SriLanka - The Sakala

ଠିକଣା ସମୟରେ ଭାରତର ସହାୟତା ପାଇଁ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଗଲା ଶ୍ରୀଲଙ୍କା: ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା
କଲମ୍ବୋ(ଏଜେନ୍ସି): ଆର୍ଥିକ ଦୁର୍ଗତିକୁ ନେଇ ଗତବର୍ଷ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତର ସହାୟତା ଅନନ୍ୟ ରହିଥିଲା। ଦେଶର ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଶ୍ରୀଲଙ୍କାକୁ ବିଭିନ୍ନ ଦିଗରେ ଯେଭଳି ସହାୟତାର ହାତ ବଢାଇଥିଲା ତାହା ପ୍ରତ୍ୟେକ ଶ୍ରୀଲଙ୍କାବାସୀଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଠିକଣା ସମୟରେ ଭାରତର ସହାୟତା ପାଇଁ ଦେଶ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଯାଇଥିଲା।

୧୯୪୮ ମସିହାରେ ଶ୍ରୀଲଙ୍କା ବ୍ରିଟିଶ ଶାସନକଳରୁ ମୁକ୍ତ ହେବା ପରେ ଏଭଳି ସ୍ଥିତି କେବେ ଦେଖାଯାଇ ନଥିଲା। କିନ୍ତୁ ପଡ଼ୋଶୀ ରାଷ୍ଟ୍ର ଭାରତର ସହାୟତା ପାଇଁ ଦେଶ ଏକ ବଡ଼ ବିପତ୍ତିରୁ ଉଦ୍ଧାର ପାଇଥିଲା। ଅନ୍ୟ ଯେକୌଣସି ରାଷ୍ଟ୍ରର ସହାୟତା ତୁଳନାରେ ଭାରତର ସହାୟତା ଅନନ୍ୟ ବୋଲି ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେୟର୍ଦ୍ଦନେ କହିଛନ୍ତି। ୨୦୨୨ ପ୍ରାରମ୍ଭରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ପାଣ୍ଠିକୁ ନେଇ ସ୍ଥିତି ବେହାଲ ହୋଇପଡ଼ିଥିଲା ବେଳେ ପରବର୍ତ୍ତୀ ସମୟରେ ଏହା ଅତ୍ୟନ୍ତ ଜଟିଳ ହୋଇପଡ଼ିଥିଲା। ଗୋଟିଏ ପଟେ ରାଜନୈତିକ ଅସ୍ଥିରତା ଏବଂ ଅନ୍ୟପଟେ ଦୁସ୍ଥ ଅର୍ଥନୀତି ଦେଶକୁ ଦେବାଳିଆ ସ୍ଥିତି ଆଡକୁ ଟାଣି ନେଇଥିଲା। ଯାହାକୁ ନେଇ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିଲା। କିନ୍ତୁ ଏହି ସମୟରେ ଭାରତର ସହାୟତା ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ମଙ୍ଗଳଦାୟକ ରହିଥିଲା। ଭାରତ ବିଭିନ୍ନ ଜରୁରୀ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିମ ଏବଂ ବିଭିନ୍ନ ଦିଗରେ ୪ ବିଲିୟନ ଡଲାର ସହାୟତା ଯୋଗାଇ ଦେବା ଆମ ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରହିଥିଲା। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ର ପାଇଁ ଭାରତ ସରକାର ମଲ୍ଟିପୁଲ କ୍ରେଡିଟ୍ ଲାଇନ ବ୍ୟବସ୍ଥା କରିବା ଏବଂ ଶ୍ରୀଲଙ୍କା ମୁଦ୍ରାର ଅବନତି ରୋକିବାକୁ କରିଥିବା ସହଯୋଗ ଆମ ପାଇଁ ବହୁ ଗୁରୁତ୍ବ ବହନ କରିଥିଲା ବୋଲି ମହିନ୍ଦା ୟାପା ଗତକାଲି ପ୍ରକାଶ କରିଛନ୍ତି।

ସଂପ୍ରତି ଇଣ୍ଡିଆନ ଟ୍ରାଭେଲ କଂଗ୍ରେସ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ସେଠାରେ ଏହି ପ୍ରତିନିଧି ଦଳକୁ ସ୍ବାଗତ କରିବା ଅବସରରେ ସେ ଏହା କହିଛନ୍ତି। କେବଳ ସେତିକି ନୁହେଁ, ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ଋଣ ରାଶିକୁ ୧୨ ବର୍ଷ ମଧ୍ୟରେ ପରିଶୋଧ କରାଯିବାର ସ୍ବୀକୃତି ମିଳିବା ଶ୍ରୀଲଙ୍କା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ, ପାରମ୍ପାରିକ ଏବଂ ଧାର୍ମିକ ସମ୍ବନ୍ଧକୁ ନେଇ ମଧ୍ୟ ଉତ୍ସାହିତ ରହିଥିବା କହିଛନ୍ତି।

