Independence Day - The Sakala
ଶଙ୍ଖ ଭବନରେ ତ୍ରିରଙ୍ଗା ଉଡ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ବଜାୟ ରଖିବାକୁ ଆହ୍ବାନ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧିକୁ ଏକତ୍ରିତ ରଖିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପୂର୍ଣ୍ଣ ଶଙ୍ଖ ଭବନ ପରିସର ବିଭିନ୍ନ ଦେଶାତ୍ମକବୋଧ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ବିଧାୟକ, ନିର୍ବାଚନମଣ୍ଡଳୀ, ବ୍ଳକ ଓ ପୌରାଞ୍ଚଳର ଦଳୀୟ ପଦାଧିକାରୀ, ଜନପ୍ରତିନିଧି, କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶମାତୃକାର ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସଂଗ୍ରାମୀ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ, ସଂଘର୍ଷ ଓ ବଳିଦାନକୁ ସ୍ମୃତି ଚାରଣ କରାଯାଇଥିଲା। ଦେଶର ଏକତା, ଅଖଣ୍ଡତାକୁ ସୁଦୃଢ଼ ରଖିବାକୁ ଉପସ୍ଥିତ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଡ. ସଂତୃପ୍ତ ମିଶ୍ର, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁଲତା ଦେଓ, ସୁଦାମ ମାର୍ଣ୍ଡି, ପ୍ରଦୀପ ଅମାତ୍‌, ସ୍ନେହାଙ୍ଗୀନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ମୁନ୍ନା ଖାନ୍‌, ପ୍ରଣବ ବଳବନ୍ତରାୟ, ମନ୍ମଥ ରାଉତରାୟ, ରାଜେନ୍ଦ୍ର ସାହୁ, ଭ୍ରୁଗୁ ବକ୍ସିପାତ୍ର, ଶର୍ମିଷ୍ଠା ସେଠୀ, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ସୁମିତ୍ରା ଜେନା, ଗୀତା ବସ୍ତିଆ, ମିନତୀ ବେହେରା, ଦୁର୍ଗା ସାମନ୍ତରାୟ, ରମାରଞ୍ଜନ ବଳିୟାରସିଂହଙ୍କ ସହ ବହୁ ଯୁବ, ଛାତ୍ର, ମହିଳା ଏବଂ ଅନ୍ୟାନ୍ୟ ନେତୃବର୍ଗ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଅଗଷ୍ଟ ୯ରୁ ୧୭ ଯାଏଁ ରାଜ୍ୟବ୍ୟାପୀ ପାଳିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ପାଳିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ । ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶାରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ପାଳିତ ହେବ। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜନସାଧାରଣଙ୍କ ବ୍ୟାପକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜଧାନୀରୁ ଆରମ୍ଭ କରି ବ୍ଲକ ଏବଂ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଏହି ଅଭିଯାନ ଆୟୋଜିତ ହେବ।
ଏହି ଅଭିଯାନର ସଫଳ ରୂପାୟନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସମସ୍ତ ଜିଲ୍ଲାରେ ଜାତୀୟ ପତାକାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରାୟ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲାରେ ଏହି ପତାକା ବଣ୍ଟନ କରାଯିବ।
କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଅଗଷ୍ଟ ୯ ତାରିଖ ଦିନ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ରାଲି ହାତୀଆଶୁଣି ପଡ଼ିଆରୁ ବାହାରି ଲୁମ୍ବିନୀ ବିହାର ରାସ୍ତା ଆଡ଼କୁ ଯିବ। ସରକାରୀ ଅଧିକାରୀ, ଯୁବଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍ ଓ ଏନଏସଏସ ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହେବେ। ଏହି ସମୟରେ ଦେଶାତ୍ମବୋଧକ ଗୀତ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବ। ଜିଲ୍ଲା ସ୍ତରରେ ମଧ୍ୟ ଅନୁରୂପ ଶୋଭାଯାତ୍ରାର ଆୟୋଜନ ହେବ।
ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ନାଗରିକମାନେ ତ୍ରିରଙ୍ଗା ସହିତ ସେଲଫି ନେଇ ‘ହର୍ ଘର୍ ତ୍ରିରଙ୍ଗା’ ୱେବସାଇଟରେ ଅପଲୋଡ୍ କରି ଡିଜିଟାଲ୍ ସାର୍ଟିଫିକେଟ୍ ପାଇପାରିବେ। ମାଇଁଗଭ୍ (MyGov) ପୋର୍ଟାଲ ମାଧ୍ୟମରେ ଏକ ଅନ୍‌ଲାଇନ୍ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନରେ ବହୁଳ ମାତ୍ରାରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ରାଜ୍ୟ ସରକାର ସମସ୍ତ ନାଗରିକ, ଘରୋଇ ସଂସ୍ଥା ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି।
ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର,: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟି କମ୍ଭପପାଟି, ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।
ଗାନ୍ଧି ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ କରି କହିଛନ୍ତି ଯେ, ସଙ୍ଗଠିତ ଅପରାଧକୁ ଦମନ କରାଯିବ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି। ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ। ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡାଯିବ ନାହିଁ। ସେମାନଙ୍କ ସ୍ଥାନ ଜେଲ୍‌ରେ ସମାଜରେ ନୁହେଁ । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କ୍ଷମତା ଦିଆଯାଇଛି। ମହିଳା ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାାରେ ପଦକ୍ଷେପ ନିଆଯିବ। ରାଜ୍ୟରେ ଆଇନ ଶୃଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି।ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ। ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ: ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ ପାଇଁ କାର୍ଯ୍ୟକ୍ରମ ଆୟୋଜନ
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏକତା ଓ ସ୍ୱାଧୀନତାର ଭାବନାକୁ ପ୍ରତିଫଳିତ କରି ସ୍ୱାଧୀନତା ଦିବସକୁ ଦେଶପ୍ରେମର ସହ ପାଳନ କରିଛି । ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରି ଜାତୀୟ ଗୌରବ ଓ ସାମୂହିକ ଭାବନାକୁ ପ୍ରତିପାଦିତ କରିଛି ।
ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠିକୁ ଏକାଠି କରି ଦେଶ ପ୍ରତି ନିଜର ଭଲପାଇବା ଜାହିର କରିବା ଭଳି କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।
ଗୁଣପୁର ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲର ଛାତ୍ର ତ୍ରିଲୋକନାଥ ବିଶୋଇ ତାଙ୍କ ଅନୁଭୂତି ବଖାଣିଥିଲେ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦ୍ୱାରା ଦେଶପ୍ରେମର ଗଭୀର ଭାବନା ଜାଗ୍ରତ ହୋଇଥିଲା ଏବଂ ମୋ ଦେଶ ପ୍ରତି ମୋର ଭଲପାଇବା ଗଭୀର ହୋଇଥିଲା । ଏହା ଏକ ଅବିଶ୍ୱସନୀୟ ଅନୁଭୂତି ଥିଲା ଯାହା ମୋତେ କଳା ମାଧ୍ୟମରେ ମୋର ଜାତୀୟ ଗର୍ବକୁ ପ୍ରକାଶ କରିବାକୁ ସୁଯୋଗ ଦେଇଥିଲା । ଏଭଳି ଏକ ପ୍ରେରଣାଦାୟୀ ଏବଂ ଆକର୍ଷଣୀୟ କାର୍ୟ୍ୟକ୍ରମ ଆୟୋଜନ କରିଥିବାରୁ ବେଦାନ୍ତ ନିକଟରେ ମୁଁ ପ୍ରକୃତରେ କୃତଜ୍ଞ ବୋଲି ସେ କହିଥିଲେ ।
