Amitabh Bachchan - The Sakala

ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଏବଂ ନିଜ ବ୍ଲଗ୍ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିନ୍ତୁ ନିକଟରେ ତାଙ୍କର ଏକ ରହସ୍ୟମୟ ବ୍ଲଗ୍ ପୋଷ୍ଟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପୋଷ୍ଟରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା, ଅସ୍ତ୍ରୋପଚାର ଏବଂ ଆଇସିୟୁ (ICU) ରହଣି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାସହ ସେ ଘରକୁ ଫେରିବା ସମୟକୁ ସବୁଠାରୁ କଷ୍ଟକର ପର୍ଯ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ବ୍ଲଗ୍‌ରେ କ'ଣ ଲେଖିଛନ୍ତି ବିଗ୍ ବି?

ସୋମବାର ଦିନ ନିଜ ବ୍ୟକ୍ତିଗତ ବ୍ଲଗ୍‌ରେ ବିଗ୍ ବି ଲେଖିଛନ୍ତି, ".. ଡାକ୍ତରଖାନାରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ ଡାକ୍ତର ତଥା ମେଡିକାଲ୍ ଷ୍ଟାଫ୍‌ଙ୍କ ଯତ୍ନରେ.. ଡିସଚାର୍ଜ.. ଏବଂ ଘରକୁ ଫେରିବା .."। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଆସୁଥିବା ଆହ୍ୱାନଗୁଡିକ ବିଷୟରେ ସେ ଆହୁରି ଲେଖିଛନ୍ତି ଯେ, "ଘରକୁ ଫେରିବା ପରର ଏହି ସମୟ ଶାରୀରିକ, ମାନସିକ ଏବଂ ବ୍ୟବହାରିକ ଭାବରେ ସବୁଠାରୁ କଷ୍ଟକର ପର୍ଯ୍ୟାୟ ଅଟେ। ଆପଣ ଜଣେ ସମ୍ମାନିତ ବିଜେତା ହୋଇପାରନ୍ତି ଏବଂ ଦିନେ ପରାଜୟ ଆପଣଙ୍କୁ ଚାହିଁ ରହିଥାଏ.. ଏହା ଆପଣଙ୍କ ଜୀବନର ସବୁଠାରୁ କଠିନ ସମୟ"।

ଦାର୍ଶନିକ ଅନ୍ଦାଜରେ ଦେଲେ ବାର୍ତ୍ତା

ଏହି ପୋଷ୍ଟର ଶେଷରେ ଏକ ଦାର୍ଶନିକ ବାର୍ତ୍ତା ଦେଇ ଅମିତାଭ ବଚ୍ଚନ ଲେଖିଛନ୍ତି, "କେହି କେହି ଏହାକୁ ସାହସର ସହ ସାମ୍ନା କରନ୍ତି.. କେହି କେହି ହାରିଯାଆନ୍ତି.. ଯେଉଁମାନେ ସଂଘର୍ଷ କରନ୍ତି ଏବଂ ସାହସୀ ହୁଅନ୍ତି ସେମାନେ ସର୍ବଦା ବିଜେତା ହୋଇ ରୁହନ୍ତି... ଆଉ ଯେଉଁମାନେ ତାହା କରନ୍ତି ନାହିଁ, ସେମାନେ ପୁରୁଣା ଗୌରବରେ ବଞ୍ଚିବାକୁ ଆପଣେଇ ନିଅନ୍ତି। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ପସନ୍ଦ। ଏଥିରେ କିଛି ଭୁଲ୍ ନାହିଁ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ"।

ପ୍ରଶଂସକଙ୍କ ମଧ୍ୟରେ ଉଦ୍‌ବେଗ

ଏହି ବ୍ଲଗ୍ ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ନେଟ୍‌ଦୁନିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ପ୍ରିୟ ଅମିତ ଜୀ, ଆଶା କରୁଛୁ ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଏପରି କହୁନାହାଁନ୍ତି! ଆଶା କରୁଛୁ ଆପଣ ଡାକ୍ତରଖାନା କିମ୍ବା ଆଇସିୟୁରେ ନଥିଲେ! ଆପଣ ଯାହାଙ୍କ ବିଷୟରେ ବି ପୋଷ୍ଟ କରିଛନ୍ତି ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ"। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ଆପଣ କାହା ବିଷୟରେ କହୁଛନ୍ତି ଅମିତାଭ ଜୀ? ମୁଁ ବହୁତ ଚିନ୍ତିତ"। ଏହି ରହସ୍ୟମୟ ପୋଷ୍ଟଟି ପ୍ରକୃତରେ ତାଙ୍କ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ନା ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଆଜି ବି ଘାରୁଛି କାମର ଚାପ: କହିଲେ, "ରାତିରେ ନିଦ ହେଉନାହିଁ"
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ତାଙ୍କର ଦୀର୍ଘ ଦଶନ୍ଧିର କ୍ୟାରିୟର ପରେ ମଧ୍ୟ ନିଜ କାମ ପ୍ରତି ସମାନ ନିଷ୍ଠା ବଜାୟ ରଖିଛନ୍ତି। ନିକଟରେ ସେ ନିଜ ବ୍ଲଗ୍‌ରେ ଏକ ବଡ଼ ଖୁଲାସା କରିଛନ୍ତି, ଯେଉଁଥିରେ ସେ କାମର ଚାପ ଏବଂ ଆତ୍ମସନ୍ଦେହ କାରଣରୁ ରାତିରେ ଶୋଇପାରୁନଥିବା କଥା ଉଲ୍ଲେଖ କରିଛନ୍ତି।

