Lovlina Borgohain - The Sakala

ସ୍କଟଲ୍ୟାଣ୍ଡର ରେଷ୍ଟୁରାଣ୍ଟରେ ଭାରତର ତ୍ରୁଟିପୂର୍ଣ୍ଣ ମାନଚିତ୍ର: କ୍ଷୋଭ ପ୍ରକାଶ କଲେ ଲଭଲିନା ବରଗୋହାଇଁ, ହସ୍ତକ୍ଷେପ କଲା ଭାରତୀୟ ଦୂତାବାସ
ଭାରତୀୟ ଅଲିମ୍ପିକ୍ ପଦକ ବିଜେତା ବକ୍ସର ଲଭଲିନା ବରଗୋହାଇଁ ସ୍କଟଲ୍ୟାଣ୍ଡର ଏକ ରେଷ୍ଟୁରାଣ୍ଟରେ ଭାରତର ଏକ ତ୍ରୁଟିପୂର୍ଣ୍ଣ ମାନଚିତ୍ର ଦେଖିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାନଚିତ୍ରରେ ଭାରତର ଉତ୍ତର-ପୂର୍ବାଞ୍ଚଳକୁ ବାଦ୍ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କଟଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ଦୃଢ଼ ନିନ୍ଦା କରିଛି।

ରେଷ୍ଟୁରାଣ୍ଟରେ ଭାରତର ତ୍ରୁଟିପୂର୍ଣ୍ଣ ମାନଚିତ୍ର

କମନୱେଲଥ ଗେମ୍ସ ୨୦୨୬ ରେ ଐତିହାସିକ ସଫଳତା ପରେ ଭାରତୀୟ ବକ୍ସିଂ ଦଳ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ଥିବା 'ମିଷ୍ଟର ସିଂହସ୍ ଇଣ୍ଡିଆ' (Mister Singh's India) ନାମକ ଏକ ରେଷ୍ଟୁରାଣ୍ଟକୁ ରାତ୍ରୀଭୋଜନ ପାଇଁ ଯାଇଥିଲେ। ସେଠାରେ ଆସାମର ଷ୍ଟାର୍ ବକ୍ସର ଲଭଲିନା ବରଗୋହାଇଁ ରେଷ୍ଟୁରାଣ୍ଟର ଲୋଗୋ ଏବଂ ନାପକିନରେ ଥିବା ଭାରତର ମାନଚିତ୍ର ଉପରେ ନଜର ପକାଇଥିଲେ। ସେ ଦେଖିବାକୁ ପାଇଥିଲେ ଯେ, ସେଥିରେ ଉତ୍ତର-ପୂର୍ବ ଭାରତକୁ ସମ୍ପୂର୍ଣ୍ଣ ରୂପେ କାଟି ଦିଆଯାଇଛି। ଏହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳର ଜଣେ ବାସିନ୍ଦା ଭାବରେ ଏହି ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି।

#GlasgowRestaurant Mister Singh’s India has sparked outrage after serving CWG athletes napkin featuring #incompleteMap of India,omitting the #Northeast &parts of J&K.Olympic medallist #LovlinaBorgohain called out the error,saying every part of #India matters&must be represented pic.twitter.com/D90efHhilp

— Anamika Dutta (@AnamikaDutta77) August 2, 2026

ଦୂତାବାସ ଏବଂ ବକ୍ସିଂ ଫେଡେରେସନର ପଦକ୍ଷେପ

ଲଭଲିନାଙ୍କ ଭିଡିଓ ଭାଇରାଲ ହେବା ପରେ ସ୍କଟଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିଲା। ଏକ ବିବୃତ୍ତି ଜାରି କରି ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ଖେଳାଳିମାନେ ଯାଇଥିବା ରେଷ୍ଟୁରାଣ୍ଟରେ ଦେଶର ଭୁଲ୍ ମାନଚିତ୍ର ପ୍ରଦର୍ଶନକୁ ସେମାନେ ନିନ୍ଦା କରୁଛନ୍ତି। ଦୂତାବାସ ତୁରନ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସହ କଥା ହୋଇଥିଲା। ସେହିପରି ଭାରତୀୟ ବକ୍ସିଂ ଫେଡେରେସନ୍ (BFI) ର ସଭାପତି ଅଜୟ ସିଂହ ମଧ୍ୟ ଉକ୍ତ ଆପତ୍ତିଜନକ ସାମଗ୍ରୀକୁ ତୁରନ୍ତ ହଟାଇବାକୁ ଦାବି କରିଥିଲେ।