ଚୀନ୍‌ର କୁଟିଳ ଚକ୍ରାନ୍ତ: ଭାରତ ଉପରେ ନଜର ରଖିବାକୁ ଶ୍ରୀଲଙ୍କାରେ ବନାଇବ ରାଡାର ବେସ୍‌
କଲମ୍ବୋ(ଏଜେନ୍ସି): ଶ୍ରୀଲଙ୍କାକୁ ଋଣଯନ୍ତାରେ ଫସାଇ ଚୀନ୍‌ ନିଜର କୁଟିଳ କାର୍ଯ୍ୟ ସାଧନ କରିବାରେ ଲାଗିଛି। ହମ୍ବନଟୋଟା ବନ୍ଦର ପରେ ରଣନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ବବହନ କରୁଥିବା ଭାରତ ମହାସାଗରର ଏହି ରାଷ୍ଟ୍ରର ଜଙ୍ଗଲରେ ସାମ୍ରାଜ୍ୟବାଦୀ ଚୀନ୍‌ ମହାଶକ୍ତିଶାଳୀ ରାଡାର ପ୍ରତିଷ୍ଠା କରିବାକୁ ଚାହୁଁଛି। ଚୀନ୍‌ର ଏହି ବିପଜ୍ଜନକ ଚକ୍ରାନ୍ତ ଦ୍ବାରା କେବଳ ଭାରତ ନୁହେଁ, ଆମେରିକା ଏବଂ ବ୍ରିଟେନ ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି ହୋଇଛି। ବ୍ରିଟେନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚୀନ୍‌ ଏହି ରାଡାର ସାହାଯ୍ୟରେ ଭାରତ ମହାସାଗରରେ ଭାରତ, ଆମେରିକା ଏବଂ ବ୍ରିଟେନର ନୌସେନା କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଚାହୁଁଛି। ଚୀନ୍‌ ଏହା ମାଧ୍ୟମରେ ଭାରତର କୁଡନକୁଲମ, କଲପକ୍କମ ପରମାଣୁ ବିଦ୍ୟୁତ କେନ୍ଦ୍ର, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ ଏବଂ ଆମେରିକା ତଥା ବ୍ରିଟେନର ମିଳିତ ନୌସେନା ଘାଟୀ ଡିଆଗୋଗାର୍ସିଆ ଉପରେ ଗୁଇନ୍ଦା ନଜର ରଖିପାରିବ। ଚୀନ୍‌ ଶ୍ରୀଲଙ୍କାରେ ଡୋଣ୍ଡ୍ରା ଉପକୂଳରେ ନୂଆ ଜଙ୍ଗଲ ରାଡାର ଲଗାଇବାକୁ ଚାହୁଁଛି। ଏହା ଦ୍ବାରା ଭାରତ ଏବଂ ଆମେରିକାର ସାମରିକ ଘାଟୀର ଗୁଇନ୍ଦା ତଥ୍ୟ ସଂଗ୍ରହ କରିପାରିବ। ଶ୍ରୀଲଙ୍କାର ଗୁଇନ୍ଦା ସୂତ୍ରରୁ ଏହି ପ୍ରକଳ୍ପ ସମ୍ବନ୍ଧରେ ଜଣାପଡିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଚୀନ୍‌ ଶ୍ରୀଲଙ୍କାକୁ ଋଣ ଜାଲରେ ଫସାଇ ରଣନୈତିକ ଫାଇଦା ନେବାକୁ ବସିଛି। ଚାଇନିଜ ଏକାଡେମି ଅଫ୍‌ ସାଇନ୍ସେସ ଶ୍ରୀଲଙ୍କାରେ ରିମୋଟ ସାଟେଲାଇଟ ରିସିଭିଂ ଷ୍ଟେସନ ନିର୍ମାଣ କରିବାକୁ ଚାହୁଁଛି।

ଏହି ରାଡାରକୁ ଶ୍ରୀଲଙ୍କାର ରୁହାନା ଘଞ୍ଚ ଜଙ୍ଗଲରେ ଲଗାଯିବ। ଏହି ଅଞ୍ଚଳ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ସାହାଯ୍ୟରେ ଚୀନ୍‌ ଭାରତ ମହାସାଗରରେ ଭାରତ ଏବଂ ପାଶ୍ଚାତ୍ୟ ଦେଶଗୁଡିକର ଯୁଦ୍ଧ ଜାହାଜ ଉପରେ ନଜର ରଖିବା ସହିତ ଗୁଇନ୍ଦାଗିରି ମଧ୍ୟ କରିପାରିବ। ଏହା ଭାରତ ଏବଂ ଆମେରିକାର ସାମରିକ ପ୍ରତିଷ୍ଠାନଗୁଡିକ ପ୍ରତି ବଡ଼ ବିପଦ ସୃଷ୍ଟି କରିବ। ମହାଶକ୍ତିଶାଳୀ ରାଡାର ସହାୟତାରେ ଭାରତର ଶ୍ରୀହରିକୋଟା ମହାକାଶ କେନ୍ଦ୍ର, ଓଡ଼ିଶାର ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିପାରିବ। ଏହା ବ୍ୟତୀତ ଚୀନ୍‌ ସହଜରେ ନିଜର ଉପଗ୍ରହ ପରିଚାଳନା କରିପାରିବ। ଚୀନ୍‌ ଚଳିତ ବର୍ଷ ୨୦୦ ଉପଗ୍ରହ ପଠାଇବାକୁ ଯୋଜନା କରିଛି।

