Maoists - The Sakala
ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ
ଫୁଲବାଣୀ: ଓଡ଼ିଶାରେ ମାଓ ଦମନ ଅଭିଯାନ କ୍ଷେତ୍ରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ । ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଫଳରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଝଟକା । ୧୦ ଜଣ ହାର୍ଡକୋର ମାଓବାଦୀ ହିଂସାପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
ଆଣ୍ଟି-ନକ୍ସଲ ଅପରେସନ୍ ଚିଫ୍ ଶ୍ରୀ ସଞ୍ଜୀବ ପଣ୍ଡା, ଆଇଜିପି ଅପରେସନ୍ସ ଡ. ଦୀପକ କୁମାର, ଏସଆଇଡବ୍ଲ୍ୟୁ ଡିଆଇଜି ଶ୍ରୀ ଅଖିଳେଶ୍ୱର ସିଂ ଏବଂ କନ୍ଧମାଳ ଏସପି ହରୀଶା ବି.ସି.ଙ୍କ ରଣନୀତି ଏବଂ ମିଳିତ ଉଦ୍ୟମରେ ଏହି ସଫଳତା ମିଳିପାରିଛି। ଆତ୍ମସମର୍ପଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଜଣେ ଷ୍ଟେଟ୍ କମିଟି ମେମ୍ବର, ଜଣେ ଡିଭିଜନାଲ୍ କମିଟି ମେମ୍ବର ଏବଂ ଦୁଇ ଜଣ ଏରିଆ କମିଟି ମେମ୍ବର ରହିଛନ୍ତି। ସେମାନଙ୍କ ନିକଟରୁ ଇନସାସ୍ (INSAS) ଏବଂ ଏସଏଲଆର (SLR) ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କେକେବିଏନ୍ (KKBN) ଡିଭିଜନରେ ମାଓବାଦୀଙ୍କ ନେତୃତ୍ୱ ଏବଂ କାର୍ଯ୍ୟକ୍ଷମତା ଏହାଦ୍ୱାରା ବହୁଳ ଭାବରେ ଦୁର୍ବଳ ହୋଇଯାଇଛି।
ସରକାରଙ୍କ ଥଇଥାନ ନୀତି ଏବଂ ସୁରକ୍ଷା ବାହିନୀର କ୍ରମାଗତ ଚାପ ଯୋଗୁଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଶାନ୍ତିର ପଥ ବାଛୁଛନ୍ତି। ଓଡ଼ିଶା ରାଜ୍ୟ ପୋଲିସର ଡିଜିପିଙ୍କ ପକ୍ଷରୁ ସକ୍ରିୟ ଥିବା ଅନ୍ୟ ମାଓବାଦୀ କ୍ୟାଡର ଏବଂ ନେତାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦିଆଯାଇଛି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଓଡ଼ିଶା ସରକାରଙ୍କ ବିସ୍ତୃତ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାଦ୍ୱାରା ସେମାନେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ।
ମାଓ ବିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୬୩ଜଣ ମାଓବାଦୀ
ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଶୁକ୍ରବାର ଦିନ ୬୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ରହିଛନ୍ତି, ଯେଉଁମାନଙ୍କ ମୁଣ୍ଡ ଉପରେ ସରକାର ସମୁଦାୟ ୧.୧୯ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୮ ଜଣ ମହିଳା କ୍ୟାଡର ମଧ୍ୟ ସାମିଲ ଅଛନ୍ତି।
ଦନ୍ତେୱାଡ଼ା ଏସପି ଗୌରବ ରାୟଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ଦ୍ୱାରା ଚାଲିଥିବା 'ପୁଣା ମାର୍ଗମ' (ନୂତନ ପଥ) ଅଭିଯାନ ଏବଂ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏହି ମାଓବାଦୀମାନେ ଦକ୍ଷିଣ ବସ୍ତର, ପଶ୍ଚିମ ବସ୍ତର, ମାଡ଼ ଡିଭିଜନ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିଲେ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣଙ୍କ ଉପରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଥିଲା। ଏମାନଙ୍କ ମଧ୍ୟରେ କଳାହାଣ୍ଡି ଏରିଆ କମିଟି ସେକ୍ରେଟାରୀ ପକଲୁ ଓରଫ ପ୍ରଦୀପ ଓୟାମ (୪୫) ଅନ୍ୟତମ।
ପୋଲିସର ସୂଚନା ମୁତାବକ, ୩୬ ଜଣ ପୁରସ୍କୃତ ମାଓବାଦୀଙ୍କ ମଧ୍ୟରୁ ୭ ଜଣଙ୍କ ଉପରେ ୫ ଲକ୍ଷ ଲେଖାଏଁ, ୮ ଜଣଙ୍କ ଉପରେ ୨ ଲକ୍ଷ ଲେଖାଏଁ, ୧୧ ଜଣଙ୍କ ଉପରେ ୧ ଲକ୍ଷ ଲେଖାଏଁ ଏବଂ ୩ ଜଣଙ୍କ ଉପରେ ୫୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସମୁଦାୟ ପୁରସ୍କାର ରାଶି ୧,୧୯,୫୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ସମସ୍ତ ୬୩ ଆତ୍ମସମର୍ପଣକାରୀଙ୍କୁ ତୁରନ୍ତ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦ ଦମନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ଜାନୁଆରୀ ୭ ତାରିଖରେ ପଡୋଶୀ ସୁକମା ଜିଲ୍ଲାରେ ମଧ୍ୟ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।
ପୁଣି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ...
