Cricket Match - The Sakala

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୬୪ରେ ଅଲ୍‌ଆଉଟ୍‌ କଲା ଟିମ୍‌ ଇଣ୍ଡିଆ
ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଖେଳାଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨୬୪ରେ ଅଲ୍‌ଆଉଟ୍‌ ହୋଇଛି। ଯାହା ଫଳରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ ଖେଳିବାକୁ ହେଲେ ଭାରତକୁ ୨୬୫ ରନ୍‌ କରିବାକୁ ପଡିବ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିଲା ଅଷ୍ଟ୍ରେଲିଆ। ପ୍ରଥମରୁ ଭାରତୀୟ ବୋଲରଙ୍କ ପ୍ରଭାବ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ସେ କୁପର କନୋଲିଙ୍କୁ ଶୂନ ରନରେ ପାଭିଲିୟନ ପଠାଇଦେଇଥିଲେ । ତେବେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ହେଡ୍ ୩୯ ରନ କରିଥିବାବେଳେ ୭୩ ରନ କରିଥିଲେ । ମାର୍ନ ଲାବୁସଚାନ ୨୯ ରନ କରିଥିବାବେଳେ ଆଲେକ୍ସ କେରି ୬୧ ରନ କରିଥିଲେ । ତେବେ ଦଳର ଲୋୟରଅର୍ଡର ବ୍ୟାଟରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଦଳ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସାମି ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଚାମ୍ପିଅନ୍ସ ଟ୍ରଫି: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଆଜି, ପ୍ରତିଶୋଧ ଲକ୍ଷ୍ୟରେ ଭାରତ
ଦୁବାଇ: ୨୦୧୫ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଛି ଭାରତ। ଏଠାରେ ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଏହି ଦୁଇ ଦଳ ଆଜି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ୱକପ୍‌ର ପୂର୍ବ ଦୁଇଟି ପରାଜୟ କଥା ଭୁଲି ନାହିଁ। ଏଭଳି ସ୍ଥିତିରେ ଭଲ ଫର୍ମରେ ରହିଛି ଭାରତ। ଦୁବାଇରେ ସ୍ପିନ ଜାଲ ପକାଇ ଭାରତ ୩ଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧାରୁ ଅଧିକ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେବଳ ଗୋଟିଏ ମ୍ୟାଚ୍‌ ପୂରା ଖେଳିଛି। ଏହି ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିସ୍ଫୋରଣ ଘଟାଇ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ୩୫୧ ରନ୍‌ର ଟାର୍ଗେଟକୁ ହାସଲ କରିଛି। ଦଳର ଅନ୍ୟ ଦୁଇଟି ମ୍ୟାଚ୍‌ ବାତିଲ ହୋଇଥିଲାବେଳେ ନବାଗତ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସ ପାଇ ନାହାନ୍ତି। ଏସବୁ ସ୍ଥିତିରେ ଭାରତ ଏହି ମ୍ୟାଚ୍‌ ଲାଗି ପୂରା ପ୍ରସ୍ତୁତ ହୋଇଛି। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତି ଓ ମ୍ୟାଚ୍‌ ପ୍ରାକ୍ଟିସ୍‌ ଅଭାବରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଖେଳିବ। ଏହି ସମୟରେ ଭାରତ ଏହି ମୁକାବିଲାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

ଭାରତ ବିରୋଧରେ ଇଂଲଣ୍ଡ ବରିଷ୍ଠ ଖେଳାଳିଙ୍କ ଅଭିଯୋଗ ହେଉଛି ଭାରତ ଗୋଟିଏ ଭେନ୍ୟୁ ଅର୍ଥାତ୍‌ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ୍‌ ଖେଳୁଛି। ଏହା ଫଳରେ ଦଳକୁ ଫାଇଦା ମିଳୁଛି। ଭିନ୍ନ ଭିନ୍ନ ପିଚ୍‌ କିମ୍ବା ପରିବେଶ ସହ ଭାରତୀୟ ଖେଳାଳିଙ୍କୁ ଖାପ୍‌ ଖୁଆଇବାକୁ ପଡ଼ୁ ନାହିଁ। ଇଂଲଣ୍ଡ ପୂରାତନ ଖେଳାଳିଙ୍କ ଏହି ଅଭିଯୋଗ ସତ ହେଉ କି ନ ହେଉ, ଭାରତ ଏଠାରେ ଅତି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛି। ବ୍ୟାଟିଂ ହେଉ ଅବା ବୋଲିଂ, ଫ୍ଲାଟ୍‌ ପିଚ୍‌ ହେଉ ଅବା ନ୍ୟୁଜିଲାଣ୍ଡ ବିପକ୍ଷ ସ୍ଲୋ ପିଚ୍‌ ସବୁଥିରେ ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ଉନ୍ନତ ହୋଇଛି। ଦଳର ବରିଷ୍ଠ ଓ କନିଷ୍ଠ, ଟପ୍‌ ଅର୍ଡର କିମ୍ବା ମିଡଲ ଓ ଲୋୟର ଅର୍ଡର ଭାରତୀୟ ବ୍ୟାଟର ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି। ଏଣୁ ଦଳକୁ ଫାଇଦା ମିଳୁଛି ବୋଲି ଯାହା କୁହାଯାଉଛି ତାହାର କୌଣସି ଠୋସ୍‌ ଦମ୍‌ ନାହିଁ। ସେ ଯାହା ହେଉ ଅଷ୍ଟ୍ରେଲିଆ ସହ ଭାରତର ପୁରୁଣା ଶତ୍ରୁତା ରହିଛି। ଏଠାରେ ପ୍ରତିଶୋଧ ନେବାର ସମୟ ଆସିଛି। ଏଣୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ କିପରି ଓ କେଉଁଭଳି ଏହି ମ୍ୟାଚ୍‌ ଜିତିବ ତାହାର ରଣନୀତି ପ୍ରସ୍ତୁତି କରିସାରିଛି।

ଏ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମାଙ୍କ ମତ ହେଲା, ଯେ କୌଣସି ମ୍ୟାଚ୍‌ ଆମଲାଗି ଗୁରୁତ୍ୱପୂର୍ଣ୍ଣ। ଆମେ ଏକ ବିରାଟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ନକ୍‌ଆଉଟ ମୁକାବିଲା ଖେଳିବାକୁ ଯାଉଛୁ। ଏଣୁ ଗତ ୩ଟି ମ୍ୟାଚ୍‌ରେ କ’ଣ ଖେଳିଛୁ ତାହା ଉପରେ ଗୁରୁତ୍ୱ ଦେଉନାହୁଁ। ଆସନ୍ତାକାଲି କିପରି ଖେଳିବୁ ତାହା ଆମ ଲାଗି ଗୁରୁତ୍ୱପୂର୍ଣ୍ଣ। ଆମର ବ୍ୟାଟିଂ ୟୁନିଟ ହେଉ ଅବା ବୋଲିଂ, କିମ୍ବା ଫିଲ୍ଡିଂ ସଫଳ ହେଲେ ଆମକୁ ମ୍ୟାଚ୍‌ ଜିତିବାରେ ଅନେକ ସାହାଯ୍ୟ କରିବ। ଏଣୁ ଆମେ ସବୁ ବିଭାଗ ଉପରେ ଗୁରୁତ୍ୱ ଦେଉଛୁ। ଅଷ୍ଟ୍ରେଲିଆ ଏକ ବଡ଼ ଦଳ। ଏହାକୁ ଗୋଟିଏ ସୁଯୋଗ ଦେବା ଅର୍ଥ ମ୍ୟାଚ୍‌ ହାତଛଡ଼ା କରିବା। ଏଣୁ ଆମେ ସତର୍କ ହୋଇ ଯେଉଁ ଯୋଜନା ବା ରଣନୀତି ପ୍ରସ୍ତୁତ କରିଛୁ ତାହାକୁ ଏହି ମ୍ୟାଚ୍‌ରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସମ୍ଭାବ୍ୟ ଖେଳାଳି

ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ରିଜର୍ଭ – ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ।

ଅଷ୍ଟ୍ରେଲିଆ : ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ମାର୍ନସ ଲାବୁସେନ୍‌, କୁପର କୋନ୍ନୋଲୀ, ଆଲେକ୍ସ କାରେ, ଗ୍ଲେନ୍‌ ମ୍ୟାକ୍ସୱେଲ, ବେନ୍‌ ଡ୍ୱାରଶୁଇସ୍‌, ନାଥାନ ଏଲିସ୍‌, ସ୍ପେନସର ଜନସନ ଓ ଆଦାମ ଜାମ୍ପା।

