Mobile Tower - The Sakala

ମଧ୍ୟପ୍ରଦେଶରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମ ବିବାହ ଜିଦ୍ ଧରି ମୋବାଇଲ୍ ଟାୱାର ଉପରକୁ ଚଢ଼ିଲେ ୨୦ ବର୍ଷୀୟ ଯୁବତୀ
ମଧ୍ୟପ୍ରଦେଶର ବିଦିଶା (Vidisha) ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ନିଜର ପ୍ରେମ ବିବାହ (Love Marriage) ଦାବି ନେଇ ଜଣେ ୨୦ ବର୍ଷୀୟ ଯୁବତୀ ଏକ ଉଚ୍ଚ ମୋବାଇଲ୍ ଟାୱାର ଉପରକୁ ଚଢ଼ି ଯାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ହାଇଭୋଲଟେଜ୍ ଡ୍ରାମା ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଓ ପ୍ରଶାସନର କଡ଼ା ପରିଶ୍ରମ ପରେ ଯୁବତୀ ଜଣକ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ।

ପ୍ରେମିକଙ୍କ ସହ ବିବାହ ପାଇଁ ଜିଦ୍

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ବିଦିଶା ଜିଲ୍ଲାର ଗଞ୍ଜବାସୋଦା ଅଞ୍ଚଳରେ ଘଟିଛି। ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ, କିନ୍ତୁ ପରିବାର ଲୋକେ ଏହାକୁ ତୀବ୍ର ବିରୋଧ କରୁଥିଲେ। ଏଥିରେ ରାଗିଯାଇ ସେ କଡ଼ା ଖରାରେ ଏକ ମୋବାଇଲ୍ ଟାୱାର ଉପରକୁ ଚଢ଼ି ଯାଇଥିଲେ। ଯେତେବେଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଧମକ ଦେଇଥିଲେ ଯେ କେହି ଉପରକୁ ଆସିଲେ ସେ ଆହୁରି ଉପରକୁ ଚଢ଼ିଯିବେ। ଏହା ଦେଖି ପରିବାର ଲୋକେ ଏବଂ ଗ୍ରାମବାସୀ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଏବଂ ପ୍ରଶାସନର ଉଦ୍ୟମ

ଖବର ପାଇ ତହସିଲଦାର ଅରବିନ୍ଦ ଯାଦବ ଏବଂ ଟାଉନ୍ ଇନ୍ସପେକ୍ଟର (TI) ସଞ୍ଜୟ ବେଦିଆ ବ୍ୟାପକ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ଯୁବତୀଙ୍କୁ ତଳକୁ ଓହ୍ଲାଇବା ପାଇଁ ବୁଝାସୁଝା ଆରମ୍ଭ କରିଥିଲେ ମଧ୍ୟ ସେ କାହାରି କଥା ଶୁଣିନଥିଲେ। ପରିଶେଷରେ, ପୋଲିସ ଭୋପାଳରେ ରହୁଥିବା ତାଙ୍କ ପ୍ରେମିକଙ୍କ ସହ ମୋବାଇଲ୍ ଫୋନରେ ତାଙ୍କର କଥା କରାଇଥିଲେ। ପ୍ରେମିକଙ୍କ ସହ କଥା ହେବା ପରେ ଯୁବତୀ ଜଣକ ଆଶ୍ୱସ୍ତ ହୋଇ ତଳକୁ ଓହ୍ଲାଇବାକୁ ରାଜି ହୋଇଥିଲେ। ପରେ ପୋଲିସ ତାଙ୍କୁ ଥାନାକୁ ନେଇ କାଉନସେଲିଂ କରିବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ଭାରତ ନିର୍ମାଣ କଲା ପ୍ରଥମ ମୋବାଇଲ ଟାୱାର
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ସେନା ପ୍ରଥମ ମୋବାଇଲ ଟାୱାର ଏବଂ ବେସ୍ ଟ୍ରାନ୍ସିଭର ଷ୍ଟେସନ (ବିଟିଏସ୍) ପ୍ରତିଷ୍ଠା କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ) ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ମୋବାଇଲ ଟାୱାରକୁ ଗତ ୬ ତାରିଖରେ ଉଦ୍ଘାଟନ କରାଯାଇଥିଲା। ଏହା ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର (ସମୁଦ୍ରପତ୍ତନଠାରୁ ୧୫,୫୦୦ ଫୁଟ) ସିଆଚେନରେ ମୁତୟନ ହୋଇଥିବା ଯବାନଙ୍କୁ ମୋବାଇଲ ସେବା ପ୍ରଦାନ କରିବ। ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କ୍ରପ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଉପଲବ୍ଧିକୁ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ସହ ତୁଳନା କରିଛନ୍ତି। ସିଆଚେନ ଗ୍ଲାସିୟର ୭୫ କିମି ପର୍ଯ୍ୟନ୍ତ ଲମ୍ବିଛି। ୧୯୮୪ ଏପ୍ରିଲ ୧୩ରୁ ଏଠାରେ ସେନା ମୁତୟନ ରହିଛି।

