ ପାଇଁ ପ୍ରସ୍ତୁତି ଆଗେଇଛି। ଏକ ଘରୋଇ ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ କରୁଛି। ସମ୍ପୂର୍ଣ୍ଣ ପଡ଼ିଆକୁ ୨ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ମାଟିରସ୍ତରକୁ ଢ଼ାଲୁଆ କରାଯାଇଛି। ପରେ ବାଲି ପକାଯିବା ସହିତ ବିଭିନ୍ନ ସ୍ଥାନରେ ସଂଯୋଗ ହୋଇଛି ୱାଟର ସ୍ପ୍ରିଙ୍କଲର। ଜଳସିଞ୍ଚନ ବ୍ୟବସ୍ଥାକୁ ପୂର୍ବାପେକ୍ଷା ବଢାଇ ଦିଆଯାଇଛି।

ବାରବାଟୀରେ ୱାଟର ସ୍ପ୍ରିଙ୍କଲର ବ୍ୟବସ୍ଥା ଦୁର୍ବଳ ଥିବା ବେଳେ ଏବେ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଏହା ଖଞ୍ଜା ଯାଇଛି। ଏହା ଉପରେ ମାଟି ପକା ସରିଛି। କେବଳ ଘାସ ରୋପଣକୁ ଅପେକ୍ଷା। ରାଜ୍ୟ ବାହାରୁ ଏକ ସ୍ୱତନ୍ତ୍ର କିସମର ହାଇବ୍ରିଡ ଘାସ ଅଣାଯାଇଛି। ଏହାଛଡ଼ା ଗ୍ରାଉଣ୍ଡ ଚତୁଃପାର୍ଶ୍ବରେ ଥିବା ଡ୍ରେନେଜ ବ୍ୟବସ୍ଥାର ନବୀକରଣ କରାଯିବ। ବର୍ଷା ଜଳ ଅଧିକ ସମୟ ଗ୍ରାଉଣ୍ଡରେ ନରହି କିପରି ଶୀଘ୍ର ନିଷ୍କାସିତ ହେବ ଓ ଗ୍ରାଉଣ୍ଡକୁ କାଦୁଅ ନକରିବ ସେଥି ପାଇଁ ଏହି ବ୍ୟବସ୍ଥା କରାଯାଉଛି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ୬ଟି ଯାକ ପିଚ ଆଦୌ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି କୁହାଯାଇଛି। ଓସିଏ ସମ୍ପାଦକ ସଞ୍ଜୟ ଏ ସମ୍ପର୍କରେ କୁହନ୍ତି, ପଡ଼ିଆର ୭୦ ପ୍ରତିଶତ କାମ ଶେଷ ହେଲାଣି। ବାକି ଥିବା କାମ ଆଉ ମାସେ କିମ୍ବା ଦୁଇ ମାସ ମଧ୍ୟରେ ଶେଷ ହେବ। ଏହା ଫଳରେ ଦେଶର ଅନେକ ଷ୍ଟାଡିୟମ ଭଳି ଏଠାରେ ବାଲିଆ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇଯିବ। ବର୍ଷା ହେବା ସତ୍ତ୍ବେ ପଡ଼ିଆ କିପରି ଶୀଘ୍ର ଶୁଖିବ ଓ ମ୍ୟାଚ୍‍ ହୋଇ ପାରିବ ତାହାକୁ ଗୁରତ୍ୱ ଦେଇ ଏହି ପଡ଼ିଆ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛି।

ସୂଚନା ଯୋଗ୍ୟ, ୧୯୮୨ ମସିହା ଜାନୁୟାରୀ ୨୭ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଏହି ମ୍ୟାଚ୍‍କୁ ଭାରତ ୫ ୱିକେଟରେ ଜିତିଥିଲା। ଏହା ପରେ ୧୯ଟି ଏକଦିବସୀୟ, ୨ଟି ଟେଷ୍ଟ ଓ ୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ଏପରିକି ଭାରତୀୟ ଦଳର ତାରକା ଖେଳାଳି ଦିଲ୍ଲୀପ ଭେଙ୍ଗସରକାର, ଯୁବରାଜ ସିଂ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବାରବାଟୀ ଷ୍ଟାଡିୟମରେ ହିଁ କରିଛନ୍ତି। ଆଗାମୀ ଦିନରେ ଭିତ୍ତିଭୂମିର ବିକାଶ ଯୋଗୁଁ ବାରବାଟୀକୁ ପୁଣି ଥରେ ଟେଷ୍ଟ ମ୍ୟାଚ୍‍ ଫେରିପାରେ ବୋଲି କ୍ରୀଡ଼ାପ୍ରେମୀ ଆଶା ବାନ୍ଧିଛନ୍ତି।