ରେଷ୍ଟୁରାଣ୍ଟର କ୍ଷମା ପ୍ରାର୍ଥନା

ବିବାଦ ବଢ଼ିବା ପରେ 'ମିଷ୍ଟର ସିଂହସ୍ ଇଣ୍ଡିଆ' ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ସେମାନେ ସ୍ପଷ୍ଟ କରିଛନ୍ତି ଯେ କାହାର ଭାବନାକୁ ଆଘାତ ଦେବା ସେମାନଙ୍କର ଉଦ୍ଦେଶ୍ୟ ନଥିଲା। ଭାରତୀୟ ଦଳକୁ ଆତିଥ୍ୟ ପ୍ରଦାନ କରିବା ସେମାନଙ୍କ ପାଇଁ ଗର୍ବର ବିଷୟ ଥିଲା। ତେବେ ତ୍ରୁଟିକୁ ସ୍ୱୀକାର କରି ସେମାନେ ତୁରନ୍ତ ଉକ୍ତ ଭୁଲ୍ ମାନଚିତ୍ର ଥିବା ସମସ୍ତ ସାମଗ୍ରୀକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ରେଷ୍ଟୁରାଣ୍ଟର ଲୋଗୋ ବଦଳାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ପରେ ରେଷ୍ଟୁରାଣ୍ଟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ଡିଲିଟ୍ କରିଦେଇଥିବା ଦେଖିବାକୁ ମିଳିଛି।

ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲିମ୍ପିକ୍‍ ବିଜେତା ଲଭଲିନା, ଟ୍ରେନିଂ ପୂର୍ବରୁ ତାଙ୍କ କୋଚ୍‍ଙ୍କୁ ବାରମ୍ବାର ପରିବର୍ତ୍ତନକୁ ନେଇ ଅସନ୍ତୋଷ
ନୂଆଦିଲ୍ଲୀ: ଅଲିମ୍ପିକ୍‍ କାଂସ୍ୟ ପଦକ ବିଜେତା ବକ୍ସର ଲଭଲିନା ବୋରୋଗୋହାଇଁ କର୍ମକର୍ତ୍ତାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ପହଞ୍ଚିବା ପରେ ଆଣିଛନ୍ତି। ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଘଟଣା ସମ୍ପର୍କରେ ଜାଣିବା ପରେ ଲଭଲିନାଙ୍କ ବ୍ୟକ୍ତିଗତ କୋଚ୍‍ଙ୍କ ଲାଗି ତୁରନ୍ତ ସ୍ୱୀକୃତିପତ୍ର ଯୋଗାଡ କରି ବର୍ମିଂହାମ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲଭଲିନାଙ୍କ ଅଭିଯୋଗ ହେଲା, ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ତାଙ୍କ କୋଚ୍‍ଙ୍କୁ ବାରମ୍ବାର ପରିବର୍ତ୍ତନ କରାଯାଉଛି। ଯେଉଁ କୋଚ୍‍ ଦୁଇଜଣ ମୋତେ ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସହାୟତା କରିଥିଲେ, ସେମାନଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ପ୍ରସ୍ତୁତିରୁ ବାହାର କରିଦିଆଯାଇଛି। ଅଲିମ୍ପିକ୍ସ ପରେ ଏଭଳି ଦ୍ୱିତୀୟଥର ହୋଇଛି ଓ ଏହା ଯୋଗୁଁ ବିଶ୍ୱ ଚାମ୍ପିଅନ୍‍ସିପ୍‍ରେ ଏହାର ପ୍ରଭାବ ପଡ଼ିଥିଲା। ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଜୋରଦାର ପ୍ରସ୍ତୁତି ଚାଲିଥିଲାବେଳେ ତାଙ୍କର ଦୁଇଜଣ ଯାକ ନିୟମିତ କୋଚ୍‍ଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି। ଯାହା ଫଳରେ ତାଙ୍କ ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଛି। ମୋର ଦୁଇ କୋଚ୍‍ ତଥା ସନ୍ଧ୍ୟା ଗୁରୁଙ୍ଗ ଓ ରାଫାଏଲ ବେର୍ଗାମସ୍କୋଙ୍କୁ ଟ୍ରେନିଂ ବେଳେ କ୍ୟାମ୍ପ୍‍କୁ ଡକାଯାଇ ନଥିଲା। ସେମାନଙ୍କୁ ମୋର ପ୍ରସ୍ତୁତିରେ ସହାୟତା କରିବାକୁ ସୁଯୋଗ ଦେବା ସକାଶେ ବାରମ୍ବାର ହାତଯୋଡ଼ି ନିବେଦନ କରିଥିଲେ ମଧ୍ୟ ତାହାକୁ କେହି କର୍ଣ୍ଣପାତ କରି ନଥିଲେ। ଏଭଳି ମାନସିକ ନିର୍ଯାତନା ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ଏହି ବକ୍ସର କହିଛନ୍ତି।

ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ , ପଦକ ନିଶ୍ଚିତ କଲେ ବକ୍ସର ଲଭ୍‌ଲିନା
ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତ ପାଇଁ ଭଲ ଦିନ ରହିଥିବା ବେଳେ ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି  ଦୂତୀ । ହେଲେ  ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।