ATM loot - The Sakala
ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର
ଭୁବନେଶ୍ବର: ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର । ରାଜଧାନୀ ଭୁବନେଶ୍ବରର ବଡଗଡରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସକୁ ଦେଖି ଗୁଳି ଚଳାଇଥିଲା ଦୀପକ । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଛି । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।
ଏଟିଏମ୍‌‌ରୁ ନୂଆଧରଣର ଲୁଟ୍‌‌: ଟଙ୍କା ଲୁଟିବାକୁ AIର ପ୍ରୟୋଗ କରୁଛନ୍ତି ଲୁଟେରା, ମିଳୁନି ସୁରାକ୍‌‌
ଭୁବନେଶ୍ୱର: ଏଣିକି ଏଟିଏମ୍‌‌ରୁ ଟଙ୍କା ଲୁଟିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୁତ୍ରିମ ବୃଦ୍ଧିମତାର ପ୍ରୟୋଗ କରୁଛନ୍ତି। କମ୍‌‌ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ଏଟିଏମ୍‌‌ରୁ ଲୁଟ୍‌‌ତରାଜି ବଢ଼଼ିଚାଲିଛି। ସପ୍ତାହେ ତଳେ ଭୁବନେଶ୍ୱରରେ ଏଟିଏମ୍‌‌ରୁ ନୂଆଧରଣର ଲୁଟ୍‌‌ର ଖୁଲାସା ହୋଇଥିଲା। ରିମୋଟ୍‌‌ ବେସ୍‌‌ ଡିଭାଇସ୍‌‌ ଲଗାଇ ଏଟିଏମ୍‌‌ ହ୍ୟାକିଂ କରି କାର୍ଡରୁ ଟଙ୍କା ଲୁଟି ନେଇଥିଲେ ଦିଲ୍ଲୀର ଏକ ଗ୍ୟାଙ୍ଗ୍‌‌। ଏଥିରେ ସମ୍ପୃକ୍ତି ରହିଥିବା ଆଶଦ ଅଲ୍ଲୀକୁ ଗିରଫ କରାଯାଇ ରିମାଣ୍ଡରେ ଅଣାଯାଇଛି। ଆଶଦ ରିମାଣ୍ଡରେ ଆସିବା ପରେ ଖୋଲିଛି ରହସ୍ୟ। ଦିଲ୍ଲୀ ଏକ ୪ଜଣିଆ ଗ୍ୟାଙ୍ଗ୍‌‌ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କୋଲକାତା, ଉତ୍ତରପ୍ରଦେଶ, ବିହାର ସହ ୫ ରାଜ୍ୟରେ ଏଟିଏମ୍‌‌ରେ ରିମୋଟ୍‌‌ ବେସ୍‌‌ ଡିଭାଇସ୍‌‌ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଜଣାପଡ଼ିଥିଲେ। ରିମୋଟ୍‌‌ ବେସ୍‌‌ ଡିଭାଇସ୍‌‌କୁ ଏଟିଏମ୍‌‌ରେ ଲଗାଇ ଦେଉଥିଲେ। ଟଙ୍କା ଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କ କାର୍ଡ ଏଟିଏମ୍‌‌ର ଇନ୍‌‌ସର୍ଟ ପ୍ୟାନେଲ୍‌‌ରେ ଅଟକି ଯାଉଥିଲେ। ଯେତେବେଳେ ଏଟିଏମ୍‌‌ କାର୍ଡଟି ମେସିନ୍‌‌ରେ ଅଟକି ଯାଉଥିଲା, ସେଇ ସମୟରେ ଏଟିଏମ୍‌‌ କାଉଣ୍ଟର୍‌‌ ଭିତରେ ହେଲ୍ପଲାଇନ ନମ୍ବରକୁ କଲ୍‌‌ କରିବାକୁ କୁହାଯାଇଥାଏ। ପରେ କାର୍ଡରେ ଲାଗିଥିବା ଚିପ୍‌‌କୁ ଏଟିଏମ୍‌‌ କାର୍ଡରୁ ବାହାର କରି ଅନ୍ୟ ଏକ ଚିପ୍‌‌ ତାଙ୍କ କାର୍ଡରେ ଲଗାଇ ଇନ୍‌‌ସର୍ଟ କରି ଟଙ୍କା ଲୁଟି ନେଉଥିଲେ ଲୁଟେରା।
