Vijay Mallya - The Sakala

ଭାରତ ଫେରିବା ନେଇ ହାତ ଟେକିଲେ ବିଜୟ ମାଲ୍ୟା, ହାଇକୋର୍ଟଙ୍କୁ କହିଲେ- 'ଜାଣିନି କେବେ ଆସିବି'
ପଳାତକ ଘୋଷିତ ହୋଇଥିବା ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ସେ କେବେ ଭାରତ ଫେରିବେ ତାହା କହିପାରିବେ ନାହିଁ। ବ୍ରିଟେନର ଆଇନଗତ କଟକଣା ଏବଂ ପାସପୋର୍ଟ ନଥିବା କାରଣରୁ ସେ ବର୍ତ୍ତମାନ ଭାରତ ଆସିବାକୁ ଅସମର୍ଥ ବୋଲି ଦର୍ଶାଇଛନ୍ତି।

ବ୍ରିଟେନ କୋର୍ଟଙ୍କ କଟକଣା

ମାଲ୍ୟାଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ ଏକ ଲିଖିତ ବିବୃତି ପାଠ କରି କହିଥିଲେ ଯେ, ୨୦୧୬ ମସିହାରେ ଭାରତ ସରକାର ମାଲ୍ୟାଙ୍କ ପାସପୋର୍ଟ ରଦ୍ଦ କରିଦେଇଛନ୍ତି। ଏହା ସହିତ ଇଂଲଣ୍ଡ ଏବଂ ୱେଲ୍ସର କୋର୍ଟ ମାଲ୍ୟାଙ୍କୁ ଦେଶ ଛାଡିବା ଉପରେ କଟକଣା ଲଗାଇଛନ୍ତି। ଆଇନଗତ କଟକଣା ହେତୁ ସେ କୌଣସି ଅନ୍ତର୍ଜାତୀୟ ଯାତ୍ରା କରିପାରିବେ ନାହିଁ କିମ୍ବା ଭାରତ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରিখ ଦେଇପାରିବେ ନାହିଁ ବୋଲି ଓକିଲ ଯୁକ୍ତି ଦର୍ଶାଇଥିଲେ।

କୋର୍ଟଙ୍କ କଡ଼ା ଆଭିମୁଖ୍ୟ

ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଏବଂ ବିଚାରପତି ଗୌତମ ଅଙ୍କଡଙ୍କ ଖଣ୍ଡପୀଠ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ଯଦି ମାଲ୍ୟା ଭାରତ ନ ଫେରନ୍ତି ତେବେ ତାଙ୍କୁ 'ପଳାତକ ଆର୍ଥିକ ଅପରାଧୀ' (Fugitive Economic Offender) ଘୋଷଣା କରାଯିବା ବିରୋଧରେ ହୋଇଥିବା ଆବେଦନର ଶୁଣାଣି ହେବ ନାହିଁ। କୋର୍ଟ ମାଲ୍ୟାଙ୍କୁ ଭାରତ ଫେରିବା ନେଇ ସ୍ପଷ୍ଟୀକରଣ ମାଗିଥିଲେ, ଯାହାର ଉତ୍ତରରେ ମାଲ୍ୟା ଏହି ଅସମର୍ଥତା ପ୍ରକାଶ କରିଛନ୍ତି।

ମାମଲାର ପୃଷ୍ଠଭୂମି

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୦୧୬ରୁ ବିଜୟ ମାଲ୍ୟା ଲଣ୍ଡନରେ ରହୁଛନ୍ତି। କିଙ୍ଗଫିସର ଏୟାରଲାଇନ୍ସ ପାଇଁ ନେଇଥିବା ହଜାର ହଜାର କୋଟି ଟଙ୍କାର ଋଣ ଖିଲାପ ଏବଂ ମନି ଲଣ୍ଡରିଂ ଅଭିଯୋଗ ତାଙ୍କ ନାମରେ ରହିଛି। ସେ ନିଜକୁ ପଳାତକ ଘୋଷଣା କରାଯିବା ଏବଂ 'ପଳାତକ ଆର୍ଥିକ ଅପରାଧୀ ଆଇନ'ର ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦୁଇଟି ପୃଥକ ଆବେଦନ କରିଛନ୍ତି।

ବଢ଼ିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ୱାନା
ନୂଆଦିଲ୍ଲୀ: ବଢ଼ିଲା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲେ ଏନ୍‌ବିଡବ୍ଲୁ (NBW) ତଥା ଜାମିନ ବିହୀନ ଗିରଫ ପରଓ୍ୱାନା। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଷୋଧ ନ କରିବା ମାମଲାରେ ଏହି NBW ଜାରି କରାଯାଇଛି।

ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ମାଲ୍ୟାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ତେବେ ସୋମବାର (ଜୁଲାଇ ୧) କୋର୍ଟଙ୍କ ଆଦେଶର କପି ବାହାରକୁ ଆସିଛି। କୋର୍ଟ କହିଛନ୍ତି, ୨୦୦୭ରୁ ୨୦୧୨ ମଧ୍ୟରେ ବିଜୟ ମାଲ୍ୟା ଏବଂ ତାଙ୍କ କମ୍ପାନୀକୁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପ୍ରାୟ ୧୮୦ କୋଟି ଟଙ୍କା ଋଣ ଦେଇଛି। ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି। ଅଗଷ୍ଟ ୨୦୧୬ରେ ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି। କିନ୍ତୁ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

ବର୍ତ୍ତମାନ ବିଜୟ ମାଲ୍ୟା ଲଣ୍ଡନରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କୁ ବ୍ରିଟିଶ ସରକାରଙ୍କଠାରୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି।

ଫ୍ରାନ୍ସ ମାଧ୍ୟମରେ ଭାରତ ଫେରିବେ ମାଲ୍ୟା, ଫ୍ରାନ୍ସରେ ରହିଛି ୩୧୩ କୋଟିର ସମ୍ପତ୍ତି
ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଆଣିବାକୁ ଭାରତ ସରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସରକାର ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ମାଲ୍ୟାଙ୍କୁ ବିନା ସର୍ତ୍ତରେ ଭାରତ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ହେଲେ ଭାରତ ବର୍ତ୍ତମାନ ମାଲ୍ୟାଙ୍କର ସମ୍ପତ୍ତି ଥିବା ପ୍ରତ୍ୟେକ ଦେଶ ସହିତ ଯୋଗାଯୋଗ କରୁଛି। ଏହା ଏଥିପାଇଁ କରାଯାଉଛି ଯେ, ଯଦି ମାଲ୍ୟା ବ୍ରିଟେନ ଛାଡି ଅନ୍ୟ ଦେଶକୁ ପଳାନ୍ତି, ତେବେ ତାଙ୍କୁ ସେଠାରୁ ଭାରତ ଆଣିବା ପାଇଁ ଅଧିକ ସମୟ ଲାଗିବନାହିଁ ।

ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୫ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆତଙ୍କବାଦ ମୁକାବିଲା ସମ୍ପର୍କିତ ଏକ କାର୍ଯ୍ୟକାରୀ ଗୋଷ୍ଠୀର ଏକ ବୈଠକରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ବୈଠକରେ ଫ୍ରାନ୍ସ କିଛି ସର୍ତ୍ତ ସହିତ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପ୍ରସ୍ତାବ ଦେଇଥିଲା। ବୈଠକରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କେ.ଡି. ଦେୱଲ ଏବଂ ଗୁଇନ୍ଦା ଏଜେନ୍ସିର ବହୁ ଅଧିକାରୀ ମଧ୍ୟ ଏହି ସାମିଲ ଥିଲେ। କିଙ୍ଗଫିଶର ଏୟାରଲାଇନ୍ସ ସମେତ ଅନେକ କମ୍ପାନୀର ମାଲିକ ଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ଦେଶର ୧୭ଟି ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ କରିଛନ୍ତି। ମାଲ୍ୟା ୨୦୧୬ରେ ଦେଶ ଛାଡି ବ୍ରିଟେନକୁ ପଳାୟନ କରିଥିଲେ। ସେବେଠାରୁ ଭାରତ ସରକାର ତାଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ମାଲ୍ୟାଙ୍କ ବିରୋଧରେ ଜାଲିଆତି ଏବଂ ଅର୍ଥ ହେରଫେର ମାମଲା ବିଚାରାଧୀନ ରହିଛି। ୨୦୧୯ ଜାନୁୟାରୀ ୫ରେ ସରକାର ମାଲ୍ୟାଙ୍କୁ ପଳାତକ ଘୋଷଣା କରିଥିଲେ। ଗତ ବର୍ଷ ଅନୁସନ୍ଧାନ ବେଳେ ସିବିଆଇ ଦାବି କରିଥିଲା ​​ଯେ ମାଲ୍ୟା ୨୦୧୫-୧୬ ବର୍ଷରେ ବ୍ରିଟେନ ଏବଂ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ରୟ କରିଛନ୍ତି। ସେତେବେଳେ ତାଙ୍କ କମ୍ପାନୀ କିଙ୍ଗଫିଶର ଏୟାରଲାଇନ୍ସ କ୍ଷତିର ସମ୍ମୁଖୀନ ହୋଇଥିଲା। ମାଲ୍ୟା ନିଜେ ବ୍ୟାଙ୍କଗୁଡ଼ିକୁ ଋଣ ପରିଶୋଧ କରିନାହାଁନ୍ତି। ୨୦୨୦ରେ ଇଡିର ଆବେଦନ ଉପରେ ଫ୍ରାନ୍ସ ସେଠାରେ ୧୪ କୋଟି ଟଙ୍କା ମୂଲ୍ୟର ମାଲ୍ୟାଙ୍କ ସମ୍ପତ୍ତି ଜବତ କରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ,ପିତା ଭିଥାଲ ମାଲ୍ୟାଙ୍କ ମୃତ୍ୟୁ ପରେ ବିଜୟ ମାଲ୍ୟା ୧୯୭୮ରେ ୟୁନାଇଟେଡ୍ ବ୍ରୁରିଜ୍ (ୟୁବି) କମ୍ପାନୀ ଅଧୀନରେ କିଙ୍ଗଫିସର ପ୍ରିମିୟମ୍ ନାମକ ଏକ ବିୟର କମ୍ପାନୀ ଆରମ୍ଭ କରିଥିଲେ। ୪୪ ବର୍ଷ ବୟସରେ ମାଲ୍ୟା ୟୁନାଇଟେଡ୍ ବୁରିସ୍ ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ତାଙ୍କ ବିୟର ବ୍ରାଣ୍ଡ୍‌କୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ମାଲ୍ୟା ୨୦୦୫ରେ କିଙ୍ଗଫିସର ଏୟାରଲାଇନ୍ସର ଶୁଭାରମ୍ଭ କରିଥିଲେ। ୨୦୧୧ରୁ କିଙ୍ଗଫିଶର ଏୟାରଲାଇନ୍ସ କ୍ଷତି ସହିବାକୁ ଲାଗିଲା। ୨୦୧୨ ବେଳକୁ ପରିସ୍ଥିତି ଏତେ ଖରାପ ହୋଇଗଲା ଯେ କିଛି ବିମାନ ବନ୍ଦ କରିବାକୁ ପଡିଲା। କର୍ମଚାରୀମାନେ ଦରମା ପାଇବା ବନ୍ଦ ହୋଇଗଲା। ପରେ ଉଡ଼ାଣ ସମ୍ବନ୍ଧୀତ ନିୟାମକଙ୍କ ସର୍ତ୍ତ ପୂରଣ ନ କରିବା ଯୋଗୁ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶାଳୟ ଏହାର ଲାଇସେନ୍ସ ବାତିଲ କରିଥିଲା। ୨୦୧୪ ଜୁଲାଇ ପର୍ଯ୍ୟନ୍ତ, କମ୍ପାନୀ ଉପରେ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ରହିଥିଲା, ଯାହା ପରିଶୋଧ କରାଯାଇନାହିଁ। ଏହାପରେ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଥିଲା।

