Railway Minister - The Sakala

କେନ୍ଦ୍ର ରେଳମନ୍ତ୍ରୀ ଭିଡିଓ ଜାରି କରି ‘ବୁଲେଟ୍‌ ଟ୍ରେନ୍‌’ର ବୈଶିଷ୍ଟ୍ୟ ଉପରେ ଦେଲେ ସୂଚନା
ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍‌ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ବୁଲେଟ୍‌ ଟ୍ରେନ୍‌’ କୁହାଯାଇଛି।  ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ ଗତି କରିବ ଏବଂ ଯାତ୍ରା ସମୟକୁ ମାତ୍ର ୨ ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ବୁଲେଟ୍‌ ଟ୍ରେନ୍‌ ମାର୍ଗ ପାଇଁ ୨୪ଟି ନଦୀ ପୋଲ ଓ ୨୮ଟି ଇସ୍ପାତ ସେତୁ ନିର୍ମାଣ କରାଯାଉଛି। ଭିଡିଓରେ ଏହି ପ୍ରୋଜେକ୍ଟକୁ ‘ବିଶ୍ୱସ୍ତରୀୟ ଇଞ୍ଜିନିୟରିଂର ଏକ ଚମତ୍କାର ଏବଂ ଭାରତର ଭବିଷ୍ୟତ’ ବୋଲି ବର୍ଣ୍ଣନା କରାଯାଇଛି। ଭିଡିଓ ସେୟାର କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ‘ଆମେ ସ୍ୱପ୍ନ ନୁହେଁ ବାସ୍ତବତା ବୁଣିଥାଉ।

सपने नहीं हकीकत बुनते हैं!
Stay tuned for #BulletTrain in Modi 3.0!#ModiKiGuarantee pic.twitter.com/0wEL5UvaY8

— Ashwini Vaishnaw (@AshwiniVaishnaw) February 12, 2024

ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ
ଭଦ୍ରକ: ଆଜି ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଳ ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ। ଆହତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁସ୍ଥ ହେଉଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ନେବା ପାଇଁ ରେଳ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି।

ଚିକିତ୍ସା ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଆହତଙ୍କ ମନୋବଳକୁ ମଜଭୂତ୍ କରିବାରେ ସହଯୋଗୀ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ଙ୍କ ସହ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଡାକ୍ତର ପ୍ରଦୀପ ନାୟକ ଓ ବଦ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରେଳ ଦୁର୍ଘଟଣାରେ ଶିକାର ହୋଇ ୧୨୬ଆହତ ଯାତ୍ରୀ ଭଦ୍ରକ ଡାକ୍ତରଖାନାରେ ଦାଖଲ ହୋଇଥିଲେ। ଏବେ ୩୭ଜଣ ଚିକିତ୍ସାଧୀନ ଅଛନ୍ତି।

୨୦୨୨- ୨୩ ରେଳ ବଜେଟ : ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଲା ୫୮୦୨.୬୫ କୋଟି ଟଙ୍କାର ଆନୁଦାନ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ମଞ୍ଜୁରୀ
ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ  ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

– ଅନୁଗୁଳ-ସୁକିନ୍ଦା ରୁଟ୍‌ ପାଇଁ ୪୭୫ କୋଟି

-ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି

-ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି

-ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି

-ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି

-ଜୟପୁର-ମାଲକାନଗିରି ‌ ପାଇଁ ୧୩.୮ କୋଟି

-ଜୟପୁର-ନବରଙ୍ଗପୁର ରୁଟ୍‌ ପାଇଁ ୮୧ କୋଟି

-ନୂଆପଡ଼ା-ଗୁଣପୁର-ଥେରୁବାଲି ରୁଟ୍‌ ପାଇଁ ୧୦ କୋଟି

-ତାଳଚେର-ଅନୁଗୁଳ ରୁଟ୍‌ ପାଇଁ ୧୮ କୋଟି

ସମ୍ବଲପୁର-ଫୁଲବାଣୀ-ଗୋପାଳପୁର ରେଳ ଲାଇନ ପାଇଁ ୧ କୋଟି

-ଖୋର୍ଦ୍ଧା-ବାରଙ୍ଗ ରେଳ ଲାଇନ ପାଇଁ ୧୬୪ କୋଟି ମଞ୍ଜୁରୀ

ରଜତଗଡ଼- ବାରଙ୍ଗ ରେଳ ଲାଇନ ପାଇଁ ୧ କୋଟି

୨୧ଟି ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ୨୧୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି।