ନୂଆଦିଲ୍ଲୀ: ଆନ୍ଧ୍ର ମାରେଡମଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ୭ ମାଓବାଦୀଙ୍କ ମୃତ୍ୟୁ ସୂଚନା। ଘଟଣା ସ୍ଥଳରେ ଯବାନଙ୍କ ଜୋରଦାର ସର୍ଚ୍ଚ ଅପରେଶନ ଜାରି ରହିଛି। ମୃତକଙ୍କ ମଧ୍ୟରେ ମାଓନେତା ଥିପୂରି ତିରୁପତି ରହିଥିବା ସୂଚନା। ଏକେ ୪୭ ବନ୍ଧୁକ ସହ ୮ଟି ବନ୍ଧୁକ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୃତକଙ୍କ ମଧ୍ୟରେ ୪ପୁରୁଷ ଓ ୩ ମହିଳା ମାଓବାଦୀ ରହିଥିବା ଜଣାପଡ଼ିଛି। ମାଓନେତା ଟେକ ଶଙ୍କର, ସୀତା ଡିଭିସିଏମ କ୍ୟାଡର ମାଓବାଦୀ ସହ ମୋଟ ୫ଜଣ କୁଖ୍ୟାତ ମାଓବାଦୀ ଥିବା ଜଣାପଡିଛି। ଗତକାଲି ହିଡମା ଓ ତାଙ୍କ ପତ୍ନୀଙ୍କ ସମେତ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।
ମାଲକାନଗିରି:ମା ଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୧୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷ ନକ୍ସଲ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଏଥିସହ ୬ ଜଣ ନକ୍ସଲ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୩୧ ହାର୍ଡକୋର ମାଓବାଦୀ
ଦାନ୍ତେୱାଡା: ଭାଙ୍ଗୁଛି ମାଓଗଡ଼। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସ ନିକଟରେ ପୁଣି ୩୧ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡା ଏସପିଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ। ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ପ୍ରଜା କୋର୍ଟରେ ହତ୍ୟା କଲେ ମାଓବାଦୀ
ଛତିଶଗଡ଼: ୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣକୁ ହତ୍ୟା କଲେ ମାଓବାଦୀ।  ୨ ଦିନ ପୂର୍ବରୁ ଛତିଶଗଡ ସୁକମା ଜିଲ୍ଲା ସକ୍ଲାର ଅଞ୍ଚଳର ତିନି ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ବୁଧବାର ଦିନ କିଷ୍ଟବରମ୍ ଜଙ୍ଗଲରେ ମାଓ ପ୍ରଜା କୋର୍ଟରେ ହାଜର କରି ପୁଲିସ୍ ଖବର ଦାତା କହି ମାଡି ରାଜା ରାଓ ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ମାଓବାଦୀମାନେ ମୃତକ ରାଜାର ଶବକୁ ପରିବାର ହସ୍ତାନ୍ତର କରୁଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବା ଗ୍ରାମବାସୀଙ୍କୁ ମୁକ୍ତ କରିଥିଲେ।
ଗତ କିଛି ଦିନ ପୂର୍ବେ ସେହି ଅଞ୍ଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁଲିସ ଖବର ଦାତା କହି ହତ୍ୟା କରିଥଲେ ମାଓବାଦୀ । କିଛି ମାସ ମଧ୍ୟରେ ସୁକମା ଜିଲ୍ଲାରେ ମାଓ ଅପରେସନ ଜୋରଦାର କରଯାଇଥିବା ଫଳରେ ବହୁ ମାଓବାଦୀଙ୍କର ଏନକାଉଣ୍ଟ କରାଯାଉଛି। ମାଓ ସଂଗଠନର ଦିନକୁ ଦିନ ଭୁସୁଡ଼ିବାକୁ ଲାଗିଥିବା ବେଳେ ନିରିହ ଗ୍ରାମବାସୀଙ୍କୁ ପୁଲିସ ଖବର ଦାତା କହି ହତ୍ୟା କରୁଛନ୍ତି ମାଓବାଦୀ। ତେବେ ଏହି ଘଟଣାକୁ ଆଧାର କରି କମ୍ଵିଂ ଅପରେସନ ଜୋରଦାର କରଯାଇଥିବା ପୁଲିସ ସୂଚନା ଦେଇଛି।