ବ୍ଲଗ୍ ମାଧ୍ୟମରେ କଲେ ଖୁଲାସା

ଶୁକ୍ରବାର ସକାଳେ ତାଙ୍କ ବ୍ଲଗ୍‌ରେ ବିଗ୍ ବି ଲେଖିଛନ୍ତି ଯେ କାମ ସମ୍ବନ୍ଧୀୟ ଚିନ୍ତା ଯୋଗୁଁ ସେ ରାତିସାରା ଅନିଦ୍ରା ରହିଥିଲେ। ସେ ହିନ୍ଦୀରେ ଲେଖିଛନ୍ତି, "କାମର ମାତ୍ର କିଛି ମୁହୂର୍ତ୍ତ। ଏହାକୁ ଶେଷ କରିବା ପରେ ମୋତେ ଲାଗିଲା ଯେ ଏହାକୁ ଆହୁରି ଭଲ ଭାବରେ କରାଯାଇପାରିବ। ମୁଁ ଅନୁମତି ପାଇଲି ଏବଂ ଏହାକୁ ପୁଣି ଥରେ କଲି। ବର୍ତ୍ତମାନ ମୁଁ ଜାଣେ ନାହିଁ ଏହା ଭଲ ହେଲା ନା ନାହିଁ। କେବଳ ଦର୍ଶକମାନେ ହିଁ କହିପାରିବେ।" ଏହି ସବୁ ବିଷୟ ଚିନ୍ତା କରି କରି ତାଙ୍କର ପୁରା ରାତି ବିତିଯାଇଥିଲା ବୋଲି ଅମିତାଭ ବଚ୍ଚନ ପ୍ରକାଶ କରିଛନ୍ତି।

ବୟସ ମାତ୍ର ଏକ ସଂଖ୍ୟା

୮୩ ବର୍ଷୀୟ ଅମିତାଭ ଗୋଟିଏ ସପ୍ତାହ ପୂର୍ବରୁ ମଧ୍ୟ ନିଜର କଠିନ କାର୍ଯ୍ୟସୂଚୀ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଥିଲେ। ଦିନକରେ ସେ ୧୨ଟି ସର୍ଟ ଫିଲ୍ମ ଏବଂ ୨ଟି ଷ୍ଟିଲ୍ ସୁଟ୍ କରିଥିବା କହିଥିଲେ। ଏତେ ବ୍ୟସ୍ତତା ସତ୍ତ୍ୱେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କେବେ ବି ବନ୍ଦ ହେବା ଉଚିତ୍ ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ।

'କଲ୍କି ୨୮୯୮ ଏଡି' ସିକ୍ୱେଲରେ ଆସିବେ ନଜର

ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ, ମେଗାଷ୍ଟାରଙ୍କୁ ନିର୍ଦ୍ଦେଶକ ନାଗ ଅଶ୍ୱିନ୍ (Nag Ashwin)ଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'କଲ୍କି ୨୮୯୮ ଏଡି' (Kalki 2898 AD)ର ସିକ୍ୱେଲରେ ଦେଖିବାକୁ ମିଳିବ। ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ପ୍ରଥମ ଭାଗରେ ସେ ଅଶ୍ୱତ୍ଥାମା (Ashwatthama) ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ଏବେ ଦର୍ଶକମାନେ ଉତ୍ସାହର ସହ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି।

'ଡନ୍ ୩' ବିବାଦ: ରଣବୀର ସିଂହ ଓ ଫରହାନ ଅଖତରଙ୍କ ମଧ୍ୟରେ କାହିଁକି ହେଲା ଫାଟ? ଜାଣନ୍ତୁ ପୂରା ଘଟଣାକ୍ରମ
ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ 'ଡନ୍ ୩' (Don 3) କୁ ନେଇ ଏବେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ଫିଲ୍ମର ମୁଖ୍ୟ ଅଭିନେତା ରଣବୀର ସିଂହ (Ranveer Singh) ଅଚାନକ ଏହି ପ୍ରୋଜେକ୍ଟରୁ ଓହରିଯିବା ପରେ ନିର୍ଦ୍ଦେଶକ ଫରହାନ ଅଖତର (Farhan Akhtar) ଓ ତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏହି ବିବାଦ ଏବେ ଏତେ ଉଗ୍ର ରୂପ ନେଇଛି ଯେ, ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୟିଜ୍ (FWICE) ରଣବୀରଙ୍କ ବିରୋଧରେ ଅସହଯୋଗ ନିର୍ଦ୍ଦେଶନାମା (ବ୍ୟାନ୍) ଜାରି କରିଛି।

