vssut - The Sakala
ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ
ସମ୍ବଲପୁର: ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ । ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ଅଭିଯୋଗରେ ୪ ଜଣ ବରିଷ୍ଠ ଛାତ୍ରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କଲା ଭିସୁଟ କର୍ତ୍ତୃପକ୍ଷ । ଜଣେ ଛାତ୍ରଙ୍କୁ ୧୦ ହଜ଼ାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜ଼ାର ଲେଖାଏଁ ଅର୍ଥଦଣ୍ଡ । ଆଣ୍ଟି ରାଗିଂ ସେଲ ଓ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ପରେ ନିଆଯାଇଛି ଏଭଳି ନିଷ୍ପତି । ୪ ଜଣ ବରିଷ୍ଠ ଛାତ୍ର ଜଣେ କନିଷ୍ଠ ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଆଉ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ଯାହାକୁ ନେଇ ବରିଷ୍ଠ ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ନେଇ ଭିସୁଟ କୁଳପତି ପ୍ରଫେସର ଦୀପକ ସାହୁ ସୂଚନା ଦେଇଛନ୍ତି ।
ବୁର୍ଲା: ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ୍‌) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିସୁଟ୍‌ ପକ୍ଷରୁ କ୍ୟାମ୍ପସ୍‌ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଡ୍ରେସ୍ କୋଡ୍ ଲାଗୁ ହୋଇଛି। ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ଏହି ବାଧ୍ୟତାମୂଳକ ଡ୍ରେସ୍ କୋଡ୍ ୨୦୨୫-୨୬ ବର୍ଷ ପାଇଁ ନାମ ଲେଖାଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି।
ଛାତ୍ରମାନଙ୍କ ପାଇଁ ଫର୍ମାଲ୍ ପ୍ୟାଣ୍ଟ ଏବଂ ସାର୍ଟ ବାଧ୍ୟତାମୂଳକ ହୋଇଛି। ସେହିପରି ଛାତ୍ରୀମାନଙ୍କ ପାଇଁ ୱେଷ୍ଟକୋଟ୍ ସହିତ ସାଲୱାର କମିଜ୍ ବାଧ୍ୟତାମୂଳକ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ, ଝିଅମାନଙ୍କ ପାଇଁ ଦୁପଟ୍ଟା କିମ୍ବା ଚୁନରିକୁ ନିଷିଦ୍ଧ କରାଯାଇଛି। ସେହିପରି ଜିନ୍ସ ପିନ୍ଧିବାକୁ ନିଷେଧ କରାଯାଇଛି। କୁହାଯାଇଛି ଯେ ପ୍ୟାଣ୍ଟ, ସାଲୱାର ଏବଂ କମରକୋଟର ରଙ୍ଗ ନେଭି ବ୍ଲୁ ଏବଂ ସାର୍ଟର ରଙ୍ଗ ନୀଳ ହେବ। ଡ୍ରେସ୍ କୋଡର ଏହି ନିୟମ ପିଜି ଏବଂ ପିଏଚଡି ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହେବ ନାହିଁ।
ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଗିରଫ କଲା ବୁର୍ଲା ପୋଲିସ
ସମ୍ବଲପୁର: ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କଲା ବୁର୍ଲା ପୋଲିସ । ୨୦୨୩ ଫେବ୍ରୁଆରୀ ୨୮ରେ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ହେଲେ ୨୦୨୩ ମାର୍ଚ୍ଚ ୧ରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ ମିଳିଥିଲା । ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ପୁରୁଷ ବନ୍ଧୁଙ୍କୁ ଗିରଫ ଦାବିରେ ହାଇକୋର୍ଟ ଯାଇଥିଲେ ପରିବାର । ୨ ସପ୍ତାହ ଭିତରେ ରିପୋର୍ଟ ପାଇଁ ସମ୍ବଲପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ସୂଚନାଯୋଗ୍ୟ, ଗତ ୨ ଫେବୃଆରୀ ୨୦୨୩ ମସିହା ରାତି ପ୍ରାୟ ୮ଟାରୁ ୯ଟା ମଧ୍ଯରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ହେଲେ କିଛି ସମୟ ପରେ ଚିନ୍ମୟୀ ପାଣିରେ ପଡି ଯାଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ମୃତ ଚିନ୍ମୟୀଙ୍କ ମା’ ହତ୍ୟା ମାମଲା ରୁଜୁ କରିଥିଲେ । କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରି ସେତେବେଳେ ଚିନ୍ମୟୀ ପାଣିରେ ପଡି ମୃତ୍ୟୁ ହୋଇଥିବା କହିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ମୃତ ଚିନ୍ମୟୀଙ୍କ ମାଁ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଥିଲେ ଓ ଏହି ମାମଲା କ୍ରାଇମବ୍ରାଞ୍ଚ କିମ୍ବା ଏସଆଇଟିକୁ ଦେବା ପାଇଁ କୁହାଯାଇଥିଲା । ଘଟଣାରେ ହାଇକୋର୍ଟ ସମ୍ବଲପୁର ଏସପିଙ୍କୁ ଦୁଇ ସପ୍ତାହ ମଧ୍ଯରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷାରେ ଏକ ମହାଦ୍ରୁମ ଭାବରେ ଛିଡା ହୋଇଛି ବୀରସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ
ସମ୍ବଲପୁର(ଶୁଭମ୍‌, ମାନସ): ଇଞ୍ଜିନିୟରିଂ ଶିକ୍ଷାର ୬୬ ବର୍ଷର ଗୌରବଶାଳୀ ଇତିହାସର ମୂକସାକ୍ଷୀ ହେଉଛି ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ। ସ୍ୱାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ରଙ୍କ ଅମର ଗାଥାକୁ ବହନ କରି ଓଡ଼ିଶା ଆଇନ ୯, ୨୦୦୯ ମସିହାରେ ପ୍ରତିଷ୍ଠା ଲାଭ କରିଛି ଏହି ବିଶ୍ୱବିଦ୍ୟାଳୟ। ଅଣଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ଭାବରେ ଏହା ୧ ଜୁଲାଇ ୨୦୦୯ ମସିହାରୁ କାର୍ଯ୍ୟ କରି ଆସିଛି। ପରବର୍ତ୍ତୀ ସମୟରେ ୟୁଜିସି ଏକ୍ଟ ୨ (ଏଫ୍‌‌) ଓ ୧୨ ( ବି) ରେ ଏହାକୁ ସାମିଲ କରାଯାଇଛି। ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷାରେ ଏକ ମହାଦ୍ରୁମ ଭାବରେ ଆଜି ଛିଡା ହୋଇଛି ବୀରସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ। ତେବେ ଉତ୍କର୍ଷତା କେନ୍ଦ୍ର ହେବା ସହ ଏହାର ନବକେଳବର ପାଇଁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ୍‌‌ ଟେକ୍ନୋଲୋଜିର ‘୫-ଟି’ରେ ହେବ ରୂପାନ୍ତରୀକରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସୁଟର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି। ୨୦୨୬ସୁଦ୍ଧା ଏଠାରେ ୨୪ଟି ସ୍ନାତକ୍‌‌ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼଼ିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ମାଷ୍ଟରପ୍ଲାନ୍‌‌ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲ୍‌‌ଟି ଡିସିପ୍ଲିନାରୀ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ଭାବେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନଆଇଟି ପରି ସଂସ୍ଥାମାନଙ୍କ ସହିତ ସମକକ୍ଷ ହେବ। ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦ହଜାର ୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସରମାନଙ୍କ ଚାମ୍ୱର ଓ ଗ୍ୟାଲେରୀ ରହିବ। ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ସଚିବ ପ୍ରମୁଖ ବୁର୍ଲା ଗସ୍ତକରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ଅଧିକ ସୁଦୃଢ଼ ହେବ ପାଠ୍ୟକ୍ରମ
ହୀରାକୁଦର ପାଦଦେଶରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟ ୨୦ ଜଣ ବିଦ୍ୟାର୍ଥୀକୁ ନେଇ ୧୯୫୬ ମସିହା ଅଗଷ୍ଟ ୧୨ ତାରିଖରେ ପ୍ରତିଷ୍ଠା ଲାଭ କରେ। ଯାହା ଏବେ ଓଡ଼ିଶା ସରକାରଙ୍କ ଆପ୍ରାଣ ଉଦ୍ୟମ ଓ ଅନୁଦାନରେ ବିଶ୍ୱସ୍ତରୀୟ ହେବ। ପ୍ରତିଷ୍ଠା ସମୟର ବିଶ୍ୱବିଦ୍ୟାଳୟରେ କେବଳ ସିଭିଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଥିଲା। ସମୟ ବଦଳିଛି। ଭିସୁଟ୍‌‌ ବି ବଦଳିଛି ଆଉ ବଦଳିବ ଏହାର ରୂପରେଖ। ବର୍ତ୍ତମାନ ସମୟର ଏଠାରେ ଇଞ୍ଜିନିୟରିଂ ପାଇଁ ୧୧ ବିଟେକ୍‌‌ ପାଠ୍ୟକ୍ରମ, ୨୦ ଏମ୍‌‌ ଟେକ୍‌‌ ପାଠ୍ୟକ୍ରମ, ୨ ଦ୍ୱିତୀୟ ଡ଼ିଗ୍ରୀ ପାଠ୍ୟକ୍ରମ, ୩ ଏମ୍‌‌ସି ପାଠ୍ୟକ୍ରମ, ୩ ଇଣ୍ଟିଗ୍ରେଟେଡ ଏମ୍‌‌ସି ପାଠ୍ୟକ୍ରମ, ୩ ଏମ୍‌‌ସିଏ ଓ ପିଏଚ୍‌‌ଡି ପାଠ୍ୟକ୍ରମ ପ୍ରଚଳିତ। ଏନ୍‌‌ବିଏ ଦ୍ୱାରା ଅନୁବନ୍ଧିତ ହୋଇ ଭିସୁଟରେ ୭ ଟି ସ୍ନାତକ ଓ ୮ଟି ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ପରିଚାଳିତ ହେଉଛି। ୨୦୧୬ ମସିହାରେ ଏହା ନାକ ସହ ଅନୁବନ୍ଧିତ ହୋଇ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଶୀର୍ଷସ୍ତରରେ ପହଞ୍ଚିବା ଦିଗରେ ଆହୁରି ଅଗ୍ରସର ହେଉଛି। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଅନୁମୋଦନ କରିସାରିଛନ୍ତି ୨ ହଜାର କୋଟି।