ଦେବାଳିଆ ହୋଇସାରିଥିବା ଶ୍ରୀଲଙ୍କା ଏବେ ଚୀନ୍‌ର ବିଆରଆଇ ଋଣ ପାହାଡ ତଳେ ଦବି ହୋଇ ରହିଛି। ଏହାର ଫାଇଦା ନେଇ ଚୀନ୍‌ ଶ୍ରୀଲଙ୍କାକୁ ବ୍ଲାକମେଲ୍‌ କରିବାରେ ଲାଗିଛି। ହମ୍ବନଟୋଟା ବନ୍ଦରକୁ କବ୍ଜା କରିସାରିବା ପରେ ଏବେ ରାଡାର ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ଦୁଇ ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ନ କରିବାର ସର୍ତ୍ତ ରଖି ରାଡାର ଷ୍ଟେସନ ବନାଇବାକୁ ଶ୍ରୀଲଙ୍କାକୁ ଅନୁମତି ମାଗିଛି। ଚୀନ୍‌ ପୂର୍ବରୁ ୨୦୧୨ରେ ଆର୍ଜେଣ୍ଟିନାରେ ଏପରି ରାଡାର ଷ୍ଟେସନ ପ୍ରତିଷ୍ଠା କରିଥିଲା। ପୂର୍ବରୁ ଚୀନ୍‌ର ଗୁଇନ୍ଦା ଜାହାଜକୁ ଅନୁମତି ଦେବାକୁ ନେଇ ଭାରତ ଏବଂ ଆମେରିକା ଶ୍ରୀଲଙ୍କାକୁ ତୀବ୍ର ବିରୋଧ କରିଥିଲେ।

ସ୍ୱଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିଲେ
କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି । ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ରେ ଦେଶ ଛାଡି ପଳାଇଥିଲେ । ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସରକାରୀ ଭବନ ଉପରେ ଢେଲା ପଥର ମାଡ କରିବା ସହିତ ଧସେଇ ପଶିଯାଇଥିଲେ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ବିଦେଶରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ୍ ବିକ୍ରମ ସିଂଙ୍ଘେ
କଲମ୍ବୋ: ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ୍ ବିକ୍ରମ ସିଂଙ୍ଘେ। ରାନିଲ୍‌ଙ୍କୁ ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ।

ସୂଚନା ଅନୁଯାୟୀ, ଗତକାଲି ସିଙ୍ଗପୁରରେ ପହଞ୍ଚିବା ପରେ ସେଠାରୁ ଇ-ମେଲ ଯୋଗେ ଗୋଟାବାୟା ନିଜର ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ସେ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରିଥିଲେ। ଅନ୍ୟପକ୍ଷରେ ଗୋଟାବାୟା ଏବଂ ପ୍ରଧାନମନ୍ତ୍ରୀ ରନିଲଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥଳରେ ବିକ୍ଷୋଭ ଜାରି ରଖିଥିବା ବିକ୍ଷୋଭକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଖୁବଶୀଘ୍ର ନୂତନ ରାଷ୍ଟ୍ରପତି ନିଯୁକ୍ତ କରିବାକୁ ସେମାନେ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସେନା ମୁତୟନ କରାଯାଇଛି। ପରେ ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଖାଲି କରିଦେବାକୁ ରାଜି ହୋଇଥିବା କୁହାଯାଇଛି।

ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ, ସ୍ପଷ୍ଟ କଲେ ବାଚସ୍ପତି ମହିନ୍ଦା ୟାପା
ନୂଆଦିଲ୍ଲୀ: ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ । ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ।

ଅର୍ଥନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସ୍ଥିତି । କ’ଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? କିଏ ହେବେ ସଙ୍କଟମୋଚକ ? ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ ପରିଣାମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସରକାରଙ୍କ ଦୂରଦର୍ଶିତା ଅଭାବରୁ ଧ୍ୱସ୍ତ ହୋଇଛି ଦେଶର ଅର୍ଥନୀତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶଛାଡି ପଳାୟନ କରିଥିଲେ । ପ୍ରଥମେ ମାଲଦ୍ୱୀପ ପରେ ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିଛନ୍ତି ।