ସେହିଭଳି ଭୁବନେଶ୍ୱରରୁ ରିମୋଟ୍‌‌, ଚିପ୍‌‌, ହ୍ୟାକିଂ ଭଳି ଏଆଇ ପ୍ରୟୋଗ କରି ଏଟିଏମ୍‌‌ରୁ ଟଙ୍କା ଲୁଟି ନେଉଛନ୍ତି ଦୁର୍ବୃତ୍ତ। ବହୁ ମାମଲାରେ ସଫଳତା ହାସଲ କରୁଥିବା ବେଳେ କିଛି କ୍ଷେତ୍ରରେ ଏହି ଉଦ୍ୟମ ବିଫଳ ହୋଇଛି। କେବଳ ଏଆଇ ନୁହେଁ ଆଙ୍ଗୁଠି ଓ ପାତିଆ ଲଗାଇ ଲୁଟିବା, ମେସିନ ଲଗାଇ ତାଡ଼ିବା, ଗ୍ୟାସ୍‌‌ କଟର ମେସିନରେ ଏଟିଏମ୍‌‌ କାଟି ଲୁଟିବା ଭଳି ନୂଆ ନୂଆ ଶୈଳୀର ବି ଲୁଟ୍‌‌ କରୁଥିବାର ଅନେକ ନଜିର ରହିଛି। ସାରା ରାଜ୍ୟ ସମେତ ରାଜଧାନୀରେ ଏଟିଏମ୍‌‌ ଲୁଟ୍‌‌ ପଛରେ ରାଜ୍ୟ ବାହାର ଅପରାଧୀଙ୍କ ସମ୍ପୃକ୍ତି ରହୁଛି। ବାଂଲାଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, କୋଲକାତା, କେରଳ, ଦିଲ୍ଲୀରୁ ଅସାମାଜିକ ବ୍ୟକ୍ତିମାନେ ଏଟିଏମ୍‌‌ ଲୁଟିବା ଲାଗି ଭୁବନେଶ୍‌‌ବରରେ ସାମ୍ରାଜ୍ୟ ଗଢ଼ିଛନ୍ତି। ଏହା କର୍ପୋରେଟ୍‌‌ ଢାଞ୍ଚାରେ ଚାଲିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଅପରାଧୀ ସହଯୋଗ କରୁଛନ୍ତି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, ମେଣ୍ଢାଶାଳ, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍‌‌ଫୋସିଟି, ନୂଆପଲ୍ଲୀ, ଭରତପୁର ଥାନା ଅଞ୍ଚଳରେ ପ୍ରାୟ ୩୦ରୁ ଅଧିକ ଏଟିଏମ୍‌‌ ଲୁଟ୍‌‌ ଉଦ୍ୟମ ବ୍ୟର୍ଥ ହୋଇଛି। ଏଥିସହିତ ସହରରେ ଥିବା ପୁରୁଣା ଏଟିଏମ୍‌‌ଗୁଡ଼ିକୁ ଲୁଟେରାଙ୍କ ଟାର୍ଗେଟ୍‌‌ରେ ରହିଛି। କେଉଁ ମାମଲାରେ ଟଙ୍କା ମିଳିନି ତ ଆଉ କେଉଁ ମାମଲାରେ ଅଭିଯୁକ୍ତ ବି ଧରାପଡ଼ିନାହାନ୍ତି। ଏଆଇ ସହାୟତାରେ ଲୁଟ୍‌‌ କରୁଥିବାରୁ ସୁରାକ୍‌‌ ମିଳୁନି।
ୟୁପିରେ ତାଲିମ; ଓଡ଼ିଶାରେ ଲୁଟ୍‌‌
ବେକାରୀଙ୍କୁ ନିଯୁକ୍ତିର ଫାଶରେ ପକାଇ ଏଟିଏମ୍‌‌ରୁ ଟଙ୍କା ଲୁଟିବାକୁ ଦିଆଯାଉଛି ପ୍ରଶିକ୍ଷଣ। ୧୫ ମିନିଟ୍‌‌ରେ ଏଟିଏମ୍‌‌ରୁ ଟଙ୍କା ଲୁଟିବାକୁ ତାଲିମ୍‌‌ ଦିଆଯାଉଛି। ଉତ୍ତରପ୍ରଦେଶରୁ ଏଭଳି ପ୍ରଶିକ୍ଷଣ ନେଇ ଓଡ଼ିଶାକୁ ଆସୁଛନ୍ତି ଏମିତି ଲୁଟେରା ଗ୍ୟାଙ୍ଗ୍‌‌। ପୁଲିସ ହାତରେ ଅଭିଯୁକ୍ତମାନେ ଧରାପଡ଼ିବା ପରେ ଖୋଲିଥିଲା ଏଟିଏମ୍‌‌ ତାଡ଼ି ଲୁଟିବାର ଗୁମର। ବେକାର ଯୁବକଙ୍କୁ ଚାକିରି ଦେବାକୁ କହି ଉତ୍ତରପ୍ରଦେଶ ନିଆଯାଉଛି। ପରେ ଏଟିଏମ୍‌‌ ଭାଙ୍ଗିବା କିମ୍ବା ଅନ୍ୟ ଉପାୟରେ ଲୁଟ୍‌‌ କରିବା ଲାଗି ସ୍ୱତନ୍ତ୍ର ତାଲିମ୍‌‌ ଦିଆଯାଉଛି। ନୂଆ ଶୈଳୀରେ କିଭଳି ଏଟିଏମ୍‌‌ ଭଙ୍ଗାଯିବ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ସେଠାରୁ ତାଲିମ୍‌‌ ନେଇ ଯିବା ପରେ ନିଜ ପରିଚୟ ଲୁଚାଇବା ପାଇଁ ଏଟିଏମ୍‌‌ରେ ଲାଗିଥିବା କ୍ୟାମେରା ଉପରେ ମିଷ୍ଟ୍ରି ଲିକ୍ୟୁଇଡ ସ୍ପ୍ରେ କରିଥାନ୍ତି। ୧୫ ମିନିଟରେ ସେମାନେ ଏଟିଏମର କ୍ୟାସ୍‌‌ ବକ୍ସ ଭାଙ୍ଗି କେମିତି ସୁରକ୍ଷିତ ଖସିଯିବେ ଏସବୁର ପ୍ରଶିକ୍ଷିଣ ନେଇଥାନ୍ତି। ଆଉ ପ୍ରଶିକ୍ଷଣ ପରେ ୧୫ ଦିନ ଲାଇଭ ଡେମୋ ମଧ୍ୟ ଅଭ୍ୟାସ କରାଯାଏ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧୀନ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମରୁ ଗତମାସ ୧୮ ତାରିଖ ରାତି ୧ଟା ୨୦ରେ ୩ ଦୁର୍ବୃତ୍ତ ୯ ଲକ୍ଷ ୨୨ ହଜାର ନଗଦ ଟଙ୍କା ସହିତ ୟୁପିଏସ ଏବଂ ବ୍ୟାଟେରୀ ଚୋରି କରି ନେଇ ଯାଇଥିଲେ । ଏଟିଏମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇ ଦୁର୍ବୃତ୍ତ ଏଟିଏମକୁ ପୋଡି ଦେଇଥିଲେ । ବ୍ୟାଙ୍କ ସମ୍ମୁଖରେ ଥିବା ଏହି ଏଟିଏମରୁ ଚୋରି ହେବା ଘଟଣା ସମସ୍ତଙ୍କୁ ସେତେବେଳେ ଚକିତ କରିଥିଲା । ଏଟିଏମରୁ ଟଙ୍କା ଲୁଟ ସମୟର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ବ୍ୟାଙ୍କରେ ଲଗାଯାଇଥିବା ସିସିଟିଭିରେ ୩ ଦୁର୍ବୃତ୍ତ କିଭଳି ଏଟିଏମ ଭିତରେ ପଶି ଲକ୍ଷାଧିକ ଟଙ୍କା ଲୁଟିବା ସହ ଏଟିଏମରେ ନିଆଁ ଲଗେଇଦେଉଛନ୍ତି ତାହାର ଭିଡିଓ କ୍ୟାମେରାରେ କଏଦ୍ ହୋଇଛି । ଏଣେତେଣେ ଅନାଇ ୨ ଜଣ ଏଟିଏମ ଭିତରେ ପଶୁଛନ୍ତି। ଅନ୍ୟ ଜଣେ କିଭଳି ବାହାରେ ଜଗି ରହୁଛି ତାହା ଦେଖିବାକୁ ମିଳିଛି । ନିମ୍ନରେ ଦେଖନ୍ତୁ ଏଟିଏମ ଲୁଟର Exclusive ଭିଡିଓ…
ଏଟିଏମ ଲୁଟ ଉଦ୍ୟମକୁ ପଣ୍ଡ କଲା ପୁଲିସ
ଭୁବନେଶ୍ବର: ଏଟିଏମ ଲୁଟ ଉଦ୍ୟମ କୁ ପଣ୍ଡ କଲା ପୁଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଅଭିଯୁକ୍ତ ମାନଙ୍କ ଦ୍ଵାରା କରାଯାଇଥିବା ଏକ ବଡଧରଣର ଚୋରି ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି । ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଏଟିଏମ ଭିତରେ ପଶିବା ସହିତ ଏଟିଏମ ମେସିନର ତଳ ଭାଗକୁ ବାଡେଇ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେଠାରେ ଲାଗିଥିବା ସିକ୍ଯୁରିଟି ଏଲାର୍ମ ସିଷ୍ଟମ ମାଧ୍ୟମରେ କଣ୍ଟ୍ରୋଲରୁମକୁ ଏକ ମେସେଜ ଯାଇଥିଲା ଏବଂ ସେଠାରୁ ସେମାନେ ବାଲିଅନ୍ତା ଥାନାକୁ ଯୋଗାଯୋଗ କରିଥିଲ।
କଣ୍ଟ୍ରୋଲରୁମରୁ ସୂଚନା ପାଇବା ପରେ କନଷ୍ଟେବଲ ସବିତ କୁମାର ଭୋଳଙ୍କ ତତ୍ବାବଧାନରେ ପିସିଆର-୬ର ସଦସ୍ୟ ମାନେ ତୁରନ୍ତ ଘଟଣା ସ୍ଥଳକୁ ଯିବା ସହିତ ରାତ୍ରିକାଳୀନ ପେଟ୍ରୋଲିଂ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଯାହାଫଳରେ ଏକ ବଡଧରଣର ଏଟିଏମ ଲୁଟ ଯୋଜନାକୁ ପଣ୍ଡ କରାଯାଇ ପାରିଥିଲା । ବାଲିଅନ୍ତା ଥାନା ଇନ୍ସପେକଟର ଓ ଅନ୍ଯାନ୍ଯ ଅଧିକାରୀ ସହିତ ପିଓପିଡି ଟିମ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏଟିଏମ ଭିତରେ ଲାଗିଥିବା ସିସି ଟିଭି ଏବଂ ଏହାର ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଛି।
ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ମେସିନ୍‌ ଲୁଟ୍‌ ଘଟଣାରେ ୨ ଲୁଟେରା ଗିରଫ
