BLADE MAN - The Sakala

ବ୍ଲେଡରେ ପେଟକୁ କାଟି ଅନ୍ତପୁଟା ବାହାର କଲେ ଦୁର୍ବୃତ୍ତ
ବ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ପଲ୍ଲିଗାଁରେ ଦୁଇ ଦିନ ପୂର୍ବେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଛି। ଏହି ଘଟଣାରେ ଗଣେଶ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଏମକେସିଜିରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପଲ୍ଲିଗାଁର ରଜନୀକାନ୍ତ ମହାନ୍ତି। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଗଣେଶଙ୍କୁ ପୁଲିସ ରାତି ଅଧରେ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇବା ସହ ତାଙ୍କର ଅସ୍ତ୍ରୋପଚାର ପାଇଁ ରକ୍ତ ମଧ୍ୟ ଯୋଗାଡ କରିଛି। ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ମାନବିକତାକୁ ଏସପି ପିନାକ ମିିଶ୍ରଙ୍କ ସମେତ ଅନେକ ଲୋକ ପ୍ରଶଂସା କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଯୋଗିଆପଲ୍ଲି ଗ୍ରାମର ଗଣେଷ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ପଲ୍ଲୀଗାଁ ନିକଟରେ ରଜନୀକାନ୍ତ ମଦ୍ୟପ ଅବସ୍ଥାରେ ତାଙ୍କୁ ଅଟକାଇଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ହଠାତ୍ ରଜନିକାନ୍ତ ହାତରେ ଧରିଥିବା ଏକ ବ୍ଲେଡ ସାହାଯ୍ୟରେ ଗଣେଶଙ୍କ ପେଟକୁ କାଟି ଦେଇଥିଲା। ଗଣେଶଙ୍କ ପେଟରୁ ପ୍ରଚୁର ରକ୍ତ ବାହାରିବା ସହ ସେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ରଜନିକାନ୍ତ ଏକ ବାଡି ଆଣି ଉକ୍ତ କଟା ସ୍ଥାନରେ ପୁରାଇ ଦେଇ ଅନ୍ତପୁଟା ବାହାର କରିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ଗଣେଶ ତଳେ ପଡ଼ି ଚିିତ୍କାର କରୁଥିବା ବେଳେ ସଦରଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଗୁରୁତର ଗଣେଶଙ୍କୁ ଏମକେସିଜି ଆଣି ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଗୋଟିଏ ଦିନ ପରେ ପେଟରେ ଅସ୍ତ୍ରୋପଚାର ହେବା ସମୟରେ ରକ୍ତର ଅଭାବ ଥିବା ଯୋଗୁଁ ଗରୀବ ଗଣେଶଙ୍କୁ ପୁଲିସ ପକ୍ଷରୁ ୪ ବୋତଲ ରକ୍ତ ଯୋଗାଡ କରାଯାଇଥିଲା। ବର୍ତ୍ତମାନ ଗଣେଷଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କୁହାଯାଇଛି। ଗଣେଶ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବା ଯୋଗୁଁ ରେଡକ୍ରସ୍ରୁ ମଧ୍ୟ ଉକ୍ତ ପରିବାରକୁ ପୁଲିସ ସହଯୋଗରେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଠିକ୍ ସମୟରେ ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଥିବା ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରଜନିକାନ୍ତଙ୍କ ପାଇଁ ବ୍ଲେଡରେ କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପ୍ରଥମ ନୁହେଁ, ପୂର୍ବରୁ ସେ ବଡବଜାର ଥାନା ଏବଂ ସଦରଥାନା ଅଞ୍ଚଳରେ ଦୁଇ ଜଣ ଲୋକଙ୍କୁ ମଧ୍ୟ ବ୍ଲେଡରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ରଜନିକାନ୍ତଙ୍କୁ ଉକ୍ତ ଅଞ୍ଚଳରେ ବ୍ଲେଡ ମ୍ୟାନ୍ ବୋଲି ମଧ୍ୟ ଡାକୁଛନ୍ତି। ସେ ସବୁବେଳେ ନିକଟରେ ଏକ ବ୍ଲେଡ ରଖିବା ସହ ଗଣ୍ଡଗୋଳ ସମୟରେ ତାକୁ ବ୍ୟବହାର କରିଥାନ୍ତି।