crime - The Sakala

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ
ସମ୍ବଲପୁର: ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଲାଣ୍ଡିମାଳ ଗାଁରେ ସୋମବାର ଦିନ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ମୃତ ମହିଳା ଓ ଅଭିଯୁକ୍ତ ସ୍ୱାମୀଙ୍କର ବିବାହକୁ ୧୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଯାହା ପରେ ଉଗ୍ର ରୂପ ନେଇଥିଲା। ସ୍ତ୍ରୀଙ୍କର ମୃତଦେହ ତାଙ୍କ ଶାଶୂଘରୁ ହିଁ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ରେଢ଼ାଖୋଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତ ସ୍ୱାମୀକୁ ନିଜ ହେପାଜତକୁ ନେଇଥିଲା।

ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଦେଶୀ ବନ୍ଧୁକକୁ ପୋଲିସ ଜବତ କରିଛି। ଏହି ଘଟଣାରେ ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପ୍ରକୃତରେ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା ଏବଂ ପାରିବାରିକ ବିବାଦର ମୂଳ କାରଣ କଣ ଥିଲା, ସେ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ବିଚ୍‌ ରାସ୍ତାରେ ଯୁବକଙ୍କ ଉପରକୁ ଗୁଳିମାଡ଼, ଦୁର୍ବୃତ୍ତ ଅଟକ
ସମ୍ବଲପୁର: ବିଚ୍‌ ରାସ୍ତାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ଗୁଳିମାଡ଼ରେ ଯୁବକ ମୃତ । ସମ୍ବଲପୁରର ବୁର୍ଲା ଥାନା ଅଞ୍ଚଳରେ ଘଟିଛି ଏପରି ହତ୍ୟାକାଣ୍ଡ । ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ହୋଇଥିବା ଏକ ଗୁଳିକାଣ୍ଡରେ ଜଣେ ୩୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ନାମ ମହମ୍ମଦ ଅନିସ ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବିବାଦ ଏବଂ ଦୀର୍ଘ ଦିନର ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପୋଲିସ ଝାରସୁଗୁଡ଼ାର ମଙ୍ଗଳା ବଜାର ଅଞ୍ଚଳର ରାଜା ସ୍ୱାମୀ ନାମକ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଘଟଣାଟି କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବିବାଦର ପରିଣାମ। ଏଥିରେ ସାଧାରଣ ଜନତା ଭୟଭୀତ ହେବାର କୌଣସି କାରଣ ନାହିଁ କିମ୍ବା ବ୍ୟାପକ ସାଧାରଣ ବିପଦର କୌଣସି ଆଶଙ୍କା ନାହିଁ। ବର୍ତ୍ତମାନ ପୋଲିସ ସମସ୍ତ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଉଛି।

ପାରିବାରିକ କଳହ: ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କଲା ସ୍ତ୍ରୀ
କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । କାଠଫାଳିଆରେ ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ମହିଳା ନିଜ ସ୍ୱାମୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ମୃତକ ହେଲେ ଆନନ୍ଦ ମୁଣ୍ଡା ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ଆନନ୍ଦ ମୁଣ୍ଡା ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ରାଗର ବଶବର୍ତ୍ତୀ ହୋଇ ଯାତ୍ରୀ ମୁଣ୍ଡା ଏକ କାଠ ଫାଳିଆରେ ସ୍ୱାମୀ ଆନନ୍ଦଙ୍କ ମୁଣ୍ଡକୁ ଶକ୍ତ ଆକ୍ରମଣ କରିଥିଲେ। ସ୍ୱାମୀଙ୍କ ଆର୍ତ୍ତ ଚିତ୍କାର ଶୁଣି ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ଦୌଡ଼ି ଆସିଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ଓ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ଘଟଣାରେ ହତ୍ୟାକାରୀ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ଜଣକ ମୃତକଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ପୋଲିସ ଏବେ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛି।

ଗଞ୍ଜାମରେ ଅଭାବନୀୟ ଘଟଣା: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ
ଗଞ୍ଜାମ: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ବାଇକରେ ଲିଫ୍ଟ ନଦେବାରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ବେକ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ହେଉଛନ୍ତି ଖଣ୍ଡୁର ଗାଁର ଉଦ୍ଧବ ପାଢ଼ୀ।

ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧବ ରାତିରେ ନିଜ ବାଇକରେ ଗାଁରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ତେବେ ଉଦ୍ଧବ ଲିଫ୍ଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ତାଙ୍କ ବେକକୁ ଏକ ଛୁରୀରେ କାଟି ଦେଇଥିଲେ।

ରକ୍ତାକ୍ତ ତଥା ଗୁରୁତର ଅବସ୍ଥାରେ ଉଦ୍ଧବଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ
କଳାହାଣ୍ଡି: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ । ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ କୁମାଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ ସୁବେ ଶବର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ସୁବେ ଶବର ଏବଂ ତାଙ୍କ ପତ୍ନୀ ସତ୍ୟା ଶବର ଚାଷ କାମ ପାଇଁ ନିଜ ବିଲକୁ ଯାଇଥିଲେ। ଅପରାହ୍ନ ସମୟରେ ସେମାନେ ଘରକୁ ଫେରୁଥିବା ବେଳେ ଗାଁର ଦୁଇ ଜଣ ବ୍ୟକ୍ତି ଜଗନ୍ନାଥ ଶବର ଏବଂ ଦେଶରାମ ଶବର ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ଏହି ଦୁର୍ବୃତ୍ତମାନେ ସୁବେଙ୍କୁ ଠେଙ୍ଗା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ସୁବେଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଉଭୟ ଅଭିଯୁକ୍ତ ଜଗନ୍ନାଥ ଏବଂ ଦେଶରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାତିଅଧରେ ଜଟଣୀରେ ବିଭତ୍ସ ହତ୍ୟାକାଣ୍ଡ: ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୁତ୍ତ
ଜଟଣୀ: ରାତିଅଧରେ ଜଟଣୀରେ ବିଭତ୍ସ ହତ୍ୟାକାଣ୍ଡ । ଘର ଭିତରେ ପଶି ବୃଦ୍ଧାଙ୍କୁ ହତ୍ୟା । ଜଟଣୀ ଥାନା ଅଧୀନସ୍ଥ ଉପରବସ୍ତ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଘର ଭିତରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଛି। ଲୁଟପାଟ୍ କରିବା ଉଦ୍ଦେଶ୍ୟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ମୃତ ମହିଳା ଜଣକ ହେଲେ ଶାନ୍ତିଲତା ପ୍ରଧାନ (୭୫)। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ତାଙ୍କ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶାନ୍ତିଲତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ଜଟଣୀ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୁଲିସ ଲୁଟପାଟ୍ ସମେତ ସମସ୍ତ ଦିଗକୁ ନେଇ ଖୋଳତାଡ଼ କରୁଛି। ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଫରେନ୍ସିକ୍ ଟିମର ସହାୟତା ନେବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ଏହି ନିର୍ମମ ହତ୍ୟାକାଣ୍ଡ ପରେ ଉପରବସ୍ତ ଗାଁରେ ଆତଙ୍କ ଖେଳିଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ
ବାଲେଶ୍ୱର: ବାଲେଶ୍ୱରରେ ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ରଶ୍ମିରଞ୍ଜନଙ୍କ ମୃତ୍ୟୁ ମାମଲାରେ ପୋଲିସ ଏକ 'ସୁଇସାଇଡ୍ ନୋଟ୍' ଜବତ କରିଛି, ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜବତ ହୋଇଥିବା ନୋଟ୍‌ଟି ଦୁଇଟି ଭିନ୍ନ ଭିନ୍ନ କାଳିରେ ଲେଖାଯାଇଥିବା ବେଳେ ଏଥିରେ କେବଳ ଉଲ୍ଲେଖ ରହିଛି ଯେ 'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।' ଏହି ଅସ୍ୱାଭାବିକ ଚିଠିର ସତ୍ୟତା ଏବଂ ଏହା ପ୍ରକୃତରେ ରଶ୍ମିରଞ୍ଜନଙ୍କ ଦ୍ୱାରା ଲେଖାଯାଇଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ପୋଲିସ ଏହାକୁ ଫୋରେନ୍‌ସିକ୍ ଲ୍ୟାବକୁ ପଠାଇଛି।

ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଏହି ଚିଠି କାହିଁକି ମିଳିଲା ନାହିଁ ବୋଲି ମୃତକଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି। ରଶ୍ମିରଞ୍ଜନଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ ଏବଂ ଜଣେ ପୁରୁଷ ବନ୍ଧୁଙ୍କ ହାତ ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଅବଶ୍ୟ ପୋଲିସ ଏଯାଏଁ ଏହି ଅଭିଯୋଗର ପୁଷ୍ଟି କରିନାହିଁ। ଅନ୍ୟପକ୍ଷରେ, ଡାକ୍ତରଖାନାରେ ମୃତଦେହ ପାଖରେ ପତ୍ନୀ ଅନୁପସ୍ଥିତ ରହିବା ଘଟଣା ସନ୍ଦେହକୁ ଆହୁରି ଘନୀଭୂତ କରିଛି।

ପତ୍ନୀଙ୍କ ଜନ୍ମଦିନରେ ରଶ୍ମିରଞ୍ଜନ ଆତ୍ମହତ୍ୟା ଉଦ୍ଦେଶ୍ୟରେ ବାଲେଶ୍ୱର ଯାଇଥିଲେ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି। ଇତିମଧ୍ୟରେ, ପତ୍ନୀ ରହୁଥିବା ଭଡ଼ା ଘରର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଘଟଣା ପରେ ଦୁଇ ଜଣ ମହିଳାଙ୍କ ସମେତ କିଛି ବ୍ୟକ୍ତି ବାଇକ୍ ଓ ସ୍କୁଟରରେ ସେଠାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ପୋଲିସ ଏବେ ସେମାନଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି। ଥାନା ଅଧିକାରୀ ଆଲୋକ ବେହେରା କହିଛନ୍ତି ଯେ ଫୋରେନ୍‌ସିକ୍ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଷ୍ଟାଫ ନର୍ସ, ମାନସିକ ନିର୍ଯାତନା ଅଭିଯୋଗରେ ପୂର୍ବତନ ପ୍ରେମିକ ସହ ୨ ଅଟକ
ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ । ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ ଯୁବତୀ ଜଣକ । ଭୁବନେଶ୍ୱରର ଡମଣା ଅଞ୍ଚଳରେ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୀର୍ଘ ଦିନର ମାନସିକ ନିର୍ଯାତନା ଏବଂ ବ୍ଲାକମେଲିଂ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ମୃତ ନର୍ସଙ୍କ ନାମ ସସ୍ମିତା ଏବଂ ସେ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଚାକିରି କରିବା ପାଇଁ ଭୁବନେଶ୍ୱର ଆସିଥିଲେ ଏବଂ ଏଠାରେ ମହେଶ ନାଥ ନାମକ ଜଣେ ଯୁବକଙ୍କ ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହୁଥିଲେ।

ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପ୍ରଥମେ ସସ୍ମିତାଙ୍କ ସହ ରହୁଥିବା ମହେଶ ନାଥଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ତଦନ୍ତ ଆଗକୁ ବଢ଼ିବା ସହ ଏଥିରେ ସସ୍ମିତାଙ୍କ ପୂର୍ବତନ ପ୍ରେମିକ ପରମାନନ୍ଦଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ପରମାନନ୍ଦ ମଧ୍ୟ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ମହେଶଙ୍କ ସହ ସସ୍ମିତାଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ପୂର୍ବତନ ପ୍ରେମିକ ପରମାନନ୍ଦ ତାଙ୍କୁ ବ୍ଲାକମେଲ୍ ଏବଂ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ନିର୍ଯାତନା ଅତ୍ୟଧିକ ବଢ଼ିଯାଇଥିଲା, ଯାହା ସସ୍ମିତାଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅନୁମାନ କରାଯାଉଛି।

ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ସସ୍ମିତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ସେଥିରୁ କଲ୍ ରେକର୍ଡିଂ, ମେସେଜ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ତଥ୍ୟ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହେଶ ନାଥ ଏବଂ ପରମାନନ୍ଦଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

