Violence - The Sakala

ପାକିସ୍ତାନରେ ଜଳିଲା ପ୍ରତିଶୋଧର ନିଆଁ: ଆମେରିକା ଦୂତାବାସ ଆଗରେ ହିଂସାକାଣ୍ଡ, ୨୩ ମୃତ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଆମେରିକା ଏବଂ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି କରାଚି ସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ (US Consulate) ବାହାରେ ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଅନ୍ୟୂନ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି।

କରାଚିରେ ରକ୍ତାକ୍ତ ସଂଘର୍ଷ

ରବିବାର ଦିନ ଶତାଧିକ ଉତ୍ତ୍ୟକ୍ତ ବିକ୍ଷୋଭକାରୀ କରାଚିର ହାଇ-ସିକ୍ୟୁରିଟି ଜୋନରେ ଥିବା ଆମେରିକା ବାଣିଜ୍ୟ ଦୂତାବାସ ଆଡ଼କୁ ଅଗ୍ରସର ହୋଇଥିଲେ। ବିକ୍ଷୋଭକାରୀମାନେ ଦୂତାବାସର ବାହ୍ୟ ପାଚେରୀ ଭାଙ୍ଗିବାକୁ ଚେଷ୍ଟା କରିବା ସହ ପୋଲିସ ଉପରକୁ ପଥରମାଡ଼ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ଏବଂ ଗୁଳି ଚାଳନା କରିଥିଲା। ରିପୋର୍ଟ ଅନୁଯାୟୀ, ଦୂତାବାସର ସୁରକ୍ଷା ଦାୟିତ୍ୱରେ ଥିବା ଆମେରିକୀୟ ସୁରକ୍ଷାକର୍ମୀମାନେ ମଧ୍ୟ ଭିଡ଼କୁ ଘଉଡ଼ାଇବା ପାଇଁ ଗୁଳି ଚଳାଇଥିବା କୁହାଯାଉଛି। ଏହି ଘଟଣାରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦେଶବ୍ୟାପୀ ବ୍ୟାପିଲା ହିଂସା

କେବଳ କରାଚି ନୁହେଁ, ପାକିସ୍ତାନର ଅନ୍ୟାନ୍ୟ ସହରରେ ମଧ୍ୟ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପାକିସ୍ତାନର ସ୍କାର୍ଦୁ (Skardu) ଅଞ୍ଚଳରେ ବିକ୍ଷୋଭକାରୀମାନେ ଏକ ଜାତିସଂଘ (UN) କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଇସଲାମାବାଦ ଏବଂ ଲାହୋରରେ ମଧ୍ୟ ଆମେରିକା ବିରୋଧୀ ସ୍ଲୋଗାନ ଦେଇ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଇରାନ ସପକ୍ଷରେ ଏବଂ ଆମେରିକା-ଇସ୍ରାଏଲ ବିରୋଧରେ ନାରାବାଜି କରିବା ସହ ଅନେକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି।

ସରକାରଙ୍କ ପ୍ରତିକ୍ରିୟା

ପାକିସ୍ତାନ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଖାମେନେଇଙ୍କ ମୃତ୍ୟୁରେ ପାକିସ୍ତାନୀମାନେ ମଧ୍ୟ ଦୁଃଖିତ, କିନ୍ତୁ ଆଇନକୁ ହାତକୁ ନେବା ଉଚିତ ନୁହେଁ। ବର୍ତ୍ତମାନ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଓ ସେନା ମୁତୟନ କରାଯାଇଛି।

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ; ଆଜି ରାତି ୧୨ଟା ପର୍ଯ୍ୟନ୍ତ ପୁରା ଅଞ୍ଚଳରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ
ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ବାଲେଶ୍ୱର । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଏସପି । ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ।

ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । କର୍ଫ୍ୟୁ ସମୟରେ କୌଣଷି ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ। କେବଳ ପୌରପାଳିକା କର୍ମଚାରୀ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କଟକଣା କୋହଳ ହୋଇଛି।

ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧ଟାରେ ଟାଉନ୍‌ ଥାନା ଅନ୍ତର୍ଗତ ସୁନହଟ ଛକଠାରୁ ଭୁଜାଖିଆପୀର ରାସ୍ତାରେ ଥିବା ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ଡ୍ରେନ୍‌‌ରେ ରକ୍ତ ଭାସୁଥିବା ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀର ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ସେମାନଙ୍କ ମଧ୍ୟ‌ରେ କଥା କଟାକଟି ହୋଇଥିଲା। ପରେ ସେମାନେ ଭୁଜାଖିଆପୀର ନିକଟରେ ରାସ୍ତା ଉପରେ ଧାରଣା ଦେଇଥିଲେ। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରି ଉଠାଇଥିଲେ। ସେମାନେ ଫେରିଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ହଠାତ ସେମାନଙ୍କ ଉପରକୁ ଢେଲା, କାଚବୋତଲ ମାଡ଼ କରିଥିଲେ। ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି ।

ପଶ୍ଚିମବଙ୍ଗରେ ପୁଣି ହିଂସା: ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ମାଡ
କୋଲକାତା: ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ପଥର ଫିଙ୍ଗାଯାଉଛି ଏବଂ ଯାନବାହନ ଭଙ୍ଗାରୁଜା କରାଯାଉଛି।

ଏହାପୂର୍ବରୁ, ରାମ ନବମୀ ଦିନ ପଶ୍ଚିମବଙ୍ଗର ହାୱଡା ସହରର କାଜିପଡା ଅଞ୍ଚଳରେ ହିଂସା ହୋଇଥିଲା। ରାମ ନବମୀ ଶୋଭାଯାତ୍ରା କାଜିପଡା ଅଞ୍ଚଳ ଦେଇ ଯାଉଥିବା ବେଳେ ହିଂସା ଘଟିଥିଲା। ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କିଛି ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲାଗିଯାଇଥିଲା। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ବଜରଙ୍ଗ ଦଳ ଭଳି ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ହାଓ୍ବାଡାରେ ହୋଇଥିବା ହିଂସା ଘଟଣାରେ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ହିଂସା ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି।

ଆସାମ-ମିଜୋରାମ ସୀମାରେ ହିଂସା
ଗୌହାଟୀ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌, ପ୍ରୟୋଗ ସହିତ ଗୁଳି ମଧ୍ୟ ଫୁଟିଥିବା ଜଣାପଡିଛି। ଏହି ହିଂସାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦାବି କରିଛନ୍ତି। ପଥର ଏବଂ ଗୁଳିମାଡ଼ରେ କଚ୍ଛାର ଜିଲ୍ଲାର ଏସ୍‌ପି ବୈଭବ ନିମ୍ବାଲକରଙ୍କ ସମେତ ୫୦ରୁ ଅଧିକ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଛି। ଏହି ଅଞ୍ଚଳ ଆସାମର କଚ୍ଛାର ଜିଲ୍ଲା ଏବଂ ମିଜୋରାମର କୋଲାସିବ ଜିଲ୍ଲାରେ ଆସୁଛି। ଏଠାରେ ସରକାରୀ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଛି।

ଆସାମ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଉଭୟେ ପରସ୍ପରକୁ ଦୋଷ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଅମିତ ଶାହା ଦୁଇ ଦିନ ତଳେ ମେଘାଳୟର ସିଲଂରେ କରିଥିବା ବୈଠକରେ ସୀମା ବିବାଦ ସମାଧାନ ଲାଗି ଉଭୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ପୁଲିସ ଏବଂ ନାଗରିକଙ୍କ ମଧ୍ୟରେ ହୋଇଥିବା ହିଂସାର ଏକ ଭିଡିଓ ସେୟାର କରି ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ସେ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଅନୁରୋଧ କରିଛନ୍ତି। ଆସାମ ପୁଲିସ ସାଧାରଣ ଲୋକଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ଏବଂ ଲାଠିମାଡ଼ କରିଥିଲା ବୋଲି ଜୋରମଥଙ୍ଗା ଅଭିଯୋଗ କରିଛନ୍ତି। ଏହାର ଜବାବରେ ଆସାମ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ମିଜୋରାମର କିଛି ଅସାମାଜିକ ବ୍ୟକ୍ତି ଆସାମର ସରକାରୀ ଅଧିକାରୀଙ୍କ ଉପରକୁ ପଥର ଫୋପାଡ଼ିବା ଦୁର୍ଭାଗ୍ୟଜନକ।