ଟାୱାର ବସାଇବା ଆଳରେ ୧୯ଲକ୍ଷ ଟଙ୍କା ଠକେଇ
ଭୁବନେଶ୍ୱର,୨୬।୭(ସମିସ): ପୁଣି ମାତିଲେ ସାଇବର ଠକ। ଟାୱାର ବସାଇବା ଆଳରେ ଆଉ ଜଣେ ଲୋକଙ୍କୁ ଚୂନ ଲଗାଇଛନ୍ତି। ନିଜ ଜାଗାରେ ଟାୱାର ବସାଇ ମାସିକ ୫୦ହଜାର ଟଙ୍କା ଭଡା ପାଇବର ଲୋଭ ଦେଖାଇ ସାଇବର ଠକ ଲୁଟି ନେଇଛନ୍ତି ୧୯ଲକ୍ଷ ଟଙ୍କା। ଠକେଇର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା କିସ୍‍ମତ କୃଷ୍ଣପୁର ଗ୍ରାମର ବିଷ୍ଣୁପଦ ମଇତି। ସେ ଏନେଇ କ୍ରାଇମ୍‍ବ୍ରାଞ୍ଚ ସାଇବର ସେଲ୍‌ଫରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‍ବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଗତ ବର୍ଷ ଡିସେମ୍ବର ମାସରେ ସାଇବର ଠକ ତାଙ୍କ ନିକଟକୁ ଫୋନ୍‍ କରି ତୁମର ଜାଗା ଅଛି ବୋଲି ପଚାରିଥିଲେ। ବିଷ୍ଣୁପଦ ଠକର ଚାଲକୁ ବୁଝି ନପାରି ତାଙ୍କର ଜାଗା ଥିବା କହିଥିଲେ। ସାଇବର ଠକ ନିଜକୁ ଏୟାରଟେଲ୍‍ କମ୍ପାନୀରୁ ଫୋନ୍‍ କରିଥିବା କହିଥିଲେ। ତୁମ ଜାଗାରେ ଟାୱାର ବସାଇ ମାସିକ ୫୦ ହଜାର ଟଙ୍କା ଭଡା ପାଇବା ପାଇଁ କହିଥିଲେ।