ତେଲେଙ୍ଗାନାରେ ରକ୍ତର ହୋଲି: ଜାମିନରେ ଆସି ପତ୍ନୀ ଓ ଦୁଇ ଶିଶୁ ପୁତ୍ରଙ୍କ ସମେତ ୬ ଜଣଙ୍କୁ ବିଭତ୍ସ ହତ୍ୟା କରି ଅଭିଯୁକ୍ତ ଫେରାର
ତେଲେଙ୍ଗାନା: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ହୃଦୟବିଦାରକ ଗଣହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ ଏବଂ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରିବା ପରେ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ନାବାଳିକା ଓ ତାଙ୍କ ପରିବାରର ଅନ୍ୟ ଦୁଇ ସଦସ୍ୟଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ରାଜକୁମାର ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ସେ ପ୍ରଥମେ ଶାବାଦ ସ୍ଥିତ ନିଜ ବାସଭବନରେ ନିଜ ପତ୍ନୀ ପାର୍ବତୀ ସରିତା ଏବଂ ତାଙ୍କର ୪ ବର୍ଷ ଓ ୧ ବର୍ଷର ଦୁଇ ପୁଅଙ୍କୁ ହତ୍ୟା କରିଥିଲେ। ପତ୍ନୀଙ୍କ ମୃତଦେହ ଥିବା ରୁମରୁ ସଂଘର୍ଷର ଚିହ୍ନ ମିଳିଥିବା ବେଳେ ଦୁଇ ଶିଶୁଙ୍କୁ ନିଦ୍ରିତ ଅବସ୍ଥାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସମ୍ପର୍କୀୟଙ୍କ ଅନୁଯାୟୀ ଘରର କବାଟ ଭିତରପଟୁ ବନ୍ଦ ଥିଲା ଏବଂ ପଙ୍ଖା, ଏସି ଓ କୁଲର୍ ଚାଲୁ ରହିଥିଲା। ରାଜକୁମାର ଏବଂ ପାର୍ବତୀ ୨୦୧୮ ମସିହାରେ ପ୍ରେମ ବିବାହ କରିଥିଲେ।

ନିଜ ପରିବାରକୁ ଶେଷ କରିବା ପରେ ରାଜକୁମାର ଚଳିତ ବର୍ଷ ମେ' ମାସରେ ତାଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ଅଧୀନରେ ମାମଲା ରୁଜୁ କରିଥିବା ୧୭ ବର୍ଷୀୟା ନାବାଳିକାଙ୍କ ଘରେ ପହଞ୍ଚିଥିଲେ। ସେ ନାବାଳିକାଙ୍କ ୪୫ ବର୍ଷୀୟା ମା’ ଏବଂ ୬୫ ବର୍ଷୀୟା ଆଈଙ୍କୁ ଘରେ ହତ୍ୟା କରିଥିଲେ। ଏହାପରେ ନାବାଳିକାଙ୍କୁ ବଳପୂର୍ବକ ନିଜ କାରରେ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ହତ୍ୟା କରିଥିଲେ। ତେବେ ଘଟଣା ସମୟରେ ଉପସ୍ଥିତ ଥିବା ନାବାଳିକାଙ୍କ ୨୦ ବର୍ଷୀୟା ଦିବ୍ୟାଙ୍ଗ ଭଉଣୀଙ୍କୁ ସେ କୌଣସି କ୍ଷତି ପହଞ୍ଚାଇ ନଥିଲେ।

ଗତ ମେ' ମାସରେ ଉକ୍ତ ନାବାଳିକାଙ୍କୁ ପିଛା କରିବା ଓ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାଜକୁମାରଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବିଚାର ବିଭାଗୀୟ ଦଣ୍ଡର ଅବଧି ୭ ବର୍ଷରୁ କମ୍ ଥିବାରୁ ସେ ପରେ ଅଗ୍ରୀମ ଜାମିନ ପାଇବାରେ ସକ୍ଷମ ହୋଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ରାଜକୁମାର ମାନସିକ ସମସ୍ୟା ଦେଇ ଗତି କରୁଥିଲେ ଏବଂ ଜୁଆ ଖେଳ କାରଣରୁ ତାଙ୍କ ଉପରେ ବିପୁଳ ଋଣ ଭାର ଥିଲା। ହତ୍ୟାକାଣ୍ଡ ପରେ ସେ ନିଜ ବାପାଙ୍କୁ ଫୋନ୍ କରି ଦୋଷ ସ୍ୱୀକାର କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ କହି ମୋବାଇଲ୍ ବନ୍ଦ କରିଦେଇଛନ୍ତି। ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ୍ ଟିମ୍ ସମସ୍ତ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି।