ଭୁବନେଶ୍ୱର: ଇମ୍ପସିବଲ୍ ହେଲା ପସିବଲ୍ । କମିଶନରେଟ୍‌ ପୋଲିସର ମିସନ୍‌ ଇମ୍ପସିବଲ୍‌ । ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଅଛନ୍ତି । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମ ମେସିନ୍‌ ତାଡ଼ି ଏକ ଟାଟା ଏସି ଗାଡ଼ିରେ ନେଇ ଦୟା ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ସ୍ପେଶାଲ ସ୍କ୍ଵାର୍ଡ ତଦନ୍ତ ଚଳାଇଥିଲା । ସରାଇ ଆପ ଜରିଆରେ ଲୁଟେରାଙ୍କୁ ଚିହ୍ନଟ କରିଥିଲା ପୋଲିସ । ଏହି ଘଟଣାରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିଲେ । ଲୁଟ୍‌ ପରେ ଲୁଟେରା ମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।
ରାଜଧାନୀରେ ଏଟିଏମ୍ ଲୁଟ: ଏଟିଏମ୍‌କୁ ଘୋଷାଡି଼ ଘୋଷାଡି଼ ନେଇଗଲେ ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଏକ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ATMକୁ ଟେକି ନେଇଯାଇଥିବା ସୂଚନା ମିଳିଛି । ସେପଟେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେହେ ଏହି ଏଟିଏମ ଲୁଟରେ କେଉଁମାନେ ସଂଶ୍ଲିଷ୍ଟ ରହିଛନ୍ତି ? କେମିତି ଏଟିଏମ ଭିତରକୁ ଟେଣ୍ଟ କପଡ଼ା ଗଲା । ଏଥିରେ ଟେଣ୍ଟ ହାଉସର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ? ଏମିତି ଅନେକ ଦିଗକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି , ଏଟିଏମ ଲୁଟ ପାଇଁ ଦୁର୍ବୃତ୍ତ ସତ ଚେଷ୍ଟା କରିଥିବା ସତ୍ତ୍ୱେ ଏଟିଏମରୁ ଟଙ୍କା ବାହାରି ନଥଲା । ବିଫଳ ହେବା ପରେ ଏଟିଏମ ମେସିନକୁ ଦୁର୍ବୃତ୍ତ ମାନେ କେଉଁଆଡେ ନେଇ ପଳାଇଥିବା ଜଣାପଡିଛି । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଟିଏମରେ ୨୪ ଲକ୍ଷରୁ ଅଧିକ ଟଙ୍କା ରହିଥିଲା ।
ଲୁଟି ନ ପାରି ରାଗରେ ଏଟିଏମ୍‌ ଭାଙ୍ଗିଦେଲେ
ତମାଣ୍ଡୋ : ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ରାଗରେ ଲୁଟିବାକୁ ଆସିଥିବା ଦୁର୍ବୃତ୍ତମାନେ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖୀବାକୁ ମିଳିଛି ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ମେଣ୍ଢାଶାଳ ବଜାରରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମକୁ ଲୁଟ୍‌ ଉଦ୍ୟମ କରି ବିଫଳ ହେବା ପରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ଉକ୍ତ ଏଟିଏମକୁ ଲାଗି ରହିଥିବା ଦୋକାନୀମାନେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ କୌଣସି ଟଙ୍କା ନେଇ ପାରି ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଟିଏମରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦୁର୍ବୃତ୍ତମାନେ ତାଡି ନେଇଥିବା ବେଳେ ହାର୍ଡଡିସ୍କକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।