ସୂଚନା ଅନୁଯାୟୀ,କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବ୍ରୁଆରି ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ ରହିଛି ।

ଭଦ୍ରକରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳ ଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବୀ ରଖିଲେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ
ଭଦ୍ରକ: ଦକ୍ଷିଣ ପୂର୍ବ ରେଳବାଇର ଭଦ୍ରକ ଠାରେ ନୂତନ ରେଳବାଇ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସଂସଦ ଭବନରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରେ ଲିଖିତ ପତ୍ର ମାଧ୍ୟମରେ ଦୃଢ଼ ଦାବି ରଖିଲେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ।

ଭଦ୍ରକ ରେଳ ଷ୍ଟେସନ ହେଉଛି ସ୍ୱାଧୀନତା ପୂର୍ବରୁ ୧୯୦୩ ମସିହାରୁ ପୁରାତନ ରେଳ ଷ୍ଟେସନ । ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ୨୫ ତାରିଖରେ ରେଳ ଯୋଗେ ଏହି ଷ୍ଟେସନରେ ଓହ୍ଲାଇ ଭଦ୍ରକର ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ଏବଂ ପରବର୍ତୀ ସମୟରେ ମଧ୍ୟ ଦୁଇ ଥର ରେଳ ଯୋଗେ ଭଦ୍ରକ ଆସି ରେଳ ଷ୍ଟେସନରେ ଓହ୍ଲାଇ ଥିଲେ । ଯାହାର ଗାନ୍ଧିଙ୍କ ଭଦ୍ରକ ଆଗମନର ଶତ ବାର୍ଷିକୀ ଚଳିତ ବର୍ଷ ମାର୍ଚ୍ଚ ୨୫ ରେ ଭଦ୍ରକଠାରେ ପାଳନ କରାଯାଇଥିଲା ।

ନୂତନ ଜିଲ୍ଲା ସୃଷ୍ଟି ହେବା ପରେ ଭଦ୍ରକ ହେଉଛି ଭାରତୀୟ ରେଳବାଇର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରକୃଷ୍ଟ ସ୍ଥାନ । ଆଜି ଦିନରେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରେଲ ଡିଭିଜନର ଅଧୀନରେ ଭଦ୍ରକ ରେଳ ଷ୍ଟେସନ ପରିଚାଳିତ, ଯାହା ବହୁ ସମୟରେ ପ୍ରଶାସନିକ ଏବଂ ଆର୍ଥିକ କ୍ଷେତ୍ରରେ ରେଳବାଇର ଅନେକ କ୍ଷତି ଘଟୁଛି । ଅତୀତରେ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ସମୟରେ ଭଦ୍ରକ ରେଳ ଷ୍ଟେସନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା , ଯାହା ଏକ ଜଂକ୍ସନ ଭାବରେ ପରିଗଣିତ ହୋଇ ରେଲ କୋଇଲା ଇଂଜିନର ଏକ ଲୋକୋମୋଟିଭ କାରଖାନା ମଧ୍ୟ ଥିଲା । ପ୍ରାୟ ୨୦୦ ଏକର ପରିମିତ ଜମି ମଧ୍ୟରେ ଭଦ୍ରକ ରେଳ ଷ୍ଟେସନ ଅବସ୍ଥିତ । ବର୍ତ୍ତମାନ ଭଦ୍ରକ ରେଳ ଷ୍ଟେସନ ୪ଟି ଜିଲ୍ଲା ଯଥା ଯାଜପୁର, କେନ୍ଦ୍ରାପଡା, କେଉଁଝର ଓ ବାଲେଶ୍ବରର ପେଣ୍ଠସ୍ଥଳି । ଆଦାନୀ ବନ୍ଦର ଧାମରା, କଳିଙ୍ଗ ନଗର ଶିଳ୍ପାଞ୍ଚଳ, ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସ ଟାଇଲ ପାର୍କ, ଏବଂ ଧାମରା ଠାରେ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ପୂର୍ବ ଭାରତର ଏଲ ଏଏନ ଜି ଟର୍ମିନାଲ ଯାହା ଭଦ୍ରକ ରେଳ ଷ୍ଟେସନକୁ ରେଳବାଇ କ୍ଷେତ୍ରରେ ସଂଯୋଗୀକରଣ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଛି । ରେଳବାଇର ରାଜସ୍ବ ଆୟ କ୍ଷେତ୍ରରେ ଖୋର୍ଦ୍ଧା ଡିଭିଜନ ଅଧୀନରେ ଦ୍ୱିତୀୟ ସ୍ଥାନରେ ଅଛି । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ଓକିଲ ସଂଘ, ବ୍ୟବସାୟୀ ସଙ୍ଘ ଓ ଜନସାଧାରଣ ଦୃଢ଼ ଭାବରେ ଭଦ୍ରକ ଠାରେ ନୂତନ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବୀ ରଖି ଆସୁଛନ୍ତି ।