ନୂଆପଡ଼ାରେ ପୁଣି ମାଓ ହିଂସା: ବୋମାମାଡ଼ରେ ଉଡାଇ ଦେଲେ ବିଟ୍ ହାଉସ୍, ଜାଳିଦେଲେ ଜେସିବି ମେସିନ୍
ନୂଆପଡ଼ା: ନୂଆପଡ଼ାରେ ପୁଣି ମାଓ ହିଂସା। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଇଛନ୍ତି ମାଓବାଦୀ। ଗାଁର ବିଭିନ୍ନ ସ୍ଥାନରେ  ମାଓ ପୋଷ୍ଟର ଲଗାଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଏହାଫଳରେ ବିଟ୍ ହାଉସ୍ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେ‌ମାନେ ଜେସିବି ମେସିନ୍ ଜାଳି ଦେଇଥିଲେ।
ସିମନବାଡ଼ି ଅଞ୍ଚଳରେ ବ୍ୟାନର ଲଗାଇଲା ମାଓ ସଙ୍ଗଠନ, ବ୍ୟାନରରେ ୧୨ ଦଫା ଦାବି ନେଇ ୧୫ରେ ବନ୍ଦ ଡାକରା ଦେଲେ ମାଓବାଦୀ
ଦାରିଙ୍ଗବାଡି: ପୁଣି ଉପସ୍ଥିତି ଜାହିର କଲେ ସିପିଆଇ ପୂର୍ବ ଜୋନାଲ ବ୍ୟୁର ମାଓବାଦୀ । ଦାରିଙ୍ଗବାଡି ଥାନା ଅଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସିମନବାଡ଼ିର ଟୋଲଗେଟ୍ ଓ ବୁଡ଼ାଗୁଡ଼ା ଛକଠାରେ ଲାଲ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ବ୍ୟାନର ମାଧ୍ୟମରେ ୧୨ ଗୋଟି ଦାବୀ ଉପସ୍ଥାପନ କରିବା ସହ ମେ’ ୮ ତାରିଖରୁ ୧୪ ଜୁନ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ’ ୧୫ ତାରିଖ ଦିନ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ବୌଦ୍ଧ, ନୟାଗଡ଼ , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।
ଏହି ବନ୍ଦ ଡାକରାକୁ ସମର୍ଥନ କରି ଧାରଣା, ଅନ୍ଦୋଳନ ଓ ରାସ୍ତାରୋକ କରିବା ପାଇଁ ଆହ୍ବାନ ଦେଇଛନ୍ତି ଲାଲ ବାହିନୀ । ଗରିବ ତଥା ଆଦିବାସୀ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ପିଡିଏସ ଚାଉଳ ସମେତ ତେଲ, ଲୁଣ ଓ ଡାଲି ମାଗଣାରେ ପ୍ରଦାନ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ସବୁ ଗାଁକୁ ପକ୍କା ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଯୋଗାଇ ଦେବା,୧୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା, ପ୍ରତ୍ୟେକ ପଞ୍ଚାୟତରେ ସ୍ବାସ୍ଥ୍ୟ କେନ୍ଦ୍ର କରି ଅଭିଜ୍ଞ ଡକ୍ଟର ଙ୍କୁ ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ନିର୍ମାଣ, ବନ୍ଦ ହୋଇଥିବା ସ୍କୁଲକୁ ଖୋଲାଯିବା ସହ ଶିକ୍ଷକ ପଦବୀ ପୂରଣ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ସହ ମୁକ୍ତ ଉଚ୍ଚ ଶିକ୍ଷା, ବିସ୍ଥାପନ ବନ୍ଦ କରିବା, ବକ୍ସାଇଟ , କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଦିଆ ଯାଇଥିବା ଲିଜ ବାତିଲ, ଅଙ୍ଗନବାଡ଼ି, ଆଶା କର୍ମୀ ଓ ଶିକ୍ଷକଙ୍କ ଦାବୀ ପୂରଣ କରିବା ଭଳି ଦାବୀ ରହିଛି ।