ଦ୍ୱନ୍ଦ୍ୱ: ସ୍ପିନର ୩ ନା ୪

ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଲାଗି ଦଳ ଚୟନକୁ ନେଇ ଭାରତୀୟ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ପଡ଼ିଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଭାରତ ୩ ପେସ୍‌ ଓ ୩ ସ୍ପିନରଙ୍କୁ ନେଇ ଖେଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଜଣ ସ୍ପିନରଙ୍କୁ ଖେଳାଇ ସଫଳ ହେବା ପରେ ଦଳରେ ଆଉ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ନାହିଁ। ନ୍ୟୁଜିଲାଣ୍ଡ ଅପେକ୍ଷା ଅଷ୍ଟ୍ରେଲିଆ ସ୍ପିନ୍‌ ବୋଲରଙ୍କୁ ଖେଳିବାରେ ଅଧିକ ଦକ୍ଷ। କିନ୍ତୁ ସହାୟତା ଦେଉଥିବା ପିଚ୍‌ରେ ଭାରତୀୟ ସ୍ପିନରଙ୍କୁ ନ୍ୟୁଜିଲାଣ୍ଡ ଯେପରି ମୁକାବିଲା କରିଥିଲା ତାହା ବିଶ୍ୱରେ ଅନ୍ୟ କୌଣସି ଦଳ କରିନାହାନ୍ତି। ଏହା ଭିନ୍ନ ଫର୍ମାଟ। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଜଣ ସ୍ପିନରଙ୍କୁ ନେଇ ଖେଳିବ। ଏହାର ଅର୍ଥ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁମାନେ ଖେଳିଥିଲେ ସେମାନେ ଏହି ମ୍ୟାଚରେ ଖେଳିବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ୭ଜଣ ନୂଆ ଖେଳାଳି ସାମିଲ ହୋଇଥିଲାବେଳେ ଜଣେ ହେଲେ ଫ୍ରଣ୍ଟଲାଇନ୍‌ ପେସ୍‌ ବୋଲର ନାହାନ୍ତି। ଆଦାମ ଜାମ୍ପା ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଉପରେ ଦଳ ସ୍ପିନ ବୋଲିଂ ଲାଗି ନିର୍ଭର କରୁଛି। ମାଥ୍ୟୁ ସର୍ଟଙ୍କ ଆଘାତ ଜନିତ ବିଦାୟ ପରେ କୁପର କୋନୋଲି ଦଳରେ ସାମିଲ ହୋଇଛନ୍ତି। ସେ ଜଣେ ବାମହାତୀ ସ୍ପିନର ହୋଇଥିବାରୁ ଏହି ମ୍ୟାଚ୍‌ ଖେଳିବା ନିଶ୍ଚିତ। ଭାରତୀୟ ବ୍ୟାଟରଙ୍କୁ ଅଷ୍ଟ୍ରେଲୀୟ ପେସ୍‌ ବୋଲର ବିଶେଷ ଅସୁବିଧାରେ ପକାଇବେ ନାହିଁ ବୋଲି ଆଶା କରାଯାଉଛି।

ମ୍ୟାଚ୍‌ ଆରମ୍ଭ

ଅପରାହ୍ଣ ୨ଟା ୩୦

ପ୍ରସାରଣ

ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟ୍ସ ୧୮, ଡିଡି ସ୍ପୋର୍ଟ୍ସ

ମୋବାଇଲ ଆପ୍‌

ଜିଓଷ୍ଟାର

ବିସିସିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଷ୍ଟାଡିୟମରେ ତମାଖୁ ବିଜ୍ଞାପନକୁ ନା
ନୂଆଦିଲ୍ଲୀ: କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। କେତେଜଣ ପୂର୍ବତନ କ୍ରିକେଟର ଓ ବଲିଉଡ ଅଭିନେତା ତମାଖୁର ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରୁଛନ୍ତି ଓ ଷ୍ଟାଡିୟମରେ ଏମାନଙ୍କର ହୋର୍ଡିଂ ବହୁଳ ଭାବେ ଦେଖାଯାଉଛି। ଭାରତରେ କ୍ରିକେଟ ଓ ବଲିଉଡ୍‌ ଯଥେଷ୍ଟ ପ୍ରଭାବ ରହିଛି। ତେଣୁ ଯୁବ ସମାଜ ଏହା ଦ୍ୱାରା ପ୍ରଭାବିତ ହୋଇ ତମାଖୁ ସେବନ କରୁଛନ୍ତି। ଏବେ ତମାଖୁ ସେବନ ବିରୋଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଭାରତର ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ଏହି ହୋର୍ଡିଂଗୁଡିକ ବହୁତ ଦେଖିବାକୁ ମିଳିଥାଏ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ବିସିସିଆଇ ବହୁଳ ଭାବେ କ୍ଷତି ସହିବ ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍
କଟକ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖ ( ରବିବାର) ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ ଦିନିକିଆ ମ୍ୟାଚ ଫେରିଛି। ଶେଷ ଥର ପାଇଁ ବାରବାଟୀରେ ୨୦୧୯ ମସିହା ଡିସେମ୍ବରରେ ଖେଳାଯାଇଥିଲା ଦିନିକିଆ ମ୍ୟାଚ୍।