ଅନ୍ୟପଟେ ସିଙ୍ଗାପୁରର ବିଦେଶ ମନ୍ତ୍ରଣାଳୟ ଅନୁସାରେ ରାଜପକ୍ଷେ ଶରଣ ମାଗି ନାହାନ୍ତି କି, ତାଙ୍କୁ କୌଣସି ଶରଣ ଦିଆଯାଇ ନାହିଁ । ସେ ବ୍ୟକ୍ତଗତ ଗସ୍ତରେ ସିଙ୍ଗାପୁର ଆସିଛନ୍ତି ବୋଲି ସୂଚନା ଦିଆଯାଇଛି । ଏପଟେ ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଯିବା ପରେ ଶ୍ରୀଲଙ୍କାର ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ କେବଳ ଆଉ କେବଳ ହିଂସା, ପ୍ରତିବାଦ, ବିକ୍ଷୋଭ ଓ ପୋଡାଜଳା ଜାରି ରହିଛି । ସୁନାର ଲଙ୍କାରେ ଲାଗିଛି ସଙ୍କଟ ଓ ଆକ୍ରୋଶର ନିଆଁ । ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ପ୍ରଧାନମନ୍ତ୍ରୀ ଆବାସ, ରାଷ୍ଟ୍ରପତି ଭବନ, ସଂସଦ ଭବନକୁ କବଜା କରିଛନ୍ତି ।

ଘୋର ସଂକଟରେ ଶ୍ରୀଲଙ୍କା: ପେଟ୍ରୋଲ ଦର ଲିଟର ପିଛା ୪୭୦ ଥିବାବେଳେ ଡିଜେଲ ୪୬୦ ଟଙ୍କା
କଲମ୍ବୋ: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଖରାପ ସମୟ ଶେଷ ହେବାର ନାମ ଧରୁନାହିଁ। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ଦେଶରେ ଇନ୍ଧନ ମୂଲ୍ୟ ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୭୦ ଏବଂ ଡିଜେଲ ପ୍ରତି ଲିଟର ପିଛା ୪୬୦ ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଦେଶ ବୈଦେଶିକ ମୁଦ୍ରା ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ନିକଟରେ ଶ୍ରୀଲଙ୍କା ସରକାର ନାଗରିକଙ୍କ ଲାଗି ବୈଦେଶିକ ମୁଦ୍ରା ଧାରଣ ସୀମା ଲାଗୁ କରିଥିଲେ।

ଘୋର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାକୁ ଏବେ ରୁଷ ତେଲ ଭରସା। ଶ୍ରୀଲଙ୍କା ଏବେ ରୁଷରୁ ଶସ୍ତା ତେଲ ଆମଦାନୀ ଅନୁସନ୍ଧାନ କରୁଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ, ତୈଳ ଆମଦାନୀ ପାଇଁ ଦେଶ ଏବେ ଭାରତର କ୍ରେଡିଟ୍ ଲାଇନ୍ ବ୍ୟବହାର କରିବ। ରବିବାର ଦିନ ଅପରାହ୍ନ ୨ଟାରୁ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଜନିତ ସ୍ଥିତି ଅଧିକ ଗମ୍ଭୀର ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଳ୍ୟରେ ଯଥାକ୍ରମେ ୫୦ ଏବଂ ୬୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ କମ୍ପାନୀ ସିଲନ୍ ପେଟ୍ରୋଲିୟମ କର୍ପୋରେସନ୍ ଦେଇଥିବା ସୂଚନା ପରେ ଶ୍ରୀଲଙ୍କା ସରକାର ଏହି ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ବ୍ୟାଙ୍କିଙ୍ଗ ଏବଂ ଲଜିଷ୍ଟିକ୍ କାରଣରୁ ଇନ୍ଧନ ପରିବହନ ଶ୍ରୀଲଙ୍କାରେ ପହଞ୍ଚିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନର ପରିସ୍ଥିତିରେ ଶ୍ରୀଲଙ୍କା ରୁଷଠାରୁ ରିଆତି ମୂଲ୍ୟରେ ଇନ୍ଧନ କ୍ରୟ ସୁଯୋଗ ଅନୁସନ୍ଧାନ କରୁଥିବା ଇନ୍ଧନ ମନ୍ତ୍ରୀ କାଞ୍ଚନା ବିଜୟଶେଖରା କହିଛନ୍ତି। ଆମର ପ୍ରଥମ କ୍ରେଡିଟ ଚିଠିକୁ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡିକ ପ୍ରତ୍ୟାଖ୍ୟାନ କରିଛନ୍ତି, ଯାହା ଶ୍ରୀଲଙ୍କାରେ ତୈଳ ଜାହାଜ ପହଞ୍ଚିବାରେ ବିଳମ୍ବ କରୁଛି। ଇନ୍ଧନ ଏବଂ ଅନ୍ୟାନ୍ୟ କୂଟନୈତିକ ପ୍ରସଙ୍ଗରେ ଆଲୋଚନା ପାଇଁ ଶ୍ରୀଲଙ୍କାର ଦୁଇ ମନ୍ତ୍ରୀ ସୋମବାର ରୁଷ ଗସ୍ତ କରିବେ ବୋଲି ସେ କହିଛନ୍ତି। ଗତ ସପ୍ତାହରେ କଲମ୍ବୋରେ ଥିବା ରୁଷ ଦୂତାବାସର ପରାମର୍ଶ କ୍ରମେ ଅଶୋଧିତ ତୈଳ କ୍ରୟ ପାଇଁ ଶ୍ରୀଲଙ୍କା ସରକାର ଅନେକ କମ୍ପାନୀ ନିକଟକୁ ଯାଇଥିଲେ। ଶ୍ରୀଲଙ୍କାରେ ପହଞ୍ଚିବାରେ ବିଳମ୍ବ ହୋଇଥିବା ଇନ୍ଧନ ପରିବହନ କେବେ ଶ୍ରୀଲଙ୍କାରେ ପହଞ୍ଚିବ ତାହା କହିବା କଷ୍ଟକର ବୋଲି ବିଜୟ ଶେଖରା କହିଛନ୍ତି। ତେବେ ଇନ୍ଧନ ଆମଦାନୀ ସୁନିଶ୍ଚିତ କରିବାରେ ମନ୍ତ୍ରାଳୟର ଚାରୋଟି ଗୋଷ୍ଠୀ ନିୟୋଜିତ ଥିବା ସେ କହିଛନ୍ତି।