ଏଣୁ ଭଦ୍ରକ ହେଉଛି ପୂର୍ବତଟ ରେଳବାଇ ଜୋନର ଦ୍ୱିତୀୟ ରେଳବାଇ ଡିଭିଜନର କାର୍ଯ୍ୟାଳୟ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ମାନନୀୟା ସାଂସଦ ମନ୍ତ୍ରୀ ମହୋଦୟଙ୍କୁ ବୁଝାଇଥିଲେ । ଏଥି ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନରେ ଉନ୍ନତି ଯଥା- ସବିରା, ବାହାନାଗା, ସୋର, ମାର୍କୋଣା, ରାଣୀତାଲ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼ ଓ ଭଦ୍ରକ ରେଳ ଷ୍ଟେସନର ରେଲ ଓଭର ବ୍ରିଜ ନିର୍ମାଣ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଧାମରାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଆଲୋଚନା କରିଥିଲେ ଏବଂ ଓଡ଼ିଶାରୁ ପୁରୀ- ସିରିଡି- ସାଇନଗର ସପ୍ତାହିକ ଯାତ୍ରୀବାହୀ ରେଳକୁ ସପ୍ତାହକୁ ତିନିଦିନ ଚାଲିବା ପାଇଁ ଲିଖିତ ଭାବେ ପ୍ରସ୍ତାବ ଦେଇ ଆଲୋଚନା କରିଥିଲେ ଏବଂ ତଦ୍ସହିତ ବାଉଦପୁର ରେଳ ଷ୍ଟେସନ ରାନ୍ଦୀଆରେ ଅବସ୍ଥିତ ଥିବାରୁ ତାହାକୁ ରାନ୍ଦୀଆ-ବାଉଦପୁର ରେଳ ଷ୍ଟେସନ ନାମକରଣ ପାଇଁ ଜିଲ୍ଲା ପ୍ରଶାସନ ସୁପାରିଶ ଅନୁସାରେ କେନ୍ଦ୍ରମନ୍ତ୍ରୀ ମହୋଦୟଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ।

ଉକ୍ତ ପ୍ରସ୍ତାବ ଗୁଡିକରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାଂସଦ ଙ୍କ ସାକ୍ଷାତ ଆଲୋଚନା ବେଳେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

ରେଳମନ୍ତ୍ରୀଙ୍କ ନକଲି ପିଏ ଗାଜିଆବାଦରୁ ଗିରଫ
ନନ୍ଦନକାନନ : ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳି ରୋକିବାକୁ ୱାଟ୍ସଆପରେ ମେସେଜ କରିବା ଜଣେ ବ୍ୟକ୍ତିଙ୍କୁ  ମହଙ୍ଗା ପଡିଛି। ମେସେଜ କରିଥିବା ନକଲି ପିଏ ସମର୍ଥ ବିଶ୍ୱକର୍ମା ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ ହେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନାଦେଇଛି। ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଖବର ନେବାରୁ ଜଣାପଡ଼ିଛିଯେ ସମର୍ଥ ବିଶ୍ୱକର୍ମା ଜଣେ ସେଲ୍‌ସମ୍ୟାନ ଭାବେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଔଷଧୀୟ କମ୍ପାନୀରେ କାର୍ଯ୍ୟକରନ୍ତି। ସେ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ଆଗ କଲ କରିଥିଲା।

କଲ୍‌ ନଲାଗିବାରୁ  ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ମିଛ ପରିଚୟ ଦେଇ ବିଦ୍ୟାଭୂଷଣଙ୍କୁ ୱାଟ୍ସଆପରେ ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ମେସଜେ କରିଥିଲା। ଯାହାକୁ ନେଇ ମହାପ୍ରବନ୍ଧକଙ୍କ ସନ୍ଦେହ ହେଇଥିଲା। ଏକ ଅଜଣା ୱାଟ୍ସଆପ ନମ୍ବରରୁ ଏହିଭଳି ମେସେଜ ଆସିଥିବା ନେଇ ସେ ରେଳମନ୍ତ୍ରାଳୟକୁ ଜଣାଇଥିଲେ। ଯାଞ୍ଚ ପରେ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମିତି କିଛି ମେସେଜ ଦିଆଯାଇ ନଥିବା ସେ ସ୍ପଷ୍ଟ ହେଇଥିଲେ। ଏହାପରେ ଆରପିଏଫ ଏସଆଇ କୃଷ୍ଣଚନ୍ଦ୍ର ସାହୁଙ୍କ ଜରିଆରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଉକ୍ତ ଫୋନ ନମ୍ବରକୁ ଯାଞ୍ଚ କରିଥିଲା। ଯାଞ୍ଚରୁ ଏହା ଏକ ବେନାମୀ ନୂଆ ନମ୍ବର ହୋଇଥିବା ଓ ଏଥିରେ ପ୍ରଥମ କରି ୱାଟ୍ସଆପ ଖୋଲାଯାଇ ବିଦ୍ୟାଭୂଷଣଙ୍କୁ ମେସେଜ କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ପୁଲିସ ଉକ୍ତ ନମ୍ବରକୁ ଟ୍ରେସ କରି ଏହା ଉତ୍ତରପ୍ରଦେଶ ଗାଜିଆବାଦ ଥିବା ନେଇ ଲୋକେସସନରୁ ଜାଣିଥିଲା। ତଦନ୍ତ ଆଗକୁ ବଢ଼ାଇ ଶେଷରେ ସମର୍ଥ ବିଶ୍ୱକର୍ମା ଉକ୍ତ ନମ୍ବରରେ ବିଦ୍ୟାଭୂଷଣଙ୍କୁ ମେସେଜ କରିଥିବା ଜାଣିପାରି ତାକୁ ଗତ ୨୩ ତାରିଖରେ ସେଠାରୁ ଗିରଫ କରିଥିଲା। ଗିରଫ ପରେ ସମର୍ଥଙ୍କୁ ଏଭଳି କରିବା ପାଇଁ ଜଣେ ବ୍ୟକ୍ତି କହିଥିବା ନେଇ ସେ ପ୍ରକାଶ କରିଛି। ତେବେ ସମର୍ଥକୁ ଫୋନ କରିବା ପାଇଁ କହିଥିବା ବ୍ୟକ୍ତି ଜଣକ ଫେରାର ଥିବା ନେଇ ଚନ୍ଦ୍ରଶେଖରପୁର ପୁଲିସ କହିଛି। ତେବେ ପ୍ରଦୀପଙ୍କ ପାଇଁ କାହିଁକି ମହାପ୍ରବନ୍ଧକଙ୍କୁ ମେସେଜ କରିଥିଲା ସେନେଇ ଅଧÒକ ତଦନ୍ତ ଜାରି ରହିଛି।