୧୦ ବର୍ଷରେ ବଦଳିଗଲା ଓଡ଼ିଶାର ଛବି: ଓଡ଼ିଶାର ମାଓ ମୁକାବିଲା କୌଶଳରେ ଦେଶ ତାଜୁବ୍
ଭୁବନେଶ୍ୱର: ୨୦୦୯ରେ ମାଓବାଦୀଙ୍କର ଏମିତି ପ୍ରଭାବ ଥିଲା ଯେ ସେବର୍ଷ ରାଜ୍ୟର ୬୧ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତାହା ମଧ୍ୟରେ ୨୮ ଜଣ ସାଧାରଣ ନାଗରିକ ଥିଲେ। ୨୦୧୦ ମସିହାରେ ଏହି ସଂଖ୍ୟା ଆହୁରି ବଢିଥିଲା । ୨୨ ଜଣ ପୁଲିସ ସମେତ ୭୫ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ। ଏଥିରେ ୫୩ ଜଣ ଥିଲେ ସାଧାରଣ ନାଗରିକ । ଠିକ୍ ୧୦ ବର୍ଷ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସାମ୍ନାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ତଥ୍ୟ ରଖୁଛନ୍ତି, ତାହା
ତାଜୁବ୍ କଲାଭଳି।
ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ, ୨୦୧୬ରୁ ୨୦୨୧ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ ଦଶ କି ପଚାଶ ଥର ନୁହେଁ; ୨୮୦ ଥର ମାଓବାଦୀଙ୍କ ସହିତ ଓଡ଼ିଶା ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁହାଁମୁହିଁ ହୋଇଛନ୍ତି। ୧୩୩ ଥର ଉଭୟଙ୍କ ମଧ୍ୟରେ ଯୁଦ୍ଧ ଭଳିପରିସ୍ଥିତି ସୃଷ୍ଟି ହୋଇଛି, ବ୍ୟାପକ ଗୁଳିଗୋଳା ବିନିମୟ ହୋଇଛି। ସେବେ ମାଓବାଦୀ ପ୍ରତିବର୍ଷ ସାଧାରଣ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଥିଲେ । ଏବେ ସେମାନଙ୍କ ପାଳି ପଡିଛି । ଏହି ୬ବର୍ଷ ମଧ୍ୟରେ ୯୪ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ୨୨୫ ନକ୍ସଲଙ୍କୁ ଗିରଫ କରି ଜେଲ ହାଜତ ଭିତରକୁ ଟାଣି ଆଣିଛି ଓଡ଼ିଶା ପୁଲିସ । କେବଳ ସେତିକି ନୁହେଁ, ପରିସ୍ଥିତି ଏମିତି ହୋଇଛି ଯେ ୧୩୪ ଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି।
ରାଜ୍ୟ ସରକାର ଆହୁରି ତଥ୍ୟ ରଖି କହିଛନ୍ତି ଯେ, ୨୨୯ଟି ବନ୍ଧୁକ ସେମାନଙ୍କ ଠାରୁ ପୁଲିସ ଜବତ କରିଛି। ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଓଡ଼ିଶା ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ତୃଣମୂଳସ୍ତର ଯାଏ ବିକାଶ କାରଣରୁ ମାଓ ଉପଦ୍ରୁତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ଖସିଆସିଥିଲେ ବି ବାସ୍ତବରେ ସେମାନେ କନ୍ଧମାଳ, ମାଲକାନଗିରିର ତୁଳସୀ ପାହାଡ ଭଳି ଦୁଇ ତିନିଟି ଅଞ୍ଚଳରେ ମାତ୍ର ସୀମିତ ଅଛନ୍ତି।
ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ, ଏହି ୬ବର୍ଷ ମଧ୍ୟରେ ଅପରେସନ୍‌ ସମୟରେ ୧୭ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ଓ ମାଓବାଦୀମାନେ ବିଭିନ୍ନ ସମୟରେ ୭୧ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ତଥ୍ୟ ଓ ଓଡ଼ିଶାର ତଥ୍ୟକୁ ତୁଳନା କଲେ, ଅନ୍ୟ ସବୁ ରାଜ୍ୟ ଅପେକ୍ଷା ଆଜି ଦିନରେ ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶାର ସଫଳତା ବେଶ୍ ଉଲ୍ଲେଖନୀୟ।
ବୈଠକରେ କେନ୍ଦ୍ର ସରକାର ତଥ୍ୟ ରଖିଥିଲେ, ୨୦୧୦ରେ ଦେଶର ୧୦ଟି ରାଜ୍ୟର ୯୬ଟି ଜିଲ୍ଲାରେ ଉତ୍ପାତ କରୁଥିବା ବେଳେ ଏବେ ଏହି ସଂଖ୍ୟା ୪୧କୁ ଖସିଆସିଛି। ମାତ୍ର ୨୫ଟି ଜିଲ୍ଲାରେ ୮୫ ପ୍ରତିଶତ ମାଓ କାର୍ଯ୍ୟକଳାପ ଓ ହିଂସା ସୀମିତ ରହିଛି। ମାଓ ଦମନ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ପୂର୍ବତନ ବରିଷ୍ଠ ପୁଲିସ ପ୍ରଶାସକମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ରାଜ୍ୟ ସରକାରଙ୍କ ମାଓ ଦମନ ନୀତିକୁ ସେମାନେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ ପାଇଁ ଦାୟୀ କରନ୍ତି। ରାଜ୍ୟ ସରକାର ୨୦୧୩ ମସିହାରୁ ମାଓ ଦମନ କ୍ଷେତ୍ରରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି। ସେ ସମୟରେ ଏକ ଆକଳନ କରି ଦେଖାଯାଇଥିଲା ଯେ, ବିଭିନ୍ନ ଜିଲ୍ଲାରେ ୧୪୦୦ ମାଓବାଦୀ ଅତ୍ୟନ୍ତ ସକ୍ରିୟତାର ସହିତ କାର୍ଯ୍ୟ କରୁଥିଲେ। ଏହି ୮ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ୮୨ ପ୍ରତିଶତ ହ୍ରାସ ପାଇଛି। ଓଡ଼ିଶାରୁ ଛତ୍ରଭଙ୍ଗ ଦେଇଛନ୍ତି।
ଏମାନଙ୍କ ର କହିବା କଥା, ରାଜ୍ୟ ସରକାର ବିକାଶକୁ ତୃଣମୂଳସ୍ତର ଯାଏ ଟାଣିନେଲେଣି। ମାଲକାନଗିରି ଜିଲ୍ଲାର ଆଜି ଦିନର ସ୍ୱାଭିମାନ ଅଞ୍ଚଳ ସେମାନଙ୍କର କେନ୍ଦ୍ର ସ୍ଥଳ ଥିଲା । ସ୍ୱାଭିମାନ ସେତୁ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଗଡରେ ପ୍ରବେଶ କରିଛନ୍ତି ଓ ଏବେ ନିୟମିତ ବ୍ୟବଧାନରେ ପୁଲିସ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ କବଜାକୁ ନେଇ ସେଠାରେ କ୍ୟାମ୍ପ କଲେଣି। ଏବେ ସେ ଅଞ୍ଚଳରେ ଆଉ କେତୋଟି ଛୋଟ ଛୋଟ ସେତୁ ଆବଶ୍ୟକ କରୁଛି, ଯାହାକୁ ଆୟୁଧ କରି ପୁଲିସ ଆନ୍ଧ୍ର ସୀମାନ୍ତ ଯାଇ ପହଞ୍ଚିଯିବ । ଥରେ ଏହି ରାସ୍ତା ଖୋଲିଗଲେ, ଓଡ଼ିଶାରେ ମାଓ ଆଡ୍ଡା ଆପାତତଃ ଲୋପ ପାଇଯିବ ।
ଏହାଠାରୁ ବଡ କଥା ହେଲା, ଏବେ ଗମନାଗମନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଘଟିଛି । ଲୋକେ ବୁଝିଗଲେଣି ରାଜ୍ୟ ସରକାରଙ୍କ ବିକାଶ ପ୍ରକ୍ରିୟାରେ ଯୋଡି ହୋଇରହିଲେ, ଖାଦ୍ୟ ଠାରୁ ସ୍ବାସ୍ଥ୍ୟ ନିରାପତ୍ତା କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ। ଏଣୁ ମାଓବାଦୀମାନେ ଆଉ ସେମାନଙ୍କୁ ପ୍ରଭାବିତ କରିପାରୁନାହାନ୍ତି। ଖାସ୍ ଏହି କାରଣରୁ ଦିନେ ଶହ ଶହ ସଂଖ୍ୟାରେ ମାଓ କ୍ୟାଡରରେ ଓଡ଼ିଆ ଥିଲେ, ଏବେ ଏକ ଅଙ୍କକୁ ଖସିଆସିଲେଣି। ଭାରତବର୍ଷରେ ଯେଉଁ ଉଲ୍ଲେଖନୀୟ ଘଟଣାଟି ଓଡ଼ିଶାରେ ଦେଖିବାକୁ ମିଳିଲା, ତାହା ହେଲା, ମାଓବାଦୀଙ୍କ ବିରୋଧରେ ସାଧାରଣ ଲୋକ ମେଳି ହୋଇ ରାସ୍ତାକୁ ଓହ୍ଲାଇବାକୁ ସହସ ଦେଖାଇବା । ଏହା ଯେବେ ଅନ୍ଯ ଭୂଖଣ୍ଡରେ ଘଟିବ, ସେବେ ସେମାନଙ୍କୁ ପ୍ରଚଣ୍ଡ ଧକ୍କା ଲାଗିବ ବୋଲି ବରିଷ୍ଠ ପୁଲିସ ପ୍ରଶାସକମାନେ ମତ ରଖିଛନ୍ତି ।
ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ପୁଲିସ ଅଧ୍ୟାକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ ଜଣାଇଛନ୍ତି। ସେଥିପାଇଁ ଆକର୍ଷଣୀୟ ପ୍ୟାକେଜ୍ ରହିଛି ଓ ଏହା ବି ଦେଶରେ ଶ୍ରେଷ୍ଠ। ଅନ୍ୟଥା ସେମାନେ ଯଦି ହିଂସା ଆଚରଣ କରନ୍ତି, ତେବେ ସରକାର ଦମନ କରିବାକୁ ପଛଘୁଞ୍ଚା ଦେବେ ନାହିଁ। ଏହି କାରଣରୁ ପୁଲିସ-ମାଓ ମୁହାଁମୁହିଁ ଘଟଣା ବଢିଛି ।
ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରେ ମାଓ ପ୍ରଭାବକୁ ଆହୁରି ହ୍ରାସ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ୫ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବୀନଙ୍କ ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଠୋସ୍ ଭାବେ କି ପଦକ୍ଷେପ ନେବେ ତାହା ଜଣାପଡିନାହିଁ। ଓଡ଼ିଶାର ଶହ ଶହ କୋଟି ଟଙ୍କାର ବିଲ୍ ଏବେ ବି କେନ୍ଦ୍ର ପାଖରେ ବକେୟା ରହିଛି। ଏହା ସତ୍ତ୍ଵେ ମୁଖ୍ୟମନ୍ତ୍ରୀ ନକ୍ସଲ ପ୍ରବଣ ମାଲକାନଗିରି ଭଳି ଜିଲ୍ଲାରୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟା ଆରମ୍ଭ କରି ବିକାଶର ସୁଷମ ବଣ୍ଟନ ଏବଂ ସବୁଠାରୁ ଉପାନ୍ତ ଅଞ୍ଚଳ ପ୍ରତି ଥିବା ତାଙ୍କର ପ୍ରାଥମିକତାକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ଷମତା ଚୌକି ଧରିବା ସମୟରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ପାଖାପାଖୁ ୨୧ଟି ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ରହିଥିଲା ।
ମାଓ ସଙ୍ଗଠନ ପକ୍ଷରୁ ଶହୀଦ ସପ୍ତାହରେ କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଅଡ଼ିଓ ଟେପ ଜାରି କରି ଆହ୍ବାନ ଦେଲେ ମାଓ ନେତା