ବିଜୟ ମାଲ୍ୟାଙ୍କ ପାଇଁ ବଢ଼ିଲା ସମସ୍ୟା; ସୁପ୍ରିମକୋର୍ଟରେ ମକଦ୍ଦମା ଲଢ଼ିବାକୁ ମନା କଲେ ତାଙ୍କ ଓକିଲ
ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ତଥା କିଙ୍ଗଫିଶର ବିମାନ କମ୍ପାନୀର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟରେ ତାଙ୍କ ମକଦ୍ଦମା ଲଢ଼ିବାକୁ ମନା କରିଦେଇଛନ୍ତି। ମାଲ୍ୟାଙ୍କ ମାମଲାରେ ତାଙ୍କୁ ମୁକ୍ତି ଦେବାକୁ ଓକିଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କିଙ୍ଗଫିସରର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟାଙ୍କ ସହ ଦୀର୍ଘ ସମୟ ଧରି ତାଙ୍କର କୌଣସି ବାର୍ତ୍ତାଳାପ ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ନିଜ କର୍ତ୍ତବ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଏକ ସପ୍ତାହ ମଧ୍ୟରେ କୋର୍ଟଙ୍କ ରେଜିଷ୍ଟ୍ରିରେ ମାଲ୍ୟାଙ୍କ ଇ-ମେଲ ଏବଂ ଆବାସିକ ଠିକଣା ଦାଖଲ କରିବାକୁ ସୁପ୍ରିମକୋର୍ଟ ଓକିଲଙ୍କୁ କହିଛନ୍ତି। କେବଳ ଏତିକି ନୁହେଁ ମାଲ୍ୟାଙ୍କ ମାମଲାରୁ ତାଙ୍କ ନାମ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ଓକିଲଙ୍କୁ ମଧ୍ୟ ଅନୁମତି ଦେଇଛନ୍ତି। ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ସମୟରେ ମାଲ୍ୟାଙ୍କ ପରାମର୍ଶଦାତା ଏହି ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ମାଲ୍ୟା ଏବଂ ତାଙ୍କ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ସମସ୍ତ ସମ୍ପତ୍ତି ଜବତ କରିବାକୁ ଦାବି କରାଯାଇଥିଲା। କିଙ୍ଗଫିସର ଏୟାରଲାଇନ୍ସ ବ୍ୟତୀତ ଅନ୍ୟ କୌଣସି ସମ୍ପତ୍ତି ଜବତ କରାଯିବା ଉଚିତ ନୁହେଁ ବୋଲି ମାଲ୍ୟା ଏକ ଆବେଦନ କରିଥିଲେ।

ଜୁଲାଇ ୧୧ରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ କୋର୍ଟ ଅବମାନନା ମାମଲାରେ ଚାରିମାସ ଦଣ୍ଡିତ କରିବାର ପ୍ରାୟ ଚାରି ମାସ ପରେ ଏହି ଶୁଣାଣି ହୋଇଛି। ୯୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ମାଲ୍ୟାଙ୍କର ପ୍ରାଥମିକ ଅଭିଯୁକ୍ତ ହେଉଛି ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ। ଜୁଲାଇ ୧୧ରେ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଚାରିମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ଏଥିସହ ୨୦୦୦ ଟଙ୍କା ଜୋରିମାନା ମଧ୍ୟ ଦେଇଛନ୍ତି। ୨୦୧୭ରେ ମାଲ୍ୟା କୋର୍ଟକୁ ଅବମାନନା କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚାରି ସପ୍ତାହ ମଧ୍ୟରେ ୮% ସୁଧ ସହିତ ୪୦ ନିୟୁତ ଡଲାର କିମ୍ବା ୩୧୭ କୋଟି ଟଙ୍କା ଜମା କରିବାକୁ ସର୍ବୋଚ୍ଚ ଅଦାଲତ ମାଲ୍ୟାଙ୍କୁ ଆଦେଶ ଦେଇଥିଲେ। କେବଳ ଏତିକି ନୁହେଁ, ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏହା କରିବାରେ ବିଫଳ ହେଲେ ତାଙ୍କର ସମ୍ପତ୍ତି ଜବତ ହେବ। ୨୦୧୭ରେ ମାଲ୍ୟା ଦୁଇଟି ମାମଲାରେ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମେ, କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ମାଲ୍ୟା ତାଙ୍କ ପିଲାମାନଙ୍କୁ ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିଲେ। ଦ୍ୱିତୀୟରେ, କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶକୁ ମଧ୍ୟ ସେ ଉଲ୍ଲଂଘନ କରିଥିଲେ।

ମାଲ୍ୟାଙ୍କୁ ଭେଟିଲେ କ୍ରିକେଟର କ୍ରିସ୍‌ ଗେଲ୍, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌
ନୂଆଦିଲ୍ଲୀ : ଲଣ୍ଡନ୍‌ଠାରେ ପଳାତକ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପ୍ରସିଦ୍ଧ କ୍ରିକେଟର କ୍ରିସ୍‌ ଗେଲ୍‌। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ୟୁଜରମାନେ ଟ୍ବିଟର୍‌ରେ ଏହାକୁ ଜୋରସୋର ଟ୍ରୋଲ କରିଛନ୍ତି। ଉଭୟଙ୍କର ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ କେତେକ ମଜାଦାର ଆଉ ଗମ୍ଭୀର ପୋଷ୍ଟମାନ ଆସୁଛି। ଟୁଇଟ୍‌ରେ ମାଲ୍ୟା ଲେଖିଛନ୍ତି ଯେ, ଉଭୟଙ୍କର ବନ୍ଧୁତା ବହୁତ ପୁରୁଣା। ଜଣେ ୟୁଜର ଲେଖିଛନ୍ତି ଯେ, ବିରାଟ କୋହଲି ଏପରି ସମୟରେ କ’ଣ କହିବେ ? କୋହଲିଙ୍କ ତରଫରୁ ଲେଖିଛନ୍ତି ଯେ, ଲାଗୁଛି ଯେ ଆମର ଅନୁତାପର ଅଭାବ ଅଛି।