ଡନ୍ ଫ୍ରାଞ୍ଚାଇଜିର ଇତିହାସ ଓ ନୂଆ ଡନ୍

ଡନ୍ ଫ୍ରାଞ୍ଚାଇଜି ବଲିଉଡର ସବୁଠାରୁ ସଫଳ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ। ୧୯୭୮ ମସିହାରେ ମେଗାଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ପ୍ରଥମେ 'ଡନ୍' ଭୂମିକାରେ ଅଭିନୟ କରିଥିବା ବେଳେ ପରବର୍ତ୍ତୀ ସମୟରେ ସୁପରଷ୍ଟାର ଶାହରୁଖ ଖାନ (Shah Rukh Khan) 'ଡନ୍' ଏବଂ 'ଡନ୍ ୨'ରେ ନଜର ଆସିଥିଲେ। ୨୦୨୩ ମସିହାରେ ଫରହାନ ଅଖତର ଏକ ନୂଆ ପ୍ରୋମୋ ମାଧ୍ୟମରେ ରଣବୀର ସିଂହଙ୍କୁ ନୂଆ ଡନ୍ ଭାବରେ ଘୋଷଣା କରିଥିଲେ। ଦର୍ଶକମାନେ ଏହି ଘୋଷଣାକୁ ନେଇ ବେଶ୍ ଉତ୍ସାହିତ ଥିଲେ ମଧ୍ୟ ପରେ ଫିଲ୍ମର ସୁଟିଂକୁ ନେଇ କୌଣସି ଅପଡେଟ୍ ମିଳିନଥିଲା।

କାହିଁକି ହେଲା ବିବାଦ?

ରିପୋର୍ଟ ଅନୁଯାୟୀ, ରଣବୀର ଏବଂ ନିର୍ମାତାଙ୍କ ମଧ୍ୟରେ କ୍ରିଏଟିଭ୍ ମତଭେଦ କାରଣରୁ ଏହି ବିବାଦ ସୃଷ୍ଟି ହୋଇଛି। ରଣବୀର ଡନ୍ ଚରିତ୍ରକୁ ଅଧିକ ଡାର୍କ ଏବଂ ଆଗ୍ରେସିଭ୍ କରିବାକୁ ଚାହୁଁଥିବା ବେଳେ ଫରହାନ ପୁରୁଣା ଷ୍ଟାଇଲରେ ଫିଲ୍ମ କରିବାକୁ ଚାହୁଁଥିଲେ। ଏହାଛଡ଼ା ଫିଲ୍ମର ସ୍କ୍ରିପ୍ଟ ଫାଇନାଲ୍ ହେବାରେ ବିଳମ୍ବ ଏବଂ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଧୁରନ୍ଧର' ର ବଡ଼ ସଫଳତା ପରେ ରଣବୀର କ୍ରମାଗତ ଭାବରେ ଆଉ ଏକ ଗ୍ୟାଙ୍ଗଷ୍ଟାର ଫିଲ୍ମ କରିବାକୁ ଚାହିଁନଥିଲେ। ଫଳରେ ସେ ଫିଲ୍ମରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ।

ଫରହାନଙ୍କ ଅଭିଯୋଗ ଓ ୪୫ କୋଟିର ଦାବି

ରଣବୀରଙ୍କ ଏହି ନିଷ୍ପତ୍ତି ପରେ ଫରହାନ ଅଖତର ଏବଂ ରିତେଶ ସିଧୱାନୀଙ୍କ ପ୍ରଡକ୍ସନ୍ ହାଉସ୍ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବଡ଼ କ୍ଷତି ସହିଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଫରହାନ ପ୍ରି-ପ୍ରଡକ୍ସନ୍ ବାବଦକୁ ଖର୍ଚ୍ଚ ହୋଇଥିବା ୪୫ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଡିରେକ୍ଟର୍ସ ଆସୋସିଏସନ (IFTDA) ରେ ଅଭିଯୋଗ କରିଥିଲେ। ପରେ ଏହି ମାମଲା FWICE ନିକଟକୁ ଯାଇଥିଲା।

FWICE ର କାର୍ଯ୍ୟାନୁଷ୍ଠାନ ଏବଂ ରଣବୀରଙ୍କ ପ୍ରତିକ୍ରିୟା

ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ FWICE ରଣବୀରଙ୍କ ଉପରେ ଏକ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ୍ ଲଗାଇଛି। ଏହାର ଅର୍ଥ ହେଉଛି ଆସୋସିଏସନର ପ୍ରାୟ ୪ ଲକ୍ଷରୁ ଅଧିକ ସଦସ୍ୟ ରଣବୀରଙ୍କ ସହ କୌଣସି ପ୍ରୋଜେକ୍ଟରେ କାମ କରିବେ ନାହିଁ। ଅନ୍ୟପକ୍ଷରେ, ରଣବୀର ସିଂହଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଅଭିନେତା ଫିଲ୍ମ ଫ୍ରାଟରନିଟି ଏବଂ 'ଡନ୍' ଫ୍ରାଞ୍ଚାଇଜିକୁ ବହୁତ ସମ୍ମାନ କରନ୍ତି। ବୃତ୍ତିଗତ ଆଲୋଚନା ଏବଂ ବ୍ୟକ୍ତିଗତ ସମ୍ପର୍କକୁ ମର୍ଯ୍ୟାଦା ଏବଂ ପାରସ୍ପରିକ ସମ୍ମାନର ସହ ପରିଚାଳନା କରାଯିବା ଉଚିତ୍ ବୋଲି ରଣବୀର ବିଶ୍ୱାସ କରନ୍ତି। ତେଣୁ ସେ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିବାକୁ ଉଚିତ୍ ମଣିଛନ୍ତି।

ବର୍ତ୍ତମାନ ଏହି ଘଟଣା ବଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଗକୁ 'ଡନ୍ ୩' ର ଭବିଷ୍ୟତ କଣ ହେବ, ତାହା ଦେଖିବା ବାକି ରହିଲା।

ହସ୍ପିଟାଲ୍ ଯିବା ଖବର ମିଥ୍ୟା: ଗୁଜବ ଭିତରେ ଫ୍ୟାନ୍ସଙ୍କ ପାଇଁ ଅମିତାଭ ବଚ୍ଚନଙ୍କ ସ୍ୱତନ୍ତ୍ର ବାର୍ତ୍ତା
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆରେ ଏକ ଖବର ଭାଇରାଲ୍ ହୋଇଥିଲା। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ପେଟ ଜନିତ ସମସ୍ୟା କାରଣରୁ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ବିଗ୍ ବି'ଙ୍କ କୋଟି କୋଟି ପ୍ରଶଂସକ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

କ'ଣ ରହିଛି ପ୍ରକୃତ ସତ୍ୟ?

ତେବେ ଅମିତାଭଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଏକ ଗୁଜବ ବୋଲି ଜଣାପଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୮୩ ବର୍ଷୀୟ ଅମିତାଭ ବଚ୍ଚନ କେବଳ ନିଜର ନିୟମିତ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା (Routine Check-up) ପାଇଁ ହସ୍ପିଟାଲ୍ ଯାଇଥିଲେ। ପରୀକ୍ଷା ଶେଷ ହେବା ପରେ ସେ ସେହି ଦିନ ହିଁ ଘରକୁ ଫେରିଆସିଥିଲେ। ଏପରିକି ରବିବାର ଦିନ ସେ ନିଜ ବାସଭବନ 'ଜଲସା' ବାହାରେ ଫ୍ୟାନ୍ସମାନଙ୍କୁ ଭେଟିବା (Sunday Darshan) ସହ ସେମାନଙ୍କର ଅଭିବାଦନ ଗ୍ରହଣ କରିଥିଲେ।

ବିଗ୍ ବି'ଙ୍କ ରହସ୍ୟମୟ ବ୍ଲଗ୍ ପୋଷ୍ଟ

ନିଜର ହସ୍ପିଟାଲ୍ ଯିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅମିତାଭ ବଚ୍ଚନ ନିଜର ବ୍ଲଗ୍ ମାଧ୍ୟମରେ ଏକ ରହସ୍ୟମୟ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, "ଚିଲ ଯେତେବେଳେ ଶାନ୍ତ ରହେ, ସେତେବେଳେ ଶୁଆମାନେ କଥା କହିବା ଆରମ୍ଭ କରନ୍ତି..."। ଏହାସହ ସେ ଲେଖିଛନ୍ତି, "Love, Prayers and more" (ପ୍ରେମ, ପ୍ରାର୍ଥନା ଏବଂ ଆହୁରି ଅନେକ)। ଏହି କବିତା ଓ ବାର୍ତ୍ତା ମାଧ୍ୟମରେ ସେ ପରୋକ୍ଷରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରିବା ସହ ନିଜ ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ବୋଲି ଆଲୋଚନା ହେଉଛି।

ଆଗାମୀ ପ୍ରୋଜେକ୍ଟସ୍

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅମିତାଭ ବଚ୍ଚନ ଏବେ ନିଜର ଆଗାମୀ ସାଇ-ଫାଇ ଫିଲ୍ମ କଲ୍କି ୨୮୯୮ ଏଡି (Kalki 2898 AD) ର ସିକ୍ୱେଲ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ସେ ଅଶ୍ୱତ୍ଥାମା ଭୂମିକାରେ ନଜର ଆସିବେ। ପ୍ରଶଂସକମାନେ ତାଙ୍କର ଏହି ନୂଆ ଅବତାରକୁ ପରଦାରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ବାହାରେ ପ୍ରଶଂସକଙ୍କ ସହ ଭଲ ବ୍ୟବହାର କରିବାକୁ ସୁରକ୍ଷାକର୍ମୀଙ୍କୁ ଅମିତାଭ ବଚ୍ଚନଙ୍କ ନିର୍ଦ୍ଦେଶ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ପ୍ରଶଂସକମାନଙ୍କୁ ଭେଟିବାର ପରମ୍ପରା ବର୍ଷ ବର୍ଷ ଧରି ଜାରି ରଖିଛନ୍ତି। ପ୍ରତି ରବିବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ 'ଜଲସା' ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥାଏ। ନିକଟରେ ସେ ନିଜର ଏକ ବ୍ଲଗ୍ ପୋଷ୍ଟରେ ଏହି ରବିବାରର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଶଂସକଙ୍କ ସହିତ ଭଲ ବ୍ୟବହାର କରିବା ପାଇଁ ନିଜ ସୁରକ୍ଷାକର୍ମୀମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ପ୍ରଶଂସକଙ୍କ ପ୍ରତି କୃତଜ୍ଞତା

ଅମିତାଭ ବଚ୍ଚନ ନିଜ ବ୍ଲଗରେ ପ୍ରଶଂସକମାନଙ୍କୁ 'ଜନତା ଜନାର୍ଦ୍ଦନ' ଏବଂ ନିଜର ଏକ୍ସଟେଣ୍ଡେଡ୍ ଫ୍ୟାମିଲି (Ef) ବୋଲି ସମ୍ବୋଧନ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ପ୍ରଶଂସକମାନଙ୍କର ଆଶୀର୍ବାଦ ଏବଂ ଭଲପାଇବା ତାଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥାଏ। ଖରା ଏବଂ ଗୁଳଗୁଳିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ପ୍ରଶଂସକଙ୍କୁ ସେ ସମ୍ମାନ ଜଣାଇବା ସହ ସେମାନଙ୍କ ବିନା ତାଙ୍କର ଅସ୍ତିତ୍ୱ ନାହିଁ ବୋଲି ପ୍ରକାଶ କରିଛନ୍ତି।

ସୁରକ୍ଷାକର୍ମୀଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ବ୍ଲଗରେ ସେୟାର କରାଯାଇଥିବା ଫଟୋରେ ଅମିତାଭ ବଚ୍ଚନ ନିଜ ଟିମର ସୁରକ୍ଷାକର୍ମୀଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି, "ମୁଁ ମୋର ସୁରକ୍ଷାକର୍ମୀମାନଙ୍କୁ ବୁଝାଇଛି ଯେ ବାହାରେ ଅପେକ୍ଷା କରିଥିବା ପ୍ରଶଂସକଙ୍କ ସହ ସେମାନଙ୍କର ବ୍ୟବହାର କିପରି ହେବା ଉଚିତ୍। ଜନତାଙ୍କ ସହିତ ମୋର ଷ୍ଟାଫ୍ ଯେପରି ବ୍ୟବହାର କରିବେ, ଜନତା ଭାବିବେ ଯେ ମୋର ବ୍ୟବହାର ମଧ୍ୟ ଠିକ୍ ସେହିପରି।" ଅର୍ଥାତ୍, ସୁରକ୍ଷାକର୍ମୀଙ୍କ ବ୍ୟବହାର ସିଧାସଳଖ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ ବୋଲି ସେ ବିଶ୍ୱାସ କରନ୍ତି।

ବଜାୟ ରହିଛି ପରମ୍ପରା

ପ୍ରଶଂସକଙ୍କ ଗହଣରେ ରହିବାକୁ ମେଗାଷ୍ଟାର ସବୁବେଳେ ଭଲପାଆନ୍ତି। ତେଣୁ ନିଜ ବାସଭବନ ଜଲସା ବାହାରେ ଠିଆ ହୋଇ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ତାଙ୍କର ଏକ ସ୍ଥାୟୀ ରୁଟିନ୍ ପାଲଟିଛି। ଏହି ବିଶେଷ ସାକ୍ଷାତକାର ସମୟରେ ପ୍ରଶଂସକମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ସେ ନିଜେ ଧ୍ୟାନ ଦିଅନ୍ତି। ଅମିତାଭ ବଚ୍ଚନଙ୍କ ଏହି ବିନମ୍ରତା ଏବଂ ପ୍ରଶଂସକଙ୍କ ପ୍ରତି ଯତ୍ନଶୀଳତା ସୋସିଆଲ ମିଡିଆରେ ଏବେ ବେଶ୍ ପ୍ରଶଂସା ସାଉଁଟୁଛି।