ସୁନ୍ଦରଗଡ଼ରେ ବର୍ବରତା: ଶୋଇଥିବାବେଳେ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ
ସୁନ୍ଦରଗଡ଼: ଶୋଇଥିବା ବେଳେ ଯୁବତୀଙ୍କୁ ନିଆଁ ଲଗାଇ ଦେଲେ ନୃଶଂସ ପ୍ରେମିକ । ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଜଣେ ଯୁଵତୀକୁ ପେଟ୍ରୋଲ ଢାଳି ମାରି ଦେବା ପାଇଁ ଉଦ୍ୟମ ହୋଇଥିଵା ଅଭିଯୋଗ ହୋଇଛି। ପେଟ୍ରୋଲ ନିଆଁରେ ପୋଡି ଯାଇଥିବା ଯୁବତୀଙ୍କୁ ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇବା ପରେ ବିଶ୍ରା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁସାରେ, କଥା ନହେବାରୁ ରାଗରେ ପୁରୁଷ ଵନ୍ଧୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଡବାରେ ପେଟ୍ରୋଲ ଆଣି ଝରକା ବାଟେ ପାଇପ ଯୋଗେ ପେଟ୍ରୋଲ ପକାଇ ମାରି ଦେବାକୁ ଉଦ୍ୟମ କରିଥିବା ପରିବାର ଲୋକଙ୍କ ଅଭିଯୋଗ।

ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଏସପିଙ୍କ ଅତର୍କିତ ଚଢ଼ାଉ: ବିପୁଳ ନିଶାଦ୍ରବ୍ୟ ଓ ନିଷିଦ୍ଧ ସାମଗ୍ରୀ ଜବତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଆଜି ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅତର୍କିତ ଚଢ଼ାଉ କରାଯାଇଛି। ଏହି ସର୍ଚ୍ଚ ଅପରେସନ୍ ବେଳେ ଜେଲ୍ ପରିସରରୁ ବିପୁଳ ପରିମାଣର ନିଷିଦ୍ଧ ସାମଗ୍ରୀ ଏବଂ ନିଶାଦ୍ରବ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଅପରେସନ୍ କରାଯାଇଥିଲା। ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଜେଲର ବାରାକ୍, ସାଧାରଣ ସ୍ଥାନ, କଏଦୀଙ୍କ ଆସବାବପତ୍ର, ୱାର୍ଡ, ଶଯ୍ୟା ଏବଂ ଶୌଚାଳୟ ଆଦିକୁ ଟିକନିଖି ଯାଞ୍ଚ କରିଥିଲେ।

ଯାଞ୍ଚ ବେଳେ ପୋଲିସ୍ ଟିମ୍ ବିଡ଼ି, ତମାଖୁ, ଗୁଟଖା, ଦିଆସିଲି, ବ୍ଲେଡ୍, ଲାଇଟର୍, ଗଞ୍ଜେଇ ଏବଂ ନିଶା ବଟିକା ଭଳି ଅନେକ ନିଷିଦ୍ଧ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଜବତ ସାମଗ୍ରୀକୁ ପୋଲିସ୍ ନିଜ ହେପାଜତକୁ ନେଇଛି।