ଆଉ ଜଣେ ୟୁଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି ଯେ, ଏହି ପଳାତକ ବିଦେଶରେ ବସି ଆରାମରେ ଟ୍ୱିଟ୍ କରୁଛନ୍ତି।ସର୍ବସାଧାରଣ ସ୍ଥାନରେ ବୁଲୁଛନ୍ତି କିନ୍ତୁ ଆମ ସରକାର ଏହି ପଳାତକକୁ ଦେଶକୁ ଆଣିବାରେ ସକ୍ଷମ ହୋଇନାହାଁନ୍ତି କି ? ଏଥିପାଇଁ ନିରବ ମୋଦୀ କିମ୍ବା ମେହୁଲ ଚୋକସି କିମ୍ବା ଲଲିତ ମୋଦୀ ନାହାଁନ୍ତି, ଯେତେବେଳେ କି ବିଜେପି ଏଥିପାଇଁ ଲୋକଙ୍କଠାରୁ ଭୋଟ୍ ମାଗିଛି। କିଏ ଲେଖÒଛନ୍ତି ଗେଲ୍‌ ତୁମକୁ ବି ୟେ ଲୁଟି ଚାଲିଯିବେ ତ ଆଉ କେଉଁ ୟୁଜର ମାଲ୍ୟା ନିଜର ବଡ ବନ୍ଧୁ ଏସ୍‌ବିଆଇକୁ କେବେ ତ ଭେଟିବାକୁ ଆସନ୍ତୁ ବୋଲି ଟିଟ୍‌ କରିଛନ୍ତି।

ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିତାଡିତ ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା
ଲଣ୍ଡନ: ପଳାତକ ବ୍ୟବସାୟୀ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟା ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିତାଡିତ ହେବେ।  ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବା ବେଳେ ଏବେ ତାଙ୍କୁ ଉକ୍ତ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି। ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଉକ୍ତ ଫ୍ଲାଟ୍‌ର  ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି।

ଏହାର ଶୁଣାଣି କରି ଲଣ୍ଡନ ହାଇକୋର୍ଟ ବିଚାପତି ମ୍ୟେଥୁ ମାର୍ଶ କହିଛନ୍ତି, ମାଲ୍ୟାଙ୍କ ଉପରେ ସୁଇସ୍‌ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ହେଲେ ଏହାକୁ ଶୁଝିବା ପାଇଁ ତାଙ୍କୁ ଅଧିକ ସମୟ ଦେଇ ହେବ ନାହିଁ। ତେଣୁ ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯାଇ ପାରିବ ବୋଲି କହିଛନ୍ତି ବିଚାରପତି।

ସୂଚନା ଅନୁଯାୟୀ, ମଦ ସମ୍ରାଟ ବିଜୟ ମାଲ୍ୟା  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ଅନେତ ବ୍ୟାଙ୍କରୁ ୯୦୦୦ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି । ସଦାବେଳେ ରଙ୍ଗୀନ ମିଜାରରେ ରହୁଥିବା ମାଲ୍ୟା ପାର୍ଟି ଓ ମଦରେ ଭାସୁଥିଲେ । ବିଜୟ ମାଲ୍ୟା ୨୦୦୫ରେ କିଙ୍ଗଫିଶର ଏୟାରଲାଇନ୍ ଆରମ୍ଭ କରିଥିଲେ । ପରେ ପରେ କିଙ୍ଗଫିଶର କଳେବର ବଢ଼ାଇବା ପାଇଁ ୨୦୦୭ରେ ଦେଶର ପ୍ରଥମ କମ୍ ଭଡ଼ା ବିମାନ କମ୍ପାନୀ ଡେକ୍କନକୁ ବି କିଣି ନେଇଥିଲା । ଯାହାକି ମାଲ୍ୟାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍ ଥିଲା । ୫ ବର୍ଷ ଭିତରେ ମାଲ୍ୟାଙ୍କ କିଙ୍ଗଫିଶର ଏୟାରଲାଇନ୍ ବନ୍ଦ ହୋଇ ଯାଇଥିଲା । ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟ ପ୍ରାୟ ବନ୍ଦ ହୋଇଯାଇଥିଲା । ସ୍ଥିତି ବିଗିଡ଼ିବା ଦେଖି ଗୋଟିଏ ଋଣ ଶୁଝିବାକୁ ଆଉ ୨ଟି ଋଣ ନେଇ ଚାଲିଥିଲେ ମାଲ୍ୟା । ଧୀରେ ଧୀରେ ଋଣଭାରରେ ବୁଡ଼ି ଯାଉଥିବା ମାଲ୍ୟା ଦେଶ ଛାଡ଼ି ପଳାଇଥିଲେ ।  ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୨୦୧୭ ମେ’ ୯ରେ ଦୋଷୀ ଘୋଷଣା କରିଥିଲେ, କାରଣ ସେ ନିଜ ସମ୍ପତ୍ତିର ପୂରା ତାଲିକା କୋର୍ଟଙ୍କ ନିକଟରେ ଦାଖଲ କରି ନ ଥିଲେ।