ସଙ୍କଟ ସମୟରେ କାହାକୁ ମନେ ପକାନ୍ତି ମଲାଇକା ଅରୋରା? 'ଦି ରାଇଟ୍ ଆଙ୍ଗେଲ୍' ଶୋ'ରେ କଲେ ଖୁଲାସା
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲାଇକା ଅରୋରା ଦୀର୍ଘ ୩୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ନିଜର ଦୃଢ଼ ମନୋବଳ ଯୋଗୁଁ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଜୀବନର ସଙ୍କଟ ସମୟରେ କାହାକୁ ପ୍ରଥମେ ମନେ ପକାନ୍ତି, ସେ ବିଷୟରେ ଖୁଲାସା କରିଛନ୍ତି।

ମଲାଇକାଙ୍କ ସପୋର୍ଟ ସିଷ୍ଟମ୍

ମଲାଇକା କହିଛନ୍ତି ଯେ, କୌଣସି ସମସ୍ୟା ବା ସଙ୍କଟ ଆସିଲେ ସେ ସବୁଠାରୁ ପ୍ରଥମେ ନିଜ ପରିବାର ଏବଂ ନିଜର 'ଗାର୍ଲ ଗ୍ୟାଙ୍ଗ'କୁ ଫୋନ୍ କରନ୍ତି। ମଲାଇକାଙ୍କ ଏହି ଖାସ୍ ଗ୍ୟାଙ୍ଗରେ ତାଙ୍କ ଭଉଣୀ ଅମୃତା ଅରୋରା, ଅଭିନେତ୍ରୀ କରୀନା କପୁର ଖାନ ଏବଂ କରିସ୍ମା କପୁର ଅଛନ୍ତି। ମଲାଇକା କହିଛନ୍ତି, "ଏମିତି କିଛି ଲୋକ ଅଛନ୍ତି ଯାହାଙ୍କୁ ମୁଁ ସଙ୍କଟ ସମୟରେ ଖୋଜିଥାଏ। ପରିବାର ତ ସବୁବେଳେ ପ୍ରଥମେ ଆସେ। ଏହାଛଡ଼ା ମୋର ସାଙ୍ଗମାନେ ମଧ୍ୟ ମାତ୍ର ଗୋଟିଏ ଫୋନ୍ କଲ୍ ଦୂରରେ ଥାଆନ୍ତି। ଆମେ କେବେ କଥା ନହେଲେ ମଧ୍ୟ ସର୍ବଦା ପରସ୍ପରର ସାଥ୍ ଦେଇଥାଉ।"

ବିଗ୍ ବି ଏବଂ ଶାହରୁଖଙ୍କ ବଡ଼ ଫ୍ୟାନ୍

ଏହି ଶୋ'ରେ ନିଜର ପ୍ରିୟ ଅଭିନେତାଙ୍କ ବିଷୟରେ ମଧ୍ୟ ମଲାଇକା କହିଛନ୍ତି। ସେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ବଲିଉଡର ବାଦଶାହା ଶାହରୁଖ ଖାନଙ୍କର ବହୁତ ବଡ଼ ପ୍ରଶଂସକ ବୋଲି ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, "ମୁଁ ପିଲାଦିନୁ ଶ୍ରୀଯୁକ୍ତ ଅମିତାଭ ବଚ୍ଚନଙ୍କ ଫିଲ୍ମ ଦେଖି ବଡ଼ ହୋଇଛି ଏବଂ ତାଙ୍କ ଫିଲ୍ମଗୁଡ଼ିକୁ ବାରମ୍ବାର ଦେଖିବାକୁ ଭଲ ପାଏ। ସେହିପରି ମୁଁ ଶାହରୁଖ ଖାନଙ୍କର ମଧ୍ୟ ବହୁତ ବଡ଼ ଫ୍ୟାନ୍।" ସୂଚନାଯୋଗ୍ୟ ଯେ, ମଲାଇକା ଶାହରୁଖଙ୍କ ସହ ଲୋକପ୍ରିୟ ଗୀତ 'ଛୟାଁ ଛୟାଁ'ରେ ଏକାଠି କାମ କରିଥିଲେ।

ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ ...
ନୂଆଦିଲ୍ଲୀ: ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ। ବଲିଉଡ ବାଦଶାଙ୍କ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ। ୧୧ ଅକ୍ଟୋବର ୧୯୪୨ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅମିତାଭ। ଭାରତୀୟ ସିନେମା ଇତିହାସରେ ସବୁଠାରୁ ସଫଳ ଅଭିନେତା ଭାବେ ପରିଗଣିତ ଅମିତାଭ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶତାବ୍ଦୀର ସୁପରଷ୍ଟାର ହେଉ ବା ବଲିଉଡର ଶହେନଶାହ, ଷ୍ଟାର ଅଫ ଦି ମିଲେନିୟମ ହେଉ ବା ବିଗ ଗି- ସବୁନାମର ମହତ୍ତ୍ବକୁ ସଫଳ ପ୍ରତିପାଦନ କରିଛନ୍ତି ବଚ୍ଚନ। ଜୀବନ ବ୍ୟାପୀ ସାଧନାରେ ସେ ଲାଭ କରିଛନ୍ତି ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୧୬ଟି ଫିଲ୍ମଫେୟାର ପୁରସ୍କାର। ବଚ୍ଚନଙ୍କ ଜନ୍ମ ଆହ୍ଲାବାଦରେ ହୋଇଇଥିଲା ଏବଂ ସେ ଉତ୍ତରାଖଣ୍ଡର ନୈନିତାଲର ଶେରଉଡ୍ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ।

ତାଙ୍କର ଚଳଚ୍ଚିତ୍ର ଜୀବନ ୧୯୬୯ ମସିହାରେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ଭୁବନ ଶୋମରେ ଏକ କଣ୍ଠସ୍ୱର କାହାଣୀକାର ଭାବରେ ଆରମ୍ଭ ହୋଇଥିଲା । ସେ ପ୍ରଥମେ ୧୯୭୦ ଦଶକର ପ୍ରାରମ୍ଭରେ ଆନନ୍ଦ , ଜଞ୍ଜିର ଏବଂ ରୋଟି କପଡା ଔର ମକାନ ଭଳି ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ। ନମକ ହରାମ , ଅଭିମାନ , ମଜବୁର , ମିଲି , ଚୁପକେ ଚୁପକେ , ଶାନ୍ , ସିଲସିଲା , ୟାରାନା , କାଲିୟା, ଶହେନଶାହା, ବାଗବାନ୍ , ଖାକି ଭଳି ଅନେକ ସଫଳ ତଥା ପ୍ରଶଂସିତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କଳା କ୍ଷେତ୍ରରେ ଅବଦାନ ପାଇଁ ୧୯୮୪ରେ ପଦ୍ମଶ୍ରୀ , ୨୦୦୧ରେ ପଦ୍ମଭୂଷଣ , ୨୦୧୫ରେ ପଦ୍ମ ବିଭୂଷଣ ଏବଂ ୨୦୧୮ରେ  ସିନେମା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଥିଲେ।

୮୨ ବର୍ଷରେ ପାଦ ଥାପିଲେ ବଲିଉଡର ଶେହନଶା ଅମିତାଭ ବଚ୍ଚନ
ମୁମ୍ବାଇ: ଅମିତାଭ ବଚ୍ଚନ । କେବଳ ନାଁ ହିଁ ଯଥେଷ୍ଟ । ଆଜି ବଲିଉଡ ସୁପରଷ୍ଟାର ତଥା ଭେଟେରାନ ଆକ୍ଟର ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୨ ବର୍ଷରେ ପାଦ ଦେଇଛନ୍ତି ବିଗ ବି ଅମିତାଭ। ବିଗ୍ ବି’ଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ। ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ସଂଘର୍ଷ, ଉତଥାନ ପତ୍ତନ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନାୟକ ହେଉଛନ୍ତି ବଲିଉଡର ଶେହନଶା ଅମିତାଭ ବଚ୍ଚନ ।

ଶତାବ୍ଦିର ଏହି ମହାନାୟକଙ୍କ ସଫଳତାକୁ ତ ସମସ୍ତେ ଜାଣନ୍ତି ହେଲେ ଏହି ସଫଳତା ପଛରେ ଥିବା ଅଦେଖା ସଂଘର୍ଷ କାହାଣୀକୁ କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି । ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍‌ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍‌ ହୋଇଥିଲା ମାତ୍ର ୨ଟି । ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ଆନନ୍ଦ ପରେ ତାଙ୍କ ଅଭିନୀତ ବମ୍ବେ ଟୁ ଗୋଆକୁ ପସନ୍ଦ କରିଥିଲେ ଦର୍ଶକ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍‌ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍‌ ଥ୍ରୀଲର୍‌ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍‌ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ।

ପୁଣି ଥରେ ବିଗିଡ଼ିଲା ବିଗ୍ ବି’ଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି
ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର ଆସି ପହଞ୍ଚିଛି। ପୁଣି ଥରେ ବିଗ ବି’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି । ୮୧ ବର୍ଷୀୟ ଅଭିନେତା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଗିଡିଛି। ଏଥିପାଇଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଅମିତାଭଙ୍କ ଗୋଡରେ ଏଞ୍ଚିଓପ୍ଲାଷ୍ଟି କରାଯାଇଛି । ସାଧାରଣତଃ ଏଞ୍ଚିଓପ୍ଲାଷ୍ଟି ହୃତପିଣ୍ଡରେ ଜମିରହିଥିବା ରକ୍ତକୁ ବିନା ଅସ୍ତ୍ରୋପଚାରରେ ବାହାର କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏଠାରେ ଅମିତାଭଙ୍କ ଗୋଡେରେ ଜମିରହିଥିବା ରକ୍ତ ବାହାର କରିବା ପାଇଁ ସର୍ଜରୀ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନେଇ କୌଣସି ସୂଚନା ମିଳିନାହିଁ ।