ଏହି ଅଧିକାରୀ ଆସାମର ଜମିରେ ଅତିକ୍ରମଣକୁ ରୋକିବା ଲାଗି ଲୈଲାପୁରରେ ମୁତୟନ ଥିଲେ। ତେବେ ଏହି ଘଟଣାକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟ୍ବିଟର୍‌ ଯୁଦ୍ଧ ଲାଗିଥିଲା। ପରେ ବିଶ୍ବ ଶର୍ମା ଟ୍ବିଟ୍‌ କରି ଜୋରମଥଙ୍ଗାଙ୍କ ସହ କଥା ହୋଇଥିବା କହିଥିଲେ। ରାଜ୍ୟ ସୀମାରେ ଶାନ୍ତି ସ୍ଥାପନା ଲାଗି ସହମତି ପ୍ରକାଶ କରିଥିଲେ। ଆବଶ୍ୟକ ପଡ଼ିଲେ ଆଇଜଲ୍‌ ଯାଇ କଥାହେବାକୁ କହିଥିଲେ। ଶର୍ମା ଅନ୍ୟ ଏକ ଟ୍ବିଟ୍‌ରେ କହିଥିଲେ ଯେ ଜୋରମଥଙ୍ଗା ଜି ପୋଷ୍ଟରୁ ପଛକୁ ନ ହଟିବା ପର୍ଯ୍ୟନ୍ତ ନାଗରିକ ହିଂସା ରୋକିବେ ନାହିଁ ବୋଲି କୋଲିସିବ ଏସପି କହିଛନ୍ତି।  ଏଭଳି ସ୍ଥିତିରେ ସରକାର କେମିତି ଚାଲିବ। ପରେ ସେ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରି ଲେଖିଥିଲେ ଯେ ଆଶା କରୁଛୁ ଆପଣ ଖୁବଶୀଘ୍ର ମାମଲାରେ ଦଖଲ ଦେବେ। ଏହାର ଜବାବରେ ଜୋରମଥଙ୍ଗା ଟ୍ବିଟ କରି କହିଥିଲେ ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଇଥିଲେ।

ଏହା ପରେ ସୋମବାର ଆସାମ ପୁଲିସର ଦୁଇ କମ୍ପାନୀ ନାଗରିକଙ୍କ ସହ ମିଜୋରାମର ଭାରିଙ୍ଗଗଟେ ଅଟୋ ଷ୍ଟାଣ୍ଡ ନିକଟକୁ ଆସି ଲୋକଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ଗୁଳି ମାଡ କରିଥିଲା। ଏଠାରୁ ସିଆରପିଏଫ ଯବାନ ଏବଂ ମିଜୋରାମ ପୁଲିସକୁ ମଧ୍ୟ ତଡି ଦେଇଥିଲେ।

ସୂଚନାଯୋଗ୍ୟ ଯେ ଆସାମ ପୁଲିସ ସୀମାରୁ ଅତିକ୍ରମଣ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିବା ସମୟରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଗତ ୧୦ ତାରିଖରେ ଆସାମ ପୁଲିସ ଘଟଣାସ୍ଥଳକୁ ଯାଇଥିବାବେଳେ ଅଜ୍ଞାତ ଲୋକମାନେ ଆଇଇଡିରେ ଆକ୍ରମଣ କରିଥିଲେ। ଏହା ଉପରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ଉଭୟ ପକ୍ଷଙ୍କୁ ପୁଲିସ ମୁତୟନ କରିବାକୁ ପଡିଥିଲା।