ଏଭଳି କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷେତ୍ରରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ ତାହାର ସମର୍ପଣ ଭାବକୁ ଦର୍ଶାଏ । ସ୍ଥାନୀୟ କର୍ତ୍ତୃପକ୍ଷ, ସେବା ସଂଗଠନ ଏବଂ ଗୋଷ୍ଠିର ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ କରି ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ଉନ୍ନତିରେ ତାହାର ପ୍ରମୁଖ ଯୋଗଦାନ ଜାରି ରଖିଛି ।
୭୮ତମ ସ୍ୱାଧୀନତା ଦିବସ: ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର: ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଉତ୍ସବରେ ସେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଇଛନ୍ତି। ପୁଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ୨୦୪୭ ସୁଦ୍ଧା ଭାରତ ବିଶ୍ବଗୁରୁ ହେବ। ଭାରତକୁ ବିଶ୍ବଗୁରୁ କରିବା ପାଇଁ ଆମେ ସହାୟକ ହେବୁ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଖୁବ୍‌ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ ବୋଲି ସେ କହିଥିଲେ।
ଆଗାମୀ ୫ବର୍ଷରେ ୭୫ହଜାର ମେଡିକାଲ ସିଟ୍‌ ବଢ଼ାଯିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି। ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଥିବା କଥା କହିଛନ୍ତି ମୋଦୀ । ଏଥିସହ ୭୫ ହଜାର ମେଡିକାଲ ସିଟ୍‌ ବଢ଼ିବ ବୋଲି ସେ କହିଛନ୍ତି। ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା । ମେଡିକାଲ ଶିକ୍ଷା ପାଇଁ ଯୁବପିଢ଼ି ବିଦେଶକୁ ଯାଉଛନ୍ତି । ବିଦେଶରେ ପାଠପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମର ଲକ୍ଷ୍ୟ ଦେଶରେ ଏକ ଲକ୍ଷ ମେଡିକାଲ ସିଟ୍ କରିବା । ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍‌ ସୃଷ୍ଟି କରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଅଗଷ୍ଟ ୧୫କୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କରିଥିଲେ ଲର୍ଡ ମାଉଣ୍ଟବେଟେନ୍‌; ଜାଣନ୍ତୁ କ’ଣ ଥିଲା ଏହାର କାରଣ…
୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ  ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ।
ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌  ହିଁ ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ। କାରଣ ‘ଅଗଷ୍ଟ ୧୫’ ତାରିଖ ତାଙ୍କ ପାଇଁ ବେଶ୍‌ ସୌଭାଗ୍ୟଶାଳୀ ବୋଲି ସେ ଭାବୁଥିଲେ।  ତେଣୁ ଜୁନ୍‌ ୩ ତାରିଖରେ ସ୍ବତନ୍ତ୍ରତା ଓ ଦେଶ ବିଭାଜନ ସମ୍ବନ୍ଧୀୟ ଏକ ବୈଠକରେ ଲର୍ଡ ମାଉଣ୍ଟବେଟେନ୍‌ ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କଲେ। ସାର୍ବଜନୀନ ଭାବେ ଏହି ଘୋଷଣା ଶୁଣିବା ପରେ ଭାରତର ଜ୍ୟୋତିଷଙ୍କ ଭିତରେ ଅସନ୍ତୋଷ ଦେଖାଗଲା। କାରଣ ଜ୍ୟୋତିଷଙ୍କ ମତରେ ତିଥି, ବାର ଓ ନକ୍ଷତ୍ରର ବିଚାର ଅନୁସାରେ ୧୯୪୭ ଅଗଷ୍ଟ ୧୫ ତାରିଖ ବହୁତ ଅଶୁଭ ଏବଂ ଅମଙ୍ଗଳକାରୀ ଥିଲା। ତେଣୁ ଜ୍ୟୋତିଷମାନେ ପରାମର୍ଶ କରି ବିକଳ୍ପ ଦୃଷ୍ଟିରୁ ଆଉ ଏକ ତିଥି ସମ୍ପର୍କରେ ମାଉଣ୍ଟବେଟେନ୍‌ଙ୍କୁ କହିଲେ। କିନ୍ତୁ ମାଉଣ୍ଟବେଟେନ୍‌ ତାଙ୍କ ଲକି ନମ୍ବରକୁ ନେଇ ଜିଦିରେ ଅଟଳ ରହିଲେ।
