Central University of Odisha - The Sakala

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ରର ଦରଦ ଏମିତି: ୩ ବର୍ଷରେ ୩ଜଣଙ୍କୁ ନିଯୁକ୍ତି, ଖାଲିପଡ଼ିଛି ୮୦ ପ୍ରତିଶତ କର୍ମଚାରୀ ପଦ
ଭୁବନେଶ୍ୱର: ବାରମ୍ବାର ଦାବି ସତ୍ତ୍ବେ ପୂରଣ ହେଉନି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ପଦ। ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାୟୀ କୁଳପତି ନିଯୁକ୍ତି ଦିଆଯାଇଛି; ମାତ୍ର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼଼ୁନି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧ ମସିହାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ କରିଥିବା କହି ଆସୁଛି, ମାତ୍ର ଏଥିରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)କୁ ଗୁରୁତ୍ୱ ଦିଆଯାଉ ନାହିଁ। ବିଡ଼ମ୍ବନା ହେଉଛି ୩ ବର୍ଷର ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ୧୩୭ ପଦ ମଧ୍ୟରୁ ମାତ୍ର ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ବୁଧବାର ସଂସଦରେ ଦେଇଥିବା ତଥ୍ୟ ଅନୁସାରେ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୫୮୦୦ରୁ ଅଧିକ ପଦ ଖାଲି ପଡ଼ିଛି। ଏହାମଧ୍ୟରେ ରହିଛି ୧୨୦୫ ପ୍ରାଧ୍ୟାପକ, ୨୨୮୨ ସହଯୋଗୀ ପ୍ରଫେସର ଓ ୨୩୩୮ ସହକାରୀ ପ୍ରଫେସର ପଦ ରହିଛି। ଖାଲିଥିବା ପଦରେ ୨୫୫୪ଜଣ ଅତିଥି ଶିକ୍ଷକଙ୍କୁ ଶିକ୍ଷାଦାନ ପ୍ରକ୍ରିୟା ପାଇଁ ନିଯୁକ୍ତ କରାଯାଇଛି। ୪ ହଜାର ଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ୨୦୨୧ ମସିହାରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ରାଜ୍ୟସଭାରେ ୬ହଜାରରୁ ଅଧିକ ଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରିଥିବା କେନ୍ଦ୍ର ମନ୍ତ୍ରୀ ଉତ୍ତର ରଖିଥିଲେ। ଯେଉଁଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସର୍ବାଧିକ ପଦ ଖାଲି ରହିଥିଲା। ହେଲେ ୩ ବର୍ଷର ନିଯୁକ୍ତି ପ୍ରକ୍ରିୟାରେ ମାତ୍ର ୩ଜଣ ସ୍ଥାୟୀ ଶିକ୍ଷକ କର୍ମଚାରୀ ‘ସିୟୁଓ’ରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅଛନ୍‌‌ତି ୨ଜଣ ସହଯୋଗୀ ପ୍ରାଧ୍ୟାପକ ଓ ଜଣେ ପରୀକ୍ଷା ନିୟନ୍ତ୍ରକ।

