DIGITAL DISPENSARY - The Sakala

କେନ୍ଦୁଝରରେ ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଡିଜିଟାଲ ଡିସପେନସାରୀ, ୭ଟି କେନ୍ଦ୍ରରୁ ଉପକୃତ ହେଲେଣି ୧ଲକ୍ଷ ୩୦ହଜାର ୭୯୨ ଜଣ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାରେ ସରକାର ଏବଂ ପ୍ରଶାସନର ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ଲୋକଙ୍କରର ପ୍ରଥମିକ ଚିକିତ୍ସା ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଇତିମଧ୍ୟରେ ଜିଲ୍ଲାରେ ସ୍ଥାପିତ ୭ଟି ଡିଜିଟାଲ ଡିସପେନସାରୀରେ ୧ଲକ୍ଷ ୩୦ହଜାର ୭୯୨ ଜଣ ପ୍ରାଥମିକ ଚିକିତ୍ସା ସେବା ପାଇଥିବା ସାରିଥିବା ଜଣାପଡ଼ିଛି। କରୋନା ମହାମାରୀର ଲକ୍‍ଡାଉନ ସମୟରେ ଡିଜିଟାଲ ଡିସପେନସାରୀ ସେବା ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରି ୪୦ ହଜାରରୁ ଧିକ ଲୋକେ ଏହି ଅବଧି ମଧ୍ୟରେ ଏହାର ସୁଫଳ ପାଇସାରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହାରୁ କେନ୍ଦୁଝର ଜିଲ୍ଲାର ଗୁଆଲି ଅଞ୍ଚଳରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ପ୍ରୋତ୍ସାହନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ପ୍ରଥମକରି ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହି ସେବାର ସୁଫଳ ଜନସାଧାରଣ ପାଇବା ପରେ କେନ୍ଦୁଝର ଜିଲ୍ଲାର ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ରୋଲ ମଡେଲ ଭାବେ ଗ୍ରହଣ କରାଯାଇ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଛି। ତେଣୁ ୨୦୧୮ ମସିହାରେ ଅନ୍ୟ ଜିଲ୍ଲାର ୬ଟି ସ୍ଥାନରେ ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।

ବ୍ରାହ୍ମଣୀପାଳ, ବାୟାକୁମୁଟିଆ, ଚିନାମାଳିପଶି, ଗୁଆଲି, ନୟାକୋଟ, ରାୟଗଡ଼ା, ଟାଙ୍ଗିରିଆପାଳଠାରେ ଡିଜିଟାଲ ଡିସପେନସାରୀ ସେବା ରହିଛି। ଆଗାମୀ ଦିନରେ ଜିଲ୍ଲାର ଆହୁରି ୮ଟି ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ସେବା ଯୋଗାଇବା ପାଇଁ ଡିଏମ୍‍ଏଫ୍‍ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି।

ଡିଜିଟାଲ ଡିସପେନସାରୀକୁ ଆସୁଥିବା ଲୋକେ ବିଭିନ୍ନ ସ୍ଥାନରେ ଥିବା ସ୍ପେଶାଲିଷ୍ଟ ଡାକ୍ତରମାନଙ୍କ ସହ ଭିଡିଓ କଲ ମାଧ୍ୟମରେ ଚିକିତ୍ସା ପରାମର୍ଶ, ଔଷଧ ପରାମର୍ଶ, ପ୍ରାଥମିକ ଡାକ୍ତରୀ ପରୀକ୍ଷା, ଇସିଜି ବ୍ୟବସ୍ଥା ବିନା ମୂଲ୍ୟରେ ପାଇପାରୁଛନ୍ତି। ଏଥିପାଇଁ ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହୋଇ ଦୂରରେ ଥିବାବନ ଡାକ୍ତରଖାନାକୁ ଯିବାକୁ ପଡୁନି। ଯାହାଫଳରେ ଆଭ୍ୟନ୍ତରୀଣ ଅଞ୍ଚଳର ଜନସାଧାରଣ ହାତ ପାଆନ୍ତାରେ ଡିଜିଟାଲ ଡିସପେନସାରୀ ମାଧ୍ୟମରେ ପ୍ରାଥମିକ ଚିକିତ୍ସା ସେବା ପାଇ ପାରୁଛନ୍ତି। ଜିଲ୍ଲାରେ ଥିବା ଡିଜିଟାଲ ଡିସପେନସାରୀ ମାନଙ୍କରେ ୨ଜଣ ତାଲିମପ୍ରାପ୍ତ ଏଏନ୍‍ଏମ୍‍, ଜଣେ ଲାବରୋଟାରୀ ଟେକ୍ନିସିଆନ୍‍ ଓ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲାର ଏହି ଡିଜିଟାଲ ଡିସପେନସାରୀ ଗୁଡିକ ମଧ୍ୟରୁରୁ ଗୁଆଲି ଡିଜିଟାଲଡିସପେନସାରୀ, ବ୍ରାହ୍ମଣୀପାଳ, ନାମାଳିପଶି, ଟାଙ୍ଗରିଆପାଳ, ବାୟାକୁମୁଟିଆ, ନୟାକୋଟ ଓ ରାୟଗଡ଼ାଠାରେ ଚଳିତ ଜୁନ ମାସ ଶେଷ ପର୍ଯ୍ୟନ୍ତ ୧ଲକ୍ଷ ୩୦ହଜାର ୭୯୨ ଜଣ ଏହି ବ୍ୟବସ୍ଥାରୁ ପ୍ରାଥମିକ ଚିକିତ୍ସା ସେବା ପାଇଥିବା ଜଣାପଡ଼ିଛି। କେନ୍ଦୁଝର ଏକ ଆଦିବାସୀ ହରିଜନ ବହୁଳ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାର ୮୦% ଲୋକ ଗ୍ରାମାଚଂଳରେ ବାସ କରନ୍ତି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାଥମିକ ଚିକିତ୍ସା ପାଇବାରେ ବିଳମ୍ବକୁ ଅନୁଧ୍ୟାନକରି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହଯୋଗରେ ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା କରି ପ୍ରାଥମିକ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଏହା ନୂଆ ଅଧ୍ୟାୟ ସୃଷ୍ଠି ହୋଇଛି। ବର୍ତ୍ତମାନ ଜିଲ୍ଲାରେ କାର୍ଯ୍ୟକାରୀ ଡିଜିଟାଲ ଡିସ୍ପେନସାରୀ ଗୁଡିକର ଉପଯୋଗୀତାକୁ ଲକ୍ଷ୍ୟ କରାଯାଇ ଆଗାମୀ ଦିନରେ ଏଭଳି ଅଧିକ ସଂଖ୍ୟକ ଡିସ୍ପେନସାରୀ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ଲୋକେ ଏହାର ସୁଫଳ ପାଇପାରନ୍ତେ ଏବଂ ଜିଲ୍ଲାରେ ପ୍ରାଥମିକ ସେବାର ଅଗ୍ରଗତି ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।