ତେଣୁ ଏଭଳି ଦ୍ବନ୍ଦ୍ବର ସମାଧାନ କରିବା ପାଇଁ ଜ୍ୟୋତିଷମାନେ ଏକ ଉପାୟ ବାହାର କଲେ। ୧୪ ଓ ୧୫ ତାରିଖ ମଧ୍ୟ ରାତ୍ରୀର ସମୟକୁ ଚୟନ କରାଗଲା। ଇଂରାଜୀ ସମୟ ଅନୁସାରେ ରାତି ୧୨ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଥାଏ। ତେଣୁ ୧୪ ତାରିଖ, ରାତି ୧୨ ଟା ପରେ ୧୫ ତାରିଖ ହେବ, ଯାହାକି ମାଉଣ୍ଟବେଟେନ୍‌ଙ୍କ ସୌଭାଗ୍ୟଶାଳୀ ‘୧୫ ତାରିଖ’ ପାଇଁ ସଠିକ୍‌ ହେବ। ଅନ୍ୟ ପକ୍ଷରେ ହିନ୍ଦୁ ଗଣନା ଅନୁସାରେ ସୂ॥େର୍ଯ୍ୟାଦୟରୁ ସୂର୍ଯ୍ୟାସ୍ତ ଗୋଟିଏ ଦିନ। ଏହାକୁ ଭିତ୍ତି କରି ୧୫ ତାରିଖର ସୂର୍ଯ୍ୟୋଦୟ ହେବା ପୂର୍ବରୁ ଭାରତର ସ୍ବାଧୀନତା ଘୋଷଣା ହୋଇଯିବ। ଅଗଷ୍ଟ ୧୪ ତାରିଖ ରାତିରେ ସେହି ଶୁଭ ମୁହୂର୍ତ୍ତ ୧୧ଟା ୫୧ ମିନିଟ୍‌ରୁ ଆରମ୍ଭ ହୋଇ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଥିଲା। ତେଣୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ରାତି ୧୨ଟା ପରେ, ଇଂରାଜୀ ମାସ ଅନୁସାରେ ‘ଅଗଷ୍ଟ ୧୫’ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଛି।
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସର‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି କହିଛନ୍ତି, ମୁଁ ଏହା ଦେଖି ବହୁତ ଖୁସି ଯେ ସମସ୍ତ ଦେଶବାସୀ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ହେଉ, ରାଜ୍ୟ ରାଜଧାନୀରେ ହେଉ କିମ୍ବା ଆମ ଆଖପାଖରେ ଉଡୁଥିବା ତ୍ରିରଙ୍ଗାକୁ ଦେଖି ଆମ ହୃଦୟ ଉତ୍ସାହରେ ପରିପୂର୍ଣ୍ଣ ହୋଇଯାଇଥାଏ।
ରାଷ୍ଟ୍ରପତି କହିଛନ୍ତି, ଆଜି ୧୪ ଅଗଷ୍ଟରେ ଆମ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ଏହା ବିଭାଜନର ଭୟାବହତାକୁ ମନେ ରଖିବାର ଦିନ। ଯେତେବେଳେ ଆମର ମହାନ ରାଷ୍ଟ୍ର ବିଭାଜିତ ହେଲା, ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଲେ। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ, ଆମେ ବୃହତ ମାନବୀୟ ଦୁଃଖଦ ଘଟଣାକୁ ମନେ ପକାଉଛୁ ଏବଂ ଭାଙ୍ଗି ଯାଇଥିବା ପରିବାର ସହିତ ମିଳିତ ହୋଇ ଛିଡା ହୋଇଛୁ।
ରାଷ୍ଟ୍ରପତି କହିଛନ୍ତି, ଏହି ସ୍ୱାଧୀନତାର ପର୍ବ ଆମକୁ ସେହି ଦିନଗୁଡ଼ିକୁ ମନେ ପକାଇଥାଏ ଯେତେବେଳେ ଅନେକ ଲୋକ ଦେଶ ପାଇଁ ବଳିଦାନ ଦେଇଥିଲେ। ଆମର ସ୍ୱାଧୀନତା ସଂଗ୍ରାମୀମାନେ ଆମକୁ ଏକ ନୂତନ ଅଭିବ୍ୟକ୍ତି ଦେଇଥିଲେ। ସର୍ଦ୍ଦାର ପଟେଲ, ବୋଷ, ଭାଗବତ ସିଂ, ବାବା ସାହେବ ଆମ୍ବେଦକରଙ୍କ ପରି ଅନେକ ଥିଲେ, ଯାହାର ବଳିଦାନକୁ ପ୍ରଶଂସା କରାଯାଇଛି।
ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଖୁବ୍ ଶୀଘ୍ର ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛୁ।  ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ରାସନ ଦିଆଯାଉଛି। ଜି-୨୦ର ସଫଳ ଆୟୋଜନ କରି ବିଶ୍ବରେ ପରାକାଷ୍ଠା ଦେଖାଇଛି ଭାରତ । ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ ।ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି ବୋଲି ରାଷ୍ଟ୍ରପତି କହିଥିଲେ। ମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି। ଏଥିପାଇଁ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି। ନାରୀ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଲାଗୁ କରିଛୁ। ଯୁବ ପ୍ରତିଭାଙ୍କୁ ରୋଜଗାର ଯୋଗାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।
ସ୍ବାଧୀନତା ଅଭିଭାଷଣରେ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି। ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିଅନ ହୋଇଛି । ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ।
ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ
ଭୁବନେଶ୍ୱର: ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ।। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୁଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।
ଏହି ଅବସରରେ ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ୟ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ। ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ସାରା ଦେଶ ସହ ରାଜଧାନୀ ଭୁବନେଶ୍ୱର ହୋଇଯାଇଛି ତ୍ରିରଙ୍ଗାମୟ । ଭୁବନେଶ୍ୱରର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ପୂର୍ବାହ୍ନ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ।
ସ୍ବାଧୀନତା ଦିବସ ଅବସରରେ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୧୫ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର । ସେହିପରି ଡଗ୍‌ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌-କ୍ୟାଚର୍‌ ଟିମ୍‌ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ ।
ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର୍‌ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ। ଟ୍ରାଫିକ୍‌ ପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସାର୍ପ ସୁଟର୍‌, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରେସପନ୍ସ ଟିମ୍ ମୁତୟନ ରହିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି । ଏହାସହ ପରେଡ଼ ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନିୟନ୍ତ୍ରଣକୁ ନିଆଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି ।
୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ।
ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌ ହିଁ ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ। କାରଣ ‘ଅଗଷ୍ଟ ୧୫’ ତାରିଖ ତାଙ୍କ ପାଇଁ ବେଶ୍‌ ସୌଭାଗ୍ୟଶାଳୀ ବୋଲି ସେ ଭାବୁଥିଲେ। ତେଣୁ ଜୁନ୍‌ ୩ ତାରିଖରେ ସ୍ବତନ୍ତ୍ରତା ଓ ଦେଶ ବିଭାଜନ ସମ୍ବନ୍ଧୀୟ ଏକ ବୈଠକରେ ଲର୍ଡ ମାଉଣ୍ଟବେଟେନ୍‌ ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କଲେ। ସାର୍ବଜନୀନ ଭାବେ ଏହି ଘୋଷଣା ଶୁଣିବା ପରେ ଭାରତର ଜ୍ୟୋତିଷଙ୍କ ଭିତରେ ଅସନ୍ତୋଷ ଦେଖାଗଲା। କାରଣ ଜ୍ୟୋତିଷଙ୍କ ମତରେ ତିଥି, ବାର ଓ ନକ୍ଷତ୍ରର ବିଚାର ଅନୁସାରେ ୧୯୪୭ ଅଗଷ୍ଟ ୧୫ ତାରିଖ ବହୁତ ଅଶୁଭ ଏବଂ ଅମଙ୍ଗଳକାରୀ ଥିଲା। ତେଣୁ ଜ୍ୟୋତିଷମାନେ ପରାମର୍ଶ କରି ବିକଳ୍ପ ଦୃଷ୍ଟିରୁ ଆଉ ଏକ ତିଥି ସମ୍ପର୍କରେ ମାଉଣ୍ଟବେଟେନ୍‌ଙ୍କୁ କହିଲେ। କିନ୍ତୁ ମାଉଣ୍ଟବେଟେନ୍‌ ତାଙ୍କ ଲକି ନମ୍ବରକୁ ନେଇ ଜିଦିରେ ଅଟଳ ରହିଲେ।
ତେଣୁ ଏଭଳି ଦ୍ବନ୍ଦ୍ବର ସମାଧାନ କରିବା ପାଇଁ ଜ୍ୟୋତିଷମାନେ ଏକ ଉପାୟ ବାହାର କଲେ। ୧୪ ଓ ୧୫ ତାରିଖ ମଧ୍ୟ ରାତ୍ରୀର ସମୟକୁ ଚୟନ କରାଗଲା। ଇଂରାଜୀ ସମୟ ଅନୁସାରେ ରାତି ୧୨ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଥାଏ। ତେଣୁ ୧୪ ତାରିଖ, ରାତି ୧୨ ଟା ପରେ ୧୫ ତାରିଖ ହେବ, ଯାହାକି ମାଉଣ୍ଟବେଟେନ୍‌ଙ୍କ ସୌଭାଗ୍ୟଶାଳୀ ‘୧୫ ତାରିଖ’ ପାଇଁ ସଠିକ୍‌ ହେବ। ଅନ୍ୟ ପକ୍ଷରେ ହିନ୍ଦୁ ଗଣନା ଅନୁସାରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଗୋଟିଏ ଦିନ। ଏହାକୁ ଭିତ୍ତି କରି ୧୫ ତାରିଖର ସୂର୍ଯ୍ୟୋଦୟ ହେବା ପୂର୍ବରୁ ଭାରତର ସ୍ବାଧୀନତା ଘୋଷଣା ହୋଇଯିବ। ଅଗଷ୍ଟ ୧୪ ତାରିଖ ରାତିରେ ସେହି ଶୁଭ ମୁହୂର୍ତ୍ତ ୧୧ଟା ୫୧ ମିନିଟ୍‌ରୁ ଆରମ୍ଭ ହୋଇ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଥିଲା। ତେଣୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ରାତି ୧୨ଟା ପରେ, ଇଂରାଜୀ ମାସ ଅନୁସାରେ ‘ଅଗଷ୍ଟ ୧୫’ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଛି।
ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଭାରତ ଏହାର ସ୍ୱାଧୀନତାର ୭୭ ତମ ବାର୍ଷିକୀ ପାଳନ କରିବାକୁ ଯାଉଛି । ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । କିନ୍ତୁ କ’ଣ ଆପଣ ଜଣିଛନ୍ତି କି ଭାରତ ପରି ସେହି ୫ ଦେଶମାନଙ୍କ ବିଷୟରେ ଯେଉଁମାନେ ଭାରତ ପରି ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲେ ଏବଂ ଏହି ଦିନକୁ ସେମାନେ ସେମାନଙ୍କର ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି । ସେହି ଦେଶ ଗୁଡ଼ିକ ହେଲେ- ସାଉଥ କୋରିଆ, ନର୍ଥ କୋରିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ବାହାରିନ୍ ଏବଂ ଲିକଣ୍ଟେଷ୍ଟିନ ।
ସାଉଥ କୋରିଆ: ୧୫ ଅଗଷ୍ଟ ୧୯୪୫ରେ ସାଉଥ କୋରିଆ ଜାପାନଠାରୁ ସ୍ୱାଧୀନତା ପାଇଥିଲା । ୧୯୪୫ ମସିହାରେ, ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ ଏବଂ ଏହାକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ଦିନ ୧୯୪୫ ରେ ଶେଷ ହୋଇଥିଲା।
ନର୍ଥ କୋରିଆ: ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ରେ ଜାପାନ ଠାରୁ ସ୍ୱାଧୀନତା ପାଇଥିଲେ । ଛୁଟି ଦିନ ହୋଇ ଥିବାରୁ ଏହି ଦିନରେ ଏଠାରେ ବିବାହ ପରମ୍ପରା ଆରମ୍ଭ ହୋଇଛି ।
ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବାହାରିନ୍ ଛାଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ବାହାରିନ୍ ଅଗଷ୍ଟ ୧୬କୁ ନ୍ୟାସନାଲ ହଲିଡେ ଭାବରେ ପାଳନ କରୁଛି । ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ ପୂର୍ବରୁ ମଧ୍ୟ ବାହାରିନ୍ ଆରବ ଏବଂ ପର୍ତ୍ତୁଗାଲ ସମେତ ଅନେକ ଦେଶ ଦ୍ୱାରା ଶାସିତ ହୋଇଥିଲା।
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ: କଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା । ସ୍ୱାଧୀନତା ପରେ ଫୁଲବର୍ଟ ୟୁଲୁ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୩ ପର୍ଯ୍ୟନ୍ତ ଶାସନ କରିଥିଲେ।
ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ଏହାର ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ୧୫ ଅଗଷ୍ଟରେ ଜାତୀୟ ଦିବସ ପାଳନ ୧୯୪୦ ରୁ ଆରମ୍ଭ ହୋଇଥିଲା । ୫ ଅଗଷ୍ଟ ୧୯୪୦ ରେ, ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।