ବିଜୟ ମାଲ୍ୟା ଦେବାଳିଆ ଘୋଷିତ
ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୋମବାର ବ୍ରିଟେନ କୋର୍ଟ ଦେବାଳିଆ ଘୋଷଣା କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବ୍ୟାଙ୍କଗୁଡିକ ଦ୍ବାରା ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ବାଟ ଫିଟିଯାଇଛି। ଏହାଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦ୍ୱାରା ପରିଚାଳିତ ଭାରତୀୟ ବ୍ୟାଙ୍କଗୁଡିକର କନ୍‌ସୋର୍ଟିୟମ୍‌ ପାଇଁ ଋଣ ଅସୁଲି ପଥ ପରିଷ୍କାର ହୋଇଯାଇଛି।  ଲଣ୍ଡନରେ ହାଇକୋର୍ଟର ଚାନ୍‌ସେରି ଡିଭିଜନ୍‌ ଦ୍ବାରା ଏକ ଭର୍ଚୁଆଲ୍ ଶୁଣାଣି ସମୟରେ ମୁଖ୍ୟ ଇନ୍ସଲଭେନ୍ସି ଏବଂ କମ୍ପାନୀ କୋର୍ଟ (ଆଇସିସି) ଜଜ୍ ମାଇକେଲ୍ ବ୍ରିଗ୍‌ସ୍ ବ୍ରିଟେନ୍‌ ସମୟ ୩ଟା ୪୨ ମିନିଟ୍‌ରେ ତାଙ୍କ ରାୟରେ ମାଲ୍ୟାଙ୍କୁ ଦେବାଳିଆ ବିଚାର କରୁଥିବା କହିଥିଲେ। ୬୫ ବର୍ଷିଆ ବ୍ୟବସାୟୀ ବ୍ରିଟେନରେ ଜାମିନରେ ରହିଛନ୍ତି।

ବ୍ରିଟେନ୍‌ ପଳାୟନ କରିଥିବା ମାଲ୍ୟାଙ୍କ ବିରୋଧରେ  ବର୍ତ୍ତମାନ ଭାରତରେ ଚାଲିଥିବା କିଙ୍ଗଫିସର ଏୟାରଲାଇନ୍ସର ସହ ଜଡିତ ୯୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଛି। ଏହି ମଦ ସମ୍ରାଟ ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଚାଲିଥିବା ମାମଲାରେ ହାରିଯାଇଛନ୍ତି। ବ୍ରିଟେନ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଅନୁମତି ଦିଆଯାଇ ନ ଥିବାରୁ ମାଲ୍ୟାଙ୍କୁ ଭାରତକୁ ପଠାଇବା ଚୂଡାନ୍ତ ହୋଇଥିବା ଇଡି ପୂର୍ବରୁ କହିଛି। ବ୍ୟାଙ୍କ ଅଫ୍ ବରୋଦା (ବିଓବି), କର୍ପୋରେସନ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଲିମିଟେଡ୍, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଜାମ୍ମୁ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ମହୀଶୂର , ୟୁକୋ ସମେତ ଦେଶର ୧୩ଟି ବ୍ୟାଙ୍କକୁ ନେଇ ଏସବିଆଇ ନେତୃତ୍ୱାଧୀନ କନ୍‌ସୋର୍ଟିୟମ୍ ଗଠନ କରାଯାଇଛି।