ବିଶ୍ୱ ଦେଖିବ ନୂଆ ଭିସୁଟ୍‌‌
ରାଜ୍ୟ ସରକାରଙ୍କ ଅନୁଦାନକୁ ଉପଯୋଗ କରି ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ନବୀନ ଉନ୍ମାଦନା ଭରିବ। ୧୬ ଟି ବିଭାଗ ପାଇଁ ଏବେ ଏଠାରେ ୨୧୭ ଜଣ ଶିକ୍ଷଣ କର୍ମଚାରୀ ଥିବାବେଳେ ଅଣଶିକ୍ଷଣ କର୍ମଚାରୀ ଅଛନ୍ତି ୧୩୦ ଜଣ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅନୁଦାନ ମାଧ୍ୟମରେ ଏହାକୁ ୩୦୮ ଓ ୨୧୭ ଭାବରେ ବୃଦ୍ଧି କରାଯିବ। ସେହିଭଳି ୨୮ ଜଣ ଠିକା କର୍ମଚାରୀ ମଧ୍ୟ ଏଠି କାର୍ଯ୍ୟରତ। ସେଥିପାଇଁ ତ ସରକାର ମଧ୍ୟ ଆହୁରି ୯୦ ଏକର ଜାଗା ଯୋଗାଇଦେଇଛନ୍ତି। ସମୃଦ୍ଧ ହୋଇ ଗଢ଼ିଉଠିବ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ଭବିଷ୍ୟତ।
ଅନୁଦାନରେ ଭିସୁଟ ବଢ଼ୁଛି ଆଗକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୨୦୨୨/୨୦୨୩ ମସିହାରେ ପ୍ଲାନ୍‌‌ ମାଧ୍ୟମରେ ୯୩.୩୯ କୋଟି ଓ ନନ ପ୍ଲାନ୍‌‌ ମାଧ୍ୟମରେ ୨.୦୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିଭଳି ୨୦୨୩/୨୦୨୪ ବର୍ଷ ପାଇଁ ଯଥାକ୍ରମେ ୨୨.୬୩ କୋଟି ଓ ୨୦ କୋଟି ଟଙ୍କାର ପ୍ୟାକେଜ୍‌‌ ଦେଇ ସାରିଛନ୍ତି। ଆଗାମୀ ଦିନରେ ଏହି ଟଙ୍କାରେ ସ୍ନାତକ, ସ୍ନାତକୋତ୍ତର ଓ ଗବେଷଣା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ହୋଇପାରିବ। ବିଶ୍ୱବିଦ୍ୟାଳୟର ୮୨୯ ଜଣ ଛାତ୍ରଛାତ୍ରୀ ୭୬ଟି ବଡ଼ ବଡ଼ କମ୍ପାନୀରେ ନିଜର ଦବ୍‌‌ ଦବା ଜାହିର କରିସାରିଛନ୍ତି। ଭିତ୍ତିଭୂମି ବିକାଶ ହେଲା ପରେ ଏହି ହାର ନିଶ୍ଚିତ ଭାବରେ ଆହୁରି ବଢ଼଼ିବ। ଏବେ ଭିସୁଟରେ ୩ ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼଼ୁଛନ୍ତି। ଜଣେ ଏମଟେକ୍‌‌ ଓ ଆଉ ଦୁଇ ଜଣ ପିଏଚଡିରେ ଅଧ୍ୟୟନରତ। ଭିତ୍ତିଭୂମିର ବିକାଶ ପରେ ବିଦେଶୀ ଛାତ୍ରଛାତ୍ରୀ ଆହୁରି ଆସିବେ ବୋଲି କହିଛନ୍ତି ଭିସୁଟ କୁଳପତି।
ଓଡ଼ିଶା ହେବ ମହାକାଶ ବିଜ୍ଞାନୀଙ୍କ ଅନ୍ତୁଡ଼ିଶାଳ
ଇତିହାସରେ ପ୍ରଥମଥର ପାଇଁ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ମିଳିଛି ଏକ ବଡ଼ ସଫଳତା। ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ହିସାବରେ ଏହି ସଫଳତା ପାଇଥିବା ବେଳେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସଷ୍ଟି କରିବ ଅନେକ ବୈଜ୍ଞାନିକ। କାରଣ ଇସ୍ରୋର ପ୍ରଥମ ଇନୋଭେସନ୍‌‌ ସେଣ୍ଟର ହେବ ଭିସୁଟ୍‌‌। ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିଥିବା ଇସ୍ରୋର ବୈଜ୍ଞାନିକଙ୍କଠାରୁ ଜ୍ଞାନ ଆହରଣ କରିବେ ଭିସୁଟର ଛାତ୍ରଛାତ୍ରୀ। ଏହାକୁ ନେଇ ଗ୍ରୀନ୍‌‌ ସିଗ୍‌‌ନାଲ ଦେଇଛନ୍ତି ଇସ୍ରୋ ଉଚ୍ଚ କର୍ତ୍ତୃପକ୍ଷ। ପ୍ରଥମ ଇନୋଭେସନ୍‌‌ ସେଣ୍ଟର ଭାବେ ଭିସୁଟକୁ ମନୋନିତ କରିଛି ଇସ୍ରୋ। କେବଳ ଯେ ଭିସୁଟ୍‌‌ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ କ୍ଷେତ୍ରରେ ଅଗ୍ରଗତି ହେବ ତାହା ନୁହେଁ, ଓଡ଼ିଶାରେ ଗବେଷଣା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରିବ ଭିସୁଟ୍‌‌। ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ରକେଟ୍‌‌ ଗବେଷଣା କ୍ଷେତ୍ରରେ ସହଯୋଗ କରିବ।
ବିଦ୍ୟାର୍ଥୀଙ୍କ ପାଇଁ ଆଶୀର୍ବାଦ