ମାଲକାନଗିରି: ଆଗକୁ ଆସୁଛି ମାଓବାଦୀଙ୍କ ଶହୀଦ ସପ୍ତାହ । ମୃତ ମାଓବାଦୀଙ୍କ ଉଦେଶ୍ୟରେ ମାଓବାଦୀ ମାନେ ଏହି ଶହୀଦ ସପ୍ତାହ ପାଳନ କରନ୍ତି । ପୂର୍ବରୁ ଅନେକ ହିଂସା କାଣ୍ଡ ଘଟାଇବା ସହ ନାଚ ଗୀତ କରି ଶହୀଦ ସପ୍ତାହ ପାଳନ ହେଉଥିବା ବେଳେ ଚଳିତ ବର୍ଷ ସେ ସବୁ କୁ ନ କରି କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେ ଆହ୍ବାନ ଦେଇଛି ମାଓ ସଙ୍ଗଠନ । ଆଜି ମାଲକାନଗିରି କୋରାପୁଟ ମାଓ ଡିଭିଜନର ସମ୍ପାଦକ ତଥା ବରିଷ୍ଠ ମାଓନେତା ରାକେଶ ଆଜି ଏକ ଅଡିଓ ଟେପ୍ ଜାରି କରିଛନ୍ତି । ତେଲୁଗୁ ଭାଷାରେ ରିଲିଜ ଏହି ଅଡ଼ିଓ ଟେପ ରେ ସହୀଦ ଦିବସରେ କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେ ଆହ୍ବାନ ଦେଇଛନ୍ତି। ଗତ ୨୦୨୦ ଜୁଲାଇ ଠାରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଆନ୍ଧ୍ର ଓଡିଶା ସୀମାନ୍ତରେ ୧୩ ଜଣ ମାଓବାଦୀ ସହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ମାଓ ସଂଗଠନର ବରିଷ୍ଠ ସଦସ୍ୟ ଯଥା କମ୍ରେଡ ରଣଦେବ, ଅଶୋକ, କିଶୋର, ମାଲ୍ଲା, ଶାନ୍ତି, ଲଳିତା, ପାଇକେ, ଜୟା, ଦାଇକି, ଏବଂ ଦୁଇଜଣ ଅସୁସ୍ଥତା ଯୋଗୁଁ ମୃତ୍ୟୁବରଣ କରିଥିଲେ। ବୈପାରୁଗୁଡା ଘୋଟବେଡା ଠାରେ ଗରୀବ ଆଦିବାସୀଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିଲେ। ଅପରେସନ ସମାଧାନ ନାମରେ ପୋଲିସ ନିରୀହ ଜନତାଙ୍କୁ ହତ୍ୟା କରିବା ଘଟଣାକୁ ମଧ୍ୟ ସେ ଏହି ଅଡ଼ିଓ ଟେପ ମାଧ୍ୟମରେ ନିନ୍ଦା କରିଛନ୍ତି। ପୋଲିସ ମାଓ ସଂଗଠନକୁ ବଦନାମ କରିବା ନାମରେ ବସ ଏବଂ ଗାଡି ଚଳାଚଳ ବନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି । ଏବଂ ଏହି ଗାଡି ଚଳା ଚଳ ସ୍ବାଭାବିକ କରିବାକୁ ସେ ଆହ୍ବାନ ଦେଇଛନ୍ତି । ସେହିପରି ଆଗାମୀ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ହେବାକୁ ଥିବା ସହୀଦ ଦିବସରେ ପ୍ରତ୍ୟେକ ଗ୍ରାମରେ ଜଳ ଜମି ଓ ଜଙ୍ଗଲ ଲଢେଇ କରୁଥିବା ମାଓବାଦୀ ସଦସ୍ୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆହ୍ବାନ କରିଛନ୍ତି। ମାଓ ଦମନ କୁ ବନ୍ଦ କରି ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିର ମୌଳିକ ସୁବିଧା ଯୋଗାଇ ନ ଦେବା ପର୍ଯ୍ୟନ୍ତ ମାଓ ସଙ୍ଗଠନ ତାଙ୍କର ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି । ତେବେ ମାଓବାଦୀଙ୍କ ଏହି ଶହୀଦ ସପ୍ତାହ କୁ ଦୃଷ୍ଟି ରେ ରଖି ପୋଲି ପକ୍ଷରୁ ସୁରକ୍ଷା ବ୍ୟବସ୍ତା କୁ କଡାକଡି କର ଯିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ସର୍ଚ ଅପରେସନ କୁ ବଢାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।