UK - The Sakala

ଦିନେ ଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ,ଏବେ ବୈଦେଶିକ ମନ୍ତ୍ରୀ ଭାବେ ତୁଲାଇବେ ଦାୟିତ୍ୱ
ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନାକ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନଙ୍କୁ ବୈଦେଶିକ ସଚିବ ବା ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୧୦ରୁ ୨୦୧୬ ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପୂର୍ବରୁ କାମେରୁନ୍ ୨୦୦୮ରୁ ୨୦୧୦ ଯାଏଁ ବୈଦେଶିକ ସଚିବ ପଦବୀରେ ମଧ୍ୟ ରହିଥିଲେ। ବ୍ରେକଜିଟ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ତେବେ ଜଣେ ପ୍ରଧାନମନ୍ତ୍ରୀ ଭଳି ପଦରେ ଥିଲେ ଆଉ ଏବେ ସେ ଜଣେ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାମ କରିବାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। କାମେରୁନଙ୍କୁ ସରକାରକୁ ଫେରାଇ ଆଣିବା ପାଇଁ ସୁନକ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ବିଶ୍ୱବ୍ୟାପୀ ଅନିଶ୍ଚିତତା ସମୟରେ ବ୍ରିଟେନର ବୈଦେଶିକ ନୀତିକୁ ସମ୍ଭାଳିବା ପାଇଁ ନିଜ ପରିଚୟକୁ ସୁଦୃଢ଼ କରିବା ଏବଂ ଅଧିକ ଅଭିଜ୍ଞ ବ୍ୟକ୍ତିତ୍ୱଙ୍କୁ ଆଣିବା ପାଇଁ ଉଦ୍ୟମ ବୋଲି କୁହାଯାଉଛି। ନିଜର କୂଟନୈତିକ ଦକ୍ଷତା ଓ ଅନ୍ତର୍ଜାତୀୟ ବ୍ୟାପାରର ଜ୍ଞାନ ପାଇଁ କାମେରୁନଙ୍କୁ ବହୁ ସମ୍ମାନ ମିଳିଛି ପୂର୍ବରୁ।

ୟୁକ୍ରେନର ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ସଙ୍କଟ ଏବଂ ଚୀନ ସହ ବ୍ରିଟେନର ସମ୍ପର୍କ ସମେତ ବିଶ୍ୱସ୍ତରରେ ବ୍ରିଟେନ ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଥିବା ସମୟରେ କାମେରୁନଙ୍କୁ ଏହି ନିଯୁକ୍ତି ମିଳିଛି। କାମେରୁନ୍ କିଭଳି ଏହି ଆହ୍ୱାନଗୁଡ଼ିକର ମୁକାବିଲା କରିବେ ଏବଂ ସେ ବିଶ୍ୱ ନେତା ଭାବେ ବ୍ରିଟେନର ସୁନାମ ଫେରାଇ ଆଣିପାରିବେ କି ନାହିଁ ତାହା ଦେଖିବାକୁ ରୋଚକ ହେବ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ଏହି ଦୌଡ଼ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓହରିଯିବା ପରେ ଋଷି ସୁନକଙ୍କ ପଥ ଏକପ୍ରକାର ପରିଷ୍କାର ହୋଇଯାଇଛି । କଞ୍ଜରଭେଟିଭ୍ ପାର୍ଟି ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ତେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଆଜି ଚିତ୍ର ସ୍ପଷ୍ଟ ହୋଇଯିବ ।

ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତିଙ୍କ ୪୨ ବର୍ଷୀୟ ଜ୍ବାଇଁ ଋଷି ସୁନକଙ୍କ ପାଖରେ ପ୍ରାୟ ୧୫୦ ଏମ୍‌ପିଙ୍କ ସମର୍ଥନ ରହିଥିବା କୁହାଯାଉଛି । ଅନ୍ୟପକ୍ଷରେ ହାଉସ୍ ଅଫ୍ କମନ୍ସର ୪୯ ବର୍ଷୀୟା ଲିଡର ପେନି ମୋର୍ଡଣ୍ଟ ଏହି ଦୌଡ଼ରେ ସାମିଲ ହେବା ନେଇ ପ୍ରଥମେ ଘୋଷଣା କରିଥିଲେ ହେଁ ତାଙ୍କ ସପକ୍ଷରେ ମାତ୍ର ୨୪ ଜଣଙ୍କ ସମର୍ଥନ ରହିଛି।