ତେଲ ଦର ବୃଦ୍ଧି ପରେ ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୭୦ ଏବଂ ଡିଜେଲ ୪୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ଶ୍ରୀଲଙ୍କା ସରକାର ଦେଶରେ ବୈଦେଶିକ ମୁଦ୍ରାର ସଙ୍କଟ ଦେଇ ଗତି କରୁଥିବା ଯୋଗୁ ନାଗରିକଙ୍କ ଲାଗି ବୈଦେଶିକ ମୁଦ୍ରା ଧାରଣ ସୀମା ଲାଗୁ କରିଥିଲେ। ଏହି ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ପାଖରେ ସର୍ବାଧିକ ୧୦,୦୦୦ ଡଲାର ଧାରଣ କରିପାରିବେ। ଖାଦ୍ୟ ଏବଂ ଇନ୍ଧନ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟ ଆମଦାନୀ ପାଇଁ ଆବଶ୍ୟକ ବୈଦେଶିକ ମୁଦ୍ରା ସଂରକ୍ଷଣକୁ ବଜାୟ ରଖିବା ପାଇଁ ଶ୍ରୀଲଙ୍କା ସରକାର ଏଭଳି ସୀମା ଧାର୍ଯ୍ୟ କରିଛନ୍ତି।

ଶ୍ରୀଲଙ୍କାରେ ତେଲ ସଙ୍କଟ: ଦୁଇ ସପ୍ତାହ ପାଇଁ ସଟ୍‌ଡାଉନ୍‌, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ
କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଏସବୁ ମଧ୍ୟରେ ଦେଶରେ ତୈଳ ସଙ୍କଟ ଲୋକଙ୍କ ଦୈନନ୍ଦୀନ ଜୀବନକୁ ଅଧିକ ଦୁର୍ବିସହ କରିେଦଇଛି। ଶ୍ରୀଲଙ୍କାର ଦ୍ରୁତ ହ୍ରାସ ପାଉଥିବା ଇନ୍ଧନ ଭଣ୍ଡାରକୁ ସୁରକ୍ଷିତ ରଖିବା ଲାଗି ଦେଶରେ ଦୁଇ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହାଫଳରେ ଦେଶରେ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ହୋଇଯାଇଛି। କାରଣ ସେଠାକାର ସରକାର ସଡ଼କରେ ଯାନବାହାନ ଚଳାଚଳ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ ଦେଶର ଡାକ୍ତରଖାନା ଏବଂ ସାମୁଦ୍ରିକ ବନ୍ଦରଗୁଡିକ ସେଗୁଡିକର ସମ୍ପୂର୍ଣ୍ଣ କ୍ଷମତା ସହ ପରିଚାଳିତ ହେଉଥିଲା। ଦେଶରେ ଆଉ ତିନି ଦିନ ଯାଏ ତେଲ ଷ୍ଟକ୍‌ ନ ଥିବା ନେଇ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଘୋଷଣା କରିବା ସତ୍ତ୍ବେ ପେଟ୍ରୋଲ ଏବଂ ଡିଜେଲ ପାଇଁ ପମ୍ପରେ ଲୋକେ ମାଇଲ୍‌ ମାଇଲ୍‌ ଦୂର ଯାଏ ଲମ୍ବା ଲାଇନ୍‌ ଲଗାଇଥିଲେ। ଗତ ସପ୍ତାହରେ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଦେଶର ହଜାର ହଜାର ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦେବା ପାଇଁ ମିଳିତ ଜାତିସଂଘ ଏହାର ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି।

ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ, ଆଉ ୫ ଦିନ ପାଇଁ ରହିଛି ଇନ୍ଧନ
ନୂଆଦିଲ୍ଲୀ : ଘୋର ଆର୍ଥ଄କ ସଙ୍କଟ ଦେଇ ଗତି କରୁଥÒବା ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ ଦିନକୁ ଦିନ ସାଂଘାତିକ ରୂପ ବନବାରେ ଳାଗିଛି। ୨୨ ନିୟୁତ ଲୋକଙ୍କ ନେଇ ଗଠିତ ଏହି ଦେଶ ବିଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ମୁକାବିଲା କରୁଛି। ଶ୍ରୀଲଙ୍କା ନିକଟରେ ଆଉ ମାତ୍ର ୫ ଦିନ ପାଇଁ ଇନ୍ଧନ ବାକି ରହିଛି। ଭାରତରୁ ନୂଆ କ୍ରେଡିଟ୍‌ ଲାଇନ୍‌ ମିଳିବା ଉପରେ ଏବେ ଅଟକିଛି ଦେଶର ଶେଷ ଭରଷା। ଏ ସମ୍ପର୍କରେ ଶୁକ୍ରବାର ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କାଞ୍ଚନା ବିଜୟଶେଖରା କହିଛନ୍ତି ଯେ, ଦେଶକୁ ଭାରତଠାରୁ ୫୦୦ ନିୟୁତ ଡଲାରର କ୍ରେଡିଟ୍ ମିଳିବ ନାହିଁ ତେବେ ସଙ୍କଟ ଆହୁରି ଗମ୍ଭୀର ହେବ। ଏହାର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି ଏବଂ ଖାଦ୍ୟ, ଔ ଷଧ ଏବଂ ଇନ୍ଧନ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାର ନାହିଁ।

ଦେଶର ଅନେକ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପାଇଁ ଲୋକଙ୍କୁ ରାତିସାରା ଲାଇନରେ ଛିଡା ହେବାକୁ ପଡୁଛି। ଏକ୍ସିମ ବ୍ୟାଙ୍କ ଜରିଆରେ ଭାରତ ସରକାରଙ୍କକ ୫୦୦ ନିୟୁତ ଆମେରିକୀୟ ଡଲାରର କ୍ରେଡିଟ୍‌ ଉପରେ ଶ୍ରୀଲଙ୍କା ସରକାର ଭରଷା କରିଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଅର୍ଥକୁ ଇନ୍ଧନ ପରିବହନରେ ବ୍ୟବହାର କରାଯିବ ବୋଲି ବିଜୟଶେଖରା କହିଛନ୍ତି। ଏହାପୂର୍ବରୁ ଭାରତ ପ୍ରାୟ ୩ ବିଲିୟନ ଡଲାରର ସହାୟତା ଦେଇଛି। ୱିଜେସେକରା କହିଛନ୍ତି ଯେ ଇନ୍ଧନ ଆମଦାନୀ ପାଇଁ  ରୁଷ ସମେତ ଅନେକ ଦେଶ ସହ ଶ୍ରୀଲଙ୍କା ଆଲୋଚନା କରିଛି।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହିନ୍ଦା ରାଜପକ୍ଷେ
କଲମ୍ବୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦଇଛନ୍ତି ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ଜରୁରୀକାଳିନ ପରିସ୍ଥିତି ମଧ୍ୟରେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚୀନ୍ ସମେତ ଅନେକ ଦେଶ ରଣ ଜାଲରେ ଫସି ରହିଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହ ଦେଶ ଆଉ ବିଦେଶୀ ଋଣ ପରିଶୋଧ କରିବା ସ୍ଥିତିରେ ନଥିବା ପୂର୍ବରୁ କହିଛି।

ଶ୍ରୀଲଙ୍କା ସ୍ଥିତି ଗମ୍ଭୀର: ଇସ୍ତଫା ଦେଲେ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ, ଆକାଶ ଛୁଆଁ ଅତ୍ୟାବଶ୍ୟକୀୟ ସାମଗ୍ରୀ
କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ଖାଦ୍ୟ, ପାନୀୟର ଉତ୍କଟ ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲେ ମଧ୍ୟ ଏହାକୁ ଲୋକେ ଭ୍ରୁକ୍ଷେପ କରିନାହାନ୍ତି। ସବୁ ଦିଗରୁ ନାଚାର ହୋଇପଡ଼ିଥିବା ଶ୍ରୀଲଙ୍କାବାସୀ ଏବେ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଛନ୍ତି। ଯାହାକୁ ନେଇ ଦେଶର ବିଭିନ୍ନ ସହରରେ ଏବେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ନେଇ ସରାକରଙ୍କ ପକ୍ଷରୁ ସୋସିଆଲ ମିଡିଆ ମନ୍ଦ କରାଯାଇଥିଲେ ହେଁ ଏହା ମଧ୍ୟ ଲୋକଙ୍କ ପାଇଁ ଫରକ ପଡ଼ିନି। ବରଂ ଯୁବ ଏବଂ ଛାତ୍ର ଗୋଷ୍ଠୀ ଅଧିକ ଉତ୍ତ୍ୟକ୍ତ ହୋଇପଡ଼ିଥିବା ଜଣାପଡ଼ିଛି।