ଆସନ୍ତା ୨୯ ତାରିଖରେ ୧୫ବର୍ଷରେ ପାଦ ଥାପିବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ୨୦୦୯ ଅଗଷ୍ଟ ୨୯ରେ ଏହି ବିଶ୍ୱବିଦ୍ୟାଳୟ ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ଯୋଗାଇବା ତଥା ଆଦିବାସୀଙ୍କ ସମ୍ପର୍କରେ ଅଧିକ ଗବେଷଣା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା। ବିଗତ ୧୪ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ମାତ୍ର ୧୮ଟି ବିଭାଗ ଖୋଲିଛି। ଚଳିତ ବର୍ଷରୁ ସ୍ନାତକରେ ୩ଟି ବିଏସସି ପାଠ୍ୟକ୍ରମ ଓ ଏମବିଏ ଇନ୍‌‌ ସପ୍ଲାଏଚେନ୍‌‌ ମେନେଜମେଣ୍ଟ ବିଭାଗ ଖୋଲିଛି। ପରିତାପର ବିଷୟ ବିଶ୍ୱବିଦ୍ୟାଳୟର ୮୦ ପ୍ରତିଶତ ଶିକ୍ଷକ ପଦ ଖାଲି। ଅତିଥି ଶିକ୍ଷକଙ୍କ ଭରସାରେ ବିଶ୍ୱବିଦ୍ୟାଳୟ ଚାଲୁଥିବାବେଳେ ଗୁଣାତ୍ମକ ଶିକ୍ଷା ପିଲାଙ୍କ ପାଇଁ ସ୍ୱପ୍ନ ସାଜିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିବାସୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟରେ ଟ୍ରାଇବାଲ୍‌‌ ଷ୍ଟଡିଜ୍‌‌ (ଆଦିବାସୀଙ୍କ ସମ୍ପର୍କରେ ଗବେଷଣା) ବିଭାଗ ଖୋଲି ପାରିଲାନି। କେବଳ ରାଜୀବ ଗାନ୍ଧୀ ଚେୟାର୍‌‌ ପ୍ରତିଷ୍ଠା କରାଯାଇ ଯେତତେନ ଭଳି ଗବେଷଣା କରାଯାଉଛି। ଯାହାକୁ ନେଇ ଶିକ୍ଷାବିତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପିଲାଙ୍କ ଆବଶ୍ୟକତାନୁସାରେ ଏଠାରେ ନୂଆ ବିଭାଗ ଖୋଲି ପାରୁନି। ଆଇନ୍‌‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ ଆଦି ବିଭାଗ ଖୋଲିବା ପାଇଁ ଦାବି ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେବେ ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୫୪ କର୍ମଚାରୀ ପଦ ମଧ୍ୟରୁ ମାତ୍ର ୧୯ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଅବଶିଷ୍ଟ ୧୩୫ଟି ଖାଲି ପଡ଼ିଥିବାବେଳେ ଅତିଥି ଶିକ୍ଷକଙ୍କ ଭରସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି। ୩ରୁ ଅଧିକ ବିଭାଗରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଦେଶର ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଅଣଶିକ୍ଷକ ପଦରୁ ପ୍ରାୟ ୭୦ପ୍ରତିଶତ ଖାଲି ପଡ଼ିଛି। ତେବେ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ, ଖାଲିଥିବା କର୍ମଚାରୀ ପଦ ପୂରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲିଛି। ଖୁବ୍‌‌ ଶୀଘ୍ର ଅଧାରୁ ଅଧିକ ପଦ ପୂରଣ କରାଯିବ। ଚଳିତ ବର୍ଷର ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ୯୦ ପ୍ରତିଶତ କର୍ମଚାରୀ ପଦ : ଗଣିତ, ଭୂଗୋଳ, ଇତିହାସ ବିଭାଗ ନାହିଁ
ଭୁବନେଶ୍ୱର : ୧୪ ବର୍ଷରେ ପାଦ ଥାପିଛି ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ୨୦୦୯ ଅଗଷ୍ଟ ୨୯ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା। ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ତଥା ଆଦିବାସୀଙ୍କ ସମ୍ପର୍କରେ ଅଧିକ ଗବେଷଣା ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା ହୋଇଥିଲା। ହେଲେ ୧୪ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ମାତ୍ର ୧୪ ବିଭାଗ ଖୋଲିପାରିଛି ଓ ବିଡ଼ମ୍ବନା ହେଉଛି ଏହି ବିଶ୍ୱବିଦ୍ୟାଳୟରେ ୯୦% ଅଧ୍ୟାପକ ପଦ ଖାଲି ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିବାସୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟରେ ଟ୍ରାଇବାଲ୍‍ ଷ୍ଟଡିଜ୍‍ (ଆସିବାସୀଙ୍କ ସମ୍ପର୍କରେ ଗବେଷଣା) ବିଭାଗ ଖୋଲି ପାରିଲାନି।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୧୪ ବର୍ଷ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନରେ ଓଡିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଭାଷା ସହିତ ନୃତତ୍ତ୍ୱ୍ୱ, ସମାଜ ବିଜ୍ଞାନ, ଅର୍ଥନୀତି, ସାମ୍ୱାଦିକତା ଓ ଗଣ ଯୋଗାଯୋଗ, ଶିକ୍ଷା, ଗଣିତ, କମ୍ପ୍ୟୁଟର୍‍ ବିଜ୍ଞାନ, ପରିସଂଖ୍ୟାନ, ବ୍ୟବସାୟ ପ୍ରବନ୍ଧନ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଆଦିକୁ ମିଶାଇ ମୋଟ୍‍ ୧୪ଟି ବିଷୟରେ ସ୍ନାତକୋତ୍ତର ପାଠପଢା ବ୍ୟବସ୍ଥା ଅଛି। ମାତ୍ର ଆଇନ୍‍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ ଆଦି ବିଭାଗ ଖୋଲିବା ପାଇଁ ଦାବି ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି କି ଆବଶ୍ୟକ ସଂଖ୍ୟକ କର୍ମଚାରୀ ପଦ ମଧ୍ୟ ପୂରଣ ହେଉନି। ଯଦିଓ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଓ ସେମାନଙ୍କ ସମ୍ପର୍କରେ ଅଧିକ ଗବେଷଣା କରିବା ଲାଗି ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ହେଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଜି ଯାଏଁ ଅନୁସୂଚିତ ଜନଜାତି ଅଧ୍ୟୟନ(ଟ୍ରାଇବାଲ୍‍ ଷ୍ଟଡିଜ୍‍) ବିଭାଗ ଖୋଲିନି। ଏଠାରେ ରାଜୀବ ଗାନ୍ଧୀଙ୍କ ନାମରେ ଜନଜାତି ଅଧ୍ୟୟନ ପାଇଁ ଚେୟାର ପ୍ରତିଷ୍ଠା ହେବାର ଥିଲା। ଆଜି ଯାଏଁ ଚେୟାର ମଧ୍ୟ ପ୍ରତିଷ୍ଠା ହୋଇ ପାରିନି।

ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାତ୍ର ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଛି। ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୫୪ କର୍ମଚାରୀ ପଦ ମଧ୍ୟରୁ ମାତ୍ର ୧୭ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଅବଶିଷ୍ଟ ୧୩୭ଟି ଖାଲି ପଡ଼ିଥିବାବେଳେ ଅତିଥି ଶିକ୍ଷକଙ୍କ ଭରସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି। ୩ରୁ ଅଧିକ ବିଭାଗରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଦେଶର ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ସେହିପରି ଅଣଶିକ୍ଷକ ପଦବୀ ମଧ୍ୟରେ ୧୧୫ ଅନୁମୋଦିତ ପଦ ମଧ୍ୟରୁ ୯୩ଟି ପଦରେ କର୍ମଚାରୀ ରହିଛନ୍ତି। ପାଖାପାଖି ୮୦ ପ୍ରତିଶତ ଅଣ ଶୈକ୍ଷିକ କର୍ମଚାରୀ ପଦ ଖାଲି ପଡ଼ିଛି। ଯଦିଓ ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଖାଲି ଥିବା ପଦଗୁଡ଼ିକର ପୂରଣ ଲାଗି ଗୁରୁତ୍ୱ ଦିଆଯାଉଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ୮୨ କର୍ମଚାରୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ପ୍ରକ୍ରିୟା ତ୍ୱରାନ୍ୱିତ ଲାଗି ଗୁରୁତ୍ୱ ଦିଆଯାଉଛି।

ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି
ଭୁବନେଶ୍ୱର: ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁପାର ପଳିତା । ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସର ଭାବରେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତି ଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ଅନୁମତି ଦିଆଯାଇଛି ।

ପ୍ରଫେସର ପଳିତା ମଧ୍ୟ ଜଣେ ବୈଜ୍ଞାନିକ ଅଟନ୍ତି । ସେ ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସରଂକ୍ଷଣର ବରିଷ୍ଠ ପ୍ରଫେସର ଅର୍ଥାତ ଡିନ ଭାବରେ ନିଯୁକ୍ତ ରହିଥିଲେ । ସେହିପରି ପୂର୍ବରୁ ବିଶ୍ୱବିଦ୍ୟାଳରେ ଇନଚାର୍ଜ ଭାବେ ମଧ୍ୟ ନିଜର ଦକ୍ଷତା ପ୍ରକାଶ କରିଛନ୍ତି । ପୂର୍ବରୁ ବିଶ୍ୱ ବିଦ୍ୟାଳୟ ଦାୟିତ୍ୱରେ ଥିବା ବେଳେ ପ୍ରଫେସର ପଳିତା ଅନେକ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ । କିପରି କଲେଜରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବ ଏବଂ ଏଥିପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ତାହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ ।

ପ୍ରଫେସର ପଳିତା ଦୀର୍ଘ ୩୮ ବର୍ଷ ଧରି ଶିକ୍ଷାଦାନ ଜାରି ରଖିଥିବାବେଳେ ୨୯ ବର୍ଷ ବୟସରୁ ଅଧ୍ୟାପନା ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ସ୍ୱୟଂ ଶାସିତ କଲେଜରୁ ଜୁଲୋଜି ଅଦ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ଭିତରେ ୮ ବର୍ଷ ହେବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଜୈବ ବିବିଧତା ଉପରେ ଶିକ୍ଷାଦାନ ଜାରି ରଖିଥିଲେ । ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।