ଅଗଷ୍ଟରେ କଞ୍ଜର୍ଭେଟିଭ୍ ପାର୍ଟି ନେତା ନିର୍ବାଚନରେ ଲିଜ୍ ଟ୍ରସଙ୍କ ଠାରୁ ଅଳ୍ପକେ ହାରିଯାଇଥିବା ସୁନକ ପ୍ରଧାନମନ୍ତ୍ରୀ ରେସରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ବ୍ରିଟେନ ଏକ ମହାନ୍ ଦେଶ କିନ୍ତୁ ଆମେ ଏକ ବୃହତ୍ ଆର୍ଥିକ ସଙ୍କଟକୁ ସାମ୍ନା କରୁଛୁ ମୁଁ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଚାହେଁ। ଦଳକୁ ଏକାଠି କରି ଦେଶବାସୀଙ୍କ ସେବା କରିବାକୁ ଆଗ୍ରହୀ ବୋଲି ଋଷି ଟୁଇଟ୍‌ କରିଛନ୍ତି। ଏହି ଅବସରରେ ସେ କୋଭିଡ୍–୧୯ ମହାମାରୀ ଭଳି କଠିନ ସମୟରେ ଚାନ୍ସେଲର ଥବାବେଳେ ଦେଶର ଅର୍ଥନୀତିକୁ କିପରି ପରିଚାଳନା କରିଥିଲେ ସେନେଇ ନିଜ ଟ୍ରକ୍ ରେକର୍ଡ ସହ ଭିଜନ୍‌ ଷ୍ଟେଟ୍‌ମେଣ୍ଟ ଉପସ୍ଥାପନ କରିଛନ୍ତି । କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି।

କ୍ଷମତା ଭାଗବଣ୍ଟା ନେଇ ଋଷି ଓ ବୋରିସ୍‌ଙ୍କ ମଧ୍ୟରେ ଡିଲ୍ ପାଇଁ ଶନିବାର ଆଲୋଚନା ହୋଇଥିଲା। ଏନେଇ ଋଷିଙ୍କ ସମର୍ଥକ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ କହିଛନ୍ତି, କଞ୍ଜରଭେଟିଭ ପାର୍ଟିର ଏକତା ବଜାୟ ରଖିବା ସକାଶେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ଏହାର କିଛି ଘଣ୍ଟା ପରେ ଜନସନ ପ୍ରଧାନମନ୍ତ୍ରୀ ରେସରୁ ଓହରିବାକୁ ଘୋଷଣା କରିଥିଲେ । ଜନସନ କହିଛନ୍ତି ଯେ ପୁଣି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମର୍ଥନ ଅଛି । କିନ୍ତୁ ସେ ଏବେ ଏହି ରେସରେ ସାମିଲ ହେବା ଠିକ୍ ହେବ ନାହିଁ ।

ବ୍ରିଟେନ କମ୍ପାନୀର ଅଜବ ଅଫର : ବରମୁଡା ଟ୍ରାଏଙ୍ଗଲ ବୁଲନ୍ତୁ, ନ ଫେରିଲେ ଟଙ୍କା ଫେରସ୍ତ ପାଆନ୍ତୁ
ଲଣ୍ଡନ : ବ୍ରିଟେନର ଏକ କମ୍ପାନୀ ଲୋକଙ୍କୁ ଅଜବ ଅଫର ଦେଇଛି। ବରମୁଡା ଟ୍ରାଏଙ୍ଗଲ ଯାତ୍ରା କରାଇବା ପାଇଁ ଏକ ସ୍ବତନ୍ତ୍ର ଜାହାଜ ତିଆରି କରିଛି। ଏହି ଜାହାଜରେ ବରମୁଡା ଟ୍ରାଏଙ୍ଗଲ ଯାତ୍ରା କରି ଲୋକଙ୍କୁ ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇଛି। ନ ଫେରିଲେ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏବେ ସୁଦ୍ଧା ବରମୁଡା ଟ୍ରାଏଙ୍ଗଲରେ ଅନେକ ବିମାନ ଏବଂ ଜାହାଜ ଗାଏବ ହୋଇଗଲାଣି। କିନ୍ତୁ କମ୍ପାନୀ ତିଆରି କରିଥିବା ଜାହାଜ ଟ୍ରାଏଙ୍ଗଲରୁ ଫେରାଇ ଆଣିବାର ଗ୍ୟାରେଣ୍ଟି ଦେଉଛି। ଯଦି ଯାତ୍ରା ସେଠାରୁ ନ ଫେରନ୍ତି ଗ୍ରାହକଙ୍କ ସମସ୍ତ ଅର୍ଥ ଫେରାଇ ଦିଆଯିବ। ନରୱେଜିଆନ ପ୍ରାଇମରେ ଯାତ୍ରା କରିବା ପାଇଁ ୧.୫ ଲକ୍ଷ ଟଙ୍କା ଦେବାକୁ ପଡିବ। ଏହି ଜାହାଜରେ ୫ ଦିନ ଏବଂ ରାତି ଯାତ୍ରା କରି ସବୁଠାରୁ ବିପଜ୍ଜନକ ବରମୁଡା

ଟ୍ରାଏଙ୍ଗଲରେ ପହଞ୍ଚିଯିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଲୋକେ ଚିନ୍ତା ଛାଡି ଏହି ଜାହାଜରେ ଯାତ୍ରା କରିବା ଉଚିତ, କାରଣ ସେମାନେ ନିଶ୍ଚିତ ଫେରିବେ। ଏହି ଯାତ୍ରାରେ ଲୋକେ କାଚର ଏକ ଡଙ୍ଗାରେ ବୁଲିବେ। ଏହା ସହିତ ମୁଖ୍ୟ ଅତିଥି ନିକ ପୋପ ଏବଂ ନିକ ରେଡଫର୍ଣ୍ଣଙ୍କ ସହ କଥା ହୋଇପାରିବେ। ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ଯାତ୍ରା ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଆଟଲାଣ୍ଟିକ ମହାସାଗରରେ ଥିବା ୫ ଲକ୍ଷ ସ୍କୋୟାର କିମିର ଏକ ଅଂଶକୁ ବରମୁଡା ଟ୍ରାଏଙ୍ଗଲ କୁହାଯାଏ। ଗତ ଶହେ ବର୍ଷରେ ଏଥିରେ ୭୫ ବିମାନ ଏବଂ ଶହେରୁ ଊର୍ଦ୍ଧ୍ବ ଜାହାଜ ନିଖୋଜ ହୋଇଯାଇଛି। ଏହି ଘଟଣାରେ ହଜାରେରୁ ଊର୍ଦ୍ଧ୍ବ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଏଥିଯୋଗୁଁ ଟ୍ରାଏଙ୍ଗଲକୁ ରାକ୍ଷସ ମଧ୍ୟ କୁହାଯାଏ। ଏହି ଘଟଣାର ସଠିକ୍‌ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ଆମେରିକା ଓ ବ୍ରିଟେନକୁ ଯୁଦ୍ଧ ଧମକ ଦେଲେ ପୁତିନ୍‌
ମସ୍କୋ : ଶତ୍ରୁ ପକ୍ଷ ସହିତ ଲଢେଇ କରିବାକୁ ରୁଷ ନୌସେନା ପ୍ରସ୍ତୁତ ରହିଛି। ଏହାବ୍ୟତୀତ ଆବଶ୍ୟକ ପଡ଼ିଲେ ରୁଷ ସ୍ଥଳସେନା ମଧ୍ୟ ଯୁଦ୍ଧ ଭୂମିକୁ ଓହ୍ଲାଇବାକୁ ପ୍ରସ୍ତୁତ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଆମେରିକା ଏବଂ ବ୍ରିଟେନକୁ ପରୋକ୍ଷରେ ଚେତାବନୀ ଦେଇ କହିଛନ୍ତି। କ୍ରିମିଆକୁ ନେଇ ବର୍ତ୍ତମାନ ଆମେରିକା ସହିତ ରୁଷିଆର ଶତ୍ରୁତା ସୃଷ୍ଟି ହୋଇଛି।  ରୁଷ ୨୦୧୪ରେ ଯୁକ୍ରେନ ଠାରୁ କ୍ରିମିଆକୁ  ଜୋର ଜବରଦସ୍ତ ଅଲଗା କରିଦେଇଥିଲେ ହେଁ ବର୍ତ୍ତମାନ ବିଶ୍ବର ଅଧିକାଂଶ ରାଷ୍ଟ୍ର କ୍ରିମିଆକୁ ୟୁକ୍ରେନର ଅଂଶ ବୋଲି ବିବେଚନା କରୁଛନ୍ତି। ଆମେରିକା ମଧ୍ୟ ଏହାକୁ ସ୍ବୀକାର କରୁଥିବା ବେଳେ ରୁଷ ଏହାକୁ ବିରୋଧ କରୁଥିବାରୁ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆବଶ୍ୟକ ପଡ଼ିଲେ ରୁଷ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ପୁତିନ କହିଛନ୍ତି।  ସେଣ୍ଟ ପିଟସ୍‌ବର୍ଗରେ ଆୟୋଜିତ ରୁଷିଆର ନୌସେନା ଦିବସରେ ପୁତିନ୍‌ ଏକ ବିଶାଳ ପରେଡ୍‌ରେ ଅଭିବାଦନ ଗ୍ରହଣ କରି କହିଛନ୍ତି ଯେ, ଜଳ , ସ୍ଥଳ ଏବଂ ଆକାଶରେ ଶତ୍ରୁ ପକ୍ଷକୁ ଉଚିତ ଜାବାବଦ୍ବୋକୁ ଆମେ ପ୍ରସ୍ତୁତ। ଏହିକ୍ରମରେ ରୁଷ ଅତ୍ୟାଧୁନିକ ଏଆର ଡିଫେନ୍ସ ସିଷ୍ଟମ ଏସ୍‌-୫୦୦ ଏବଂ ଜିର୍‌କନ୍‌ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।