ଚଢ଼ାଉ ସମୟରେ ଜେଲର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥା, ବିଶେଷକରି ସିସିଟିଭି (CCTV) ଫୁଟେଜ୍, କଏଦୀ ପରିଚାଳନା ଏବଂ ଭିଜିଟର୍ ମନିଟରିଂ ସିଷ୍ଟମର ମଧ୍ୟ ସମୀକ୍ଷା କରାଯାଇଥିଲା। କାରାଗାର ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଜେଲ୍ ନିୟମକୁ କଠୋର ଭାବେ ପାଳନ କରିବାକୁ ଏସପି ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ, କିଛି ଅସାଧୁ କର୍ମଚାରୀଙ୍କ ସହାୟତାରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚୋରାରେ ପ୍ରବେଶ କରୁଥିବା ନେଇ ବହୁଦିନରୁ ଗୁଇନ୍ଦା ସୂଚନା ମିଳୁଥିଲା। ଏହି ଅପରେସନ୍ ସମ୍ପର୍କରେ ଏସପି କହିଛନ୍ତି ଯେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଜେଲ୍ ଭିତରକୁ ଏହିସବୁ ସାମଗ୍ରୀ କିପରି ଆସିଲା, ସେ ନେଇ ଏକ ବିସ୍ତୃତ ତଦନ୍ତ କରାଯିବ। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ କଏଦୀ, ଜେଲ୍ କର୍ମଚାରୀ କିମ୍ବା ବାହାର ବ୍ୟକ୍ତି— ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ
ଭୁବନେଶ୍ୱର: ପୁଲିସକୁ ଡର ନାହିଁ, ଆଇନକୁ ଭୟ ନାହିଁ। ଖୋଦ୍‌ ପୁଲିସ ଉପସ୍ଥିତିରେ ଲୋକେ ଆଇନ ହାତକୁ ନେଉଛନ୍ତି; ଅପରାଧୀ ଆତଙ୍କରାଜ ଚଳାଉଛନ୍ତି। ଅନେକ କ୍ଷେତ୍ରରେ ପୁଲିସ ନିରବଦ୍ରଷ୍ଟା ସାଜିଛି, କେତେକ ଘଟଣାରେ ପୁଲିସର ସହଯୋଗରେ ଅପରାଧ ଘଟୁଥିବା ଅଭିଯୋଗ ହୋଇଛି। ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣା ପରଠାରୁ ଗତ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନୁରୂପ ଘଟଣା ଘଟିଛି। ‘ଭିଡ଼’କୁ ରୋକିବାକୁ ପୁଲିସର ସାମର୍ଥ୍ୟ ନଥିବା ଏହି ଘଟଣାରୁ ପ୍ରମାଣିତ ହୋଇଛି ।

ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ପଥର ମାଫିଆ ରାସ୍ତା ଉପରେ ଗୋଡେ଼ଇ ଗୋଡେଇ ଖଣ୍ଡାରେ ଜଣେ ଯୁବକଙ୍କୁ ଖଣ୍ଡଖଣ୍ଡ କରିଛନ୍ତି। ଏହି ଘଟଣାରେ ଅଜିତ୍‌ ସାହୁ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଖରିନାସୀ ଗାଁରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଲୋକେ। ଟିକିଏ ବିଳମ୍ବ ହୋଇଥିଲେ ହୁଏତ ତାଙ୍କ ଜୀବନ ଯାଇଥାଆନ୍ତା। ଅଳ୍ପକେ ତାଙ୍କର ଜୀବନ ବର୍ତ୍ତିଗଲା ବୋଲି କୁହାଯାଉଛି। ୫ରୁ ଊର୍ଦ୍ଧ୍ବ ଲୋକଙ୍କ ସମ୍ପୃକ୍ତି ଥିଲେ ପୁଲିସ ବ୍ୟବସ୍ଥାରେ ତାହାକୁ ‘ଭିଡ଼’ ବୋଲି କୁହାଯାଏ ଓ ଏହି ସବୁ ଘଟଣାରେ ୫ରୁ ଅଧିକ ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି। ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ଲୋକମାନେ ଆଇନକୁ ହାତକୁ ନେବା ସହ ସଙ୍ଘବଦ୍ଧ ହୋଇ ଆକ୍ରମଣ କରୁଛନ୍ତି। କେଉଁଠି ପୀଡ଼ିତ ଗୁରୁତର ହେଉଛନ୍ତି ତ ଆଉ କେଉଁଠି ମୃତ୍ୟୁବରଣ କରୁଛନ୍ତି। ମୋଟାମୋଟି କହିବାକୁ ଗଲେ, ଭିଡ଼କୁ ରୋକିବାରେ ପୁଲିସ ବିଫଳ ହୋଇଛି ଓ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି।

ଗତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ଲୋକମାନେ ପିଟି ପିଟି ହତ୍ୟା କରିଥିଲେ। ହାତଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ଟ୍ରକ୍‌ ଡାଲାରେ ଫିଙ୍ଗି ଦେଇଥିଲେ।  ଘଟଣକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେବା ସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ସଜାଗ ଓ ସତର୍କ ରହିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶକୁ ଦୁଇ ଦିନ ନ ହେଉଣୁ , ଓଡ଼ଗାଁ ଏବଂ ଖରିନାସୀ ଅଞ୍ଚଳରୁ ଦୁଇଟି ଘଟଣା ସାମ୍ନାକୁ ଆସିଛି। ଓଡ଼ଗାଁ ଘଟଣାରେ ଅଜିତଙ୍କ ହାତକୁ ହାଣି ଖଣ୍ଡ ଖଣ୍ଡ କରିବା ସହ ହତ୍ୟା କରିଛନ୍ତି। ଆଉ ଖରିନାସୀ ଗାଁ ଦାଣ୍ଡରେ ୨୦ରୁ ଅଧିକ ଲୋକେ ଜଣେ ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ଆକ୍ରମଣ କରୁଛନ୍ତି। ପରିସ୍ଥିତି ଏମିତି ଯେ, ଯୁବକ ଜଣକ ମୁହଁ ମାଡ଼ି ପଡ଼ି ଯାଉଥିବା ବେଳେ ଉଠିବାକୁ ସୁଯୋଗ ପାଉ ନାହାନ୍ତି। ସୋର ଓ ରାୟଗଡ଼ାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ରାୟଗଡ଼ା ସହରରେ ଜଣେ ଯୁବକକୁ ଗୁଳିକରି ହତ୍ୟା ପରେ ନାଗାବଳୀ ନଦୀ ତଟରେ ଫିଙ୍ଗି ଦେଇଛନ୍ତି। ସୋରରେ ଜଣେ ମହିଳାଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ପୁଲିସ ବି ଏଥିରୁ ବାଦ ପଡ଼ିନାହିଁ। ଜଣେ ଅଟୋ ଡ଼୍ରାଇଭର ଜନୈକ ମହିଳା କନଷ୍ଟେବଳଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଛନ୍ତି।

ବଲାଙ୍ଗୀରରେ ଘଟିଥିବା ଘଟଣା ଆହୁରି ସ୍ପର୍ଶକାତର। ନ୍ୟାୟ ଦେବାରେ ପୁଲିସର ବିଫଳତା ଜଣେ ଯୁବକଙ୍କ ଜୀବନ ନେଇଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି, କ୍ରୋଧାନ୍ୱିତ ଲୋକମାନେ ପ୍ରତିବାଦ ସ୍ୱରୂପ ଥାନା ଆଗରେ ଯୁବକଙ୍କ ଶବ ରଖି ବାଣ ଫୁଟାଇ ପ୍ରତିବାଦ କରିଛନ୍ତି। ସମ୍ବଲପୁରରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଲୋକମାନେ ଏକତ୍ରିତ ହୋଇ ସଙ୍ଗଠିତ ଅପରାଧ ଓ ଭିଡ଼ ହିଂସା ଭିଆଉଛନ୍ତି। ଆକ୍ରମଣର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ସମ୍ବେଦନଶୀଳ। ପରିସ୍ଥିତି ଏମିତି ହେଲାଣି, ପୁଲିସର ଅସହାୟତାକୁ ଲୋକେ ଉପହାସ କରୁଛନ୍ତି। ଆଇନଶୃଙ୍ଖଳା ପ୍ରତି ଲୋକଙ୍କର ଭୟ ନାହିଁ। ପୁଲିସ କେବଳ ଉଚ୍ଚସ୍ତରୀୟ ବୈଠକ, ରୋଲକଲ୍‌, ବ୍ରିଫିଂ ପରେଡ଼ କରି ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ଯୋଜନା ଚଳାଇଛି। ମାତ୍ର ରାଜ୍ୟର ଅବସ୍ଥା ଦିନକୁ ଦିନ ରସାତଳକୁ ଯାଉଛି।