ଏଭଳି ପରିସ୍ଥିତରେ ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କା କ୍ୟାବିନେଟ୍‌ର ବାକି ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ତଥା ଗୃହର ନେତା ଦିନେଶ ଗୁଣବର୍ଦ୍ଧେନା କହିଛନ୍ତି।କ୍ୟାବିନେଟନ୍‌ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ଦେଇ ଦେଇଛନ୍ତି। ଅନ୍ୟପକ୍ଷରେ, ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ ବିମଳ ବୀରବଂଶା ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦେଶର ସାମ୍ପ୍ରତିକ ଆର୍ଥିକ ସଙ୍କଟ ସୁଧାରିବା ପାଇଁ ସର୍ବଦଳୀୟ କାମଚଳା ସରକାର ନିଯୁକ୍ତି ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି।

ଖବର ଅନୁଯାୟୀ, ଦେଶର ଆର୍ଥିକ ବ୍ୟବସ୍ଥା ଏଭଳି ସ୍ତରରେ ପହଞ୍ଚିଛି ଯେ, ଆତ୍ୟାବଶ୍ୟକୀୟ ସାମଗ୍ରୀ ଏବେ ଦୁର୍ମୂଲ୍ୟ ହୋଇପଡ଼ିଛି। ଡାଲି, ଚାଉଳ, ତେଲ ଓ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷକୁ ନେଇ ଚାରି ଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ କଳାବଜାରି ବି ବଢ଼ିବାରେ ଲାଗିଛି। ବ୍ୟବସାୟୀମାନେ ଲୋକଙ୍କ ଠାରୁ ମନଇଛା ଦର କସୁଛନ୍ତି। ଦୁଇ ସପ୍ତାହ ଭିତରେ ପନିପରିବାର ମୂଲ୍ୟ ୪ଗୁଣ ବଢିଥିବା ବେଳେ ଚାଉଳ , ଗହମ ଡାଲି କଥା ତ ନ କହିଲେ ଭଲ। ଚାଉଳ କିଲୋ ପ୍ରତି ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗହମ ମୂଲ୍ୟ ୨୦୦ ପାର କରିଛି। ସେହିପରି ଚିନି କିଲୋ ୩୦୦, ନଡ଼ିଆ ତେଲ ଲିଟର ପ୍ରତି ୮୫୦ ଟଙ୍କା, ଗୋଟିଏ ଅଣ୍ଡା ମୂଲ୍ୟ ୩୦ ଟଙ୍କାରେ ପହଞ୍ଚିଛି। ସେହିପରି ପ୍ୟାକେଟ୍ ଗୁଣ୍ଡ କ୍ଷୀର ମୂଲ୍ୟ ୧୯୦୦ ଟଙ୍କା ଛୁଇଁଛି। ଗତ ପେବୃଆରୀ ମାସରୁ ଶ୍ରୀଲଙ୍କାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୭.୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳ ଖାଦ୍ୟ ସାମଗ୍ରୀରେ ମହଙ୍ଗା ୨୫ ପ୍ରତିଶତ ବଢ଼ିଛି। ଦେଶରେ ଔଷଧ ଓ କ୍ଷୀରର ଉତ୍କଟ ଅଭାବ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଶେଷ ହେବାକୁ ବସିଲାଣି। ଯାହାକୁ ନେଇ ସାରା ଦେଶରେ ବିଦ୍ରୋହ ମୁଣ୍ଡ ଟେକିଥÒବା ବେଳେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି।