୨୦୫ ଏକର ଜମିରେ ତିଆରି ହେଉଥିବା ନୂତନ ଘର ଓ ପୁରୁଣା କ୍ୟାମ୍ପସର ମରାମତି ବିଦ୍ୟାର୍ଥୀଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ୍ୟ। ଏହି କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଆଗାମୀ ୫ ବର୍ଷ ଭିତରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି। ସମସ୍ତ କୋଠାକୁ ଗୋଟାଏ ଢାଞ୍ଚାରେ ନିର୍ମାଣ କରାଯାଉଛି। ପ୍ରତ୍ୟେକ କୋଠାର ବେସମେଣ୍ଟକୁ ପାର୍କିଂ ରୁପେ ବ୍ୟବହାର କରାଯିବ। ସ୍କୁଲ୍‌‌ ଅଫ ମେକାନିକାଲ ସାଇନ୍ସ ବ୍ଲକ ନୂତନ କ୍ୟାମ୍ପସରେ ରହିବ। ଅଧିକରୁ ଅଧିକ ଲାଭ ପାଇବେ ପ୍ରଥମ ବର୍ଷ ଶିକ୍ଷାର୍ଥୀ। ନୂତନ କ୍ୟାମ୍ପସ ନିର୍ମାଣ ପରେ ସବୁ ବିଭାଗର ପ୍ରଥମ ବର୍ଷ ପିଲା ଏଇଠି ପାଠ ପଢ଼଼ିବାର ସୁଯୋଗ ପାଇବେ। ବିଶ୍ୱବିଦ୍ୟାଳୟରେ ଆହୁରି ଯୋଡ଼ି ହୋଇଯିବ ୬ରୁ ୭ଟି ନୂତନ ବିଭାଗ ଯେମିତି ଏରୋ ସ୍ପେସ ଇଞ୍ଜିନିୟରିଂ, ବିୟୋଗ ମେଡିକାଲ, ବିୟୋଗ ଟେକ୍ନିକାଲ, ମାଇନିଂ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବିଭାଗ। ବର୍ତ୍ତମାନ ସମସ୍ତେ କୁତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାରେ ଲାଗିଛନ୍ତି। ନୂତନ କ୍ୟାମ୍ପସରେ କୁତ୍ରିମ ବୁଦ୍ଧିମତାଉପରେ ସ୍ୱତନ୍ତ୍ର ବିଭାଗ ରହିବ।
ଚନ୍ଦ୍ରଯାନ-୩ରେ ଭିସୁଟ୍‌‌ ଆଲୁମନି
ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡି କରିଥିବା ଚନ୍ଦ୍ରଯାନ-୩ ମିଶନରେ ଭିସୁଟର ପୂର୍ବତନ ଛାତ୍ରଛାତ୍ରୀ ତଥା ଆଲୁମନିଙ୍କ ଯୋଗଦାନ ଭିସୁଟର ନାଁକୁ ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇବାରେ ସହାୟ ହୋଇଛି। ଏଥିରେ ୧୪ ଜଣ ଆଲୁମନି କାର୍ଯ୍ୟ କରିଛନ୍ତି। ଏଥିରେ ୧୯୮୩ ଶିବାଶିଷ ମାଏତି, ୧୯୮୬ ବ୍ୟାଚ୍‌‌ ମିହିର କାନ୍ତି ମିଶ୍ର, ୧୯୯୪ ବ୍ୟାଚର ଡକ୍ଟର ରାଧାକାନ୍ତ ପାଢ଼ୀ, ୨୦୦୦ ବ୍ୟାଚର ଲୋପାମୁଦ୍ରା ମିଶ୍ର, ୨୦୦୪ ବ୍ୟାଚର ମଧୁସୂଦନ ନାଥ, ୨୦୦୩ ବ୍ୟାଚର ସୁଶାନ୍ତ ପଣ୍ଡା, ୨୦୦୫ ବ୍ୟାଚର ଧର୍ମେନ୍ଦ୍ର ବେହେରା, ୨୦୦୫ ବ୍ୟାଚ ଆଶୁତୋଷ ସିହ୍ନା, ୨୦୧୦ ବ୍ୟାଚର ମାନସ ଭଦ୍ର ଓ ସୁଜିତ ନାୟକ, ୨୦୧୨ ବ୍ୟାଚର ଇ. ରାଜକିରନ ସରବା ଓ କେ ନାଗାରାଜୁ, ୨୦୧୩ ବ୍ୟାଚର ଲକ୍ଷ୍ମୀପ୍ରିୟା ପୃଷ୍ଟି ଓ ୨୦୧୪ର ସୁରଭି ବୋଷ ଏହି ମିଶନରେ କାର୍ଯ୍ୟକରି ଭିସୁଟ ପାଇଁ ଗର୍ବ ଆଣିଛନ୍ତି।
ଆଲୁମନିଙ୍କ ସଫଳ କାହାଣୀ
ଭିସୁଟର ଆଲୁମନି ଆଜି ଅନ୍ତର୍ଜାତୀୟ ସ୍ତରରେ ରହି ଭିସୁଟର ନାଁକୁ ଗର୍ବିତ କରିଛନ୍ତି। ୧୯୬୩ ବ୍ୟାଚର ସ୍ୱର୍ଗତ ବ୍ରଜମୋହନ ଦାସ ସିଇସିଏସ, ସିଏସୟୁ ୟୁଏସଏର ଡିନ୍‌‌ ଏମିରଟସ ପଦବୀ ଅଳଙ୍କୃତ କରିଥିଲେ। ୧୯୬୯ ବ୍ୟାଚର ଡକ୍ଟର ବିଜନ ଦାସ ଭିଏସ୍‌‌ଏସସି, ଇସ୍ରୋର ଡେପୁଟି ଡାଇରେକ୍ଟରେ ଅବସର ଗ୍ରହଣ କରିଥିଲେ। ୧୯୮୬ ବ୍ୟାଚର ମିହିର କାନ୍ତି ମିଶ୍ର ହାଲ୍‌‌ର ସିଇଓ ପଦବୀରେ ଅଛନ୍ତି। ୧୯୮୭ ବ୍ୟାଚର ଡକ୍ଟର ବିନୟ କୁମାର ଦାଶ ଡିଜି ଭାବେ ଡିଆରଡିଓରେ ଅବସ୍ଥାପିତ ଅଛନ୍ତି। ୧୯୮୯ ବ୍ୟାଚର ଅଥର ସାହବ ଜୁଆରି ଇଣ୍ଡଷ୍ଟ୍ରିର ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୦ ବ୍ୟାଚର ମନିଷ ସିହ୍ନାରେ ଭାରତୀୟ ରାଜସ୍ୱ ସେବାରେ (ଆଇଆରଏସ) ଯୋଗ ଦେଇଛନ୍ତି। ୧୯୯୧ ବ୍ୟାଚର ଶ୍ରୀକୁମାର ଛତ୍ର ଇଡେଲଓ୍‌‌ବିସ ଅଲଟରନେଟିଭ ଆସେଟର୍‌‌ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୧ ବ୍ୟାଚ୍‌‌ର ଡକ୍ଟର ତପନ ସାହୁ ମାରୁତି ସୁଜୁକିର ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌‌ମେଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଛନ୍ତି। ୧୯୯୨ ବ୍ୟାଚର ଅଶେଷ ପାଢ଼ୀ ଜେଏସଡବ୍ଲ୍‌‌୍ୟୁ ଓଡ଼ିଶା ପ୍ରୋଜେକ୍ଟର ଏକ୍‌‌ଜ୍ୟୁକିଟିଭ ଭାଇସ ପ୍ରେସିଡେଣ୍ଟ ଓ ମୁଖ୍ୟ ରହିଛନ୍ତି। ୧୯୯୨ ବ୍ୟାଚର ରଶ୍ମୀ ରଞ୍ଜନ ମହାପାତ୍ର ମୁରୁଗପ୍ପା ଗ୍ରୁପର ସିଇଓ ରହିଛନ୍ତି। ୧୯୯୩ ବ୍ୟାଚର ୱାଇ କଲ୍ୟାଣ ଚକ୍ରବର୍ତ୍ତୀ ଇମାର ଗ୍ରୁପର ସିଇଓ ରହିଛନ୍ତି। ୧୯୯୪ ବ୍ୟାଚର ଡକ୍ଟର ରାଧାକାନ୍ତ ପାଢ଼ୀ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌‌ସିରେ ପ୍ରଫେସର୍‌‌ ରହିଛନ୍ତି। ୧୯୯୫ ବ୍ୟାଚର ନୀଳାଦ୍ରି ଭଟ୍ଟଚାର୍ଯ୍ୟୀ ଗ୍ରାଣ୍ଡ ଥର୍ନଟନରେ ପାର୍ଟନର ରହିଛନ୍ତି।
ନୋଏଡ଼ାରେ ଦୌଡ଼ିଲା ଭିସୁଟ୍‌‌ର ରେସିଂ କାର୍‌‌
ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁରୁଣା ଢାଞ୍ଚା ବଦଳିବ ଆଉ ନବୀନ ସୂର୍ଯ୍ୟୋଦୟ ହେବ। ଆଗାମୀ ଦିନରେ ଏନ୍‌‌ବିଏ ସହ ମିଶି ବିଶ୍ୱବିଦ୍ୟାଳୟରେ ଗୋଟିଏ ସ୍ନାତକ ଓ ଚାରୋଟି ସ୍ନାତକୋତ୍ତର ବିଭାଗ ଖୋଲିବ। ବିଭିନ୍ନ ପାଠ୍ୟକ୍ରମର ସମୟସୀମା ମଧ୍ୟ ବଢ଼଼ାଯିବ। ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟ ଏନ୍‌‌ଆଇଆରଫ ବିଭାଗୀକରଣରେ ୧୧୯ ତମ ସ୍ଥାନ ଅଧିକାର କରିଥିଲା। ୨୦୨୧ରେ ଏହା ୧୧୬ ତମ, ୨୦୨୨ ମସିହାରେ ୧୧୧ ତମ ସ୍ଥାନ ଅଧିକାର କରିଛି। ୨୦୨୩ ଶିକ୍ଷା ବର୍ଷାରେ ଏହା ୧୦୦ ତମ ସ୍ଥାନ ଅଧିକାର କରିବାର ଆଶା ସଞ୍ଚାର ହେଉଛି। ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି। ଭିସୁଟ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ସହ ଏମଓୟୁ ସ୍ୱାକ୍ଷରିତ କରିସାରିଛି। ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ହେଉଛି ଭିସୁଟ ଯିଏ ଇସ୍ରୋ ସହ ଏମଓୟୁ ସ୍ୱାକ୍ଷରିତ କରି ଭିସୁଟ ସ୍ପେସ ଇନୋଭେସନ ସେଣ୍ଟରର ନିର୍ମାଣ କରିଛି। ଏହାରି ମାଧ୍ୟମରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ କୁତ୍ରିମବୁଦ୍ଧିମତାଠାରୁ ଆରମ୍ଭକରି ଆବିଷ୍କାର ଓ ଉଦ୍ଭାବନ କରିବେ। କିଛିଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ମିଶି ରେସିଂ କାର ତିଆରି କରିବା ଏହାର୍‌‌ ଜ୍ୱଳନ୍ତ ଉଦାହରଣ। କାର ଭିସୁଟ୍‌‌ରୁ ଯାଇ ନୋଏଡ଼ାରେ ଦୌଡ଼ିବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସ୍ପେସ୍‌‌ ଇନୋଭେସନ ସେଣ୍ଟର ସେମାନଙ୍କ ଜ୍ଞାନର ପରିସୀମାକୁ ଆହୁରି ସୁଦୃଢ କରିବ। ବହୁତ୍‌‌ କମ୍‌‌ ସମୟ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଜାପାନିଜ୍‌‌ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସହ ମଧ୍ୟ ଏମଓୟୁ ସ୍ୱାକ୍ଷରିତ କରିବ। ଆହୁରି ମଧ୍ୟ ଓଡ଼ିଶା ରାଜ୍ୟ ବିଶ୍ୱବିଦ୍ୟାଳୟ ସହ ମଧ୍ୟ ବିଶ୍ୱବିଦ୍ୟାଳୟ ୨୦୨୨ ମସିହାରେ ଏମଓୟୁ ସ୍ୱାକ୍ଷରିତ କରିଛି।
ସାକାର ହେଉଛି ‘ନବୀନ’ ସ୍ୱପ୍ନ
ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା, ଭିତ୍ତିଭୂମି, ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା, ସଂସ୍କୃତି ସର୍ବୋପରି ପ୍ରତିଟି ଦିଗର କେମିତି ବିକାଶ ହେବ ଓ ଭିସୁଟ ବିଶ୍ୱସ୍ତରୀୟ ହେବ ତାହାର ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ସଫଳ ଓ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବାସ୍ତବ ରୂପ ନେଉଛି। ୨୦୨୨ ମସିହା ସେପଟେମ୍ୱର ୧୭ ତାରିଖରେ ସେ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଗସ୍ତକରି ୨ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀମଣ୍ଡଳର ଅନୁମୋଦନକ୍ରମେ ବିଶ୍ୱବିଦ୍ୟାଳୟକୁ ପର୍ଯ୍ୟାୟ କ୍ରମେ ଅନୁଦାନ ଦିଆଯାଉଛି। ହୀରାକୁଦ ପାଦ ଦେଶରେ ଥିବା ଭିସୁଟ୍‌‌ ସ୍ୱପ୍ନର ତାଳେ ତାଳେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହେବାର ପାଦ ଦେଶରେ ଅଛି।
ଉତ୍କର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା
ଭିସୁଟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରଚେଷ୍ଟା। ଉଚ୍ଚ ଶ୍ରେଣୀ ନିର୍ମାଣ, ଭିତ୍ତିଭୂମି ବିକାଶ, ସ୍ମାର୍ଟ କ୍ଲାସ, ନୂତନ ଉପକରଣ ଅନୁମୋଦନ କରି ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରର ପହଞ୍ଚାଇବ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର। ଏ ବିକାଶ କରିବା ପାଇଁ ମୋଟ ୨ ହଜାର କୋଟିକୁ ଅନୁମୋଦନ କରିଛନ୍ତି ସରକାର। ସେଥିରୁ ୧୮୦୦ କୋଟି ବ୍ୟୟରେ ନୂତନ କ୍ୟାମ୍ପସ ନିର୍ମାଣ କରିବା ସହ ପୁରାତନ ବିଲ୍ଡିଂର ନବୀକରଣ କରାଯିବ। ବାକି ୨୦୦ କୋଟିରେ ବିଭିନ୍ନ ଉପକରଣ ସହ ସ୍ମାର୍ଟ କ୍ଲାସ କରାଯିବ।
୧୧ ହଷ୍ଟେଲ୍‌‌ରେ ୪ ହଜାର ଅନ୍ତେବାସୀ
ବର୍ତ୍ତମାନ ଛୋଟ ବଡ଼ କରି ୧୧ଟି ହଷ୍ଟେଲ ରହିଛି। ଯେଉଁଠି ୪୦୦୦ ପିଲା ରହିବାର କ୍ଷମତା ରହିଛି। ଅଧିକ ବିଭାଗ ବଢ଼଼ିଲା ପରେ ଅଧିକ ଛାତ୍ରଛାତ୍ରୀ ବି ଆସିବେ ତେଣୁ ତାହାକୁ ନଜର ରଖି ୪୦୦୦ ପୁଅ ପିଲା ରହିବା ପରି ହଷ୍ଟେଲ ଓ ୨୦୦୦ ଝିଅ ରହିବା ପାଇଁ ହଷ୍ଟେଲ ନିର୍ମାଣ କରାଯାଉଛି। ଏହା ସହ କାର୍ବନଡାଇଅକ୍ସସାଇଡ ଫ୍ରି କ୍ୟାମ୍ପସ ପାଇଁ ଚିନ୍ତା କରାଯିବ।
ଶିକ୍ଷାର୍ଥୀ ବଢ଼଼ିବେ
ସମ୍ପୂର୍ଣ୍ଣ ନିର୍ମାଣ କାମ ଶେଷ ପରେ ସମୁଦାୟ ୫୦୦୦ ରୁ ୧୦୦୦୦ ବିଦ୍ୟାର୍ଥୀ ଯୋଡ଼ି ହେଇ ଯିବେ ଭିସୁଟରେ। ବିଟେକରେ ୨୦୦୦ ଓ ପିଜି/ ପିଏଚଡିରେ ୨୦୦୦ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବାର କ୍ଷମତା ରହିବ। ଯାହା ବିଶ୍ୱସ୍ତରୀୟ ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ଅନ୍ୟ ଦେଶର ବିଦ୍ୟାର୍ଥୀ ଭିସୁଟ ଆସିବା ସହ ଛାତ୍ରଛାତ୍ରୀ ବିନିମୟଭିତ୍ତିକ ପାଠ୍ୟକ୍ରମର ଶିକ୍ଷାଦାନ ବ୍ୟବସ୍ଥା ରହିବ। ଭିସୁଟ ଛାତ୍ରଛାତ୍ରୀ ମଧ୍ୟ ଏହି ପାଠ୍ୟକ୍ରମର ଲାଭ ନେଇ ପାରିବେ।
ନୂଆ ଇନୋଭେସନ୍‌‌ ସହ ହଷ୍ଟେଲ କ୍ୟାମ୍ପସରେ କ୍ୱାର୍ଟର୍ସ
ସମାନ ଢାଞ୍ଚାରେ ୫୦୦ଟି ଶିକ୍ଷଣ କର୍ମଚାରୀ ଏବଂ ୨୫୦ଟି ଅଣଶିକ୍ଷଣ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ଉପଲବ୍ଧ ରହିବ। ଅନ୍ୟାନ୍ୟ ସୁବିଧା ପାଇଁ କ୍ୟଣ୍ଟିନ, କ୍ୟାଫେ ଟେରିଆ, ଜିମ, ସୁଇମିଂ, ଲାଇବ୍ରେରୀର, ଖେଳ ପଡ଼ିଆ, ଅଡିଟୋରିୟମ ସୁବିଧା ରହିବ। ଦକ୍ଷତା ବିକାଶ କରିବା ପାଇଁ ନିର୍ଦ୍ଦିଷ୍ଟ ସେଣ୍ଟର ଖୋଲାଯିବ। ପାଖରେ ବୁର୍ଲା ମେଡିକାଲ ଥିଲେ ମଧ୍ୟ କ୍ୟାମ୍ପସ ଭିତରେ ପ୍ରାଥମିକ ଚିକିତ୍ସା ପାଇଁ ସୁବିଧା ଉପଲବ୍ଧ ରହିବ। ସେଣ୍ଟର ଅଫ ଏକ୍ସସେଲେନ୍ସ (ସିଓଇ) କ୍ଷେତ୍ରର ଭିସୁଟ ସବୁବେଳେ ଆଗରେ ରହିବା ପାଇଁ ନିଜ ପାଖରେ ଗାଇଡଟିମର ବ୍ୟବସ୍ଥା କରିଛି। ଚାକିରି ପାଇବା ପାଇଁ ସହଜ ହେଲା ଭଳି ଆଲୁମନି ଓ ବିଭିନ୍ନ କମ୍ପାନିକୁ ନିଜ ସହ ନେଇ ଆଗକୁ ବଢ଼ୁଛି। ଯାହା ପାଇଁ ଏଠାରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି।
ଭିସୁଟ ବୁର୍ଲା ପାଖରେ ସେଇ କ୍ଷମତା ଅଛି ଯାହାକୁ ପାଥେୟ କରି ଏହା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହୋଇପାରିବ। ଉତ୍ତମ ଶିକ୍ଷା ଓ ଗବେଷଣା ଆଧାର କରି ଏହା ସର୍ବଶ୍ରେଷ୍ଠ ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ସହଯୋଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବୁଦ୍ଧିମତାର ପରିସୀମା ଆହୁରି ସୁଦୃଢ଼ ହେବ। ଅଧ୍ୟାପକଙ୍କ ଶିକ୍ଷଣ ଓ ଛାତ୍ରଛାତ୍ରୀଙ୍କ ଗ୍ରହଣ ଆଗାମୀ ଦିନରେ ଭିସୁଟକୁ ଉନ୍ନତିର ଶିଖରରେ ପହଞ୍ଚାଇବ।
-ବଂଶୀଧର ମାଝୀ, କୁଳପତି, ବୀରସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ
ବହୁତ ଲୋକ ବିଶ୍ରାମ ପାଇଁ ସମୁଦ୍ରକୂଳକୁ ଯାଆନ୍ତି। ଆଉ କେତେ ଲୋଗ ପାହାଡ଼ ପାଦଦେଶକୁ ପରି କରନ୍ତି। ଶାନ୍ତି ପାଇଁ ଲୋକେ ପବିତ୍ର ତୀର୍ଥସ୍ଥଳ ବୁଲନ୍ତି। କିନ୍ତୁ ଆମେ ଆଲୁମନି ଶାନ୍ତି ପାଇଁ ବୁର୍ଲା ଭିସୁଟ୍‌‌ ଯାଉ। ଏହା ହିଁ ଆମ ରିଷିକେଶ, ବଦ୍ରିନାଥ, ମେକା ତଥା ଜେରୁଜେ ଲମ୍‌‌।
– ଅଶେଷ ପାଢ଼ୀ, ସଭାପତି, ଭିସୁଟ ଆଲୁମନି ଆସୋସିଏସନ୍‌‌
ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଡାଏଟମ ରିପୋର୍ଟ, ଭିସେରା ରିପୋର୍ଟକୁ ଅପେକ୍ଷା
ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଡାଏଟମ ରିପୋର୍ଟ । ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଡାଏଟମ୍ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଯାହା ବୟାନ କରୁଥିଲା ଡାଏଟମ୍ ଟେଷ୍ଟ ରିପୋର୍ଟରେ ବି ସମାନ ତଥ୍ୟ ଉଲ୍ଲେଖ ଅଛି । ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ତେବେ ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ସେ ଦିଗରେ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ତାଙ୍କ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ସନ୍ଦେହ କରିଥିଲେ ତାଙ୍କ ବାପାମା’ ।
ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ, ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ
ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ କଲ୍ କରିବା ପରେ ବୁର୍ଲା ପୋଲିସ ହଷ୍ଟେଲରେ ପହଞ୍ଚି ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରି, ଡାକ୍ତରଖାନା ନେଇଥିଲା । ଏ ନେଇ ବୁର୍ଲା ଥାନାରେ ରାଗିଂର ଶିକାର ହୋଇଥିବା ଛାତ୍ର ଲିଖିତ ଅଭିଯୋଗ କରିବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ଭିସୁଟରେ କୁଳପତି ପ୍ରଫେସର ବଂଶିଧର ମାଝୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରିବା ସହ ଏକ ବୈଠକ କରାଯାଉଛି । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି।
ବୁର୍ଲା ଭିସୁଟ୍‍ ରୂପାନ୍ତରିକରଣ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ :୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି, ଗଠନ କରାଯିବ ୨୭ଟି ସେଣ୍ଟର ଅଫ ଏକ୍‌ସେଲେନ୍‌ସ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ Multi-Disciplinary Engineering & Research University ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ IIT ଓ NIT ପରି ସଂସ୍ଥା ମାନଙ୍କ ସହିତ ସମକକ୍ଷ ହେବ। ଏଥିରେ School of Engineering, Skill Development Centre, School of Medical Technology ଓ School of Basic Science ପରି ୭ଟି ସ୍କୁଲ ରହିବ।
ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସର ମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ। ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍‌ଧ ହେବ। ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍‌ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ। ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସର ମାନଙ୍କ ସହିତ ଅଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ।
ଆଲୋଚନା ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ।
ଭିସୁଟରେ ପୁଣି ରାଗିଂ ! ୩ ଜୁନିୟର ଛାତ୍ରଙ୍କୁ ମାଡ଼
ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ରେ ରାଗିଂ ମାମଲା ଥମିବାର ନାଁ ଧରୁନି। ରାଗିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ସିନିୟର ଛାତ୍ର ଏଥିରୁ ବିରତ ହେଉନାହାନ୍ତି। ଏବେ ପୁଣି ଭିସୁଟ୍‍ରେ ରାଗିଂ ହୋଇଛି। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରାବାସରେ ଏହି ରାଗିଂ ହୋଇଛି। ଏ ନେଇ ହଷ୍ଟେଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି କୁଳପତିଙ୍କ ନିକଟରେ ଏହି ଛାତ୍ରମାନେ ଅଭିଯୋଗ କରିବେ ବୋଲି କହିଛନ୍ତି।
ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟ କ୍ରତୁ ହଷ୍ଟେଲରେ ଦ୍ୱିତୀୟ ବର୍ଷର ଛାତ୍ର ରହୁଛନ୍ତି। ଶନିବାର ରାତିରେ ଏହି ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଅତ୍ରି ହଷ୍ଟେଲରେ ରହୁଥିବା ତୃତୀୟ ବର୍ଷର କେତେକ ଛାତ୍ର ଫୋନ୍‍ କରି ଡାକିଥିଲେ। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଆଣ୍ଠେଇ ବସିବାକୁ କହିଥିଲେ। ୩ କନିଷ୍ଠ ଛାତ୍ର ଏହାକୁ ବିରୋଧ କରିବାରୁ ସେମାନେ ଗାଳିଗୁଲଜ କରିଥିଲେ। ତୃତୀୟ ବର୍ଷର ଛାତ୍ରମାନେ ମିଶି ଏହି ୩ ଛାତ୍ରଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ୩ ଛାତ୍ର ହଷ୍ଟେଲ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ରାଗିଂର ଶିକାର ଛାତ୍ରମାନେ ରବିବାର ହଷ୍ଟେଲ ୱାର୍ଡେନଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରାବାସର ୱାର୍ଡେନ୍‍ ଅଭିଯୋଗ ପାଇଥିବା କହିଛନ୍ତି। ରାଗିଂ କି ଅନ୍ୟ କାରଣରୁ ଏପରି ହୋଇଛି ତାହା ସୋମବାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରବିବାର ୩ ଛାତ୍ରଙ୍କ ଅଭିଭାବକ ଆସି ସମ୍ୱଲପୁରରେ ପହଞ୍ଚିଛନ୍ତି। ସୋମବାର ସେମାନେ ଏ ସମ୍ପର୍କରେ କୁଳପତିଙ୍କ ନିକଟରେ ଅଭିଯୋଗ କରିବେ। ସୂଚନାଯୋଗ୍ୟ, ବାରମ୍ୱାର ରାଗିଂ ଭିସୁଟ୍‍ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।
ବୁର୍ଲା ଭିସୁଟକୁ ସଟଡାଉନ୍ ଘୋଷଣାକଲେ ଜିଲାପାଳ
ସମ୍ବଲପୁର: ବୁର୍ଲା ଭିସୁଟକୁ ସଟଡାଉନ ଘୋଷଣା କରାଯାଇଛି। ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି ।
ଭିସୁଟର ୧୧ଟି ହଷ୍ଟେଲ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ପୁଲହ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବଫର୍ ଜୋନ୍ ଘୋଷଣା ହୋଇଛି। ଗାଡ଼ି ଚଳାଚଳ ଓ ସାଧାରଣ ଲୋକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି। ସେହିପରି ଜରୁରୀ ମେଡିକାଲ୍ କେସରେ ଅନୁମତି ନେଇ ପ୍ରବେଶ କରିହେବ । କଣ୍ଟେନମେଣ୍ଟ ଓ ବଫର୍ ଜୋନରେ ସବୁ ଦୋକାନ ବନ୍ଦ ରହିବ। ଉଭୟ ଜୋନରେ ଜରୁରୀ ସାମଗ୍ରୀ ମହାନଗର ନିଗମ ପହଞ୍ଚାଇବ। ସେହିପରି ବଫର ଜୋନ ଏବଂ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ସମସ୍ତେ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ।
ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳିନ ସେବାକୁ ବାଦ ଦେଲେ କୌଣସି ଯାନ ବାହନ ଚଳାଚଳ କରିପାରିବ ନାହିଁ । ଏହା ସହ ବାହାର କୌଣସି ଲୋକ ଭିତରକୁ ଯାଇ ପାରିବେ ନାହିଁ ।
ସୂଚନା ଅନୁଯାୟୀ, ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି।  କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହଷ୍ଟେଲ ଯାଇ ସ୍ଥିତି ପରଖିଥିଲେ ଜିଲ୍ଲାପାଳ ଓ ପିଡି ଡିଆରଡିଏ। ୨୫ ଜଣ ଛାତ୍ର ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିଲା। ସେମାନଙ୍କ ଠାରୁ ଆଉ କୌଣସି ଛାତ୍ର କିମ୍ବା ଆଉ କିଏ ଯେପରି ସଂକ୍ରମିତ ନହୁନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଥିଲା ।
ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି। ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି କୁଳପତି କହିଥିଲେ।