ଟିମ୍ ଇଣ୍ଡିଆକୁ ଝଟ୍‌କା; ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ ଯଶପ୍ରୀତ୍ ବୁମରାହ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ ।

କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ ପିଠିରେ ସମସ୍ୟା ହେତୁ ତାଙ୍କୁ ଏତେ ଶୀଘ୍ର ମଇଦାନକୁ ଆଣିବା ଉଚିତ୍ ହେବ ନାହିଁ ବୋଲି ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍‌ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି।

ଭୁତ ରୋକିଲା ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି -୨୦ ମ୍ୟାଚ ! ଭିଡ଼ିଓ ଭାଇରାଲ
ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଭୁତ ରୋକିଦେଇଛି ଆନ୍ତର୍ଜାତୀୟ ସ୍ଥରରେ ଖେଳାଯାଉଥିବା ଏକ ମ୍ୟାଚ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି।

ଘଟଣାଟି ଏପରି ଥିଲା କି ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -20 ମୁକାବିଲା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଯେତେବେଳେ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପର ବହୁ ଦୂରରେ ଥିବା ସତ୍ୱେ ରହସ୍ୟମୟ ଭାବରେ ୱିକେଟ୍ ଉପରୁ ବେଲ ଖସିପଡିଥିଲା । ବାଂଲାଦେଶର ଇନିଂସର ୧୮ ତମ ଓଭରରେ ମହମ୍ମଦ ସୈଫୁଦ୍ଦିନ ଷ୍ଟ୍ରାଇକରେ ଥିବା ସମୟରେ ଏହି ଘଟଣା ଘଟିଥିଲା। ଜିମ୍ବାୱେ ବୋଲର ତେନ୍ଦାଇ ଚତରା ନିଜ ଓଭରର ପଞ୍ଚମ ବଲ୍ ପକାଉଥିଲେ। ବ୍ୟାଟିଂ କରୁଥିବା ସୈଫୁଦ୍ଦିନ ଶଟ୍ ମାରିଥିଲେ। କିନ୍ତୁ ସେ ପଛକୁ ଚାହିଁ ଦେଖିଲା ବେଳକୁ ଷ୍ଟମ୍ପରୁ ବେଲ୍ ଗଳି ପଡ଼ିଛି। ତେବେ ବେଲ୍ କେମିତି ଗଳିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

First ever wicket taken by a ghost 😛😂 pic.twitter.com/9vG0BI50S4

— Mazher Arshad (@MazherArshad) July 24, 2021

ଅମ୍ପାୟାରଙ୍କ ନିର୍ଦେଶ ପରେ ରିପ୍ଲେ’ରେ ଯେଉଁ ଫୁଟେଜ୍ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କୁ ତାଜୁବ କରିଦେଲା। ରିପ୍ଲେରେ ଦେଖିବାକୁ ମିଳିଲା ସୈଫୁଦ୍ଦିନ ଷ୍ଟମ୍ପ ଠାରୁ ଯଥେଷ୍ଟ ଦୂରରେ ଥିଲେ ଏବଂ ବେଲଟି ପବନରେ ଗଳି ପଡ଼ିଛି।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଜିମ୍ବାୱେ ୨୩ ରନରେ ବାଂଲାଦେଶକୁ ହରାଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଜବାବରେ ବାଂଲୋଦେଶ ୧୯.୫ ଓଭରରେ ୧୪୩ ରନରେ ଅଲଆଉଟ୍ ହୋଇଯାଇଥିଲା।