ଶ୍ରୀଲଙ୍କାରେ ଆର୍ଥିକ ଅନଟନ: ବଢୁଛି ହିଂସା, ସୋସିଆଲ୍ ମିଡିଆ ଉପରେ ଲାଗିଲା ବ୍ୟାନ୍
କଲମ୍ବୋ: ଦେଶର ଘୋର ଆର୍ଥିକ ଅନଟନକୁ ନେଇ ଶ୍ରୀଲଙ୍କା ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟ, ପାନୀୟ, ପଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ସମେତ ବିଦ୍ୟୁତକାଟ ଶ୍ରୀଲଙ୍କାର ସାଧାରଣ ନାଗରିକଙ୍କୁ ବିଚଳିତ କରିଦେଇଛି। ଯାହାକୁ ନେଇ ଶୁକ୍ରବାର ଠାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତିଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ ଏବଂ ଭଙ୍ଗାରୁଜାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ତୁରନ୍ତ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଲୋକମାନେ ସାରା ଦେଶରେ ହିଂସା ଚଳାଇଛନ୍ତି। ଅନେକ ସ୍ଥାନରେ ପୋଡାଜଳା ସହିତ ସରକାରୀ ଗାଡି ଏବଂ ସମ୍ପତ୍ତି ଭଙ୍ଗାରୁଜା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସୋମବାର ସକାଳ ଯାଏଁ ୩୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି।  କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନେବାକୁ ସେନା ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ହିଂସା ମୁକାବିଲା ପାଇଁ ଶ୍ରୀଲଙ୍କାରେ ବନ୍ଦ ହୋଇଛି ସୋସିଆଲ୍ ମିଡିଆ । ସରକାର ସୋସିଆଲ୍ ମିଡିଆ ଉପରେ ବ୍ୟାନ୍ ଲଗାଇଛନ୍ତି । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟସଆପ୍ ଆଦି ସୋସିଆଲ୍ ମିଡିଆ ସାଇଟ୍ ଉପରେ ରୋକ ଲାଗିଛି । ଆନ୍ଦୋଳନାତ୍ମକ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ।

ଶ୍ରୀଲଙ୍କା ଏବେ ‘ଶ୍ରୀ’ ହୀନ: ଗୋଟାବାୟା-ମହିନ୍ଦା ରାଜାପାକ୍ଷ ଦେଶ ଛାଡ଼ିବେ !
ନୂଆଦିଲ୍ଲୀ: ଶ୍ରୀଲଙ୍କାର ସାଂପ୍ରତିକ ଆର୍ଥିକ ସ୍ଥିତି ଦିନକୁ ଦିନ ଉତ୍କଟରୁ ଅତି ଉତ୍କଟ ହେବାରେ ଲାଗିଛି। ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବେ ଲୋକଙ୍କ ପାଇଁ ଦୁଃସ୍ବପ୍ନ ହୋଇପଡ଼ିଛି। ଏମିତି କି ଏବେ ଲୋକଙ୍କୁ ଅନ୍ଧାର ମଧ୍ୟରେ ଜୀବନ ବିତିବାକୁ ପଡ଼ୁଛି। ଚାରିଆଡେ ଅରାଜକତା ଏବଂ ଗୃହ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ସରକାର ସ୍ଥିତି ମୁକାବିଲା କରିବାକୁ ମଧ୍ୟ ଅସମର୍ଥ । କାରଣ ପର୍ଯ୍ୟାପ୍ତ ଋଣ ବୋଝରେ ପଡ଼ିଥିବା ଏହି ରାଷ୍ଟ୍ର ସବୁସ୍ତରରେ ଏବେ ବିଫଳ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶ୍ରୀଲଙ୍କା ଏବେ ଶ୍ରୀହୀନ ସ୍ଥିତିକୁ ଚାଲି ଆସିଛି। ଏଭଳି ସ୍ଥିତିରେ ଦିନକୁ ଦିନ ଲୋକଙ୍କ ଆକ୍ରୋଶ ବଢି ଚାଲିଥିବା ବେଳେ ଦୁଇ ମୁଖ୍ୟ ରାଷ୍ଟ୍ରନେତା ଦେଶ ଛାଡିବାକୁ ଯୋଜନା କରିଥିବା ଶୁଣିବାକୁ ମିଳୁଛି । ରାଷ୍ଟ୍ରପତି ଗୋଟାବାୟା ରାଜାପାକ୍ଷ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପାକ୍ଷ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏଥିପାଇଁ ଶ୍ରୀଲଙ୍କାର କଟୁନାଏକେ ଏବଂ ରଥମାଲାନା ବାୟୁ ସେନା ଘାଟୀରେ ଦୁଇ ବିମାନ ପ୍ରସ୍ତୁତ କରି ରଖାଯାଇଥିବା ସୂଚନା ମିଳିଛି।

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭକାରୀମାନେ ପ୍ରତିଦିନ ବିକ୍ଷୋଭ ଜାରି ରଖିଛନ୍ତି। କେଉଁ ମୁହୂର୍ଭରେ ସ୍ଥିତି ଉତ୍କଟ ରୂପ ନେଇପାରେ ଏବଂ ଉଭୟ ନେତା ଜନତାଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି ବୋଲି ସୂଚନା ମିଳିବା ପରେ ସେମାନେ ଦେଶ ଛାଡି ଅନ୍ୟତ୍ର ଚାଲିଯିବାକୁ ଯୋଜନା କରିଥିବା କୁହାଯାଉଛି। ତେବେ ଏବେ ଏଭଳି ଖବରକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ସେମାନେ ଦେଶର ଏଭଳି ବିପର୍ଯ୍ୟୟ ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି କୁହାଯାଇଛି।