୩୨ ବର୍ଷ ପରେ ଏକାଠି ଆସିବେ ଅମିତାଭ-ରଜନୀକାନ୍ତ
ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର ‘ହମ୍’। ଏବେ ଏହି ଦୁଇ ଅଭିନେତା ପୁଣି ଏକାଠି ବଡ଼ ପରଦାକୁ ଫେରିବେ। ୩୨ ବର୍ଷ ପରେ ଏହି ଦୁଇ ସୁପରଷ୍ଟାର୍‌ ଏକାଠି ‘ଥଲାଇଭର୍‌ ୧୭୦’ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଗ୍‌ ବିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏବେ ଏହି ଦୁଇ ଭେଟେରାନ୍‌ ଅଭିନେତା ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିଗ୍‌ ବି’ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋରେ ସେ ପାଉଁଶିଆ ରଙ୍ଗର ଏକ ସୁଟ୍‌ ପିଦ୍ଧି ଏକ ଲେନ୍ସ ହାତରେ ଧରିଥିବାର ଦେଖାଯାଇଛି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖୀଛନ୍ତି- ‘ଏହି ମୁହୂର୍ତ୍ତକୁ ବଡ଼ କରିବା ପାଇଁ ଚେଷ୍ଟା କରୁଛି। ୩୨ ବର୍ଷ ପରେ ରଜନୀକାନ୍ତ ସାର୍‌ଙ୍କ ସହ କାମ କରିବାର ପ୍ରଥମ ଦିନ।’ ଏହାସହ ବିଗ୍‌ ବି’ ରଜନୀକାନ୍ତଙ୍କ ସହିତ ଏକ ଫଟୋ ସେୟାର୍‌ ମଧ୍ୟ କରିଛନ୍ତି।

ଟ୍ରାଫିକ ଜାମରେ ଫସିଲେ ବିଗ୍ ବି, ଅଜ୍ଞାତ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ପହଞ୍ଚିଲେ ସୁଟିଂ ସେଟ୍‌ରେ
ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ । ନିଜର ଚମତ୍କାର ଅଭିନୟ ପାଇଁ ବିଗ୍‌-ବି ଯେତିକି ଜଣାଶୁଣା ତାଙ୍କର ବ୍ୟବହାର ଓ ସମାୟାନୁବର୍ତ୍ତୀତା ପାଇଁ ସେ ସେତିକି ପରିଚିତ । ମାତ୍ର ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅଟକିବାକୁ ପଡ଼ିଥିଲା । ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ତାଙ୍କ କାର୍‌ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଜଣେ ଅଜ୍ଞାତ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ । ପରେ ତାଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ ।

ଏହାକୁ ନେଇ ବିଗ୍‌-ବି ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ଯୁବକ ଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଟୋରେ ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ବାଇକରେ ଯାଉଥିବାର ନଜର ଆସିଛନ୍ତି। କ୍ୟାପସନରେ କହିଛନ୍ତି ଯେ କାମ ପାଇଁ ମୋର ବିଳମ୍ଵ ହେଉଥିଲା । ଏଥିପାଇଁ ସେ ଏହି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମାଗିବାକୁ ନିଷ୍ପତ୍ତି ନେଇଥିଲେ । “ଲିଫ୍ଟ ସାଙ୍ଗ ପାଇଁ ଧନ୍ୟବାଦ .. ମୁଁ ତୁମକୁ ଜାଣି ନାହିଁ .. କିନ୍ତୁ ତୁମେ ମୋତେ ମୋର କାର୍ଯ୍ୟ ସ୍ତଳରେ ପହଞ୍ଚାଇଛ…ଥ୍ୟାଙ୍କୟୁ କ୍ୟାପ୍‌, ହଳଦିଆ ଟି-ସାର୍ଟ ମାଲିକ’ ।

ଫିଲ୍ମ ସୁଟିଂ ବେଳେ ଆହତ ହେଲେ ଅମିତାଭ ବଚ୍ଚନ
ମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଛନ୍ତି ।

ଆହତ ହେବା ପରେ ଅମିତାଭ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ଚିକିତ୍ସିତ ହେବା ସହ ‘ସିଟି’ ସ୍କାନ୍‌ କରାଇଥିଲେ । ପରେ ସେ ମୁମ୍ବାଇ ଫେରିଆସିଛନ୍ତି । ହଲଚଲ ହେବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ କିଛି ସପ୍ତାହ ସମୟ ଲାଗିବ ବୋଲି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି ।