death case - The Sakala

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ
କଟକ/ବାରିପଦା: କାଠଯୋଡ଼ି ନଦୀରୁ ମୟୂରଭଞ୍ଜ ଉଦଳା ଅଞ୍ଚଳର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ଘଟଣାରେ ପୁଲିସକୁ ସଫଳତା ମିଳିଛି। କମିଶନରେଟ୍‌ ପୁଲିସର ୨ଟି ସ୍ବତନ୍ତ୍ର ସ୍କ୍ୱାଡ୍ ମୟୂରଭଞ୍ଜର ବିଶୋଇ ଅଞ୍ଚଳରୁ ଚନ୍ଦ୍ରିକାଙ୍କ ପ୍ରେମିକ ଓଏଏସ୍‌ ଭୀମସେନ୍‌ ଟୁଡୁଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ମାରାଥନ ପଚରାଉଚୁରା କରାଯାଉଛି ।

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପରଠାରୁ ଭୀମସେନ୍‌ ଫେରାର୍‌ ଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିବା ବେଳେ କୌଣସି ସୁଫଳ ମିଳି ନ ଥିଲା। ଚନ୍ଦ୍ରିକାଙ୍କ ମା’ ବାରଙ୍ଗ ଥାନାରେ ଭୀମସେନ୍‌ଙ୍କ ନାଁରେ ଏତଲା ଦେଇଥିବା ବେଳେ ପୁଲିସ ଗତ ୮ ତାରିଖରୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲା। ଚନ୍ଦ୍ରିକାଙ୍କ ମା’ ଝିଅ ମୃତ୍ୟୁ ପାଇଁ ଭୀମସେନ୍‌ ହିଁ ଦାୟୀ ବୋଲି ଥାନାରେ ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଫେରାର୍‌ ଥିବା ଚନ୍ଦ୍ରିକାଙ୍କ ଓଏଏସ୍‌ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳକୁ ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ଚନ୍ଦ୍ରିକା ଭୁବନେଶ୍ୱରରୁ ଏକ ଓଲା ଗାଡ଼ି ଭଡ଼ା କରି କଟକ ଉପକଣ୍ଠ ତ୍ରିଶୂଳିଆ ପର୍ଯ୍ୟନ୍ତ ଆସିଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ତ୍ରିଶୂଳିଆ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌ ଜବତ କରି ଯାଞ୍ଚ ଚଳାଇଥିଲା।  ଏଥିସହ ଚନ୍ଦ୍ରିକାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ତାଙ୍କ ମୋବାଇଲ୍‌ରୁ ମିଳିବାକୁ ଥିବା ଏସ୍‌ଏମ୍‌ଏସ୍‌ ଓ ହ୍ୱାଟର୍ସଆପ୍‌  ଚାଟିଂରୁ ହତ୍ୟାକାଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିଲା। ଗତ ୪ ତାରିଖରେ ତ୍ରିଶୂଳିଆ ବ୍ରିଜ୍‌ ନିକଟରୁ ଚନ୍ଦ୍ରିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ମୋବାଇଲ୍‌ କଲ୍‌ ଡିଟେଲ୍ସ ରେକର୍ଡ ଅନୁଯାୟୀ, ମୃତଦେହ ମିଳିବାର ପୂର୍ବ ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ, ଚନ୍ଦ୍ରିକା ତ୍ରିଶୂଳିଆ ଅଞ୍ଚଳରେ ଥିଲେ।  ସେ ତାଙ୍କ ଓଏଏସ୍‌ ପ୍ରେମିକଙ୍କ ସହ ଦୀର୍ଘ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୋନ୍‌ରେ କଥା ହୋଇଥିଲେ। ଏହା ହିଁ ଥିଲା ତାଙ୍କର ଶେଷ ଫୋନ୍‌ ବାର୍ତ୍ତାଳପ।  ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଓଏଏସ୍‌ ପ୍ରେମିକଙ୍କ ବାପା ଜଣେ ପୁଲିସ କନଷ୍ଟେବଲ୍‌ ଏବଂ ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଏକ ଥାନାରେ କାର୍ଯ୍ୟ  କରୁଛନ୍ତି। ପ୍ରେମ ପ୍ରତାରଣା ଏବଂ ତ୍ରିକୋଣୀୟ ପ୍ରେମ  ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ପୁଲିସ ଜାଣି ପାରିଥିଲା।

ଜମିଜମା ବିବାଦରୁ ବୀଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କଲା କାକା
ବରଗଡ଼: ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗଚ ଝିକିଝିକି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାପା, ମା’ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଜମିଜମା ବିବାଦରୁ କକା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କକାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଅଧିକ ତଥ୍ୟପ୍ରମାଣ ସଂଗ୍ରହ ପାଇଁ ପୁଲିସ ସାଇଣ୍ଟିଫିକ ଟିମର ସହାୟତା ନେଇଛି।

ରାଜଧାନୀରେ ଦୁଇଟି ଆତ୍ମହତ୍ୟା ଘଟଣା, ପୁଲିସର ତଦନ୍ତ ଆରମ୍ଭ
ଭୁବନେଶ୍ବର: ଆଜି କମିଶନରେଟ ପୁଲିସ ଅଞ୍ଚଳରେ ଦୁଇଟି ଆତ୍ମହତ୍ୟା ଘଟଣା ଘଟିଛି। ଗୋଟିଏ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ୨ଟି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଦୁଇଟିକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଉଭୟ ପରିବାରଲୋକଙ୍କ ବୟାନ ରେକର୍ଡ କରିଛି ପୁଲିସ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ସ୍ଥିତ ଭଡାଘରେ ୨୬ ବର୍ଷୀୟ ସ୍ନେହଲତା ସ୍ବାଇଁଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲିଅନ୍ତା ଅନ୍ତର୍ଗତ ଗଣ୍ଡିଲୋ ଗାଁରେ ଅନୁପମା ନାୟକ ନାମ୍ନୀ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପରକୀୟା ପ୍ରୀତି ପାଇଁ ଗଡୁଛି ମୁଣ୍ଡ: ୨ବର୍ଷରେ ରାଜ୍ୟରେ ଗଲାଣି ୫୦ ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜଧାନୀରେ ଗତ କିଛିବର୍ଷ ହେବ ପରକୀୟା ପ୍ରୀତି ପାଇଁ ଏକାଧିକ ମୁଣ୍ଡ ଗଡ଼ିବାରେ ଲାଗିଛି। କେଉଁଠି ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ସ୍ୱାମୀ ହତ୍ୟା କଲାଣି ତ, ଆଉ କେଉଁଠି ସ୍ୱାମୀର ଅଗୋଚରରେ ସ୍ତ୍ରୀ ଅନ୍ୟ ପୁରୁଷକୁ ଭଲ ପାଇ ଆତ୍ମହତ୍ୟା କରୁଛନ୍ତି। ପରକୀୟା ପ୍ରୀତି ପାଇଁ ଗତ ୨ବର୍ଷରେ ରାଜ୍ୟରେ ୫୦ ଜଣଙ୍କ ଜୀବନ ଯାଇଛି। ୨୦୨୧ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଏନ୍‍ସିଆରବି ରିପୋର୍ଟରୁ ଜଣାପଡ଼ିଛି। କେବଳ ରାଜ୍ୟରେ ନୁହେଁ ଗତ ୫ବର୍ଷରେ ରାଜଧାନୀରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ପରକୀୟା ପ୍ରୀତି ପାଇଁ କେବଳ ୬୦ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପର ପୁରୁଷକୁ ପ୍ରେମକରି ଆତ୍ମହତ୍ୟା

ଗତ ୩୦ ତାରିଖରେ ଖାରବେଳ ନଗର ଥାନା ଅଧୀନ ଶାସ୍ତ୍ରୀନଗର    ରେ ଶୁଭଶ୍ରୀ ମହାପାତ୍ର ନାମ୍ନୀ ଜଣେ ମହିଳା ପରକୀୟା ପ୍ରୀତି ପାଇଁ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ତାଙ୍କର ୪ ବର୍ଷର ପୁଅ ଏବଂ ସ୍ୱାମୀ ରହିଥିଲେ ମଧ୍ୟ ସ୍କୁଲ ସମୟର ପ୍ରେମିକ ଚିତ୍ତରଞ୍ଜନ ଜେନାଙ୍କୁ ଭଲ ପାଇ ବସିଥିଲେ। ହେଲେ ଚିତ୍ତରଞ୍ଜନଙ୍କ ବିବାହ ପାଇଁ ନିର୍ବନ୍ଧ ହେବା ପରେ ମାନସିକ ଭାରସାମ୍ୟ ହରାଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରେମିକ ଚିତ୍ତରଞ୍ଜନ ଫସିଯିବା ଭୟରେ ଶୁଭଶ୍ରୀଙ୍କ ମୃତଦେହ ତଳକୁ ଓହ୍ଲାଇ ବେକରୁ ଓଢ଼ଣୀ କାଢ଼ିଥିଲେ। ପ୍ରମାଣ ଲୁଚାଇବା ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଗିରଫ କରିଛି।

ଶାଳୀ ସହ ସମ୍ପର୍କ ପାଇଁ ଡବଲ ମର୍ଡର

ଗତ ଏପ୍ରିଲ ୨୪ ତାରିଖରେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ପତ୍ନୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ବିଜୟ କେତନ। ବିବାହର ୧୧ବର୍ଷ ପରେ ବି ବଜୟଙ୍କ ପିଲାଛୁଆ ହେଉ ନ ଥିଲା। ପତ୍ନୀ, ଶାଳୀ ଓ ଶଶୁରଘର ଲୋକେ ବିଜୟଙ୍କ ପୁରୁଷପଣିଆକୁ ଧିକ୍କାର କରୁଥିଲେ। ତେଣୁ ବିଜୟର ଶାଳୀ ସହ ପରକୀୟା ସମ୍ପର୍କ ଗଢ଼ି ଉଠିଥିଲା। ତାଙ୍କ ପିଛା ସେ ଟଙ୍କା ଖର୍ଚ୍ଚ କରିଥିଲା। ସ୍ତ୍ରୀ ଘରେ ନଥିବା ସମୟରେ ସେ ଶାଳୀକୁ ଘରକୁ ଆଣୁଥିଲେ। କିନ୍ତୁ ଏହା ତାଙ୍କ ସ୍ତ୍ରୀ ଜାଣିବାରୁ ୩ଜଣଙ୍କ ମଧ୍ୟ ଝଗଡ଼ା ହୋଇଥିଲା। ଫଳରେ ବିଜୟ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା।

ପଡ଼ୋଶୀ ମହିଳାଙ୍କ ସହ ସମ୍ପର୍କରୁ ଆତ୍ମହତ୍ୟା

ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଲେନ୍‍-୫ରେ ଥିବା ଏକ ଭଡ଼ା ଘରୁ ଗତ ୨୫ ତାରିଖ ଦିନ ପ୍ରଜ୍ଞା ପରମିତା ଦାସ(୩୩)ନାମକ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ କରିବା ପରେ ଆତ୍ମହତ୍ୟା ପଛରେ ସ୍ୱାମୀଙ୍କ ପରକୀୟା ପ୍ରୀତି ପାଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଜଣେ ପଡ଼ୋଶୀ ମହିଳାଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ରହିଥିବା ପ୍ରଜ୍ଞା ଜାଣିବାକୁ ପାଇ ଏଭଳି କରିଥିବା ପୁଲିସ ଜାଣିବାକୁ ପାଇଥିଲା।

ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତ୍ୟୁ

ଗତ ଫେବୃୟାରୀ ୨ରେ ଓୟୁଏଟି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବାସନ୍ତୀ ଜେନାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ତଦନ୍ତ କରିବା ପରେ ପରକୀୟା ପୀତି ଜଣାପଡ଼ିଥିଲା। ତାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ନିର୍ଯାତନା ଦେବା ସହ ଅନ୍ୟ ମହିଳାଙ୍କ ସହ ପରକୀୟା ସମ୍ପର୍କ ରଖିଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା।

ବିବାହ ପାଇଁ ପ୍ରିୟଙ୍କାକୁ ହତ୍ୟା

୨୦୨୧ ଜୁଲାଇ୨୧ରେ ଭିମଟାଙ୍ଗୀ ଅଞ୍ଚଳରେ ରହୁଥିବା ପ୍ରୟଙ୍କା ପ୍ରିୟଦର୍ଶନୀଙ୍କ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ଛୋଟ ପୁଅ ରହିଥିଲା। ହେଲେ କଲେଜ ସମୟର ପୁରୁଷ ବନ୍ଧୁ ଜଗନ୍ନାଥ ପ୍ରଧାନ ସହ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଯେଉଁଥିପାଇଁ ଜଗନ୍ନାଥ ତାଙ୍କୁ ବିବାହ କରିବାକୁ ଜିଦ୍‍ କରିଥିଲା। ପ୍ରିୟଙ୍କା ରାଜି ନ ହେବାରୁ ତାଙ୍କୁ ଜଗନ୍ନାଥ ହତ୍ୟା କରିଥିଲା।

ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ଯା କଲା ସ୍ବାମୀ
ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଞ୍ଚଳରେ ଘଟିିଛି ଅଭାବନୀୟ ଘଟଣା । ମଦ୍ଯପ ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ଯୁ ଘଟିଛି । ମୃତକଙ୍କ ନାମ ପଙ୍କଜିନୀ ନାଏକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସ୍ୱାମୀ ରମେଶ ମଦ୍ୟପାନ କରି ଘରକୁ ଆସିଥିଲା । ସ୍ତ୍ରୀ ପଙ୍କଜିନୀଙ୍କୁ ଟଙ୍କା ମାଗିଥାଏ। କିନ୍ତୁ ସ୍ତ୍ରୀ ଟଙ୍କା ନଦେବାରୁ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ସେହିପରି ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ବଚସା ହୋଇଥିଲା । ଏଥିରେ ରମେଶ ରାଗିଯାଇ ଘରେ ପଡିଥିବା ଏକ ବାଡ଼ିରେ ପିଟି ପିଟି ହତ୍ୟା କରିଛି । ଖବର ପାଇ ପୁଲିସ ଘଚଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ
ବିଜାତଳା: ବିଶୋଇ ଥାନା ବାଢୁଣିଆ ଗାଁରେ ବଧୁ ହତ୍ୟା ଅଭିଯୋଗରେ ଗାଁର ରଥ ନାଏକ(୨୭)କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣା କ୍ରମରେ ଗତ ୧. ୮. ୨୦୧୬ ରାତିରେ ଅଭିଯୁକ୍ତ ରଥ ନାଏକ ତାର ସ୍ତ୍ରୀ ରାଣୀ ସିଂକୁ ହାତ ଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ସେ କୌଶଳ କ୍ରମେ ବାହାରକୁ ଚାଲି ଆସିବା ପରେ ପଡୋଶୀ ଲୋକେ ୧୦୮ଯୋଗେ ମେଡିକାଲ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଜମାନ ବନ୍ଦୀରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ରାଣୀ ତାର ଶାଶୁ ଉପସ୍ଥିତିରେ ସ୍ୱାମୀ ଏହି କାଣ୍ଡ କରିଥିବା କହିଥିଲା। ସ୍ୱାମୀ ଓ ଶାଶୁ ଉଚ୍ଚ ଶିକ୍ଷିତା ରାଣୀର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏନେଇ ରାଣୀର ବାପା ନନ୍ଦ ସିଂ ୩. ୮.୨୦୧୬ ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୋଇ ପୁଲିସ କେସ ନଂ ୭୩/୧୬ ଏବଂ ଏସଟି କେସ ନଂ ୧୦/୧୭ର ବିଚାର କରି ଧାରା ୩୦୨ ମୂଳେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ ସ୍ୱାମୀ ରଥ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ୬ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପଙ୍କଜ ଦାସ ମାମଲା ପରିଚାଳନା କରୁଥିଲେ।

ନିର୍ମାଣାଧୀନ ପୋଲ ଉପରୁ ୨ମୃତଦେହ ଉଦ୍ଧାର
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ । ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

ହାଇକୋର୍ଟରେ ପାରଳା ଏସିଏଫ ମୃତ୍ୟୁ ମାମଲା
କଟକ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଆଜି ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରାଯାଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ବିଭାଗର ସଚିବ, ପୁଲିସ ମହାନିର୍ଦ୍ଦେଶକ, ଗଜପତି ଏସପି ଓ ପାରଳାଖେମୁଣ୍ଡି ଥାନା ଇନ୍ସପେକ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଏହି ଘଟଣାରେ କେତେକ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ଏହାର ସିବିଆଇ ଅଥବା ବିଚାର ବିଭାଗୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ। ଅଦାଲତ ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ବିଚାରବିଭାଗୀୟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଜେନା ମାମଲା ପରିଚାଳନା କରୁଛନ୍ତି।