ଏପରିକି ଇଚ୍ଛୁକ ଥିଲେ ଜମିର ଫଟୋ, ଆଧାରକାର୍ଡ, ଭୋଟର କାର୍ଡ ଆଦି ହ୍ୱାଟ୍ସଆପ୍‍କୁ ପଠାଇବାକୁ ଠକ କହିଥିଲା। ଠକର କଥାରେ ବିଷ୍ଣୁପଦ ଜମିର ସମସ୍ତ ତଥ୍ୟ ପଠାଇବା ପରେ ତାଙ୍କ ନିକଟକୁ ଆଉ ଏକ ଫୋନ୍‍ ଆସିଥିଲା। ଠକ ତାଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ବିଷ୍ଣୁପଦ ଦେଇଥିବା ପ୍ଲଟ ନିକଟରେ ଏକ ମନ୍ଦିର ଥିବା କହିଥିଲେ। ଠକର କଥା ଶୁଣି ବିଷ୍ଣପୁଦଙ୍କ ବିଶ୍ୱାସ ଆସିଥିଲା। ସେ ଏହି ଟାୱାର ବସାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଠକ ତାଙ୍କୁ ଜମିର ଏକ ଲାଇସେନ୍ସ କରିବା ପାଇଁ କହିଥିଲେ। ଏହି ଲାଇସେନ୍ସ କରିବାକୁ ହେଲେ ଅଧିକ ଟଙ୍କା ପଡ଼ିବ, କିନ୍ତୁ କମ୍ପାନୀ ସମସ୍ତ ଟଙ୍କା ହାତରୁ ଦେଉଥିବା ବେଳେ ଆପଣକୁ ମାତ୍ର ୧୧ହଜାର ୨ଶହ ଟଙ୍କା ଦେବାକୁ ହେବ ବୋଲି ଠକ କହିଥିଲା। ଲାଇସେନ୍ସ ହେବା ପରେ କମ୍ପାନୀ ଲୋକ ଯାଇ ଆପଣଙ୍କ ସହ ଏଗ୍ରିମେଣ୍ଟ କରିବା ସହ ଜମିରେ ଟାୱାର ବସାଇବା କାମ ଆରମ୍ଭ କରିବେ ବୋଲି କହିଥିଲେ।

ଠକର କଥାରେ ବିଷ୍ଣୁପଦ ଗତ ବର୍ଷ ଡିସେମ୍ବର ୨୨ ତାରିଖରେ ୫ହଜାର ଓ ପରେ ୫ ହଜାର ୯ଶହ ଟଙ୍କା ପଠାଇଥିଲେ। ଠକ ଟଙ୍କା ନେବାପରେ ବିଶ୍ୱାସ ଜମାଇବା ପାଇଁ ତାଙ୍କ ନିକଟକୁ ଏକ ଆପ୍ରୋଭାଲ ଲେଟର ପଠାଇଥିଲେ। ଏହା ପରେ ଠକ ତାଙ୍କୁ ଜିଏସ୍‍ଟି ଫିସ ବାବଦକୁ ୨ଲକ୍ଷ, ଆଇଟି ରିଟର୍ଣ୍ଣ ବାବଦକୁ ୩ ଲକ୍ଷ ଏବଂ ଅନ୍ୟାନ ବାହାନାରେ ୧୯ ଲକ୍ଷ ଟଙ୍କା ନେଇଥିଲେ ଠକ। ବିଚରା ବିଷ୍ଣପୁଦ ବନ୍ଧୁ ବାନ୍ଧବଙ୍କ ଠାରୁ ଟଙ୍କା ଧାର ଆଣିବା ସହ ବ୍ୟାଙ୍କ୍‍ରୁ ଲୋନ୍‍ କରି ଠକକୁ ଦେଇଥିଲେ। ଠକ ସମସ୍ତ ଟଙ୍କା ନେବା ପରେ ପୁଣି ଟଙ୍କା ମାଗୁଥିଲା। ବିଷ୍ଣୁପଦଙ୍କ ସନ୍ଦେହ ହେବାରୁ ସେ ବ୍ୟାଙ୍କ୍‍କୁ ଯାଇ ଯାଞ୍ଚ କରିବା ପରେ ଟଙ୍କା ପଠାଇଥିବା ଆକାଉଣ୍ଟ ସାଇବର ଠକର ବୋଲି ଜାଣିବାକୁ ପାଇ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି।